ପିଡବ୍ଲ୍ୟୁଡି ରାସ୍ତା ଖୋଳିବାକୁ ବିଏମ୍‌ସି ଦେଉଛି ଅନୁମତି

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଅନେକ ସମୟରେ ରାସ୍ତାକୁ ମନଇଚ୍ଛା ଖୋଳି ଦିଆଯାଉଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ଏପରିସ୍ଥିତି ସୃଷ୍ଟି ହେଉଛି। ଫଳରେ ପ୍ଲାନିଂ ସହର ଆଜି ବିକୃତ ହେବାରେ ଲାଗିଛି। ଏବେ କେବୁଲ ତାର ଟାଣିବାକୁ ରାସ୍ତା ଖୋଳି ଏଠିସେଠି ଖୁଣ୍ଟ ପୋତାକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ତେଜିବାରେ ଲାଗିଛି। ଲୋକେ ବିରୋଧ କରିବାରୁ କାମ କରୁଥିବା ଠିକାଦାର ଓ କର୍ମଚାରୀ ବିଏମ୍‌ସି ଅନୁମତିପତ୍ର ଦେଖାଇ କିଛି ଶୁଣୁ ନ ଥିବାରୁ ଅନେକ ସ୍ଥାନରେ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି।
ଅଭିଯୋଗ ଅନୁଯାୟୀ, ବିଏମ୍‌ସିର ଓ୍ବାର୍ଡ ନଂ.୧୪ ଅନ୍ତର୍ଗତ ନୀଳାଦ୍ରି ବିହାର ସେକ୍ଟର-୫ ଲେନ୍‌-୧ରୁ ଲେନ୍‌-୭ ପର୍ଯ୍ୟନ୍ତ ଏୟାରଟେଲ୍‌ ଟେଲିସୋନିକ୍‌ ନେଟ୍‌ଓ୍ବର୍କ୍‌ ପକ୍ଷରୁ ରାସ୍ତା ଖୋଳାଯାଇ ସ୍ବତନ୍ତ୍ର ଖୁଣ୍ଟ ପୋତା ଯାଉଛି। ମୋଟ୍‌ ୮ହଜାର ୯୨୨ଟି ଖୁଣ୍ଟ ପୋତିବା ପାଇଁ ଏୟାରଟେଲ୍‌ କର୍ତ୍ତୃପକ୍ଷ ବିଏମ୍‌ସିଠାରୁ ଅନୁମତି ଆଣିବା ସହ ଲାଇସେନ୍ସ ବାବଦକୁ ୨୨ଲକ୍ଷ ୩୦ହଜାର ୫ଶହ ଟଙ୍କା ଦେଇଥିବା କାମ କରୁଥିବା ଠିକାଦାର କାଗଜପତ୍ର ଦେଖାଉଛନ୍ତି। ତେବେ ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାର ଅଞ୍ଚଳ ରାସ୍ତାକୁ ୨୦୧୩ରୁ ପିଡବ୍ଲ୍ୟୁଡିକୁ ହସ୍ତାନ୍ତର କରିଛି ବିଏମ୍‌ସି। ତେଣୁ ପିଡବ୍ଲ୍ୟୁଡି ରାସ୍ତା ଉପରେ ଖୁଣ୍ଟ ପୋତିବାକୁ ବିଏମ୍‌ସି କିପରି ଅନୁମତି ଦେଲା ଏବଂ ଲାଇସେନ୍ସ ପାଇଁ ଟଙ୍କା ନେଲା, ତାହାକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି। ଦୀର୍ଘଦିନ ଧରି ଏପରି ଅବରୋଧ ଦ୍ୱାରା ରାସ୍ତା ସଂକୀର୍ଣ୍ଣ ହେବା ସହ ଲୋକଙ୍କ ଯାତାୟାତରେ ମଧ୍ୟ ଅସୁବିଧା ହେଉଥିବା ସେମାନେ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ବାସିନ୍ଦା ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି, ବେଆଇନ ଭାବେ ଏଭଳି କାର୍ଯ୍ୟ କରାଯାଉଥିବାବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଫଳରେ ସହରର ବିଭିନ୍ନ ଆବାସିକ ଅଞ୍ଚଳରେ ଏଭଳି ପରସ୍ଥିତି ସୃଷ୍ଟି ହେଉଛି। ଏହି ଘଟଣାର ବିରୋଧ କରି ୧୬ଜଣଙ୍କ ଦସ୍ତଖତ ସମ୍ବଳିତ ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ କାମ ବନ୍ଦ କରା ନ ଗଲେ ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।
ଏ ସମ୍ପର୍କରେ ଏୟାରଟେଲ୍‌ର ଅଧିକାରୀ ଲଲିତ୍‌ କୁମାର ସାହା କହିଛନ୍ତି, ବିଏମ୍‌ସି ଆମକୁ ଏଥିପାଇଁ ଅନୁମତି ଦେଇଛନ୍ତି। ସମସ୍ତ ରାସ୍ତା ସରକାରଙ୍କର। ପିଡବ୍ଲ୍ୟୁଡି ପକ୍ଷରୁ ଏନେଇ ଆପତ୍ତି କରାଯାଇଛି। ତେବେ ସଂସ୍ଥାର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରୁଛୁ। ସେହିପରି ପିଡବ୍ଲ୍ୟୁଡିର ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜୁ ଜେନା କହିଛନ୍ତି, ସ୍ଥାନୀୟ ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ କାମ ବନ୍ଦ କରାଯାଇଛି। ବିଏମ୍‌ସି ଅନୁମତି ଦେଇଛି ବୋଲି ସଂସ୍ଥାର ଅଧିକାରୀମାନେ କହିଛନ୍ତି। ତେବେ ଏ ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି। ସେମାନେ କାଗଜପତ୍ର ଦେବା ପରେ ବିଏମ୍‌ସିକୁ ଚିଠି କରାଯିବ। କେବଳ ରୋଡ୍‌ର ମେଣ୍ଟେନାନ୍ସ ଆମ ପାଖରେ ଅଛି, ବାକିସବୁ ବିଏମ୍‌ସିର। ଅପରପକ୍ଷେ ବିଏମ୍‌ସି ଡେପୁଟି କମିଶନର (ରେଭିନ୍ୟୁ) ଶ୍ରୀମନ୍ତ ମିଶ୍ର କହିଛନ୍ତି, ପିଡବ୍ଲ୍ୟୁଡି ଅଣ୍ଡରରେ ଆସିଲେ ବି ମହାନଗର ନିଗମାଞ୍ଚଳରେ କିଛି କାର୍ଯ୍ୟ କରିବା ପାଇଁ ହେଲେ ବିଏମ୍‌ସିର ଅନୁମତି ଆବଶ୍ୟକ। କାରଣ ବିଏମ୍‌ସି ହେଉଛି ଅଥରିଟି। ତେଣୁ ଖୁଣ୍ଟ ପୋତିବା ନେଇ ପିଡବ୍ଲ୍ୟୁଡି ଜାଣିବାର କୌଣସି ଆବଶ୍ୟକ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri