ଚାଲର୍‌ସଙ୍କ ସହ ଓଡ଼ିଶା ଜଡ଼ିତ

ପିପିଲି/ନିମାପଡ଼ା,୧୧ା୯(ଡି.ଏନ୍‌.ଏ.): ବ୍ରିଟେନ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ମୃତ୍ୟୁ ହେବା ପରେ ତାଙ୍କ ଉତ୍ତରାଧିକାରୀ ବଡ଼ ପୁଅ ପ୍ରିନ୍ସ ଚାଲର୍‌ସ ତୃତୀୟ ରାଜଗାଦି ସମ୍ଭାଳିଛନ୍ତି। ପ୍ରିନ୍ସ ଚାଲର୍‌ସ ଶନିବାର ରାଜାଭିଷେକ ହୋଇ ରାଜା ଦାୟିତ୍ୱ ନେଇଥିବାବେଳେ ବିଶ୍ୱ ସମେତ ଓଡ଼ିଶାରେ ମଧ୍ୟ ଖୁସିର ଲହରି ଖେଳିଯାଇଛି। ବିଶେଷ କରି ପୁରୀ ଜିଲା ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଥା ପିପିଲି ସୀମାନ୍ତରେ ଥିବା ହରିପୁର ଗ୍ରାମର ଅଞ୍ଚଳବାସୀ ବେଶ୍‌ ଉତ୍ସାହିତ ହୋଇଛନ୍ତି। କାରଣ ଏହି ଗ୍ରାମକୁ ବ୍ରିଟେନ୍‌ ରାଜା ପ୍ରିନ୍ସ ଚାଲର୍‌ସ ଆସିଥିଲେ। ଏଠାରେ କିଛି ସମୟ ବିତାଇ ଲୋକଙ୍କ ସହ ଭାବବିନିମୟ କରିଥିଲେ।
କି, ୧୯୭୮ ମସିହାରେ ଓଡ଼ିଶା ସରକାର ହରିପୁର ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ରୂପେ ଘୋଷଣା କରିଥିଲେ। ତେବେ ଏହାର ଠିକ୍‌ ଦୁଇ ବର୍ଷ ପରେ ୧୯୮୦ ଡିସେମ୍ବର ୪ରେ ଯୁବରାଜ ପ୍ରିନ୍ସ ଚାଲର୍‌ସ ଓଡ଼ିଶା ଗସ୍ତରେ ଆସି ଏକ ଗ୍ରାମର କଳା, ସଂସ୍କୃତି ଓ ଚାଲିଚଳଣ ଦେଖିବା ପାଇଁ ଓଡ଼ିଶା ସରକାରଙ୍କୁ ଜଣାଇଥିଲେ। ସେହି ଅନୁସାରେ ହରିପୁର ଆଦର୍ଶ ପଞ୍ଚାୟତ ହୋଇଥିବାରୁ ହରିପୁର ଗ୍ରାମକୁ ପରିଭ୍ରମଣରେ ଆସିଥିଲେ। ହରିପୁରକୁ ଯିବା ପୂର୍ବରୁ ଚାଲର୍‌ସଙ୍କୁ ପ୍ରଥମେ ପିପିଲି ନିକଟରେ ଏକ ଭବ୍ୟ ସ୍ବାଗତ କରାଯାଇଥିଲା। ଚାର୍ଲସଙ୍କୁ ଏକ ସୁସଜ୍ଜିତ ଚାନ୍ଦୁଆ ପାଲିଙ୍କି ଥିବା ହାତୀରେ ବସାଯାଇ କିଛିବାଟ ପର୍ଯ୍ୟନ୍ତ ନିଆଯାଇଥିଲା। ସେ ସମୟରେ ତତ୍କାଳୀନ ପୁରୀ ଜିଲାପାଳ ଅଶୋକ ଦାସ ଯୁବରାଜ ଚାଲର୍‌ସଙ୍କୁ ଗ୍ରାମର ବିଭିନ୍ନ ସ୍ଥାନକୁ ବୁଲି ଦେଖାଇଥିଲେ। ବୁଲିବା ବେଳେ ନଡ଼ିଆ ଗଛ ଚଢ଼ିବା, ଧାନ ଅମଳ କରିବା, ଝୋଟି ଦେବା, ଶଗଡ଼, ଢିଙ୍କି କୁଟିବା, ଟୋକେଇ ବୁଣା ସମେତ ଗଁାର ଚାଲିଚଳଣ ପ୍ରିନ୍ସ ଚାଲର୍‌ସ ଦେଖିଥିଲେ। ଏଥିସହ ଗ୍ରାମରେ ପୂଜା ପାଉଥିବା ଶ୍ରୀ ଶ୍ରୀ ଗୋପୀନାଥଙ୍କ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ। ଏପରିକି ଗ୍ରାମବାସୀଙ୍କ ସହ ବିଶେଷ କିଛି ଆଲୋଚନା କରିବା ସହିତ ପଇଡ଼ ମଧ୍ୟ ପିଇଥିଲେ। ପ୍ରିନ୍ସ ଚାଲର୍‌ସଙ୍କ ହରିପୁରକୁ ଆସିବାର ଏହିସବୁ ସ୍ମୃତିକୁ ଗ୍ରାମର ସାମାଜିକ କର୍ମୀ ସୋମନାଥ ଦାଶ ବିବରଣୀ ପ୍ରଦାନ କରିବା ସହ ଖୁସିବ୍ୟକ୍ତ କରିଥିଲେ। ବର୍ତ୍ତମାନ ଚାର୍ଲସ ରାଜା ହେବାର ଶୁଣି ପ୍ରାୟ ୪୨ ବର୍ଷର ପୁରୁଣା ସ୍ମୃତିକୁ ଗ୍ରାମବାସୀ ମନେପକାଇ ଖୁସି ହୋଇଥିଲେ। ଏପରିକି ସାମାଜିକ କର୍ମୀ ଦାଶଙ୍କ ନେତୃତ୍ୱରେ ଗ୍ରାମବାସୀ ଗୋପୀନାଥଙ୍କ ନିକଟରେ ଦୀପଦାନ କରି ରାଜାଙ୍କ ମାଆ ଏଲିଜାବେଥଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ପ୍ରିନ୍ସ ଚାଲର୍‌ସଙ୍କ ଦୀର୍ଘାୟୁ କାମନା କରିଛନ୍ତି। ରାଜା ହେବା ପରେ ଚାଲର୍‌ସ ପୁଣିଥରେ ଗ୍ରାମକୁ ଆସିବା ନେଇ ଗ୍ରାମବାସୀ ଆଶାବାଦୀ ରହିଛନ୍ତି। ସେହିଭଳି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ସେହି ସମୟରେ ମୁଁ କଲେଜରେ ପଢ଼ୁଥାଏ। ପ୍ରିନ୍ସ ଚାଲର୍‌ସ ହରିପୁର ଗ୍ରାମକୁ ଆସିଥିବା ଖବରପାଇ ଆମେ ଶତାଧିକ ସାଙ୍ଗ ସାଇକେଲରେ ହରିପୁର ଯାଇ ତାଙ୍କୁ ଦେଖିଥିଲୁ। ସେହି ସମୟରେ ସ୍ମୃତି ଏବେ ଚାଲର୍‌ସଙ୍କ ରାଜା ହେବା ପରେ ମନେ ପଡ଼ିଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କେରଳ ଦାଦନ ଖଟିବାକୁ ଯାଇ ଯୁବକ ମୃତ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଜି.ଉଦୟଗିରି,୨୮।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲାରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

ଶ୍ରାବଣ ସୋମବାର ପାଇଁ ଅଛି କି ସ୍ୱତନ୍ତ୍ର ଡ୍ରେସ କୋଡ? ଜାଣନ୍ତୁ ଜିନ୍ସ-ଟିସାର୍ଟ ପିନ୍ଧି ପୂଜା କରିପାରିବେ କି ନାହିଁ…

ସନାତନ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର, ମଙ୍ଗଳକାରୀ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶିବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri