ଓଡ଼ିଶା ବିଶ୍ୱର ମାଇନିଂ ହବ୍‌ ହେବାର କ୍ଷମତା ରଖିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯ା୨:ଓଡ଼ିଶାର ୨ ଲୁହାପଥର ଖଣିରୁ ଉତ୍ପାଦନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଗୁରୁବାର ଭର୍ଚୁଆଲ କାର୍ଯ୍ୟକ୍ରମରେ ଖଣିଗୁଡ଼ିକର ଖନନ କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି। ଏହି ଲୁହାପଥର ଖଣି ମଧ୍ୟରେ ଜିଲଙ୍ଗ-ଲାଙ୍ଗଲୋଟା ଏବଂ ଗୁଆଳି ସାମିଲ ରହିଛି। ଖଣିଗୁଡ଼ିକରୁ ମାସିକ ୧୫ ଲକ୍ଷ ଟନ୍‌ ଉତ୍ପାଦନ କରିବା ନେଇ ଯୋଜନା ରଖାଯାଇଛି। ୨ ଖଣିରେ ମୋଟ ୨୭୫ ନିୟୁତ ଟନ୍‌ ଖଣିଜ ସମ୍ପଦ ରହିଥିବା ଜଣାପଡ଼ିଛି।
ଇସ୍ପାତ, ଆଲୁମିନିୟମ ଏବଂ ଅନ୍ୟ ଖଣିଜ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶା ବିଶ୍ୱର ଏକ ପ୍ରମୁଖ ହବ୍‌ ହେବାର କ୍ଷମତା ରଖିଥିବା ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେ ପୁଣି କହିଛନ୍ତି, ଗତ ୨ଦଶନ୍ଧି ମଧ୍ୟରେ ରାଜ୍ୟ ଖଣି ଏବଂ ଖଣିଜ ଶିଳ୍ପ କ୍ଷେତ୍ରରେ ଅନେକ ଅଭିବୃଦ୍ଧି ହାସଲ କରିଛି। ରାଜ୍ୟ ସରକାର ଗ୍ରହଣ କରୁଥିବା ଶିଳ୍ପ ଉପଯୋଗୀ ନୀତି ଯୋଗୁ ନିବେଶକ ବେଶ୍‌ ଉତ୍ସାହିତ ହୋଇଛନ୍ତି। ଖଣି କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି ବିଶେଷ ପଦକ୍ଷେପ ହାତକୁ ନିଆଯାଉଛି। ୫-ଟି ଅଧୀନରେ ହେଲ୍‌ପଡେକ୍ସ ଏବଂ ଫିଡ୍‌ବ୍ୟାକ୍‌ ସିଷ୍ଟମ କାର୍ଯ୍ୟକାରୀ ହୋଇଛି। ପ୍ରମୁଖ ଖଣିଗୁଡିକର ନିଲାମ ଏବଂ ଆଇ୩ଏମ୍‌ଏସ୍‌ ଭଳି ଆପ୍ଲିକେଶନର ବ୍ୟବହାର କରାଯାଉଛି। ଖଣି ଏବଂ ଖଣିଜ କ୍ଷେତ୍ରରେ ରହିଥିବା ସମ୍ଭାବନା ଦିଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ହୋଇ କାମ କରୁଥିବା ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ଖଣି କ୍ଷେତ୍ରର ସଂସ୍କାରକୁ ରାଜ୍ୟ ସରକାର ସମର୍ଥନ କରୁଥିବାରୁ ଏହାଦ୍ୱାରା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଲାଭବାନ ହୋଇପାରିବେ। ୨ ଖଣିକୁ ଓଏମ୍‌ସିକୁ ପ୍ରଦାନ କରିଥିବାରୁ ସେ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଜୋଷୀ କହିଛନ୍ତି, ଖଣିଗୁଡିକ କ୍ଷୁଦ୍ରଶିଳ୍ପକୁ ଲୁହାପଥର ଯୋଗାଣରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସକ୍ଷମ ହେବା ସହ ବୃହତ୍‌ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ନୂଆ ଖଣି ଦ୍ୱାରା ଓଡ଼ିଶା ସରକାର ବାର୍ଷିକ ପ୍ରାୟ ୪ ହଜାରରୁ ୫ ହଜାର କୋଟିର ରାଜସ୍ବ ପାଇବେ। ରାଜ୍ୟରେ ଅଧିକ ଖଣି ନିଲାମ ଏବଂ ବନ୍ଦ ପଡିଥିବା ଖଣିଗୁଡିକୁ କାର୍ଯ୍ୟକ୍ଷମ କରାଇବା, ଲୁହାପଥର ବ୍ଲକଗୁଡିକରୁ ଉତ୍ପାଦନ ବୃଦ୍ଧି ଏବଂ ରାଜସ୍ବ ସୃଷ୍ଟି ଉପରେ କାମ କରିବାକୁ ଜୋଷୀ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଖଣିଜ ଉତ୍ପାଦନ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦକ୍ଷେପ ନେଉଥିବାରୁ କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ଜୋଷୀ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?