ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଷ୍ଟାର୍ଟଅପ୍‌ ପୁରସ୍କୃତ

ଭୁବନେଶ୍ୱର, ୪।୫ (ବନ୍ଦନା ସେଠୀ): ଆମେରିକାର ବୋଷ୍ଟନ ନର୍ଥ ଇଷ୍ଟର୍ନ ୟୁନିଭର୍ସିଟିଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଷ୍ଟାର୍ଟଅପ୍‌ ପ୍ରଦର୍ଶନ ପ୍ରତିଯୋଗିତା ଓ ତତ୍‌ସମ୍ବନ୍ଧୀୟ ଅଭିଭାଷଣ କାର୍ଯ୍ୟକ୍ରମରେ ଓଡ଼ିଶା ଷ୍ଟାର୍ଟଅପ୍‌ କୃତିତ୍ୱ ଅର୍ଜନ କରିଛି। ଓଡ଼ିଶା ଷ୍ଟାର୍ଟଅପ୍‌ ଦ୍ୱାରା ସ୍ବୀକୃତ ତଥା ଓଡ଼ିଶା ଷ୍ଟାର୍ଟଅପ୍‌ ଦ୍ୱାରା ପୁରସ୍କୃତ ନିଉରୂପ ଟେକ୍‌ ସଲ୍ୟୁଶନ୍‌ କମ୍ପାନୀର ପ୍ରତିଷ୍ଠାତା ଅନୁପ ପାଇକରାୟ ଏହି ସଫଳତା ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ହାର୍ଭାର୍ଡ ୟୁନିଭର୍ସିଟି, ଏମ୍‌ଆଇଟି (ଆମେରିକା), ଟଫସ୍‌ ୟୁନିଭର୍ସିଟି, ବୋଷ୍ଟନ ୟୁନିଭର୍ସିଟି, ବେଣ୍ଟଲି ୟୁନିଭର୍ସିଟି, ୱେଷ୍ଟୱର୍ଥ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି, ଇମର୍‌ସନ୍‌ କଲେଜ ଆଦି ୧୦ଟି ବିଶ୍ୱବିଦ୍ୟାଳୟର ଛାତ୍ର ଅଂଶଗ୍ରହଣ କରିଥିଲେ। ତେବେ ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍‌ ରିସର୍ଚ୍ଚ(ଓୟୁଟିଆର୍‌)ର ଛାତ୍ର ଅନୁପ ଏକମାତ୍ର ଭାରତୀୟ ଛାତ୍ର ଭାବେ ପୁରସ୍କୃତ ହୋଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ୨ଲକ୍ଷ ଟଙ୍କା ଓ ଟ୍ରଫି ମିଳିଛି। ଏହି ସମୟରେ ଅନୁପ ଭାରତର ଜାତୀୟ ପତାକା ଉଡ଼ାଇ ବିଶ୍ୱସ୍ତରରେ ଭାରତ ମାଟିକୁ ସମ୍ମାନିତ କରିଥିଲେ। ଓଡ଼ିଶା ଷ୍ଟାର୍ଟଅପ୍‌ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ପ୍ରାୟୋଜିତ ଷ୍ଟାର୍ଟଅପ୍‌ ଉତ୍ସବରେ ସେ ଶ୍ରେଷ୍ଠ ଷ୍ଟାର୍ଟଅପ୍‌ ଛାତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଅନୁପଙ୍କ ପ୍ରକଳ୍ପ ମୁଖ୍ୟତଃ ଆଫ୍ରିକାର ଗ୍ରାମାଞ୍ଚଳରେ ରହିଥିବା ୫୦ କୋଟି ମହିଳାଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ଉଦ୍ଦିଷ୍ଟ। ପ୍ରକଳ୍ପ ‘ଚୁଲିଭ୍‌’ ବିଶ୍ୱର ପ୍ରଥମ ଅଟୋମେଟିକ୍‌ ଏୟାରବ୍ଲୋୟର୍‌। ଏହାର ଦାମ୍‌ ମାତ୍ର ୫୦୦ ଟଙ୍କା ହୋଇଥିବାବେଳେ ମାଟି ଚୁଲିରେ ଆସୁଥିବା ଧୂଆଁକୁ ହ୍ରାସ କରି ମହିଳାଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହେବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ରିପୋର୍ଟ ଅନୁଯାୟୀ ଚୁଲି ଧୁଆଁଜନିତ କାରଣରୁ ପ୍ରତ୍ୟେକ ବର୍ଷ ଆପାତତଃ ୨୦ଲକ୍ଷ ମହିଳାଙ୍କର ମୃତ୍ୟୁ ଘଟୁଛି। ଅନୁପଙ୍କର ‘ଚୁଲିଭ୍‌’ ଏହି ସମସ୍ୟାକୁ ଦୂରେଇ ଦେବାରେ ଯଥେଷ୍ଟ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri