ପରାଜୟ ଆଶଙ୍କାରେ ଓଡ଼ିଶା

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି):ଡେରାଡୁନରେ ଚାଲିଥିବା ଉତ୍ତରାଖଣ୍ଡ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପରାଜୟ ଆଶଙ୍କାରେ ପଡ଼ିଛି। ପ୍ରଥମ ଇନିଂସରେ ଓଡ଼ିଶା ୨୧୩ ରନ କରିଥିବାବେଳେ ଉତ୍ତରାଖଣ୍ଡ ୪୭୭ ରନକରି ୨୬୪ ରନରେ ଅଗ୍ରଣୀଲାଭ କରିଥିଲା। ଦ୍ୱିତୀୟ ଇନିଂସରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଗୁରୁବାର ତୃତୀୟ ଦିବସ ଶେଷ ବେଳକୁ ୪ ଉଇକେଟ ହରାଇ ୯୭ ରନ କରିଛି। ଶାନ୍ତନୁ ମିଶ୍ର ଓ ନାଇଟ ଓ୍ବାଚମ୍ୟାନ ଶୁଭମ୍‌ ନାୟକ ଖାତା ଖୋଲିପାରି ନ ଥିବାବେଳେ ଅଧିନାୟକ ଶୁଭ୍ରାଂଶୁ ସେନାପତି ୧୩ ଓ ବିପ୍ଳବ ସାମନ୍ତରାୟ ୯ ରନ କରି ଆଉଟ ହୋଇଛନ୍ତି। ଓପନର ଅନୁରାଗ ଷଡ଼ଙ୍ଗୀ ୫୯ ଓ କାର୍ତ୍ତିକ ବିଶ୍ୱାଳ ୪ ରନକରି ଅପରାଜିତ ରହିଛନ୍ତି। ଉତ୍ତରାଖଣ୍ଡ ବୋଲର ମୟଙ୍କ ମିଶ୍ର ୨ଟି ଏବଂ ଦୀପକ ଧପୋଲା ଓ ଆକାଶ ମାଧ୍ୱାଲ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଶୁକ୍ରବାର ମ୍ୟାଚର ଶେଷ ଦିବସ ହୋଇଥିବାବେଳେ ଓଡ଼ିଶା ଆହୁରି ୧୬୭ ରନ ପଛରେ ରହିଛି।
ଜିଓ୍ବନଜୋତଙ୍କ ଦ୍ୱିଶତକ
ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୩୦୮/୩ରୁ ଖେଳ ଆରମ୍ଭ କରିଥିବା ଉତ୍ତରାଖଣ୍ଡ ତୃତୀୟ ଦିବସରେ ଆଉ ୧୬୯ ରନ ଯୋଗକରି ଅବଶିଷ୍ଟ ୭ଟି ଉଇକେଟ ହରାଇଥିଲା। ଅଧିନାୟକ ସ୍ବପ୍ନିଲ ସିଂ ଦ୍ୱିଶତକ ହାସଲ କରି ଉତ୍ତରାଖଣ୍ଡକୁ ମଜଭୁତ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ସେ ୩୬୩ଟି ବଲ୍‌ର ସମ୍ମୁଖୀନ ହୋଇ ୩୫ ଚୌକା ସହାୟତାରେ ୨୧୮ ରନ ସ୍କୋର କରିଥିଲେ। ସ୍ବପ୍ନିଲ ସିଂ ୬୫ ଓ ଆଦିତ୍ୟ ତାରେ ୫୭ ରନର ଯୋଗଦାନ ଦେଇଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୩ଟି, ଶୁଭମ୍‌ ନାୟକ ଓ ଅଭିଷେକ ରାଉତ ୨ଟି ଲେଖାଏ ଏବଂ ବିପ୍ଳବ ସାମନ୍ତରାୟ ଓ ସୌରଭ କନୋଜିଆ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୨୧୩। ଉତ୍ତରାଖଣ୍ଡ ପ୍ରଥମ ଇନିଂସ: ୪୭୭/ଅଲ୍‌ଆଉଟ (ଜିଓ୍ବନଜୋତ ସିଂ-୨୧୮, ସ୍ବପ୍ନିଲ ସିଂ-୬୫, ଆଦିତ୍ୟ ତାରେ-୫୭, ସୂର୍ଯ୍ୟକାନ୍ତ ପ୍ରଧାନ -୩/୯୦, ଶୁଭମ୍‌ ନାୟକ-୨/୭୯, ଅଭିଷେକ ରାଉତ-୨/୩୩, ବିପ୍ଳବ ସାମନ୍ତରାୟ-୧/୫୨, ସୌରଭ କନୋଜିଆ-୧୨୧)। ଓଡ଼ିଶା ଦ୍ୱିତୀୟ ଇନିଂସ: ୯୭/୪ (ଅନୁରାଗ ଷଡ଼ଙ୍ଗୀ-୫୯*, ମୟଙ୍କ ମିଶ୍ର-୨/୨୯, ଦୀପକ ଧପୋଲା-୧/୮, ଆକାଶ ମାଧ୍ୱାଲ-୧/୨୧)।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri