୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଜୁନିୟର ଇଞ୍ଜିନିୟର

ଭୁବନେଶ୍ୱର,୨୦।୩: ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖୋର୍ଦ୍ଧା ବ୍ଲକ ଜୁନିୟର ଇଞ୍ଜିନିୟର ସଂଗୀତା ମହାପାତ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ। ଏକ କାର୍ଯ୍ୟର ବିଲ୍ ପାସ୍ କରିବା ପାଇଁ ସେ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଧରିଥିଲା।

ରିପୋର୍ଟ ଅନୁଯାୟୀ ଅଭିଯୋଗକାରୀଙ୍କ ଦ୍ୱାରା କରାଯାଇଥିବା ଏକ ବିକାଶମୂଳକ କାର୍ଯ୍ୟର ବିଲ୍ ପାସ୍ କରିବା ପାଇଁ ସେ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ ବ୍ୟକ୍ତି ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ଭିଜିଲାନ୍ସ ଜାଲ ବିଛାଇ ଅପେକ୍ଷା କରି ରହିଥିଲା। ସଂଗୀତା ୫୦ ହଜାର ଟଙ୍କା ନଗଦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତେ ହାତେ ଧରିଥିଲା। ତାଙ୍କ ନିକଟରୁ ସମ୍ପୁର୍ଣ୍ଣ ଲାଞ୍ଚ ଟଙ୍କା ମଧ୍ୟ ଉଦ୍ଧାର କରାଯାଇ ଜବତ କରାଯାଇଛି।

ଲାଞ୍ଚ ଟଙ୍କା ଧରିବା ପରେ ସଂଗୀତାଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇ ତାଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଦିଗରେ ସନ୍ଧାନ କରାଯାଉଛି। ଅଧିନିୟମ, ୨୦୧୮ ର ଧାରା ୭ ଅନୁଯାୟୀ ଏକ ମାମଲା ଭୁବନେଶ୍ୱର ଭିଜିଲାନ୍ସ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଅନ୍ତା ବର୍ବରତା; ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ୪ ପୋଲିସ ସସ୍‌ପେଣ୍ଡ୍‌

ଭୁବନେଶ୍ବର,୧୦ା୫:  ବାଲିଅନ୍ତା ବର୍ବରତା ଘଟଣା କେବଳ ରାଜ୍ୟ ନୁହେଁ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ବର୍ତ୍ତମାନ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି…

LPG ନେଇ ବଡ଼ ଘୋଷଣା, ଏମାନଙ୍କୁ ମିଳିବନି ସବସିଡି

ନୂଆଦିଲ୍ଲୀ,୧୦ା୫: କେନ୍ଦ୍ର ସରକାର LPG ସବସିଡି ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି । ବର୍ତ୍ତମାନ ଗ୍ରାହକ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କ ଆୟ ପ୍ରତିବର୍ଷ ୧୦ ଲକ୍ଷରୁ…

ମାନସିକ ଶାନ୍ତି ଚାହୁଁଛନ୍ତି କି…. ତେବେ ନିହାତି କରନ୍ତୁ ଏସବୁ…

କାର୍ଯ୍ୟ ରହିଛି; ଯାହାକୁ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ପ୍ରଭୁକୃପା ଲାଭ ହୋଇଥାଏ। ତା’ସହିତ ଜୀବନରେ ଅନେକ ସଫଳତା ମିଳେ ବୋଲି ବିଶ୍ୱାସ କରାଯାଏ……

‘ପେନ୍‌ସନ୍‌ଭୋଗୀଙ୍କ ପାଇଁ କାର୍ଯ୍ୟକାରୀ ହେବନାହିଁ କୌଣସି ନୂଆ ନିୟମ’

ଦିଗପହଣ୍ଡି,୧୦|୫(ଅଶେଷ ନାଥ ମିଶ୍ର):  ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଶ୍ରୀ ପାତାଳେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସଂଘର ବରିଷ୍ଠ…

ଇଣ୍ଡୋର ଷ୍ଟାଡିୟମରେ ଲାଇଟ୍‌ ଅଚଳ, ଅନ୍ଧାରରେ ଖେଳୁଛନ୍ତି ଖେଳାଳି

କେସିଙ୍ଗା,୧୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ପିଏମ୍‌ ଶ୍ରୀ ବିଦ୍ୟାପୀଠର ପଛ ଭାଗରେ ତତ୍କାଳୀନ ବିଜେଡି ସରକାର ଶାସନ ସମୟ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଥିଲା।…

ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପିଏଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା, ଧନବାଦରେ….

ନୂଆଦିଲ୍ଲୀ,୧୦।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ଝାଡ଼ଖଣ୍ଡର ଧନବାଦ ସହିତ ଏକ ସମ୍ପର୍କ ସାମ୍ନାକୁ ଆସିଛି । ହତ୍ୟାକାରୀମାନେ ଅପରାଧ…

୧୨ ଘଣ୍ଟାରେ ଗଲା ୩ ହରିଣଙ୍କ ଜୀବନ, ମାଂସ କାଟିବାକୁ ଶିକାରୀ ହେଉଥିଲେ ସଜବାଜ, ଆଉ ତା’ ପରେ…

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଶନିବାର ୧୨ ଘଣ୍ଟା ମଧ୍ୟରେ ୩ଟି ହରିଣ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ମୁଜାଗଡ଼ ରେଞ୍ଜରେ ଦୁଇଟି…

ରିଭଲଭର ଦେଖାଇ ଡକାୟତି: ଘର କବାଟ ବାଡ଼ାଇଲେ, ଖୋଲିବାରୁ ୩ ଆଇଫୋନ୍‌ ସହ…

ପଦ୍ମପୁର,୧୦ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକର ପଗଡ଼ ନଦେଇଦିହ ଗ୍ରାମର ଶନିବାର ରାତିରେ ରିଭଲବର ଦେଖାଇ ଡକାୟତି ହୋଇଛି। ସୂଚନାନୁଯାୟୀ ଶନିବାର ରୀତିରଞ୍ଜନ ସ୍ବାଇଁ ଘରେ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri