ଓଡ଼ିଶା ସୁପାରିସ: ଝିଅପୁଅଙ୍କ ବିବାହ ବୟସ ୧୮ ବର୍ଷ ରହୁ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଝିଅଙ୍କ ଆଇନଗତ ବିବାହ ବୟସକୁ କେନ୍ଦ୍ର ସରକାର ୧୮ରୁ ୨୧ବର୍ଷକୁ ବୃଦ୍ଧି କରିବା ନେଇ ପ୍ରୋହିବିଶନ ଅଫ୍‌ ଚାଇଲ୍ଡ ମ୍ୟାରେଜ୍‌ ବିଲ୍‌-୨୦୨୧ ଲୋକ ସଭାରେ ୨୦୨୧ ଡିସେମ୍ବର ୨୧ରେ ପାରିତ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ବିରୋଧ କରିଛି। ଏ ନେଇ ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ମଙ୍ଗଳବାର କେନ୍ଦ୍ର ଶିକ୍ଷା, ମହିଳା, ଶିଶୁ ଏବଂ କ୍ରୀଡ଼ା ବ୍ୟାପାର ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଡ. ବିନୟ ପି. ସହସ୍ରବୁଦ୍ଧେଙ୍କୁୁ ଏକ ଚିଠି ଲେଖିଛନ୍ତି। ଏଥିରେ ଉଭୟ ଝିଅ ଓ ପୁଅଙ୍କ ବିବାହ ବୟସକୁ ୧୮ ବର୍ଷ ରଖିବାକୁ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି।
ଏବେ ଝିଅମାନଙ୍କ ଆଇନଗତ ବିବାହ ବୟସ ୧୮ ବର୍ଷ ଥିବାବେଳେ ତାହାକୁ ବୃଦ୍ଧି ନ କରିବାକୁ ପ୍ରଧାନ ସୁପାରିସ କରିଥିବାବେଳେ ପୁଅମାନଙ୍କ ପାଇଁ ଥିବା ୨୧ ବର୍ଷ ବୟସକୁ ୧୮ ବର୍ଷକୁ ହ୍ରାସ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ପୋକ୍‌ସୋ ଆଇନ ଅନୁଯାୟୀ
୧୮ ବର୍ଷ ପୂର୍ବରୁ ସହମତିଭିତ୍ତିକ ଶାରୀରିକ ସମ୍ପର୍କ ରଖିବା ବେଆଇନ। ୧୮ରୁ ୨୧ ବର୍ଷ ମଧ୍ୟରେ ଶାରୀରିକ ସମ୍ପର୍କ ରଖିଲେ ତାହା ଆଇନ ସମ୍ମତ। ଏବେ କେନ୍ଦ୍ର ସରକାର କହୁଛନ୍ତି କନ୍ୟାମାନଙ୍କ ପାଇଁ ଆଇନଗତ ବିବାହ ବୟସ ୧୮ ବର୍ଷ ପରିବର୍ତ୍ତେ ୨୧ ବର୍ଷ ହେଇଯିବ। ପୋକ୍‌ସୋ ଆଇନରୁ ବାହାରିଯିବା ପରେ ଏବଂ ବିବାହ ପୂର୍ବରୁ ଯେଉଁ କେତେକ ବର୍ଷ ରହିବ ସେଥିରେ ଅନେକେ ଅବିବାହିତା ମାତା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାପରେ ଭ୍ରୂଣ ହତ୍ୟା ବୃଦ୍ଧି ପାଇବା ଆଶଙ୍କା ମଧ୍ୟ ବଢୁଛି। ଏହାବ୍ୟତୀତ ଜୁଭେନାଇଲ ଜଷ୍ଟିସ ଆଣ୍ଡ୍‌ କେୟାର ପ୍ରୋଟେକ୍ସନ ଆକ୍ଟ(ଜେଜେସିପିଏ) ଏବଂ ଇଣ୍ଟିଗ୍ରେଟେଡ୍‌ ଚାଇଲ୍ଡ ପ୍ରୋଟେକ୍ସନ ସ୍କିମ୍‌ରେ ଏହାର ପରିସର ୧୮ ବର୍ଷ ପର୍ଯ୍ୟନ୍ତ ରହୁଛି। ୧୮ ବର୍ଷରୁ ୨୧ ବର୍ଷ ମଧ୍ୟରେ ଯେଉଁ ଝିଅମାନେ ବାଲ୍ୟ ବିବାହରୁ ଉଦ୍ଧାର ହେବେ ସେମାନଙ୍କ ରକ୍ଷଣାବେକ୍ଷଣ ସମ୍ପର୍କରେ କୌଣସି ବ୍ୟବସ୍ଥା କରାଯାଇନାହିଁ। ଓଏସ୍‌ସିପିସିଆର ଆହୁରି ମଧ୍ୟ କହିଛି, ଅର୍ଥନୈତିକ ଦୁରବସ୍ଥା, ପୁରୁଷ ପ୍ରାଧାନ୍ୟ, ସାମାଜିକ ବ୍ୟବସ୍ଥା, ପାଠ ପଢିବାର ସୁଯୋଗରୁ ବଞ୍ଚିତ ଭଳି ଅନେକ କାରଣ ଯୋଗୁ ଏବେ ମଧ୍ୟ ବାଲ୍ୟ ବିବାହ ଘଟୁଛି।
ପୂର୍ବରୁ ଝିଅପୁଅଙ୍କ ବିବାହ ବୟସକୁ ସମାନ କରିବା ପାଇଁ ନେଇ ଅନେକ ତର୍କବିତର୍କ ଓ ଆଇନର ସଂଶୋଧନ ଲାଗି ଉଦ୍ୟମ ହୋଇଛି। ଏହି ପରିପ୍ରେକ୍ଷୀରେ ୨୦୦୮ରେ ୧୮ତମ ଭାରତର ଆଇନ କମିଶନ ଦେଇଥିବା ପ୍ରସ୍ତାବକୁ ଆଲୋଚନାକୁ ଆଣିବା ଲାଗି ଓଏସ୍‌ସିପିସିଆର୍‌ ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ କଡ଼ା ଚେତାବନୀ

ଭୁବନେଶ୍ବର,୧୦।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅସାନି’ଏବେ ଉପକୂଳ ମୁହାଁ ହୋଇଛି। କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏହାର ପ୍ରଭାବରେ ବେଳାଭୂମି ଅଶାନ୍ତ ହେଲାଣି। ତେଣୁ...

ଲକ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା

ଲାଠୋର, ୨୮ା୪(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପଞ୍ଚାୟତ ପକ୍ଷରୁ ସୋମବାର ସକାଳେ ବସଷ୍ଟାଣ୍ଡରେ ଲକ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ସରପଞ୍ଚ...

କୁକୁର ଛୁଆ ମାରି ଗିରଫ ହେଲେ କ୍ୟାବ୍‌ ଡ୍ରାଇଭର

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ାଇ କ୍ୟାବ୍‌ ଡ୍ରାଇଭର ଗିରଫ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରରେ, ଯାହା ଚର୍ଚ୍ଚାର...

୨ ଥାକିଆ ହେବ ନିଆଳି- ଓଲଟପୁର ରାସ୍ତା

ଭୁବନେଶ୍ୱର(ବ୍ୟୁରୋ)/କଣ୍ଟାପଡା,୧୭।୬(ଡି.ଏନ୍‌.ଏ.):କେନ୍ଦ୍ର ସରକାରଙ୍କ ଅଧୀନ କଟକ ଜିଲା ଓଲଟପୁରସ୍ଥିତ ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା କେନ୍ଦ୍ର ଏସ୍‌ ଭି ନିରତାରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗୁରୁବାର...

ଦକ୍ଷିଣ, ଉତ୍ତର ଓଡ଼ିଶାରେ ବେଶି ବର୍ଷିବ

ଭୁବନେଶ୍ୱର,୯ା୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୁରୁବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବ। ଏହା...

ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିବାକୁ କର୍ତ୍ତୃପକ୍ଷଙ୍କୁ ଚିଠି

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଆସନ୍ତା ୧୧ ତାରିଖରୁ ଖୋଲିବ। ୟୁଜି ଓ ପିଜିର ଶେଷବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ...

ବିଏମ୍‌ସି ଅଞ୍ଚଳରେ ପୂର୍ବ କଟକଣା ବଳବତ୍ତର

ଭୁବନେଶ୍ୱର,୧୯ା୫ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ କରିବା ପର୍ଯ୍ୟନ୍ତ ଭୁବନେଶ୍ୱରରେ ପୂର୍ବ କଟକଣା ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ...

ଟାଣିନେଲା ୩୩ କେଭି ବିଦ୍ୟୁତ୍‌: ଜଳିଗଲେ ରଙ୍ଗମିସ୍ତ୍ରି, ଅନ୍ୟ ଜଣେ ଗୁରୁତର

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶିଶୁ ବିହାରରେ ସୋମବାର ଘଟିଛି ଏକ ଦୁଃଖଦ ଘଟଣା। ଏକ ଘରର ରଙ୍ଗ କାମ ଚାଲିଥିବାବେଳେ ଜଣେ ଯୁବକଙ୍କୁ ଯମ ଭଳି...

Advertisement
Archives

Model This Week