୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ଟପିଲା

ନୂଆଦିଲ୍ଲୀ,୨୮।୩: ଦେଶରେ କରୋନାର ସଂକ୍ରମଣ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୭୧୪ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦେଶରେ ଲଗାତାର ଦ୍ୱିତୀୟ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାରରୁ ଅଧିକ ରହିଛି। ଏହାପୂର୍ବରୁ ଶୁକ୍ରବାର ଦେଶରେ ଅକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୫୮ ଥିଲା। କରୋନାରୀ ଦ୍ୱିତୀୟ ଲହର ଯୋଗୁ ମହାରାଷ୍ଟ୍ରରେ ସ୍ଥିତି ଗୁରୁତର ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫ ହଜାର ୭୨୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ଦୃଷ୍ଟିରୁ ରାଜ୍ୟର କେତେକ ସହରରେ ଲକ୍‌ଡାଉନ୍‌ ଏବଂ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି। ଏହା ସହିତ ସାର୍ବଜନୀକ ହୋଲି ଉତ୍ସବ ପାଳନ ଏବଂ ଭିଡ଼ ନ କରିବାକୁ କଡ଼ା କଟକଣା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଆଲର୍ଟ ଜାରି

ଶ୍ରୀନଗର, ୧୭।୫: ଜମ୍ମୁ-କଶ୍ମୀରରର ଶ୍ରୀନଗର ଏବଂ ଅବନ୍ତିପୋରା ଏୟାରବେସ୍‌ରେ ଆତଙ୍କବାଦୀଙ୍କ ଯୋଜନା ରହିଛି। ସୁରକ୍ଷା ଏଜେନ୍ସୀ ପକ୍ଷରୁ ଏନେଇ ଆଲର୍ଟ ଜାରି କରାଯାଇଛି। ଏୟାରପୋର୍ଟରେ ସୁରକ୍ଷା...

ଏଆଇଏମ୍‌ଆଇଏମ୍‌ ନେତା ଅସଦ ଖାନ୍‌ଙ୍କୁ ହତ୍ୟା

ହାଇଦ୍ରାବାଦ,୧।୪: ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ଗୁରୁବାର ଦୁର୍ବୃତ୍ତମାନେ ଏଆଇଏମ୍‌ଆଇଏମ୍‌ ନେତା ଅସଦ ଖାନ୍‌ଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ...

ଗଣ ବଳାତ୍କାର ହତ୍ୟା ମାମଲା: ସୁପ୍ର୍ରିମ୍‌କୋର୍ଟଙ୍କ ଖଲାସ ଆଦେଶକୁ ଚ୍ୟାଲେଞ୍ଜ କରିବେ ଦିଲ୍ଲୀ ସରକାର…

ନୂଆଦିଲ୍ଲୀ,୨୧।୧୧ : ଚାୱଲାରେ ୨୦୧୨ରେ ହୋଇଥିବା ଗଣ ବଳାତ୍କାର ଏବଂ ହତ୍ୟା ମାମଲାରେ ତିନିଜଣ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ସୁପ୍ର୍ରିମ୍‌କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା...

ଅଖିଳେଶ ଚାହିଁଲେ ୧୫ ଦିନରେ କ୍ଷମତାଚ୍ୟୁତ ହେବେ ଯୋଗୀ ସରକାର, ୧୫୦ରୁ ଅଧିକ ଭାଜପା ବିଧାୟକ ଅସନ୍ତୁଷ୍ଟ, ନାରଦଙ୍କ ଦାବି…

ଲକ୍ଷ୍ନୌ,୨୩।୮ : ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ନାରଦ ରାୟ କହିଛନ୍ତି ଯେ ଯେଉଁ ଦିନ ଅଖିଳେଶ ଯାଦବ ତାଙ୍କ ନିଷ୍ପତ୍ତି ନେବେ,...

ଜଳିଗଲା ଭାଜପା କାର୍ଯ୍ୟାଳୟ

ଆସନସୋଲ,୧୩।୧: ପଶ୍ଚିମବଙ୍ଗ ଆସନସୋଲର ସଲାନପୁର ଗାଁରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟ ରବିବାର ବିଳମ୍ବିତ ରାତିରେ ଜଳିଯାଇଥିବା ଖବର ମିଳିଛି। ଏହି ଘଟଣାରେ ଭାଜପା...

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୧୧।୧: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଟିକାକରଣକୁ ନେଇ ଭିଡିଓ...

ଲଗେଜ ଖୋଜିବା ପାଇଁ ଇଣ୍ଡିଗୋ ଓ୍ବେବସାଇଟ୍‌କୁ ହ୍ୟାକ କଲେ ଯାତ୍ରୀ

ମୁମ୍ବାଇ,୩୧।୩: ଜଣେ ଇଣ୍ଡିଗୋ ଯାତ୍ରୀ ହଜି ଯାଇଥିବା ଲଗେଜ ଖୋଜିବା ପାଇଁ ଏୟାରଲାଇନ ସିଷ୍ଟମକୁ ହ୍ୟାକ କରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଟୁଇଟର ପ୍ରୋଫାଇଲ...

ନାଗପୁରରେ କରୋନାର ତୃତୀୟ ଲହର, ପୁଣି ହେବ କଟକଣା ଜାରି…

ନାଗପୁର,୭।୯: ପୁଣି ବିପଦ ମାଡ଼ି ଆସୁଛି। ମହାରାଷ୍ଟ୍ରର ନାଗପୁରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ନୀତିନ ରାଉତ ଏନେଇ ସୂଚନା...

Advertisement
Archives

Model This Week