କୋଭିଡ୍‌ ଟେଷ୍ଟରେ ଓଡ଼ିଶା ଦେଶରେ ଦ୍ୱିତୀୟ

ଭୁବନେଶ୍ୱର,୨୨।୮(ବ୍ୟୁରୋ): କୋଭିଡ୍‌-୧୯ ଟେଷ୍ଟରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଦୈନିକ ପ୍ରତି ନିୟୁତ(୧୦ ଲକ୍ଷ)ରେ ୧୪୦ରୁ ଅଧିକ କରାଯାଉଥିବା ଟେଷ୍ଟ ସୂଚକାଙ୍କରେ ଉକ୍ତ ସ୍ଥାନ ହାସଲ କରିଥିବା ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଦୈନିକ ପ୍ରତି ନିୟୁତ ଜନସଂଖ୍ୟାରେ ଓଡ଼ିଶାରେ ୧୨୬୫ କୋଭିଡ୍‌ ପରୀକ୍ଷା କରି ବଡ ବଡ ରାଜ୍ୟକୁ ପଛରେ ପକାଇ ଦେଇଛି। ଅନ୍ୟପକ୍ଷରେ ଗୋଅ ଦୈନିକ ପ୍ରତି ନିୟୁତ ଜନସଂଖ୍ୟାରେ ୧୮୨୬ ଟେଷ୍ଟ କରି ଦେଶରେ ପ୍ରଥମ ସ୍ଥାନରେ ରହିଛି।
ଓଡ଼ିଶାର କୋଭିଡ୍‌ ପରୀକ୍ଷା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି। ଜାତୀୟ ସ୍ତରରେ କୋଭିଡ୍‌ ପରୀକ୍ଷା ହାର ୫୮୦ ଥିବା ବେଳେ ଓଡ଼ିଶାର ପରୀକ୍ଷା ହାର ହେଉଛି ୬୮୫ । ବୃହତ୍‌ ରାଜ୍ୟ ମଧ୍ୟପ୍ରଦେଶରେ ପ୍ରତି ନିୟୁତରେ ଦୈନିକ ୨୪୪ ପରୀକ୍ଷା ହେଉଥିବା ବେଳେ ରାଜସ୍ଥାନ ୩୦୯, ପଶ୍ଚିମବଙ୍ଗ ୩୬୫, ବିହାର ୪୦୮, କେରଳ ୫୩୪, ପଞ୍ଜାବ ୫୪୬, ମହାରାଷ୍ଟ୍ରରେ ୫୭୯ ପରୀକ୍ଷା କରାଯାଉଛି; ଯାହାକି ଓଡ଼ିଶାଠାରୁ ଏହି ସବୁ ରାଜ୍ୟରେ ପରୀକ୍ଷା ହାର ବହୁ ପଛରେ ରହିଛି। ଦିଲ୍ଲୀ, କର୍ନାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟ ଭଳି ବିକଶିତ ରାଜ୍ୟ ମଧ୍ୟ ଓଡ଼ିଶାଠାରୁ ପଛରେ ରହିଛନ୍ତି। ଓଡ଼ିଶାରେ ଦୈନିକ ୫୦ ହଜାର କୋଭିଡ୍‌ ପରୀକ୍ଷା କରାଯାଉଛି। ଏଥିଯୋଗୁ ଓଡ଼ିଶା ଅଧିକାଂଶ ରାଜ୍ୟ ପାଇଁ ମଧ୍ୟ ରୋଲ୍‌ମଡେଲ୍‌ ହୋଇପାରିଛି। ଓଡ଼ିଶା ଦେଶର ଅନ୍ୟାନ୍ୟ ଭାଗଠାରୁ ଦ୍ରୁତ ପରୀକ୍ଷା କରିପାରିଛି। ଏହାଦ୍ୱାରା କୋଭିଡ୍‌-୧୯ ଶୀଘ୍ର ଚିହ୍ନଟ କରିବା ସହ ମୃତ୍ୟୁହାର ମଧ୍ୟ ଆହୁରି କମାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!

ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri