Odisha Elections 2024
Posted inଖେଳ

ଇନିଂସ ଅଗ୍ରଣୀ ପଥରେ ଓଡ଼ିଶା

ଭୁବନେଶ୍ୱର, ୧୫।୧,(ତପନ ସ୍ବାଇଁ): ଇନ୍ଦୋରସ୍ଥିତ ଇମରଲାଣ୍ଡ ହାଇଟ୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ଗ୍ରାଉଣ୍ଡରେ ଚାଲିଥିବା ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଓଡ଼ିଶାର ୪୯୮ ରନ୍‌ ଜବାବରେ ମଧ୍ୟ ପ୍ରଦେଶ ରବିବାର ତୃତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ୬ ଉଇକେଟ ହରାଇ ୨୪୬ ରନ୍‌ କରିଛି। ହାତରେ ୪ ଉଇକେଟ ଥାଇ ଘରୋଇ ଦଳ ଆହୁରି ୨୫୨ ରନ ଦୂରରେ ଥିବାରୁ ଓଡ଼ିଶା ଇନିଂସ ଅଗ୍ରଣୀ ପଥରେ ରହିଛି। ସୋମବାର ମ୍ୟାଚ୍‌ର ଅନ୍ତିମ ଦିବସ ହୋଇଥିବାରୁ ଫଳାଫଳ ମିଳିବା ସମ୍ଭାବନା କ୍ଷୀଣ ହୋଇଯାଇଛି।
ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୪୯୩/୮ରୁ ଖେଳ ଅରମ୍ଭ କରିଥିବା ଓଡ଼ିଶା ଆଉ ମାତ୍ର ୫ ରନ୍‌ ଯୋଗକରି ଅବଶିଷ୍ଟ ୨ଟି ଉଇକେଟ ହରାଇଥିଲା। ଦ୍ୱିତୀୟ ଦିବସ ସାରା ବ୍ୟାଟିଂକରି କ୍ୟାରିୟର ଶ୍ରେଷ୍ଠ ଇନିଂସ ଖେଳିଥିବା ଶୁଭ୍ରାଂଶୁ ସେନାପତି ତ୍ରିଶତକର ନିକଟତର ହୋଇଥିଲେ ହେଁ ତୃତୀୟ ଦିବସରେ ପ୍ରଥମ ଓଭର ବୋଲିଂ କରିଥିବା କୁମାର କାର୍ତ୍ତିକେୟଙ୍କ ୪ର୍ଥ ବଲ୍‌ରେ ଉଇକେଟକିପରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଅର୍ଥାତ୍‌ ସେ ପୂର୍ବଦିନର ସ୍କୋର ୨୭୭ ରନ୍‌ରେ ହିଁ ଆଉଟ ହୋଇଥିଲେ। ହର୍ଷିତ ରାଠୋଡ ପୂର୍ବ ଦିନର ସ୍କୋର (୬୦ରନ୍‌)ରେ ଅପରାଜିତ ଥିବାବେଳେ ଦିବସର ଦ୍ୱିତୀୟ ଓଭରରେ ଜୟନ୍ତ ବେହେରା (୦)ଙ୍କ ଆଉଟ ସହ ଓଡ଼ିଶା ଇନିଂସର ପରିସମାପ୍ତି ଘଟିଥିଲା। ଫଳରେ ଓଡ଼ିଶା ୫୦୦ ରନ୍‌ ସ୍ପର୍ଶରୁ ୨ ରନ୍‌ ଦୂରରେ ରହି ଯାଇଥିଲା।
ହର୍ଷ ଗାଓ୍ବଲିଙ୍କ ଶତକ
ଓଡ଼ିଶା ବୋଲରମାନେ ଚମତ୍କାର ବୋଲିଂ କରି ମଧ୍ୟ ପ୍ରଦେଶର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ମାତ୍ର ୫ ରନରେ ପ୍ରଥମ ଉଇକେଟ ହରାଇଥିବା ମଧ୍ୟ ପ୍ରଦେଶ ସ୍କୋର ୨୪.୧ ଓଭର ବେଳକୁ ୮୯/୪ ହୋଇଯାଇଥିଲା। କେବଳ ସେତିକି ନୁହେଁ, ଆଘାତପ୍ରାପ୍ତ ହୋଇ ଅଭିଜ୍ଞ ଖେଳାଳି ଭେଙ୍କଟେଶ ଆୟାର ରିଟାୟର୍ଡ ହର୍ଟ ହେବା ମଧ୍ୟ ଦଳକୁ ବେଶ୍‌ ଧକ୍କା ପହଞ୍ଚାଇଥିଲା। ଏପରି କ୍ଷେତ୍ରରେ ସାହସିକ ଇନିଂସ ଖେଳି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ ହର୍ଷ ଗାଓ୍ବଲି। ସେ ଶତକ ହାସଲ କରିବା ସହ ୫ମ ଉଇକେଟରେ ସାରାଂଶ ଜୈନଙ୍କ ସହ ଶତକୀୟ ଭାଗୀଦାରି ଗଢ଼ି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ୬୧ତମ ଓଭରର ଦ୍ୱିତୀୟ ବଲ୍‌ରେ ଜୈନଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗିଥିଲେ ଓଡ଼ିଶାର ପ୍ରତିଭା ସମ୍ପନ୍ନ ଦ୍ରୁତ ବୋଲର ସୁନୀଲ ରାଉଳ। ଜୈନ ୯୫ ବଲ୍‌ରୁ ୪୦ ରନ୍‌କରି ଆଉଟ ହୋଇଥିବାବେଳେ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ୧୩୭ ରନରେ ଅପରାଜିତ ରହି ଦଳପାଇଁ ଲଢ଼େଇ ଜାରି ରଖିଥିଲେ ଗାଓ୍ବଲି। ସେ ୨୪୨ଟି ବଲ୍‌ର ସମ୍ମୁଖୀନ ହୋଇ ନିଜ ଇନିଂସ ମଧ୍ୟରେ ୧୯ଟି ଚୌକା ମାରିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୁନୀଲ ରାଉଳ ସର୍ବାଧିକ ୩ଟି, ପ୍ରୟାସ ସିଂ ୨ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୪୯୮/ଅଲ୍‌ଆଉଟ (ଶୁଭ୍ରାଂଶୁ ସେନାପତି-୨୭୭, ହର୍ଷିତ ରାଠୋଡ-୬୦*, ରାଜେଶ ଧୂପର-୫୧, ପ୍ରୟାସ ସିଂ-୨୭, ସୂର୍ଯ୍ୟକାନ୍ତ ପ୍ରଧାନ-୨୬, ସାରାଂଶ ଜୈନ-୩/୯୦, ଭେଙ୍କଟେଶ ଆୟର-୨/୩୮, ଆର୍ଯ୍ୟନ ପାଣ୍ଡେ-୨/୮୯, କୁମାର କାର୍ତ୍ତିକେୟ-୨/୧୦୯, କୁଲଓ୍ବନ୍ତ ଖେଜ୍ରୋଲିୟା-୧/୬୮)। ମଧ୍ୟ ପ୍ରଦେଶ ପ୍ରଥମ ଇନିଂସ: ହର୍ଷ ଗାଓ୍ବଲି-୧୩୭*, ସାରାଂଶ ଜୈନ-୪୦, ସୁନୀଲ ରାଉଳ-୩/୭୬, ପ୍ରୟାସ ସିଂ-୨/୫୫, ସୂର୍ଯ୍ୟକାନ୍ତ ପ୍ରଧାନ-୧/୪୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱରେକର୍ଡ ସହ ସ୍ବର୍ଣ୍ଣ ଜିତିଲେ ଦୀପ୍ତି

ନୂଆଦିଲ୍ଲୀ,୨୦।୪: ଭାରତର ଦୀପ୍ତି ଜୀବାଞ୍ଜୀ ବିଶ୍ୱ ରେକର୍ଡ ସୃଷ୍ଟି କରି ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୪ ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦୀପ୍ତି ୪୦୦...

ଆରସିବି ଫାଇନାଲ୍‌ ଯିବା ନିଶ୍ଚିତ! ଏହି ରେକର୍ଡ କହୁଛି ସବୁକିଛି

ନୂଆଦିଲ୍ଲୀ,୨୦।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୋଟିଏ ପ୍ରତିଶତ ଆଶାକୁ ୧୦୦ ପ୍ରତିଶତରେ ପରିଣତ କରି ଆଇପିଏଲ ୨୦୨୪ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛି।...

ଧୋନୀଙ୍କ ଅବସରକୁ ନେଇ ଆସିଲା ବଡ଼ ଅପଡେଟ୍‌: ଜାଣନ୍ତୁ କେବେ ସିଏସ୍‌କେକୁ କହିବେ ବାଏ ବାଏ

ଚେନ୍ନାଇ,୨୦।୫: ଚେନ୍ନାଇ ସୁପର କିଙ୍ଗ୍ସର ଏମଏସ ଧୋନୀ ସବୁଠାରୁ ସଫଳ ଅଧିନାୟକ। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ମୋଟ ପାଞ୍ଚଟି ଆଇପିଏଲ ଟ୍ରଫି ଜିତିଛି। କିନ୍ତୁ ଏହି...

ଆଇପିଏଲରୁ ବାହାରିଲେ ଧୋନି, ମନଦୁଃଖରେ ଫେରିଲେ ରାଞ୍ଚି

ନୂଆଦିଲ୍ଲୀ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସର ଯାତ୍ରା ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଶେଷ ଲିଗ ମ୍ୟାଚରେ...

ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୫: ଆଇପିଏଲ ର ପ୍ରତ୍ୟେକ ସିଜନରେ, ଅନେକ ରେକର୍ଡ ତିଆରି ହେବା ଏବଂ ଭାଙ୍ଗିଥିବାର ଦେଖାଯାଏ । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଯୁବ...

ଏବେ ତୁମେ କେମିତି ଅନୁଭବ କରୁଛ ମା’? ଶେଷ ଓଭର ପରେ ଘରକୁ ଫୋନ କଲେ ୟଶ ଦୟାଲ

ନୂଆଦିଲ୍ଲୀ,୧୯।୫: କେବଳ ଜଣେ ମା’ ନିଜ ସନ୍ତାନର ଅସହାୟତା ଏବଂ ସୁଖକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଅନୁଭବ କରିପାରନ୍ତି। ୪୦୫ ଦିନ ପୂର୍ବେ, ରିଙ୍କୁ ସିଂ...

ହରଭଜନଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ ମଧ୍ୟରେ ଖେଳାଯିବ IPL 2024 ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ,୧୯।୫: ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂ ଆଇପିଏଲ ୨୦୨୪ର ଫାଇନାଲିଷ୍ଟ ଦଳ ଚୟନ କରିଛନ୍ତି। ହରଭଜନ ସିଂ ବିଶ୍ୱାସ କରନ୍ତି ଯେ ଆଇପିଏଲ...

ସିଏସ୍‌କେ ହାରିବା ପରେ ଭୋ ଭୋ ହୋଇ କାନ୍ଦିଲେ ରାୟୁଡୁ, ପରଦିନ ଆର୍‌ସିବିକୁ କହିଲେ ବଡ଼ କଥା; VIDEO

ବାଙ୍ଗାଲୁରୁ,୧୯।୫: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା। କୋହଲିଙ୍କ ଟିମ୍‌ ଧୋନୀଙ୍କ ଦଳକୁ ୨୭ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri