ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୧୧ (ଅସମାପିକା ସାହୁ): ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ମଙ୍ଗଳବାର ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଆରମ୍ଭ ହୋଇଛି। ମେଳା ପରିସରରେ ଓଡ଼ିଶା ପାଭିଲିୟନକୁ ଓଡ଼ିଶା ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି। ବାଣିଜ୍ୟ ମନ୍ତ୍ରାଳୟ ଅଧୀନସ୍ଥ ଆଇଟିପିଓ ପକ୍ଷରୁ ଦିଲ୍ଲୀରେ ପ୍ରତିବର୍ଷ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଆୟୋଜିତ ହେଉଛି। ଚଳିତ ବର୍ଷ ମେଳାର ଥିମ୍‌ ‘ବସୁଧୈବ କୁଟୁମ୍ବକମ୍‌: ୟୁନାଇଟେଡ୍‌ ବାଇ ଟ୍ରେଡ୍‌’ ରହିଥିବାବେଳେ ଓଡ଼ିଶା ପାଭିଲିୟନ୍‌ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବୈଭବକୁ ନେଇ ଅଂଶଗ୍ରହଣ କରିଛି। ପ୍ରାଚୀନ କାଳରୁ ଓଡ଼ିଶା ନିଜର ମହାନ୍‌ ନୌବାଣିଜ୍ୟ ପରମ୍ପରା ମାଧ୍ୟମରେ ଉତ୍କଳର ସାଂସ୍କୃତିକ ବିଭବକୁ ବିଭିନ୍ନ ଦେଶକୁ ପ୍ରସାରିତ କରିଥିଲା। ଏହି ମେଳାରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ଜୀବନ୍ତ ଝଲକ ପ୍ରଦର୍ଶିତ ହୋଇଛି।

ଓଡ଼ିଶା ପାଭିଲିୟନ୍‌ରେ ରାଜ୍ୟର ୭ଟି ବିଭାଗର ୨୪ଟି ଷ୍ଟଲ୍‌ ରହିଛି। ମିଲେଟ୍‌ ଉତ୍ପାଦ ଓ କୋରାପୁଟର କଫିରେ ମହକୁଥିବା ପାଭିଲିୟନକୁ ସୁନ୍ଦରତା ପ୍ରଦାନ କରୁଛି କୋଟପାଡ୍‌ ଶାଢ଼ି ଓ ଟସର ସିଲ୍‌କ ଶାଢ଼ି। କାଠ ତଥା ପ୍ରସ୍ତର ତିଆରି ମୂର୍ତ୍ତି, ପଟ୍ଟଚିତ୍ର, ସବାଇ ଘାସ ତିଆରି ସାଜସଜ୍ଜା, ଚାନ୍ଦୁଆ, ତାରକସି ତଥା ଭଳିକି ଭଳି ହସ୍ତଶିଳ୍ପ ସାମଗ୍ରୀରେ ଓଡ଼ିଶା ପାଭିଲିୟନ୍‌ ଝଲସୁଛି। ଏହାଛଡ଼ା ଆଦିମ ଜନଜାତି ଗୋଷ୍ଠୀର ଦୁଇଟି ଦଳ ଦ୍ବାରା ହସ୍ତଶିଳ୍ପର ନୈପୁଣ୍ୟ ପ୍ରଦର୍ଶନ ଆକର୍ଷଣର କେନ୍ଦ୍ର ପାଲଟିଛି। ପାଭିଲିୟନ ମଧ୍ୟଭାଗରେ ପ୍ରଦର୍ଶିତ ହୋଇଛି ଏକ ବିଶାଳ ବୋଇତ।

ଏଥିରେ ବାନ୍ଧ ଶିଳ୍ପ, ପଥର ମୂର୍ତ୍ତି କାରିଗରି, ପଟ୍ଟଚିତ୍ର ଅଙ୍କନ, ବର୍ଜ୍ୟ କାଗଜରୁ ସାଜସଜ୍ଜା ସାମଗ୍ରୀ ଆଦି ପ୍ରସ୍ତୁତିରଲାଇଭ୍‌ ଡେମୋ ପ୍ରଦର୍ଶନ କରାଯାଇଛି। ପାଭିଲିୟନ୍‌ର ବାହାର ପଟ ପ୍ରବେଶ ଦ୍ବାରରେ ସ୍ଥାନିତ ହୋଇଛି ଦୁଇଟି କୋଣାର୍କ ଚକ୍ର। ଓଡ଼ିଶାର ମହାନ୍‌ ଐତିହ୍ୟ ଓ ସଂସ୍କୃତିର ପ୍ରତିଛବିକୁ ପ୍ରଦର୍ଶିତ କରୁଥିବା ଏହି କୋଣାର୍କ ଚକ୍ର ଦ୍ବୟ ମେଳାକୁ ଆଗମନ କରୁଥିବା ଦେଶ ବିଦେଶର ଅଂଶଗ୍ରହଣକାରୀଙ୍କୁ ଆକର୍ଷିତ କରୁଛି। ଏହି ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ଆବାସିକ ଆୟୁକ୍ତ ରବିକାନ୍ତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଓରମାସ୍‌ ସିଇଓ ଗୁହା ପୁନମ୍‌ ତାପସ୍‌ କୁମାର, ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟଙ୍କ ସମେତ ଓଡ଼ିଶା ସରକାରଙ୍କ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ। ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ ଭଉଣୀ ଭାଇମାନେ ଓଡ଼ିଶା ପାଭିଲିୟନ୍‌ ଆସିବା ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri