୨ ଲକ୍ଷ ଆବାସ ନିର୍ମାଣ କରି ଓଡ଼ିଶା ଆଗରେ

ଭୁବନେଶ୍ୱର,୪ା୧୨(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ବା ପିଏମ୍‌ଏଓ୍ବାଇ(ଜି)ରେ ଚଳିତ ଆର୍ଥିକ ବର୍ଷରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ପକ୍କାଘର ନିର୍ମାଣ କରି ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ସମଗ୍ର ଦେଶର ୧୧ ଲକ୍ଷ ୮୩ ହଜାର ୭୭୯ ପକ୍କାଘର ନିର୍ମାଣ ହୋଇଛି। ସେଥିମଧ୍ୟରୁ ଓଡ଼ିଶାରେ କେବଳ ୨ ଲକ୍ଷରୁ ଅଧିକ ଗୃହ ନିର୍ମାଣ ହୋଇଛି। ସାରା ଦେଶରେ ଓଡ଼ିଶା ସବୁଠାରୁ ଆଗରେ ଥିବାବେଳେ ଉତ୍ତରପ୍ରଦେଶ ଦ୍ୱିତୀୟ ଏବଂ ଆସାମ ତୃତୀୟ ସ୍ଥାନ ଅଧିକାର କରିଛି।
ମିଳିଥିବା ତଥ୍ୟ ଅନୁଯାୟୀ, ଉତ୍ତର ପ୍ରଦେଶ ଏବଂ ଆସାମ ଦେଢ଼ ଲକ୍ଷ ଘର ନିର୍ମାଣ କରିଥିବାବେଳେ ମଧ୍ୟପ୍ରଦେଶରେ ୮୯ ହଜାର, ଗୁଜରାଟରେ ୮୫ ହଜାର, ତ୍ରିପୁରାରେ ୭୦ ହଜାର ୯୨୫, ଛତିଶଗଡ଼ରେ ୭୦ ହଜାର, ତାମିଲନାଡୁରେ ୬୫ ହଜାର, ବିହାରରେ ୫୫ ହଜାର, ମହାରାଷ୍ଟ୍ରରେ ୫୪ ହଜାର, ଝାଡ଼ଖଣ୍ଡରେ ୪୫ହଜାର, ଜମ୍ମୁ କଶ୍ମୀରରେ ୨୩ ହଜାର, କର୍ନାଟକରେ ୧୮ ହଜାର, ରାଜସ୍ଥାନରେ ୧୪ ହଜାର, ଆନ୍ଧ୍ରପ୍ରଦେଶରେ ୧୪ ହଜାର, ଉତ୍ତରାଖଣ୍ଡରେ ୧୨ ହଜାର, ଅରୁଣାଚଳ ପ୍ରଦେଶରେ ୧୧ ହଜାର, ପଶ୍ଚିମବଙ୍ଗରେ ୮ ହଜାର, ମେଘାଳୟରେ ୭ ହଜାର, କେରଳରେ ୩ ହଜାର, ହରିୟାଣାରେ ୧୯୦୦, ନାଗାଲାଣ୍ଡରେ ୧୮୦୦, ହିମାଚଳ ପ୍ରଦେଶରେ ୧୭୩୯, ମିଜୋରାମରେ ୧୬୬୫, ମଣିପୁରରେ ୧୬୫୦, ପଞ୍ଜାବରେ ୯୪୫, ଲଦାଖରେ ୫୯୮, ଦାଦ୍ରା ଏବଂ ନଗର ହାବେଳିରେ ୨୬୬, ସିକିମ୍‌ରେ ୧୪୯, ଗୋଆରେ ୭୫, ଆଣ୍ଡାମାନ ଏବଂ ନିକୋବରରେ ୨୨, ଡାମନ ଏବଂ ଡିଉରେ ୩, ଲାକ୍ଷାଦ୍ୱୀପରେ ୧ ଘର ନିର୍ମାଣ ହୋଇଛି। ପୁଡୁଚେରୀ ଏବଂ ତେଲଙ୍ଗାନାରେ ଗୋଟିଏ ହେଲେ ପିଏମ୍‌ଏଓ୍ବାଇ(ଜି) ଆବାସ ଚଳିତ ଆର୍ଥିକ ବର୍ଷରେ ହୋଇ ନ ଥିବା ତଥ୍ୟରେ ଉଲ୍ଲେଖ ରହିଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ ୯ ବର୍ଷ ମଧ୍ୟରେ ଓଡ଼ିଶାରେ ୩୩ ଲକ୍ଷରୁ ଊର୍ଦ୍ଧ୍ୱ ଗୃହ ନିର୍ମାଣ ହୋଇଛି। ତୁରନ୍ତ ଗୃହ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଏ ବାବଦରେ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଲକ୍ଷ ୩୦ ହଜାର ପରିବାରକୁ ୧୩୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏଣିକି ଉତ୍କେଲାରୁ ଭୁବନେଶ୍ୱରରୁ ପ୍ରତିଦିନ ଉଡ଼ିବ ବିମାନ, ଯାତ୍ରୀଙ୍କ ମହଲରେ ଖୁସିର ଲହରୀ; ଜାଣନ୍ତୁ ଟିକେଟ ଦର…

କେସିଙ୍ଗା,୨୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାବାସୀଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଜିଲାର ଏକମାତ୍ର ବିମାନବନ୍ଦର ଉତ୍କେଲା ବିମାନ ବନ୍ଦରରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ବିମାନ ଉଡ଼ିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri