କାଲିଫର୍ନିଆ ୟୁନିଭରସିଟି ସହ ଓଡ଼ିଶାର ଏମ୍‌ଓୟୁ

ଭୁବନେଶ୍ୱର,୨୬।୭(ଅନିଲ ଦାସ): ଆମେରିକା ଗସ୍ତରେ ଥିବା ଓଡ଼ିଶା ପ୍ରତିନିଧିମଣ୍ଡଳୀ ସିଲିକନ ଭ୍ୟାଲି ଗସ୍ତ କରି ସେଠାରେ ବିଭିନ୍ନ ସଙ୍ଗଠନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀ କାଲିଫର୍ନିଆ ୟୁନିଭରସିଟି ଗସ୍ତ କରିବା ସହ ସେଠାରେ ଫିସରସେଣ୍ଟର ଫର୍‌ ବିଜ୍‌ନେସ ଆନାଲିଟିକ୍ସର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଗଉଥିର ଭାସେୟୁର, ହାସ ସ୍କୁଲ ଅଫ୍‌ ବିଜ୍‌ନେସର ଆକ୍ଟିଂ ଡିନ୍‌ ଡନ୍‌ ମୋରେ ଏବଂ ୟୁନିଭରସିଟିର ଅନ୍ୟ ଖ୍ୟାତିସମ୍ପନ୍ନ ବିଭାଗୀୟ ମୁଖ୍ୟମାନଙ୍କୁ ସାକ୍ଷାତ କରିଥିଲେ। ସେଠାରେ ୟୁସି ବାର୍କେଲଙ୍କ ସହ ଓଡ଼ିଶା ସରକାରଙ୍କ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରାଯାଇଛି। ଉଭୟ ଗବେଷଣା ପ୍ରକଳ୍ପ ଉପରେ କାମ କରିବା ସହିତ ଯୁଗ୍ମ ଭାବେ କନ୍‌ଫରେନ୍ସ ଓ କର୍ମଶାଳା ଆୟୋଜନ କରିବା ସହ ମିଳିତ ଭାବେ ତାଲିମ କର୍ମଶାଳାର ଆୟୋଜନ କରିବେ। ଏଥିଯୋଗୁ ପ୍ରାୟ ୧ ହଜାର ଗବେଷକଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିସହିତ ମିଳିତ ଭାବେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଅନୁଷ୍ଠିତ ହେବ। ଏହା ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସମ୍ଭାବନା ରହିଛି। ଏହି ଅବସରରେ ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଆଗାମୀ ଦିନରେ ଉକ୍ତ ଏମ୍‌ଓୟୁ ଉଭୟ ମଧ୍ୟରେ ଜ୍ଞାନର ସହଭାଗିତା ବୃଦ୍ଧି ପାଇବା ସହ ଗବେଷଣା କ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି, ଏହି ଅଂଶୀଦାର ଫଳରେ ଓଡ଼ିଶାରେ ଗବେଷଣା କ୍ଷେତ୍ର ଆହୁରି ବିକଶିତ ହୋଇପାରିବ। ୫-ଟି ସଚିବ ଭି. କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ହେଉଥିବା ରୂପାନ୍ତର ବିଷୟରେ ଆଲୋକପାତ କରିଥିଲେ। ଏହାପରେ ପ୍ରତିନିଧିମଣ୍ଡଳୀ ଫ୍ରୋଷ୍ଟ ଆଣ୍ଡ୍‌ ସୁଲିଭାନ ଚେୟାରମ୍ୟାନ ଡେପିଭ ଫ୍ରିଗଷ୍ଟାଡ୍‌ଙ୍କୁ ସାକ୍ଷାତ୍‌ କରିଥିଲେ। ଭୁବନେଶ୍ୱରଠାରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍ଥାପନ ପାଇଁ ଫ୍ରୋଷ୍ଟ ଆଣ୍ଡ୍‌ ସୁଲିଭାନ ପକ୍ଷରୁ ଲେଟର ଅଫ୍‌ ଇଣ୍ଟେଣ୍ଟ(ଏଲ୍‌ଓଆଇ) ପ୍ରଦାନ କରାଯାଇଛି। ସ୍କାଏ ଓ୍ବାର୍କ୍ସ ସଲ୍ୟୁଶନ ଭାରତରେ ତା’ର ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri