ଅନ୍ଧାରରେ ଥିବା ଓଡ଼ିଶା ଏବେ ଆଲୋକିତ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମର ୨୭ତମ ପ୍ରତିଷ୍ଠା ଦିବସ ଗୁରୁବାର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ବିଭାଗ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି, ଓଡ଼ିଶାରେ ୯୫ଲକ୍ଷ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି। ଦିନ ଥିଲା ବାତ୍ୟା ସମୟରେ ବିଦ୍ୟୁତ ବିଚ୍ଛିନ୍ନ ହେଲେ ପୁଣି ସଂଯୋଗ ପାଇଁ ଦିନ ଦିନ ବିତିଯାଉଥିଲା। କିନ୍ତୁ ବର୍ତ୍ତମାନ ୨୪ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସେବା ମିଳିପାରୁଛି। ଅନ୍ଧାରରେ ରହୁଥିବା ଓଡ଼ିଶାରେ ଆଜି ଆଲୋକୀକରଣ ହୋଇଛି। ୨୦୨୧-୨୨ ପାଇଁ ୧ଲକ୍ଷ ୫୦ହଜାର କୋଟିର ବଜେଟ ଉପସ୍ଥାପନା କରାଯାଇଥିବା ବେଳେ ୨୦୨୨-୨୩ ପାଇଁ ୨ଲକ୍ଷ ହଜାର କୋଟି ହୋଇଛି। ଏହି ବଜେଟକୁ ଦେଖିଲେ ରାଜ୍ୟର ବିକାଶର ଅଭିବୃଦ୍ଧି ସ୍ପଷ୍ଟ ଅନୁମେୟ ବୋଲି ମନ୍ତ୍ରୀ ମିଶ୍ର ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଶିଳ୍ପ, ଦକ୍ଷତା, ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଓଡ଼ିଶା ଜଳବିଦ୍ୟୁତ୍‌ ନିଗମର ପରିଚାଳନା ନିର୍ଦ୍ଦେଶକ ଅମରେଶ କୁମାର ଉପସ୍ଥିତ ଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଆୟୋଜିତ ସଭାକୁ ପୌରୋହିତ୍ୟ କରିଥିଲେ। ଶ୍ରେଷ୍ଠତା ପ୍ରତିପାଦନ କରିଥିବା ଚିପିଲିମା ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟକୁ ପ୍ରଥମ ପୁରସ୍କାର ଦିଆଯାଇଥିବା ବେଳେ ଅପର ଇନ୍ଦ୍ରାବତୀ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ, ମୁଖିଗୁଡ଼ା ଦ୍ୱିତୀୟ ଓ ହୀରାକୁଦ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ, ବୁର୍ଲା ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ସଭାକାର୍ଯ୍ୟ ପରେ ନିଗମର ଡିଜିଏମ(ଇଲେକ୍ଟ୍ରିକାଲ) ସୁରଜିତ୍‌ ପଲ ଧନ୍ୟବାଦ ଅର୍ପଣ କରିବା ସହ ମଞ୍ଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ଝଙ୍କାର। ନୂପୁର ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶା ମୋ ଓଡ଼ିଶାର ନୃତ୍ୟାଭିନୟ ଦର୍ଶକଙ୍କ ମନରେ ଓଡ଼ିଆପଣିଆର ସମ୍ଭାର ସୃଷ୍ଟି କରିଥିଲା। ଲାସ୍ୟକଳା ଡ୍ୟାନ୍ସ ଭିଜନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ ଜିତେନ୍ଦ୍ର ଓଝାଙ୍କର କମେଡିରେ ଦର୍ଶକ ଖୁବ୍‌ ମଜା ନେଇଥିଲେ। କିଶୋର କୁମାରଙ୍କ ସଙ୍ଗୀତକୁ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନା କରି ଡ. ଅଚ୍ୟୁତାନନ୍ଦ ମିଶ୍ର ଓ ସାଥୀ ସାଂସ୍କୃତିକ କାର୍ଯ୍ୟକ୍ରମର ପରିସମାପ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri