Posted inଖେଳ

ଓଡ଼ିଶା ଭାରତୀୟ ରଗ୍‌ବୀ ଦଳର ପ୍ରାୟୋଜକ

ଭୁବନେଶ୍ୱର,୧୪।୧୦(ସ୍ପୋଟର୍‌ସ ବ୍ୟୁରୋ): ହକି ପରେ ଏବେ ରଗ୍‌ବୀ। ଓଡ଼ିଶା ସରକାର ୨୦୦୮ ମସିହାରେ ଭାରତୀୟ ହକି ଦଳର ପ୍ରାୟୋଜକ ରହିଆସିଥିବା ବେଳେ ଏବେ ଆଗାମୀ ୩ ବର୍ଷ ପାଇଁ ରଗ୍‌ବୀ ଇଣ୍ଡିଆର ପ୍ରାୟୋଜକ ହୋଇଛି। ଏ ନେଇ ଓଡ଼ିଶା ସରକାର ଓ ଇଣ୍ଡିଆନ ରଗ୍‌ବୀ ଫୁଟ୍‌ବଲ ୟୁନିୟନ (ଆଇଆରଏଫ୍‌ୟୁ) ମଙ୍ଗଳବାର ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଫଳରେ ରାଜ୍ୟରେ ୨୦୨୩ ପର୍ଯ୍ୟନ୍ତ ରଗ୍‌ବୀ ଖେଳାଳିଙ୍କ ଲାଗି ହାଇ ପରଫର୍ମାନ୍ସ ଟ୍ରେନିଂ ଓ କଣ୍ଡିସନିଂ ଭିତ୍ତିଭୂମି ସ୍ଥାପନ କରାଯିବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ।
ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆର. ଭିନିଲ କ୍ରିଷ୍ଣା ଓ ଆଇଆରଏଫ୍‌ୟୁ ଅଧ୍ୟକ୍ଷ ମାନେକ ଅନ୍‌ଓ୍ବାଲା ଦୁଇ ପକ୍ଷରୁ ପ୍ରତିନିଧିତ୍ୱ କରି ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଏହି ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ଆଇଆରଏଫ୍‌ୟୁ ମୁଖ୍ୟ କାର୍ଯ୍ୟନିର୍ବାହୀ ନାସିର ହୁସେନ, ବଲିଉଡ୍‌ ଅଭିନେତା ତଥା ପୂର୍ବତନ ଭାରତୀୟ ରଗ୍‌ବୀ ଖେଳାଳି ରାହୁଲ ବୋଷ, ଆଇଆର୍‌ଏଫ୍‌ୟୁ ବୋର୍ଡ ସଦସ୍ୟ ତଥା ଓଡ଼ିଶା ରଗ୍‌ବୀ ମୁଖ୍ୟ ଓ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର କ୍ରୀଡ଼ା ଓ ଯୁବ ସେବା ବିଭାଗର ବରିଷ୍ଠ ଅଧିକାରୀ ୟୁ.କେ. ମହାନ୍ତି ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟ ରଗ୍‌ବୀ ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା ଭାରତୀୟ ପୁରୁଷ ଓ ମହିଳା ଦଳ ପାଇଁ ପ୍ରାୟୋଜକ ହିସାବରେ ଓଡ଼ିଶା ଟ୍ରେନିଂ, କଣ୍ଡିଶନିଂ ଓ ପ୍ରୋତ୍ସାହନ ପାଇଁ ସୁବିଧା ସୁଯୋଗ ଯୋଗାଇଦେବ। ଏହା ଆମ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଭାଗୀଦାରି ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି। ଗତକିଛି ବର୍ଷ ମଧ୍ୟରେ ରଗ୍‌ବୀର ଲୋକପ୍ରିୟତା ବଢିଛି ଓ ଏଥିରେ ଅଂଶଗ୍ରହଣ କରିବା ଦଳଗୁଡିକର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ରଗ୍‌ବୀ ଇଣ୍ଡିଆର ପ୍ରୟାସ ଯୋଗୁ ଯୁବ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିବାକୁ ମନ ବଳାଉଛନ୍ତି। ଏହି ଚୁକ୍ତି ଦ୍ୱାରା ରାଜ୍ୟ ଓ ସାରା ଦେଶରେ ରଗ୍‌ବୀର ଯଥେଷ୍ଟ ପ୍ରଚାର ଓ ପ୍ରସାର ହେବ। କେବଳ ସେତିକି ନୁହେଁ ଭାରତୀୟ ଜାତୀୟ ରଗ୍‌ବୀ ଦଳଗୁଡିକ ପାଇଁ ହାଇ ପରଫର୍ମାନ୍ସ ଟ୍ରେନିଂର ବ୍ୟବସ୍ଥାକୁ ଆହୁରି ଦୃଢ଼ କରାଯିବ। ଓଡ଼ିଶା ମଧ୍ୟ କେତେଜଣ ଜାତୀୟସ୍ତରର ରଗ୍‌ବୀ ଖେଳାଳି ସୃଷ୍ଟି କରିଛି। ଏବେ ତୃଣମୂଳସ୍ତରରୁ ରଗ୍‌ବୀ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କ ବିକାଶ କରାଯାଇପାରିବ। ଏହି ଖେଳାଳିମାନେ ଅନ୍ତର୍ଜାତୀୟସ୍ତରରେ ନିଜର ପ୍ରଦର୍ଶନ ଦ୍ୱାରା ଦେଶକୁ ଗୌରାବାନ୍ବିତ କରିବେ ବୋଲି ସେ କହିଛନ୍ତି।
ରଗ୍‌ବୀ ଇଣ୍ଡିଆ ତରଫରୁ ଅଧ୍ୟକ୍ଷ ଅନ୍‌ଓ୍ବାଲା ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ସରାକାରଙ୍କ ସମର୍ଥନ ନିଶ୍ଚିତ ଭାବେ ଆମ ପାଇଁ ବେଶ୍‌ ଗୁରୁତ୍ୱବହନ କରୁଛି। ଏହି ଚୁକ୍ତି ଓ ସହଭାଗିତା ଦ୍ୱାରା ରଗ୍‌ବୀର ଉନ୍ନତି ହୋଇପାରିବ। କ୍ରୀଡ଼ାକୁ ଓଡ଼ିଶା ସରକାର ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ବିଭିନ୍ନ କ୍ରୀଡ଼ା ପାଇଁ ଓଡ଼ିଶା ଏକ ସ୍ପୋଟର୍‌ସ ହବ୍‌ରେ ପରିଣତ ହୋଇଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ାର ହାଇ ପରଫର୍ମାନ୍ସ ଟ୍ରେନିଂ ସେଣ୍ଟର ଓଡ଼ିଶା ସରକାର ସ୍ଥାପନ କରିଛନ୍ତି ଓ ଏହା ଦ୍ୱାରା ଖେଳାଳିମାନେ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି।
ସେହିପରି ଭାରତୀୟ ରଗ୍‌ବୀ ପାଇଁ ଏହା ଏକ ଐତିହାସିକ ଦିନ ବୋଲି ରାହୁଲ କହିଛନ୍ତି। ପ୍ରାୟୋଜକ ହୋଇଥିବାରୁ ଓଡ଼ିଶା ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏବେ ପ୍ରଥମଥର ପାଇଁ ଭାରତୀୟ ପୁରୁଷ ଓ ମହିଳା ରଗ୍‌ବୀ ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ଓ ସେବା ପାଇଁ ପାଉଣା ପାଇବେ। ଏହା ଦ୍ୱାରା ରଗ୍‌ବୀ ଦେଶରେ ଏକ ପେସାଦାର ଖେଳରେ ପରିଣତ ହେବ। କେବଳ ରଗ୍‌ବୀ ନୁହେଁ ଅନ୍ୟ କ୍ରୀଡ଼ାଗୁଡିର ଉନ୍ନତି ପାଇଁ ଓଡ଼ିଶା ସରକାର ବହୁତ କିଛି କରିଛନ୍ତି ଓ ଏ ନେଇ ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଶା ସରକାର ଏଥିପାଇଁ ପ୍ରଶଂସାର ହକ୍‌ଦାର ବୋଲି ସେ କହିଛନ୍ତି।
ଗତକିଛି ବର୍ଷ ମଧ୍ୟରେ ଓଡ଼ିଶା ସାରା ଦେଶରେ କ୍ରୀଡ଼ାର ଉନ୍ନତି ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ସହ ପ୍ରୟାସ ଜାରି ରଖିଛି। ଓଡ଼ିଶା ଏକପ୍ରକାର ଦେଶର ଅଘୋଷିତ କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି। ତେଣୁ ଏଥିପାଇଁ ରଗ୍‌ବୀ ଇଣ୍ଡିଆ ଓଡ଼ିଶାର ଏକ ବ୍ରାଣ୍ଡ ଇମେଜ ପ୍ରସ୍ତୁତ କରିବ ବୋଲି ଆଶା କରାଯାଉଛି। ଉଲ୍ଲେଖଥାଉ କି, ୨୦୧୮ରେ ଓଡ଼ିଶା ସରକାର ଭାରତୀୟ ପୁରୁଷ ଓ ହକି ଦଳର ପ୍ରାୟୋଜକ ହିସାବରେ ୫ ବର୍ଷ ପାଇଁ ଚୁକ୍ତି କରିଥିଲା। କେବଳ ସେତିକି ନୁହେଁ, ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଟିମ୍‌ ଓଡ଼ିଶା ଏଫ୍‌ସିକୁ ମଧ୍ୟ ସମର୍ଥନ କରିଥିଲା। ଏହାପରେ ଜାତୀୟ ରଗ୍‌ବୀ ଦଳର ପ୍ରାୟୋଜକ ହୋଇ ଓଡ଼ିଶା ଜାତୀୟ କ୍ରୀଡ଼ାରେ ଏକ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖଳନାୟକ ହେବାକୁ ସମୟ ଲାଗେ ନାହିଁ, କାହିଁକି ଏମିତି କହିଲେ କ୍ରିକେଟର

କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋମାଞ୍ଚକର ବିଜୟ ଆଣିଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋନିସ କହିଛନ୍ତି ଯେ ବିଗ ବାଶ୍‌ ଲିଗ(ବିବିଏଲ୍‌) ଯୋଗୁ...

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦ ଲିଗ୍‌

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦...

ଭାରତୀୟ ମହିଳା ପ୍ରଥମ ପିଙ୍କ୍‌ବଲ ଟେଷ୍ଟ ଖେଳିବ

ନୂଆଦିଲ୍ଲୀ,୨୧।୫(ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମଥର ପାଇଁ ପିଙ୍କ୍‌ବଲ ଟେଷ୍ଟ ଖେଳିବାର ସୌଭାଗ୍ୟ ହାସଲ କରିବ। ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ମହିଳା ଦିବାରାତ୍ର...

ମା’ଙ୍କ ସାମ୍ନାରେ ଭୋ’ ଭୋ’ ହୋଇ କାନ୍ଦୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତର ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ନିଜ ମନ କଥା ଖୁଲାସା କହିଛନ୍ତି। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିବା ପାଇଁ ସେ ତାଙ୍କ ଆଧ୍ୟାତ୍ମିକ ଗୁରୁଙ୍କଠାରୁ...

ରେକର୍ଡ ଅପେକ୍ଷାରେ କୋହଲି

ନୂଆଦିଲ୍ଲୀ,୧୧।୩ : ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦...

କୋହଲି କହିଲେ ଭୁଲ ହେଲା କେଉଁଠି; ଚତୁର୍ଥ ଦ୍ରୁତ ବୋଲର୍‌ ନ ଖେଳାଇବା ପଛରେ ଥିଲା କି ଉଦ୍ଦେଶ୍ୟ

ସାଉଥାମ୍ପଟନ,୨୪।୬: ଡବ୍ଲୁଟିସିର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଦୀର୍ଘ ୯୧ ବର୍ଷରେ ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ କୌଣସି...

ଶେଷ ୬ ଓଭରରେ ଧୂଆଁଦାର ବ୍ୟାଟିଂ

ଶାରଜା,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଥିବା ଡିଫେଣ୍ଡିଂ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଶୁକ୍ରବାର ବାଂଲାଦେଶ ଆଗରେ ୧୪୩ ରନ୍‌ର ବିଜୟ...

ଅମ୍ପାୟରଙ୍କ ତ୍ରୁଟି ପରେ ହୃଦ୍‌ଘାତ ନେଲା ବ୍ୟାଟ୍ସମ୍ୟାନଙ୍କ ଜୀବନ

ହାଇଦ୍ରାବାଦ,୧୯।୧୧- କ୍ରିକେଟରେ ଅମ୍ପାୟରଙ୍କ ତ୍ରୁଟି କରିବା କିଛି ନୂଆ କଥା ନୁହେଁ। ମାତ୍ର ଅମ୍ପାୟର ତ୍ରୁଟି ଯୋଗୁ ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଏତେ ବିଚଳିତ ହୋଇ...

Advertisement
Archives

Model This Week