ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟର ମୁଣ୍ଡପିଛା ଆୟ ବଢ଼ିଛି। କୃଷି କ୍ଷେତ୍ର ଆଗକୁ ଯାଇଛି। ଖଣି କ୍ଷେତ୍ରରେ ଉନ୍ନତି ହେବା ସହିତ ରାଜ୍ୟର ଆର୍ଥିକ ନିଅଣ୍ଟକୁ ୫ ପ୍ରତିଶତରୁ କମ୍‌ ପରିଚାଳନା କରିବାରେ ଓଡ଼ିଶା ସଫଳ ହୋଇଥିବା ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର କହିଛନ୍ତି। ଏହି ସଫଳତା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ନୀତି ଆୟୋଗ ଉପାଧ୍ୟକ୍ଷ କୃଷି, ପର୍ଯ୍ୟଟନ ଓ ଖଣି ଉତ୍ପାଦନକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଖଣିଜ ଉତ୍ପାଦନକୁ ୧ ପ୍ରତିଶତରୁ ଦୁଇ ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଏହାସହିତ ଏସ୍‌ଡିଜି ମନିଟରିଂ ୟୁନିଟ୍‌ ଗଠନ କରିବାକୁ ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି। ପ୍ରତ୍ୟେକ ରାଜ୍ୟର ନିଜର ପ୍ରତିବଦ୍ଧତା ଓ ନିର୍ଦ୍ଦିଷ୍ଟତା ରହିଛି। ନିର୍ଦ୍ଦିଷ୍ଟ ବିକାଶ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ଓଡ଼ିଶା ସହ ସହଭାଗୀ ହେବାକୁ ଆଗ୍ରହୀ ଥିବା ରାଜୀବ କୁମାର କହିଛନ୍ତି। ରାଜ୍ୟରେ ରାସାୟନମୁକ୍ତ କୃଷିର ବହୁଳ ପ୍ରବର୍ତ୍ତନ ପାଇଁ ସେ ପରାମର୍ଶ ଦେଇଛନ୍ତି।
ବୁଧବାର ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ଉଭୟ ସମଷ୍ଟି ଅର୍ଥନୀତି ଓ ସାମାଜିକ ଅର୍ଥନୈତିକ ସୂଚକାଙ୍କରେ ବ୍ୟାପକ ଅଭିବୃଦ୍ଧି ହୋଇପାରିଛି। ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି। ସଂଘୀୟ ବ୍ୟବସ୍ଥାରେ ଗଠନମୂଳକ ତାଳ ରଖି ନୀତି ଆୟୋଗ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହା ହୋଇପାରିଲେ ରାଜ୍ୟଗୁଡ଼ିକ ଦୀର୍ଘକାଳୀନ ଏବଂ ଜରୁରୀ ବିକାଶମୂଳକ ପ୍ରସଙ୍ଗଗୁଡ଼ିକୁ ନୀତି ଆୟୋଗ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ତ୍ୱରାନ୍ବିତ କରିବା ପାଇଁ ବ୍ଲ୍ୟୁପ୍ରିଣ୍ଟ ରଖିପାରିବେ। ଏଥିସହ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ସୁଚାରୁରୂପେ ପରିଚାଳନା ପାଇଁ ବାଟ ବାହାରିବ। ଚିହ୍ନିତ ଗୁରୁତ୍ୱପୂର୍ଣ୍ଣ ବିଷୟ, ବିଭିନ୍ନ କ୍ଷେତ୍ର ଏବଂ ଦୀର୍ଘକାଳୀନ ବିକାଶର ଯୋଜନା କ୍ଷେତ୍ରରେ ନୀତି ନିର୍ଦ୍ଧାରଣ କଲାବେଳେ ନୀତି ଆୟୋଗ ଅଧିକରୁ ଅଧିକ ଆଲୋଚନା ଏବଂ ସମନ୍ବୟକୁ ରାଜ୍ୟଗୁଡ଼ିକ ସ୍ବାଗତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିିଛନ୍ତି। ସଫଳତାର ସହ ମାଓବାଦୀ ଦମନ, ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଅର୍ଥନୈତିକ ସଶକ୍ତ କରିବା ରାଜ୍ୟର ବିକାଶକୁ ଦର୍ଶାଉଛି। ରାଜ୍ୟ ସରକାର ନିଜର ସ୍ବାସ୍ଥ୍ୟ ଯୋଜନାରେ ସହବନ୍ଧିତ ହୋଇଥିବା ଡାକ୍ତରଖାନାଗୁଡ଼ିକରେ ମାଗଣା ଚିକିତ୍ସା ସୁବିଧା ବ୍ୟବସ୍ଥା କରିପାରିଛନ୍ତି। ଏଥିସହିତ ଓଡ଼ିଶା ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥା(ପିଡିଏସ୍‌) କ୍ଷେତ୍ରରେ ତୃତୀୟ ସର୍ବାଧିକ ଚାଉଳ ଯୋଗାଉଥିବା ରାଜ୍ୟରେ ପରିଣତ ହୋଇପାରିଛି। ଗର୍ଭବତୀ ମହିଳା ଏବଂ ପିଲା ଜନ୍ମ କରିଥିବା ମା’ମାନଙ୍କୁ ମାଗଣା ଚିକିତ୍ସା ସୁବଧା ଯୋଗାଇ ଦେଶରେ ଓଡ଼ିଶା ପ୍ରମୁଖ ରାଜ୍ୟ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ଉପାଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି। ଓଡ଼ିଶା ଭିତ୍ତିଭୂମି କ୍ଷେତ୍ରରେ ବହୁ ପୁଞ୍ଜିବିନିଯୋଗ କରି ଆସୁଛି। ଏଥିପାଇଁ ଓଡ଼ିଶା ମାନୁଫାକ୍ଚରିଂ ଏବଂ ଖଣି ଶିଳ୍ପଗୁଡ଼ିକ କ୍ଷେତ୍ରରେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିପାରିଛି। ପ୍ରାକୃତିକ ଦୁର୍ବିପାକ ମୁକାବିଲା ଭିତ୍ତିଭୂମି ରାଜ୍ୟ ଉପରେ ବୋଝ ହୋଇଚାଲିଛି। ଏଥିପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଧ୍ୟାନଦେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri