ପରାଜୟ ଆଶଙ୍କାରେ ଓଡ଼ିଶା

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି):ଡେରାଡୁନରେ ଚାଲିଥିବା ଉତ୍ତରାଖଣ୍ଡ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପରାଜୟ ଆଶଙ୍କାରେ ପଡ଼ିଛି। ପ୍ରଥମ ଇନିଂସରେ ଓଡ଼ିଶା ୨୧୩ ରନ କରିଥିବାବେଳେ ଉତ୍ତରାଖଣ୍ଡ ୪୭୭ ରନକରି ୨୬୪ ରନରେ ଅଗ୍ରଣୀଲାଭ କରିଥିଲା। ଦ୍ୱିତୀୟ ଇନିଂସରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଗୁରୁବାର ତୃତୀୟ ଦିବସ ଶେଷ ବେଳକୁ ୪ ଉଇକେଟ ହରାଇ ୯୭ ରନ କରିଛି। ଶାନ୍ତନୁ ମିଶ୍ର ଓ ନାଇଟ ଓ୍ବାଚମ୍ୟାନ ଶୁଭମ୍‌ ନାୟକ ଖାତା ଖୋଲିପାରି ନ ଥିବାବେଳେ ଅଧିନାୟକ ଶୁଭ୍ରାଂଶୁ ସେନାପତି ୧୩ ଓ ବିପ୍ଳବ ସାମନ୍ତରାୟ ୯ ରନ କରି ଆଉଟ ହୋଇଛନ୍ତି। ଓପନର ଅନୁରାଗ ଷଡ଼ଙ୍ଗୀ ୫୯ ଓ କାର୍ତ୍ତିକ ବିଶ୍ୱାଳ ୪ ରନକରି ଅପରାଜିତ ରହିଛନ୍ତି। ଉତ୍ତରାଖଣ୍ଡ ବୋଲର ମୟଙ୍କ ମିଶ୍ର ୨ଟି ଏବଂ ଦୀପକ ଧପୋଲା ଓ ଆକାଶ ମାଧ୍ୱାଲ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଶୁକ୍ରବାର ମ୍ୟାଚର ଶେଷ ଦିବସ ହୋଇଥିବାବେଳେ ଓଡ଼ିଶା ଆହୁରି ୧୬୭ ରନ ପଛରେ ରହିଛି।
ଜିଓ୍ବନଜୋତଙ୍କ ଦ୍ୱିଶତକ
ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୩୦୮/୩ରୁ ଖେଳ ଆରମ୍ଭ କରିଥିବା ଉତ୍ତରାଖଣ୍ଡ ତୃତୀୟ ଦିବସରେ ଆଉ ୧୬୯ ରନ ଯୋଗକରି ଅବଶିଷ୍ଟ ୭ଟି ଉଇକେଟ ହରାଇଥିଲା। ଅଧିନାୟକ ସ୍ବପ୍ନିଲ ସିଂ ଦ୍ୱିଶତକ ହାସଲ କରି ଉତ୍ତରାଖଣ୍ଡକୁ ମଜଭୁତ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ସେ ୩୬୩ଟି ବଲ୍‌ର ସମ୍ମୁଖୀନ ହୋଇ ୩୫ ଚୌକା ସହାୟତାରେ ୨୧୮ ରନ ସ୍କୋର କରିଥିଲେ। ସ୍ବପ୍ନିଲ ସିଂ ୬୫ ଓ ଆଦିତ୍ୟ ତାରେ ୫୭ ରନର ଯୋଗଦାନ ଦେଇଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୩ଟି, ଶୁଭମ୍‌ ନାୟକ ଓ ଅଭିଷେକ ରାଉତ ୨ଟି ଲେଖାଏ ଏବଂ ବିପ୍ଳବ ସାମନ୍ତରାୟ ଓ ସୌରଭ କନୋଜିଆ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୨୧୩। ଉତ୍ତରାଖଣ୍ଡ ପ୍ରଥମ ଇନିଂସ: ୪୭୭/ଅଲ୍‌ଆଉଟ (ଜିଓ୍ବନଜୋତ ସିଂ-୨୧୮, ସ୍ବପ୍ନିଲ ସିଂ-୬୫, ଆଦିତ୍ୟ ତାରେ-୫୭, ସୂର୍ଯ୍ୟକାନ୍ତ ପ୍ରଧାନ -୩/୯୦, ଶୁଭମ୍‌ ନାୟକ-୨/୭୯, ଅଭିଷେକ ରାଉତ-୨/୩୩, ବିପ୍ଳବ ସାମନ୍ତରାୟ-୧/୫୨, ସୌରଭ କନୋଜିଆ-୧୨୧)। ଓଡ଼ିଶା ଦ୍ୱିତୀୟ ଇନିଂସ: ୯୭/୪ (ଅନୁରାଗ ଷଡ଼ଙ୍ଗୀ-୫୯*, ମୟଙ୍କ ମିଶ୍ର-୨/୨୯, ଦୀପକ ଧପୋଲା-୧/୮, ଆକାଶ ମାଧ୍ୱାଲ-୧/୨୧)।


Enter your email to get our daily news in your inbox.

All Right Reserved By Dharitri.Com

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ…

ନୂଆଁଖାଇ ପାଇଁ ଏକଜୁଟ ହେଲେ ଦୁଇ ଖଣ୍ଡ ଗାଁର ୮୦୦ ପରିବାର

ବଲାଙ୍ଗୀର, ୧।୯: ବଲାଙ୍ଗୀର ଜିଲାରେ ନୂଆଁଖାଇ ପର୍ବ ପାଳନକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଗଣପର୍ବ ନୂଆଁଖାଇ ଭାଇଚାରା ଓ ଏକତାର ପର୍ବ ହୋଇଥିବାରୁ ବିଭିନ୍ନ…

ମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା: ଉପୁଜିଲା ବନ୍ୟା ଆଶଙ୍କା

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ…

ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୧।୯: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ୟୁଏଇ ଗସ୍ତ କରିବ। ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri