ବିଦ୍ୟୁତ୍‌ ଆଘାତରେ ଓଡ଼ିଶାରେ ସର୍ବାଧିକ ହାତୀଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ):  ବିଦ୍ୟୁତ୍‌ ଆଘାତରେ ଓଡିଶାରେ ସର୍ବାଧିକ ହାତୀଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୦୯ରୁ ୨୦୧୯ ମଧ୍ୟରେ ବିଦ୍ୟୁତ୍‌ ଆଘାତ ଯୋଗୁ ଭାରତରେ ୬୦୦ ହାତୀଙ୍କ ଜୀବନ ଯାଇଥିବାବେଳେ ଏଥିମଧ୍ୟରୁ ଓଡ଼ିଶାର ୧୧୭ ହାତୀ ରହିଛନ୍ତି। ୧୧୬ ହାତୀ ମୃତ୍ୟୁ ସହ କର୍ନାଟକ ଓଡ଼ିଶା ତଳକୁ ରହିଥିବାବେଳେ ତୃତୀୟ ସ୍ଥାନରେ ଥିବା ଆସାମରେ ୧୦୫ ହାତୀର ମୃତ୍ୟୁ ଘଟିଛି। ତେବେ ଏହି ୧୦ ବର୍ଷ ମଧ୍ୟରେ ତିନୋଟି ରାଜ୍ୟରେ ଆଦୌ ବିଦ୍ୟୁତ୍‌ଜନିତ ହାତୀ ମୃତ୍ୟୁ ହୋଇନାହିଁ। ସେହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା।
ଏ ନେଇ ପୂର୍ବତନ ପିସିସିଏଫ୍‌ ବି. କେ. ସିଂ କହିଛନ୍ତି, ଏହି ହାତୀ ମୃତ୍ୟୁ ମଧ୍ୟରୁ ୭୫% ଘଟଣାରେ ଦାୟୀ ବ୍ୟକ୍ତିଙ୍କୁ ଗିରଫ କରାଯାଇ ନାହିଁ। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରାଜ୍ୟସଭାକୁ ସୂଚନା ଦେଇ କହିଛନ୍ତି, ହାତୀ ସୁରକ୍ଷା ପାଇଁ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ହାତୀ ରହୁଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଆର୍ଥିକ ତଥା ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ତେବେ ହାତୀ ମୃତ୍ୟୁ କ୍ଷେତ୍ରରେ ଓଡ଼ିଶାର ଏପରି ସ୍ଥିତିକୁ ନେଇ ବିଶେଷଜ୍ଞ, ହାତୀ ସୁରକ୍ଷା ପାଇଁ କାମ କୁରୁଥିବା ସଙ୍ଗଠନ ଓ ସାମାଜିକ କର୍ମୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିସାରା ହୋଟେଲରେ ଥିଲେ ମନୀଷ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡା ଗାଁ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗ ଦାସ (୩୦)ଙ୍କ ମୃତଦେହ ମିଳିବା...

କାଳରାତ୍ରି ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା

ନିରାକାରପୁର,୫।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନୂଆଗଡ ପଞ୍ଚାୟତ ଅନ୍ତର୍ଗତ ମୂଳିଝର ନିକଟସ୍ଥ ହାତୀଆଶୁଣି ପାହାଡ଼ ପାଦଦେଶରେ ବିଜେ ମା’ ଉଗ୍ରତାରାଙ୍କ ଶାକ୍ତପୀଠରେ ଶୁକ୍ରବାର ପାର୍ବଣର ସପ୍ତମୀ ତିଥିରେ...

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ଷ୍ଟାଣ୍ଡିଂ କମିଟି ବୈଠକ: ଶ୍ରୀମନ୍ଦିର, ସ୍ବର୍ଗଦ୍ୱାରକୁ ଯିବ ବାଲୁଖଣ୍ଡ କାଠ

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ବାତ୍ୟା ‘ଫନୀ’ରେ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟାରେ ନଷ୍ଟ ହୋଇଥିବା ପ୍ରାୟ ୨୦ ଲକ୍ଷ ବୃକ୍ଷରୁ ମାତ୍ର ୨ ଲକ୍ଷ...

ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା : ଡ୍ରାଇଭର ମୃତ, ୨ଆହତ

ଖୋର୍ଦ୍ଧା ଅଫିସ,୫।୫ : ଖୋର୍ଦ୍ଧା ଟାଙ୍ଗି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କୁହୁଡ଼ି ଛକରେ ହାଇଦ୍ରାବାଦ ରୁ ପ୍ରବାସୀ ଓଡିଆଙ୍କୁ ଧରି ଫେରୁଥିବା ବସ...

ଅମରେଶ ହତ୍ୟା ଘଟଣା: ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ଗଠନ ହେଲା ଟିମ୍‌

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀସ୍ଥିତ ଏକାମ୍ର କଲେଜ ପଛ ପଡ଼ିଆରେ ରବିବାର ରାତିରେ ଅମରେଶ ନାୟକଙ୍କୁ ଭୁଜାଲିରେ ହାଣି ମୁଣ୍ଡକୁ ଛେଚି ଅତି ବୀଭତ୍ସ ଭାବେ...

ଏନ୍‌କାଉଣ୍ଟର ପରେ ରବି ରାଓ ଗ୍ୟାଙ୍ଗ୍‌ ସଦସ୍ୟ ଜିଲାପାର୍‌: ଆହତ ଅବସ୍ଥାରେ ଅର୍ଜୁନଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରେ ଆତଙ୍କ ଖେଳାଉଥିବା ୧୧ଜଣିଆ ରବି ରାଓ ଗ୍ୟାଙ୍ଗ୍‌କୁ ଧରିବାକୁ କମିଶନରେଟ ପୋଲିସ ସିରିଜ ଏନ୍‌କାଉଣ୍ଟର କରିଥିଲା। ୪ଜଣଙ୍କୁ...

ଆତ୍ମହତ୍ୟା ଧମକ ଦେଲେ ଭାଜପା ବିଧାୟକ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି ଦେବଗଡ଼ ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ। ଗୁରୁବାର ଗୃହରେ ମଣ୍ଡି ସମସ୍ୟାକୁ ନେଇ ଭାଜପା ବିଧାୟକମାନେ ହୋହଲ୍ଲା କରିଥିଲେ।...

୩ ଓଡ଼ିଆ ପୁରସ୍କୃତ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ନୂଆଦିଲ୍ଲୀରେ ସୋମବାର ଅନୁଷ୍ଠିତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଓଡ଼ିଶାର ୩ଜଣଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ...

Advertisement
Archives

Model This Week