ଶିଶୁକନ୍ୟାଙ୍କୁ ଅପହରଣ ପରେ ବିକ୍ରି ଉଦ୍ୟମ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜଧାନୀରେ ୪ବର୍ଷର ଶିଶୁକନ୍ୟାଙ୍କୁ ଅପହରଣ ପରେ ବିକ୍ରି ଉଦ୍ୟମ ହୋଇଛି। ଘଟଣାର ୪ ଦିନ ପରେ ଇନ୍‌ଫୋସିଟି ଥାନା ପୋଲିସ ବୁଧବାର ସନ୍ଧ୍ୟାରେ ଶିଶୁକନ୍ୟାଙ୍କୁ ଉଦ୍ଧାର କରିବା ସହ ଅପହର୍ତ୍ତାଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଥାନା ଅନ୍ତର୍ଗତ କୁଦିଆରୀ ମେଲଣ ପଡିଆ ସାହିର ଅଶୋକ କୁମାର ଦାଶ (୪୧)। ଉଦ୍ଧାର ଶିଶୁକନ୍ୟାଙ୍କୁ ପୋଲିସ ଡାକ୍ତରୀ ପରୀକ୍ଷା କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଆଇପିସି ଦଫା ୩୬୩, ୩୬୫, ୩୬୭ରେ ମାମଲା (ନଂ.୯୯/୨୦୨୨) ରୁଜୁ କରି ଗୁରୁବାର ଅଭିଯୁକ୍ତ ଅଶୋକଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତରୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଅଶୋକ ତାଙ୍କୁ ଖାଇବା ପିଇବାରେ ଅବହେଳା କରିବା ସହ ନିର୍ଯାତନା ଦେଉଥିଲେ। ଶିଶୁକନ୍ୟାଙ୍କୁ ବିକ୍ରି ଉଦ୍ଦେଶ୍ୟରେ ଅଶୋକ ଅପହରଣ କରିଥାଇପାରନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଅଭିଯୁକ୍ତ ଅପହରଣ ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି। ‘ପ୍ରାରମ୍ଭ ସେଲ୍‌’ ପକ୍ଷରୁ ଶିଶୁକନ୍ୟାଙ୍କର ମାନସିକ ସ୍ଥିତି ଯାଞ୍ଚ କରାଯାଇଛି। ଶିଶୁକନ୍ୟା ଜଣକ ସୁସ୍ଥ ଅଛନ୍ତି। ଅଭିଯୁକ୍ତଙ୍କ ବ୍ୟବହାର ଓ କଥାବାର୍ତ୍ତା ସନ୍ଦେହଜନକ ଲାଗୁଛି। ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ଶିଶୁକନ୍ୟାଙ୍କ ଘର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଜଳିମୁଣ୍ଡ ସାହିରେ। ଅଭିଯୁକ୍ତ ଅଶୋକ ନିଜ ମା’ଙ୍କ ସହ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ରହି ରଙ୍ଗକାମ କରନ୍ତି। ଗତ ଶନିବାର ଅପରାହ୍ନ ୧ଟା ୩୦ରେ ଶିଶୁକନ୍ୟାଙ୍କୁ ଅଶୋକ ବିସ୍କୁଟ ଦେଇ ଅପହରଣ କରି ନେଇଥିଲେ। ତେବେ ଶିଶୁକନ୍ୟାଙ୍କୁ ନ ପାଇ ପରିବାର ଲୋକେ ରାତିରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭିରେ ଶିଶୁକନ୍ୟା ସହ ଅଭିଯୁକ୍ତ ଅଶୋକଙ୍କୁ ଠାବ କରିବା ପରେ ଧରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଶିଶୁକନ୍ୟାଙ୍କୁ ଅଶୋକ ଭୁବନେଶ୍ୱରର ଏଣେତେଣେ ବୁଲାଇଥିଲେ। କେତେବେଳେ ସ୍କୁଲ୍‌ ବାରଣ୍ଡା ତ ଆଉ କେତେବେଳେ ମନ୍ଦିର ବେଢ଼ାରେ ଶିଶୁକନ୍ୟାଙ୍କୁ ଧରି ରହୁଥିଲେ। ଶିଶୁକନ୍ୟା କାନ୍ଦିଲେ ତାଙ୍କୁ ମାଡ଼ ମାରୁଥିଲେ। ତେବେ ବୁଧବାର ସାରେ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ସାହି ନିକଟରେ ଶିଶୁକନ୍ୟାଙ୍କୁ ଅଶୋକ ଧରି ବୁଲାବୁଲି କରୁଥିବା ଖବର ପୋଲିସ ସେଠାରେ ଚଢ଼ାଉ କରି ତାଙ୍କୁ କାବୁ କରିବା ସହ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri