Posted inଖେଳ

ଇନିଂସ ଅଗ୍ରଣୀ ପଥରେ ଓଡ଼ିଶା

ଭୁବନେଶ୍ୱର, ୧୫।୧,(ତପନ ସ୍ବାଇଁ): ଇନ୍ଦୋରସ୍ଥିତ ଇମରଲାଣ୍ଡ ହାଇଟ୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ଗ୍ରାଉଣ୍ଡରେ ଚାଲିଥିବା ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଓଡ଼ିଶାର ୪୯୮ ରନ୍‌ ଜବାବରେ ମଧ୍ୟ ପ୍ରଦେଶ ରବିବାର ତୃତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ୬ ଉଇକେଟ ହରାଇ ୨୪୬ ରନ୍‌ କରିଛି। ହାତରେ ୪ ଉଇକେଟ ଥାଇ ଘରୋଇ ଦଳ ଆହୁରି ୨୫୨ ରନ ଦୂରରେ ଥିବାରୁ ଓଡ଼ିଶା ଇନିଂସ ଅଗ୍ରଣୀ ପଥରେ ରହିଛି। ସୋମବାର ମ୍ୟାଚ୍‌ର ଅନ୍ତିମ ଦିବସ ହୋଇଥିବାରୁ ଫଳାଫଳ ମିଳିବା ସମ୍ଭାବନା କ୍ଷୀଣ ହୋଇଯାଇଛି।
ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୪୯୩/୮ରୁ ଖେଳ ଅରମ୍ଭ କରିଥିବା ଓଡ଼ିଶା ଆଉ ମାତ୍ର ୫ ରନ୍‌ ଯୋଗକରି ଅବଶିଷ୍ଟ ୨ଟି ଉଇକେଟ ହରାଇଥିଲା। ଦ୍ୱିତୀୟ ଦିବସ ସାରା ବ୍ୟାଟିଂକରି କ୍ୟାରିୟର ଶ୍ରେଷ୍ଠ ଇନିଂସ ଖେଳିଥିବା ଶୁଭ୍ରାଂଶୁ ସେନାପତି ତ୍ରିଶତକର ନିକଟତର ହୋଇଥିଲେ ହେଁ ତୃତୀୟ ଦିବସରେ ପ୍ରଥମ ଓଭର ବୋଲିଂ କରିଥିବା କୁମାର କାର୍ତ୍ତିକେୟଙ୍କ ୪ର୍ଥ ବଲ୍‌ରେ ଉଇକେଟକିପରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଅର୍ଥାତ୍‌ ସେ ପୂର୍ବଦିନର ସ୍କୋର ୨୭୭ ରନ୍‌ରେ ହିଁ ଆଉଟ ହୋଇଥିଲେ। ହର୍ଷିତ ରାଠୋଡ ପୂର୍ବ ଦିନର ସ୍କୋର (୬୦ରନ୍‌)ରେ ଅପରାଜିତ ଥିବାବେଳେ ଦିବସର ଦ୍ୱିତୀୟ ଓଭରରେ ଜୟନ୍ତ ବେହେରା (୦)ଙ୍କ ଆଉଟ ସହ ଓଡ଼ିଶା ଇନିଂସର ପରିସମାପ୍ତି ଘଟିଥିଲା। ଫଳରେ ଓଡ଼ିଶା ୫୦୦ ରନ୍‌ ସ୍ପର୍ଶରୁ ୨ ରନ୍‌ ଦୂରରେ ରହି ଯାଇଥିଲା।
ହର୍ଷ ଗାଓ୍ବଲିଙ୍କ ଶତକ
ଓଡ଼ିଶା ବୋଲରମାନେ ଚମତ୍କାର ବୋଲିଂ କରି ମଧ୍ୟ ପ୍ରଦେଶର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ମାତ୍ର ୫ ରନରେ ପ୍ରଥମ ଉଇକେଟ ହରାଇଥିବା ମଧ୍ୟ ପ୍ରଦେଶ ସ୍କୋର ୨୪.୧ ଓଭର ବେଳକୁ ୮୯/୪ ହୋଇଯାଇଥିଲା। କେବଳ ସେତିକି ନୁହେଁ, ଆଘାତପ୍ରାପ୍ତ ହୋଇ ଅଭିଜ୍ଞ ଖେଳାଳି ଭେଙ୍କଟେଶ ଆୟାର ରିଟାୟର୍ଡ ହର୍ଟ ହେବା ମଧ୍ୟ ଦଳକୁ ବେଶ୍‌ ଧକ୍କା ପହଞ୍ଚାଇଥିଲା। ଏପରି କ୍ଷେତ୍ରରେ ସାହସିକ ଇନିଂସ ଖେଳି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ ହର୍ଷ ଗାଓ୍ବଲି। ସେ ଶତକ ହାସଲ କରିବା ସହ ୫ମ ଉଇକେଟରେ ସାରାଂଶ ଜୈନଙ୍କ ସହ ଶତକୀୟ ଭାଗୀଦାରି ଗଢ଼ି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ୬୧ତମ ଓଭରର ଦ୍ୱିତୀୟ ବଲ୍‌ରେ ଜୈନଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗିଥିଲେ ଓଡ଼ିଶାର ପ୍ରତିଭା ସମ୍ପନ୍ନ ଦ୍ରୁତ ବୋଲର ସୁନୀଲ ରାଉଳ। ଜୈନ ୯୫ ବଲ୍‌ରୁ ୪୦ ରନ୍‌କରି ଆଉଟ ହୋଇଥିବାବେଳେ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ୧୩୭ ରନରେ ଅପରାଜିତ ରହି ଦଳପାଇଁ ଲଢ଼େଇ ଜାରି ରଖିଥିଲେ ଗାଓ୍ବଲି। ସେ ୨୪୨ଟି ବଲ୍‌ର ସମ୍ମୁଖୀନ ହୋଇ ନିଜ ଇନିଂସ ମଧ୍ୟରେ ୧୯ଟି ଚୌକା ମାରିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୁନୀଲ ରାଉଳ ସର୍ବାଧିକ ୩ଟି, ପ୍ରୟାସ ସିଂ ୨ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୪୯୮/ଅଲ୍‌ଆଉଟ (ଶୁଭ୍ରାଂଶୁ ସେନାପତି-୨୭୭, ହର୍ଷିତ ରାଠୋଡ-୬୦*, ରାଜେଶ ଧୂପର-୫୧, ପ୍ରୟାସ ସିଂ-୨୭, ସୂର୍ଯ୍ୟକାନ୍ତ ପ୍ରଧାନ-୨୬, ସାରାଂଶ ଜୈନ-୩/୯୦, ଭେଙ୍କଟେଶ ଆୟର-୨/୩୮, ଆର୍ଯ୍ୟନ ପାଣ୍ଡେ-୨/୮୯, କୁମାର କାର୍ତ୍ତିକେୟ-୨/୧୦୯, କୁଲଓ୍ବନ୍ତ ଖେଜ୍ରୋଲିୟା-୧/୬୮)। ମଧ୍ୟ ପ୍ରଦେଶ ପ୍ରଥମ ଇନିଂସ: ହର୍ଷ ଗାଓ୍ବଲି-୧୩୭*, ସାରାଂଶ ଜୈନ-୪୦, ସୁନୀଲ ରାଉଳ-୩/୭୬, ପ୍ରୟାସ ସିଂ-୨/୫୫, ସୂର୍ଯ୍ୟକାନ୍ତ ପ୍ରଧାନ-୧/୪୬)।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri