ନ୍ୟାୟ ପ୍ରଦାନରେ ଓଡ଼ିଶା ର଼୍ୟାଙ୍କ ଖସିଲା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ପୂର୍ବ ବର୍ଷ ଅପେକ୍ଷା ଓଡିଶା ର଼୍ୟାଙ୍କ ତଳକୁ ଖସିଛି। ୨୦୧୯ରେ ଓଡିଶାର ସ୍ଥାନ ୭ ନମ୍ବର ଥିବା ବେଳେ ଏବେ ୧୧ ନମ୍ବରକୁ ଖସିଛି। ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ମହାରାଷ୍ଟ୍ର ପୂର୍ବଭଳି ୧ ନମ୍ବର ସ୍ଥାନରେ ରହିଛି। ସେହିପରି ଗତ ବର୍ଷ ତାମିଲନାଡୁ ତୃତୀୟ ସ୍ଥାନରେ ଥିବା ବେଳେ ଏବେ ଦ୍ୱିତୀୟ ସ୍ଥାନକୁ ଆସିଛି। ସେହିପରି ୨୦୧୯ରେ ତେଲଙ୍ଗାନା ୧୧ ନମ୍ବର ସ୍ଥାନରେ ଥିବା ବେଳେ ୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ପଞ୍ଜାବ ୪ ନମ୍ବରରେ ଥିବା ବେଳେ କେରଳ ୨ ନମ୍ବରରୁ ଖସି ୫ ନମ୍ବରକୁ ଆସିଛି। ସେହିପରି ଗୁଜରାଟ ୬ ନମ୍ବର ସ୍ଥାନରେ ଥିବା ବେଳେ ଛତିଶଗଡ ୭, ଝାଡଖଣ୍ଡ ୮, ହରିୟାଣା ୯, ରାଜସ୍ଥାନ ୧୦, ଆନ୍ଧ୍ର ପ୍ରଦେଶ ୧୨, ବିହାର ୧୩, ପଶ୍ଚିମବଙ୍ଗ ୧୭, କର୍ନାଟକ ୧୪, ଉତ୍ତର ପ୍ରଦେଶ ୧୫, ମଧ୍ୟପ୍ରଦେଶ ୧୬, ପଶ୍ଚିମବଙ୍ଗ ୧୭, ଉତ୍ତର ପ୍ରଦେଶ ୧୮ ତମ ସ୍ଥାନରେ ରହିଛି। ନ୍ୟାୟ ଦେବାରେ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୧୪ ମାସ ଧରି ସର୍ଭେ କରିବା ପରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଜେଲରେ ଥିବା ଦୁଇ ତୃତୀୟାଂଶ ଲୋକଙ୍କୁ ଏଯାଏ ଦଣ୍ଡ ବିଧାନ କରାଯାଇ ନାହିଁ। ଭାରତରେ ଲୋକଙ୍କୁ କେମିତି ଓ କେତେ ଶୀଘ୍ର ନ୍ୟାୟ ମିଳୁଛି ସେ ନେଇ ସର୍ଭେ କରାଯାଇଥିଲା। ଇଣ୍ଡିଆନ ଜଷ୍ଟିସ ରିପୋର୍ଟ-୨୦୨୦ର ଦ୍ୱିତୀୟ ସଂସ୍କରଣ ରିପୋର୍ଟକୁ ଟାଟା ଟ୍ରଷ୍ଟ ପକ୍ଷରୁ ପ୍ରକାଶ କରାଯାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ ଅଧିକାଂଶ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ନ୍ୟାୟ ବ୍ୟବସ୍ଥା ପ୍ରତି ଜରୁରୀ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ଏଥିରେ କୁହାଯାଇଛି। ଛତିଶଗଡ଼କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ହାଇକୋର୍ଟରେ ବିଚାରପତି ପଦ ଖାଲି ରହିଛି। ହାଇକୋର୍ଟରେ ପ୍ରତି ୩ ପଦବୀରୁ ଗୋଟିଏ ଖାଲି ପଡ଼ିଥିବାବେଳେ ତଳକୋର୍ଟଗୁଡ଼ିକରେ ପ୍ରତି ୪ଟିରେ ଗୋଟିଏ ପଦ ଖାଲି ରହିଛି। ପ୍ରତି ୨୦ ହଜାର ଲୋକଙ୍କ ପାଇଁ ଜଣେ ବିଚାରପତି ରହିବା କଥା, କିନ୍ତୁ ତଳକୋର୍ଟଗୁଡ଼ିକରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଜଣେ ବିଚାରପତି କାର୍ଯ୍ୟ କରୁଛନ୍ତି। ଭାରତରେ ମହିଳା ବିଚାରପତିଙ୍କ ସଂଖ୍ୟା ମାତ୍ର ୨୯ ପ୍ରତିଶତ। ସେହିପରି ଲକ୍ଷେ ଲୋକସଂଖ୍ୟା ପାଇଁ ମାତ୍ର ୧୫୬ ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ହାଇକୋର୍ଟଗୁଡ଼ିକରେ ଗତ ଦୁଇବର୍ଷ ମଧ୍ୟରେ ମାମଲା ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇ ୪୪.୨୫ ଲକ୍ଷରେ ପହଞ୍ଚତ୍ଥିବାବେଳେ ତଳକୋର୍ଟଗୁଡ଼ିକରେ ଏହା ୫ ପ୍ରତିଶତ ବଢ଼ି ୨.୯୭ କୋଟି ହୋଇଛି। ତଳକୋର୍ଟଗୁଡ଼ିକରେ ମାମଲା ଫଇସଲା ହାର ୯୩% ହୋଇଥିବାବେଳେ ହାଇକୋର୍ଟଗୁଡ଼ିକରେ ଏହା ୮୮.୫%। ସେହିପରି ୧୯୯୫ରୁ ଗତ ୨୫ ବର୍ଷ ମଧ୍ୟରେ ମାତ୍ର ୧.୫ କୋଟି ଲୋକଙ୍କୁ ଆଇନଗତ ସହାୟତା ମିଳିଛି।
ତେବେ ଆଇନ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ଓଡ଼ିଶା ପୋଲିସ ତୃତୀୟ ସ୍ଥାନ ହାସଲ କରିଛି। ୧୮ଟି ବୃହତ୍‌ ଓ ମଧ୍ୟମ ଆକାର ରାଜ୍ୟ ମଧ୍ୟରେ ଓଡିଶାକୁ ଏହି ସ୍ଥାନ ମିଳିଥିବା ରିପୋର୍ଟରେ କୁହାଯାଇଛି। ଇଣ୍ଡିଆ ଜଷ୍ଟିସ ରିପୋର୍ଟ-୨୦୧୯ରେ ଓଡିଶା ପୋଲିସକୁ ସପ୍ତମ ସ୍ଥାନ ମିଳିଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁ ଏହି ସଫଳତା ମିଳିପାରିଛି। ୨୦୧୭ରୁ ଖାଲି ପଡିଥିବା ପୋଲିସ ପଦବୀଗୁଡିକୁ ପୂରଣ କରିବା ସହିତ ମହିଳା କର୍ମଚାରୀଙ୍କ ସଂଖ୍ୟାରେ (୮ରୁ ୧୧ ପ୍ରତିଶତ) ମଧ୍ୟ ବୃଦ୍ଧି ଘଟିଛି। ଗତ ୫ ବର୍ଷ (୨୦୧୫ରୁ ୨୦୧୯) ମଧ୍ୟରେ ଖାଲି ଥିବା କନଷ୍ଟେବଳ ପଦବୀରେ ହ୍ରାସ ଘଟିଛି। ତେବେ ଓଡିଶା ପୋଲିସ ପାଇଁ ଆଧୁନିକୀକରଣ ପାଣ୍ଠିର ମାତ୍ର ୧୦ ପ୍ରତିଶତ ଖର୍ଚ୍ଚ କରିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

ଘୋଷଣା ହେଲା ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍‌

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଉଲକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର...

ଯାଜପୁର ବସ୍‌ ଦୁର୍ଘଟଣାର କାରଣ ଜଣାପଡିଲା: ଏମିତି ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର,୧୫ା୪: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌...

ମରୀଚି କୁଣ୍ଡ ପାଣି ନିଲାମ: ଏତିକି ଟଙ୍କା ଦେଇ ପ୍ରଥମ ଗରାପାଣି କିଣିଲେ ଏହି ମହିଳା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି...

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri