ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟର ମୁଣ୍ଡପିଛା ଆୟ ବଢ଼ିଛି। କୃଷି କ୍ଷେତ୍ର ଆଗକୁ ଯାଇଛି। ଖଣି କ୍ଷେତ୍ରରେ ଉନ୍ନତି ହେବା ସହିତ ରାଜ୍ୟର ଆର୍ଥିକ ନିଅଣ୍ଟକୁ ୫ ପ୍ରତିଶତରୁ କମ୍‌ ପରିଚାଳନା କରିବାରେ ଓଡ଼ିଶା ସଫଳ ହୋଇଥିବା ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର କହିଛନ୍ତି। ଏହି ସଫଳତା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ନୀତି ଆୟୋଗ ଉପାଧ୍ୟକ୍ଷ କୃଷି, ପର୍ଯ୍ୟଟନ ଓ ଖଣି ଉତ୍ପାଦନକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଖଣିଜ ଉତ୍ପାଦନକୁ ୧ ପ୍ରତିଶତରୁ ଦୁଇ ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଏହାସହିତ ଏସ୍‌ଡିଜି ମନିଟରିଂ ୟୁନିଟ୍‌ ଗଠନ କରିବାକୁ ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି। ପ୍ରତ୍ୟେକ ରାଜ୍ୟର ନିଜର ପ୍ରତିବଦ୍ଧତା ଓ ନିର୍ଦ୍ଦିଷ୍ଟତା ରହିଛି। ନିର୍ଦ୍ଦିଷ୍ଟ ବିକାଶ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ଓଡ଼ିଶା ସହ ସହଭାଗୀ ହେବାକୁ ଆଗ୍ରହୀ ଥିବା ରାଜୀବ କୁମାର କହିଛନ୍ତି। ରାଜ୍ୟରେ ରାସାୟନମୁକ୍ତ କୃଷିର ବହୁଳ ପ୍ରବର୍ତ୍ତନ ପାଇଁ ସେ ପରାମର୍ଶ ଦେଇଛନ୍ତି।
ବୁଧବାର ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ଉଭୟ ସମଷ୍ଟି ଅର୍ଥନୀତି ଓ ସାମାଜିକ ଅର୍ଥନୈତିକ ସୂଚକାଙ୍କରେ ବ୍ୟାପକ ଅଭିବୃଦ୍ଧି ହୋଇପାରିଛି। ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି। ସଂଘୀୟ ବ୍ୟବସ୍ଥାରେ ଗଠନମୂଳକ ତାଳ ରଖି ନୀତି ଆୟୋଗ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହା ହୋଇପାରିଲେ ରାଜ୍ୟଗୁଡ଼ିକ ଦୀର୍ଘକାଳୀନ ଏବଂ ଜରୁରୀ ବିକାଶମୂଳକ ପ୍ରସଙ୍ଗଗୁଡ଼ିକୁ ନୀତି ଆୟୋଗ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ତ୍ୱରାନ୍ବିତ କରିବା ପାଇଁ ବ୍ଲ୍ୟୁପ୍ରିଣ୍ଟ ରଖିପାରିବେ। ଏଥିସହ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ସୁଚାରୁରୂପେ ପରିଚାଳନା ପାଇଁ ବାଟ ବାହାରିବ। ଚିହ୍ନିତ ଗୁରୁତ୍ୱପୂର୍ଣ୍ଣ ବିଷୟ, ବିଭିନ୍ନ କ୍ଷେତ୍ର ଏବଂ ଦୀର୍ଘକାଳୀନ ବିକାଶର ଯୋଜନା କ୍ଷେତ୍ରରେ ନୀତି ନିର୍ଦ୍ଧାରଣ କଲାବେଳେ ନୀତି ଆୟୋଗ ଅଧିକରୁ ଅଧିକ ଆଲୋଚନା ଏବଂ ସମନ୍ବୟକୁ ରାଜ୍ୟଗୁଡ଼ିକ ସ୍ବାଗତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିିଛନ୍ତି। ସଫଳତାର ସହ ମାଓବାଦୀ ଦମନ, ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଅର୍ଥନୈତିକ ସଶକ୍ତ କରିବା ରାଜ୍ୟର ବିକାଶକୁ ଦର୍ଶାଉଛି। ରାଜ୍ୟ ସରକାର ନିଜର ସ୍ବାସ୍ଥ୍ୟ ଯୋଜନାରେ ସହବନ୍ଧିତ ହୋଇଥିବା ଡାକ୍ତରଖାନାଗୁଡ଼ିକରେ ମାଗଣା ଚିକିତ୍ସା ସୁବିଧା ବ୍ୟବସ୍ଥା କରିପାରିଛନ୍ତି। ଏଥିସହିତ ଓଡ଼ିଶା ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥା(ପିଡିଏସ୍‌) କ୍ଷେତ୍ରରେ ତୃତୀୟ ସର୍ବାଧିକ ଚାଉଳ ଯୋଗାଉଥିବା ରାଜ୍ୟରେ ପରିଣତ ହୋଇପାରିଛି। ଗର୍ଭବତୀ ମହିଳା ଏବଂ ପିଲା ଜନ୍ମ କରିଥିବା ମା’ମାନଙ୍କୁ ମାଗଣା ଚିକିତ୍ସା ସୁବଧା ଯୋଗାଇ ଦେଶରେ ଓଡ଼ିଶା ପ୍ରମୁଖ ରାଜ୍ୟ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ଉପାଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି। ଓଡ଼ିଶା ଭିତ୍ତିଭୂମି କ୍ଷେତ୍ରରେ ବହୁ ପୁଞ୍ଜିବିନିଯୋଗ କରି ଆସୁଛି। ଏଥିପାଇଁ ଓଡ଼ିଶା ମାନୁଫାକ୍ଚରିଂ ଏବଂ ଖଣି ଶିଳ୍ପଗୁଡ଼ିକ କ୍ଷେତ୍ରରେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିପାରିଛି। ପ୍ରାକୃତିକ ଦୁର୍ବିପାକ ମୁକାବିଲା ଭିତ୍ତିଭୂମି ରାଜ୍ୟ ଉପରେ ବୋଝ ହୋଇଚାଲିଛି। ଏଥିପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଧ୍ୟାନଦେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri