ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ପୁନର୍ଗଠନ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ପୁନର୍ଗଠନ କରାଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନୂତନ ସାଧାରଣ ପରିଷଦ କାର୍ଯ୍ୟକାରୀ ହେବ। ପୂର୍ବଭଳି ସଭାପତି, ଉପସଭାପତି, ଅର୍ଥ ପରାମର୍ଶଦାତା, ସମ୍ପାଦକଙ୍କ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏବଂ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ସରକାରୀ ସଦସ୍ୟଭାବେ ପରିଷଦରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଢେଙ୍କାନାଳ ବାହାଦୁର ପାଟ୍ଟସାହାଣୀ, ବାଲେଶ୍ୱରର ଶୁଭଶ୍ରୀ ଲେଙ୍କା ଓ କାଳୀପଦ ପଣ୍ଡା ସଦସ୍ୟଭାବେ ମନୋନୀତ ହୋଇଛନ୍ତି। ଏଥିରେ ଥିବା ବେସରକାରୀ ସଦସ୍ୟମାନଙ୍କ କାର୍ଯ୍ୟକାଳ ୩ବର୍ଷ ଅର୍ଥାତ୍‌ ୨୦୨୦ ଜୁଲାଇ ୨୪ରୁ ୨୦୨୩ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏକାଡେମୀ ପକ୍ଷରୁ ଜିଲାଓ୍ବାରୀ ନୂତନ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ଅନୁଗୋଳର ସଂଗ୍ରାମ କେଶରୀ ପୃଷ୍ଟି, ବଲାଙ୍ଗୀର ଜ୍ୟୋତିର୍ମୟୀ ସାହୁ, ବରଗଡ଼ ବାମପଦ ତ୍ରିପାଠୀ, ବାଲେଶ୍ୱର ଭରତଚନ୍ଦ୍ର ଦାଶ, ବୌଦ୍ଧ ସଞ୍ଜୟ କୁମାର ପଣ୍ଡା, ଭଦ୍ରକ ପବିତ୍ର ପାଣିଗ୍ରାହୀ, କଟକ ମନୋଜ ପଟ୍ଟନାୟକ, ଦେବଗଡ଼ ଭାରତ ଭୂଷଣ ନନ୍ଦ, ଢେଙ୍କାନାଳ ପୁଷ୍ପଲତା ରଥ, ଗଜପତିର ମୀନାକ୍ଷୀ ସାହୁ, ଗଞ୍ଜାମ ସିଦ୍ଧାର୍ଥ ଶଙ୍କର ପାଢୀ, ଜଗତସିଂହପୁର ଅଭୟ ବାରିକ, ଯାଜପୁର ରୀତାରାଣୀ ନାୟକ, ଝାରସୁଗୁଡ଼ା ଶିବପ୍ରିୟା ମିଶ୍ର ଏବଂ କଳାହାଣ୍ଡି ପାଇଁ ସତ୍ୟ ନାରାୟଣ ମହାପାତ୍ର ପରିଷଦ ସଦସ୍ୟ ହୋଇଛନ୍ତି। ସେହିଭଳି କନ୍ଧମାଳର ଗିରିଜା ପ୍ରସାଦ ମିଶ୍ର, କେନ୍ଦ୍ରାପଡ଼ା ସରୋଜ କୁମାର ମହାନ୍ତି, କେନ୍ଦୁଝର ପିନାକୀ ମିଶ୍ର, କୋରାପୁଟ ଲକ୍ଷ୍ମୀକାନ୍ତ ପାଢୀ, ଖୋର୍ଦ୍ଧାର ବିବେକାନନ୍ଦ ପାଣିଗ୍ରାହୀ, ମାଲାକାନଗିରିର କିଶୋର ଚନ୍ଦ୍ର ପ୍ରଧାନ, ମୟୂରଭଞ୍ଜର ଅଜିତ ପାତ୍ର, ନବରଙ୍ଗପୁରର ବଲ୍ଲଭ କୁମାର ରାଉତ, ନୟାଗଡ଼ର ଅଶୋକ କୁମାର ନାୟକ, ନୂଆପଡ଼ାର ସୁରେଶ୍ୱରୀ ବାଘ, ପୁରୀର ପ୍ରତିଭା ମହାରଥୀ, ରାୟଗଡ଼ାର ଡମ୍ବରୁଧର ପଟ୍ଟନାୟକ, ସମ୍ବଲପୁରର ରଘୁନାଥ ମେହେର, ସୁବର୍ଣ୍ଣପୁରର ଦେବାଶିଷ ପାଣ୍ଡିଆ ଏବଂ ସୁନ୍ଦରଗଡ଼ର ସୁପ୍ରିୟା ପାଲ ସଦସ୍ୟଭାବେ ମନୋନୀତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ସାଧାରଣ ପରିଷଦରେ ରାଜ୍ୟର ୮ ବିଶ୍ୱବିଦ୍ୟାଳୟର ପ୍ରତିନିଧି ରହିଛନ୍ତି। ସେମାନେ ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି କିମ୍ବା ତାଙ୍କ ପ୍ରତିନିଧି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶୋକ କୁମାର ମହାପାତ୍ର, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପଦ୍ମନାଭ ସାହୁ, ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ମଣୀନ୍ଦ୍ର କୁମାର ମେହେର, ରେଭେନ୍ସା ବିଶ୍ୱବିଦ୍ୟାଳୟର ଡ. ଉର୍ମିଶ୍ରୀ ବେଦମାତା, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଡ. ନିରଞ୍ଜନ କର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଶିବ ପ୍ରସାଦ ତ୍ରିପାଠୀ। ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ଦ୍ୱାରା ଓଡ଼ିଆ ସାହିତ୍ୟର ୮ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ ନିଯୁକ୍ତ ହେବେ। ରାଜ୍ୟ ପ୍ରତ୍ନତତ୍ତ୍ୱର ଅଧୀକ୍ଷକ ମଧ୍ୟ ଏହି ପରିଷଦରେ ସଦସ୍ୟ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?