Posted inରାଜ୍ୟ

ଡିଏସ୍‌ପି ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୦୨ ଅଧିକାରୀଙ୍କ ଦାୟିତ୍ୱରେ ପରବର୍ତ୍ତନ

ଭୁବନେଶ୍ୱର,୩୧।୧(ସତ୍ୟଜିତ୍‌ ରାଉତ): ଡିଏସ୍‌ପି ସ୍ତରରେ ବୁଧବାର ବଡ଼ଧରଣର ଅଦଳବଦଳ ହୋଇଛି। ଷ୍ଟେଟ୍‌ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ବୋର୍ଡର ନିଷ୍ପତ୍ତିକ୍ରମେ ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୦୨ ଅଧିକାରୀଙ୍କ ଦାୟିତ୍ୱରେ ପରବର୍ତ୍ତନ ହୋଇଛି। ପାପଡ଼ାହାଣ୍ଡି ଏସ୍‌ଡିପିଓ ଥିବା ଆଦିତ୍ୟ ସେନ୍‌ଙ୍କୁ ମାଲ୍‌କାନଗିରି ପିସିଆର୍‌ ସେଲ୍‌ ଡିଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ଦେଓଗଡ଼ ପିଏସିଆର୍‌ ସେଲ୍‌ ଡିଏସ୍‌ପି ଅଜୟ କୁମାର ତୀର୍କିଙ୍କୁ ବଲାଙ୍ଗିର ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି।

ସେହିପରି ବ୍ରହ୍ମପୁର ଡିଏସ୍‌ପି ଅକ୍ଷୟ କୁମାର ନାୟକଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟ, କେଉଁଝର ଡିଏସ୍‌ପି ଆଲୋକ କୁମାର ଜେନାଙ୍କୁ ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ ଏକାଡେମୀ, ଅମ୍ବିତ୍‌ ମହାନ୍ତିଙ୍କୁ ବୁର୍ଲା ଏସ୍‌ଡିପିଓ ତଥା ବୁର୍ଲା ଏଚ୍‌ଏସ୍‌ଏଫ୍‌ ଡିଏସ୍‌ପି ଭାବେ ବଦଳି କରାଯାଇଛି। ସେହିପରି ଅନିଲ କୁମାର ପ୍ରଧାନଙ୍କୁ ରାଉରକେଲାରୁ ଯାଜପୁର ଡିଆଇବି ଡିଏସ୍‌ପି, କମିଶନରେଟ୍‌ ପୋଲିସ ଏସିପି ଅନୁସୂୟା ନାୟକଙ୍କୁ ସ୍ପେଶାଲ ବ୍ରାଞ୍ଚ ଡିଏସ୍‌ପି, ନବରଙ୍ଗପୁର ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ବବିତା ତ୍ରିପାଠୀଙ୍କୁ କଟକ ସିଗ୍‌ନାଲ୍ସ ଡିଏସ୍‌ପି, ରାଉରକେଲା ଡିଏସ୍‌ପି ବାଳେଶ୍ୱର ଗିଢିଙ୍କୁ ସମ୍ବଲପୁର ଡିଆଇବି ଡିଏସ୍‌ପି, ଝାରସସୁଗୁା ଡିିଆଇବି ଡିଏସ୍‌ପି ବନଶ୍ରୀ ରାଉତରାୟଙ୍କୁ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ ଡିଏସ୍‌ପି, ରାଉରକେଲା ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ବନିତା ମାଝୀଙ୍କୁ ଝାରସୁଗୁଡ଼ା ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି, ପୁରୀ ଆୟୁସିଏଡବ୍ଲ୍ୟୁ ଡିଏସ୍‌ପି ବାସନ୍ତି କୁମାରୀ ନାୟକଙ୍କୁ କମିଶନରେଟ୍‌ ପୋଲିସ ଏସିପି, ରାଉରକେଲା ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ଭିମସେନ୍‌ ନଏକଙ୍କୁ ରାୟଗଡ଼ା ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି, ବ୍ରହ୍ମପୁର ଆଇଏଏଚ୍‌ଟିୟୁ ଡିଏସ୍‌ପି ବିମଳ କାନ୍ତ ନାୟକଙ୍କୁ ଭଦ୍ରକ ଆଇସିଏଡବ୍ଲ୍ୟୁ ଡିଏସ୍‌ପି, ଝାରସୁଗୁଡା ପିସିଆର୍‌ ସେଲ୍‌ ଡିଏସ୍‌ପି ବିନୋଦ ଲାକ୍ରାଙ୍କୁ ସମ୍ବଲପୁର ହୋମଗାର୍ଡସ ଡିଏସ୍‌ପି ଓ ବଲାଙ୍ଗୀର ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ବିପିନ ବୀହାରି ମେହେରଙ୍କୁ କନ୍ଧମାଳ ଡିଏସ୍‌ପି ଭାବେ ବଦଳି କରାଯାଇଛି।

ସେହିପରି ଜଗତସିଂପୁର ଡିଏସ୍‌ପି ବିରଞ୍ଚି ବାଗ୍‌ଙ୍କୁ ଅନୁଗୁଳ ଆଏଏଚ୍‌ଟିୟୁ ଡିଏସ୍‌ପି, ବାଲେଶ୍ୱର ଡିଆଇବି ଡିଏସ୍‌ପି ବ୍ରଜେଶ୍ୱରୀ ବାଲଙ୍କୁ ଇଓଡବ୍ଲ୍ୟୁ ଡିଏସ୍‌ପି, କମିଶନରେଟ୍‌ ପୋଲିସ ଏସିପି ଚନ୍ଦନ କୁମାର ଘଡ଼ାଇଙ୍କୁ କଟକ ସଦର ଏସ୍‌ଡିପିଓ, ନବରଙ୍ଗପୁର ପିସିଆର୍‌ ସେଲ୍‌ ଡିଏସ୍‌ପି ଚନ୍ଦ୍ର ଶେଖର ହୋତାଙ୍କୁ ଗଜପତି ଡିଆଇବି ଡିଏସ୍‌ପି ଏବଂ ଅନ୍ୟ ପ୍ରମୁଖଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

KIIT student death case: ତାତିଲେ ପିଲା, କିଟ୍‌ରେ ଭଙ୍ଗାରୁଜା

ଭୁବନେଶ୍ୱର,୧୮।୨: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT)ରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ପରେ, ସାରା ରାଜ୍ୟରେ ଚହଳ ପଡିଛି। କେବଳ ରାଜ୍ୟରେ ନୁହେଁ...

KIIT ରେ ଛାତ୍ରୀ ମୃତ୍ୟୁ ଘଟଣା: ଗିରଫ କରୁ କରୁ ମିଳିଗଲା ଜାମିନ

ଭୁବନେଶ୍ୱର,୧୮।୨: କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟ ଉଠୁଛି ପଡୁଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ଘଟଣାରେ ଗିରଫ...

କିଟ୍‌ କାଣ୍ଡର ଖୋଲିଲା ବଡ଼ ଗୁମର, ନେପାଳୀ ଛାତ୍ରୀଙ୍କୁ ହୋଇଥିଲା ବ୍ୟାନ

ଭୁବନେଶ୍ୱର,୧୮।୨: କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟକୁ ତାଜୁବ କରିଦେଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ଉଠୁଛିପଡୁଛି। ଘଟଣା ପାଇଁ ଓଡ଼ିଶାକୁ ସାରା...

KIIT student death case: ଛାତ୍ରୀଛାତ୍ରଙ୍କ ଉପରେ କାଲି କରିଥିଲେ ଜୁଲମ, ଆଜି ମାଗିଲେ କ୍ଷମା

ଭୁବନେଶ୍ୱର,୧୮।୨: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT)ରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ପରେ, ସାରା ରାଜ୍ୟରେ ଚହଳ ପଡିଛି। କେବଳ ରାଜ୍ୟରେ ନୁହେଁ...

ମଣ୍ଡିରେ ଧାନପଡ଼ି ସରୁଛି ଟୋକନ ଅବଧି:ଧାନ କିଣାବିକାରେ ଚାଲିଛି ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ୩ମାସ ପୂରିବ। କିନ୍ତୁ ଏବେ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ...

୪୦ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ: ୧୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଂଶଗ୍ରହଣ

ଦିଗପହଣ୍ଡି,୧୮ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି କ୍ଲଷ୍ଟର ଅନ୍ତର୍ଗତ ମଧୁ ବିଦ୍ୟାପୀଠରେ ସିଆରସିସି ଅନିଲ କୁମାର ଦାସଙ୍କ ସଂଯୋଜନାରେ ୨ ଦିନ ଚାଲିଥିବା ବିଷୟ ଭିତ୍ତିକ...

ତେଜିଲା KIIT ରେ ଛାତ୍ରୀ ମୃତ୍ୟୁ ଘଟଣା: ପୁଣି ରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର, କ୍ୟାଣ୍ଡେଲ ଧରି…ଓଡ଼ିଶାରେ ହଲଚଲ

ଭୁବନେଶ୍ୱର,୧୮।୨: କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ଥମିବାର ନାଁ ନେଉନାହିଁ। KIIT ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ସାରା ଦେଶ ଉଠୁଛି ପଡୁଛି।...

KIIT student death case: ବଡ଼ ଖବର, ୫ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୮।୨: KIIT ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସାରା ଦେଶରେ ଓଡ଼ିଶାକୁ ନିନ୍ଦା କରାଯାଉଛି। ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri