Posted inରାଜ୍ୟ

ଡିଏସ୍‌ପି ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୦୨ ଅଧିକାରୀଙ୍କ ଦାୟିତ୍ୱରେ ପରବର୍ତ୍ତନ

ଭୁବନେଶ୍ୱର,୩୧।୧(ସତ୍ୟଜିତ୍‌ ରାଉତ): ଡିଏସ୍‌ପି ସ୍ତରରେ ବୁଧବାର ବଡ଼ଧରଣର ଅଦଳବଦଳ ହୋଇଛି। ଷ୍ଟେଟ୍‌ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ବୋର୍ଡର ନିଷ୍ପତ୍ତିକ୍ରମେ ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୦୨ ଅଧିକାରୀଙ୍କ ଦାୟିତ୍ୱରେ ପରବର୍ତ୍ତନ ହୋଇଛି। ପାପଡ଼ାହାଣ୍ଡି ଏସ୍‌ଡିପିଓ ଥିବା ଆଦିତ୍ୟ ସେନ୍‌ଙ୍କୁ ମାଲ୍‌କାନଗିରି ପିସିଆର୍‌ ସେଲ୍‌ ଡିଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ଦେଓଗଡ଼ ପିଏସିଆର୍‌ ସେଲ୍‌ ଡିଏସ୍‌ପି ଅଜୟ କୁମାର ତୀର୍କିଙ୍କୁ ବଲାଙ୍ଗିର ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି।

ସେହିପରି ବ୍ରହ୍ମପୁର ଡିଏସ୍‌ପି ଅକ୍ଷୟ କୁମାର ନାୟକଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟ, କେଉଁଝର ଡିଏସ୍‌ପି ଆଲୋକ କୁମାର ଜେନାଙ୍କୁ ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ ଏକାଡେମୀ, ଅମ୍ବିତ୍‌ ମହାନ୍ତିଙ୍କୁ ବୁର୍ଲା ଏସ୍‌ଡିପିଓ ତଥା ବୁର୍ଲା ଏଚ୍‌ଏସ୍‌ଏଫ୍‌ ଡିଏସ୍‌ପି ଭାବେ ବଦଳି କରାଯାଇଛି। ସେହିପରି ଅନିଲ କୁମାର ପ୍ରଧାନଙ୍କୁ ରାଉରକେଲାରୁ ଯାଜପୁର ଡିଆଇବି ଡିଏସ୍‌ପି, କମିଶନରେଟ୍‌ ପୋଲିସ ଏସିପି ଅନୁସୂୟା ନାୟକଙ୍କୁ ସ୍ପେଶାଲ ବ୍ରାଞ୍ଚ ଡିଏସ୍‌ପି, ନବରଙ୍ଗପୁର ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ବବିତା ତ୍ରିପାଠୀଙ୍କୁ କଟକ ସିଗ୍‌ନାଲ୍ସ ଡିଏସ୍‌ପି, ରାଉରକେଲା ଡିଏସ୍‌ପି ବାଳେଶ୍ୱର ଗିଢିଙ୍କୁ ସମ୍ବଲପୁର ଡିଆଇବି ଡିଏସ୍‌ପି, ଝାରସସୁଗୁା ଡିିଆଇବି ଡିଏସ୍‌ପି ବନଶ୍ରୀ ରାଉତରାୟଙ୍କୁ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ ଡିଏସ୍‌ପି, ରାଉରକେଲା ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ବନିତା ମାଝୀଙ୍କୁ ଝାରସୁଗୁଡ଼ା ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି, ପୁରୀ ଆୟୁସିଏଡବ୍ଲ୍ୟୁ ଡିଏସ୍‌ପି ବାସନ୍ତି କୁମାରୀ ନାୟକଙ୍କୁ କମିଶନରେଟ୍‌ ପୋଲିସ ଏସିପି, ରାଉରକେଲା ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ଭିମସେନ୍‌ ନଏକଙ୍କୁ ରାୟଗଡ଼ା ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି, ବ୍ରହ୍ମପୁର ଆଇଏଏଚ୍‌ଟିୟୁ ଡିଏସ୍‌ପି ବିମଳ କାନ୍ତ ନାୟକଙ୍କୁ ଭଦ୍ରକ ଆଇସିଏଡବ୍ଲ୍ୟୁ ଡିଏସ୍‌ପି, ଝାରସୁଗୁଡା ପିସିଆର୍‌ ସେଲ୍‌ ଡିଏସ୍‌ପି ବିନୋଦ ଲାକ୍ରାଙ୍କୁ ସମ୍ବଲପୁର ହୋମଗାର୍ଡସ ଡିଏସ୍‌ପି ଓ ବଲାଙ୍ଗୀର ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ବିପିନ ବୀହାରି ମେହେରଙ୍କୁ କନ୍ଧମାଳ ଡିଏସ୍‌ପି ଭାବେ ବଦଳି କରାଯାଇଛି।

ସେହିପରି ଜଗତସିଂପୁର ଡିଏସ୍‌ପି ବିରଞ୍ଚି ବାଗ୍‌ଙ୍କୁ ଅନୁଗୁଳ ଆଏଏଚ୍‌ଟିୟୁ ଡିଏସ୍‌ପି, ବାଲେଶ୍ୱର ଡିଆଇବି ଡିଏସ୍‌ପି ବ୍ରଜେଶ୍ୱରୀ ବାଲଙ୍କୁ ଇଓଡବ୍ଲ୍ୟୁ ଡିଏସ୍‌ପି, କମିଶନରେଟ୍‌ ପୋଲିସ ଏସିପି ଚନ୍ଦନ କୁମାର ଘଡ଼ାଇଙ୍କୁ କଟକ ସଦର ଏସ୍‌ଡିପିଓ, ନବରଙ୍ଗପୁର ପିସିଆର୍‌ ସେଲ୍‌ ଡିଏସ୍‌ପି ଚନ୍ଦ୍ର ଶେଖର ହୋତାଙ୍କୁ ଗଜପତି ଡିଆଇବି ଡିଏସ୍‌ପି ଏବଂ ଅନ୍ୟ ପ୍ରମୁଖଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri