ପଞ୍ଚାୟତ ଉପ-ନିର୍ବାଚନ ପୂର୍ବରୁ ଅଗ୍ନିପରୀକ୍ଷା, କ’ଣ କରିବ ବିଜେଡି? କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୫।୪: ଲୋକପ୍ରିୟତାର ପରୀକ୍ଷା ହେବ ଉପ ନିର୍ବାଚନ। ଛୋଟ ନିର୍ବାଚନ ହେଲେ ଦେଖେଇବ ବଡ଼ ପ୍ରଭାବ। ଆଗକୁ ରାଜ୍ୟର ପ୍ରମୁଖ ୩ଦଳ ବିଜେଡି ଭାଜପା ଓ କଂଗ୍ରେସ ପାଇଁ ବଡ଼ ଆହ୍ବାନ ହେବାକୁ ପଞ୍ଚାୟତ ଉପ ନିର୍ବାଚନ। ଉପ ନିର୍ବାଚନ ପାଇଁ ନିର୍ବାଚନ କମିଶନର ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ୩ଦଳ ମଧ୍ୟ ଏନେଇ ଅଣ୍ଟା ଭିଡିଛନ୍ତି।

ପଞ୍ଚାୟତରେ ପଦ ଖାଲି ପଡିଲେ ୬ମାସରେ ନିର୍ବାଚନ ହେବା କଥା ହେଲେ ଏହା ଏଯାଏ ଖାଲି ପଡିଛି। କିନ୍ତୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରଥମ ଥର ସରକାରକୁ ଆସିବା ପରେ ଭାଜପା ପାଇଁ ଏହି ନିର୍ବାଚନ ହେବ ବଡ଼ ପରୀକ୍ଷା। ଏହି ୧୦ମାସର ସରକାରର କାମ ଉପରେ ଜନତା କେତେ ସନ୍ତୁଷ୍ଟ ତାହା ଏହି ଉପ ନିର୍ବାଚନରେ ଜଣାପଡିବ। ସୁଭଦ୍ରା ଯୋଜନା, ଧାନର ଏମଏସପି ବୃଦ୍ଧି, ବୟସ୍କଙ୍କୁ ଭତ୍ତା ଓ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗକୁ ନେଇ ଭାଜପା ଭୋଟରଙ୍କ ପାଖକୁ ଯିବ।

ସେହିପରି ପିସିସି ସଭାପତି ଭକ୍ତ ଦାସଙ୍କ ପାଇଁ ଏହି ନିର୍ବାଚନ ଅଗ୍ନିପରୀକ୍ଷା ରହିବ। ସେହିଭଳି ବିଜେଡି ମଧ୍ୟ ବିରୋଧୀ ସ୍ଥିତି ଜାହିର କରିବା ପାଇଁ ଜୋର ଲଗାଇବ। ୨୪ବର୍ଷ କ୍ଷମତାରେ ରହିବା ପରେ ନିକଟରେ ବିଜେଡିରେ ଏବେ ଦଳୀୟ କନ୍ଦଳ ତେଜିଛି। ଓ୍ବକଅଫ ନେଇ ବିବାଦ ଘନେଇଛି। ତେବେ ପଞ୍ଚାୟତ ଉପ ନିର୍ବାଚନରେ ଦଳକୁ ଗଡ ରକ୍ଷା କରିବା ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ସେହିଭଳି ଭକ୍ତଙ୍କ ନେତୃତ୍ୱରେ ଦଳ ଏବେ ମଇଦାନକୁ ଓହ୍ଲାଇବ। ଦଳର ସବୁ ବିଧାୟକ ବିଧାନସଭାରୁ ସସପେଣ୍ଡ ହେବା ଓ ମାର୍ଚ୍ଚ ୨୭ରେ ଆନ୍ଦୋଳନ ପରେ ଦଳର କର୍ମୀଙ୍କୁ ଜୋସ୍‌ ମିଳିଛି।

ଏନେଇ ଭକ୍ତ କହିଛନ୍ତି, ଯେଉଁଠି ନିର୍ବାଚନୀ ଚିହ୍ନ ଉପରେ ସିଧାସଳଖ ନିର୍ବାଚନ ହେବ ଆମେ ସେଠାରେ ପ୍ରତିଦ୍ୱନ୍ଦିତା କରିବୁ। ଏନେଇ ରଣନୀତି କ’ଣ କରିବୁ ଗୋଟିଏ କମିଟି ଗଠନ କରିବୁ।

ଓଡ଼ିଶାରେ ,୧୩୪ଟି ଖାଲି ପଦ ପୂରଣ ପାଇଁ ଉପନିର୍ବାଚନ ହେବ। ଏହି ପଦଗୁଡ଼ିକ ମଧ୍ୟରେ ୫ଟି ଜିଲା ପରିଷଦ ସଦସ୍ୟ, ୪୧ଟି ପଞ୍ଚାୟତ ସମିତି ସଦସ୍ୟ, ୪୫ଟି ସରପଞ୍ଚ ଏବଂ ୨୭୨ଟି ୱାର୍ଡ ସଭ୍ୟ ପଦ ରହିଛି। ଏହା ସହିତ, ୭୭୧ଟି ୱାର୍ଡରେ ପୂର୍ବରୁ ସଂରକ୍ଷିତ ବର୍ଗ ପାଇଁ ନିର୍ବାଚନ ହୋଇପାରି ନଥିଲା, କାରଣ ସେଠାରେ ପ୍ରାର୍ଥୀ ଉପଲବ୍ଧ ନଥିଲେ। ଏବେ ଏହି ୱାର୍ଡଗୁଡ଼ିକୁ ଅଣସଂରକ୍ଷିତ ଘୋଷଣା କରାଯାଇ ନୂଆ ର୍ନିବାଚନ କରାଯିବ।

ଏହି ଉପନିର୍ବାଚନ ପ୍ରକ୍ରିୟା ଏପ୍ରିଲ ୧୧, ୨୦୨୫ରୁ ଆରମ୍ଭ ହୋଇଛି। ଏସଇସି ନିର୍ଦ୍ଦେଶ ଅନୁଯାୟୀ, ନିର୍ବାଚନ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସ୍ଥାନୀୟ ପ୍ରଶାସନକୁ ସୁଦୃଢ଼ କରିବା ଏବଂ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟକୁ ତ୍ୱରାନୱିତ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?