ଜାତୀୟ ହାରଠୁ ଓଡ଼ିଶାରେ ୨୪% ଅଧିକ ବନାଞ୍ଚଳ

ଭୁବନେଶ୍ୱର,୮ା୧୦(ବ୍ୟୁରୋ):ଗୃହପାଳିତ ପ୍ରାଣୀଙ୍କୁ ଯେଉଁଭଳି ଭାବେ ଆମେ ସ୍ନେହ ଓ ଆଦର କରିଥାଉ, ବନ୍ୟପ୍ରାଣୀଙ୍କ ପ୍ରତି ସେହିଭଳି ଆଦର, ଦୟା, କରୁଣା ଭାବ ଆମ ଭିତରେ ରହିବା ଉଚିତ। ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ସମସ୍ତଙ୍କ ଧ୍ୟେୟ ହେଉ। ଆମର ବିରଳ ଜୈବବିବିଧତା ସୁରକ୍ଷିତ ରହୁ। ଏଥିପାଇଁ ଜନସାଧାରଣ ଆନ୍ତରିକ ଉଦ୍ୟମ ଓ ସହଯୋଗ କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବୁଧବାର ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆହ୍ବାନ ଦେଇଛନ୍ତି। ପ୍ରକୃତି ଭବନଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶା ଭୌଗୋଳିକ ଆୟତନର ୩୩.୧୫ ପ୍ରତିଶତ ବନାଞ୍ଚଳ ଦ୍ୱାରା ଆଚ୍ଛାଦିତ ହୋଇପାରିଛି, ଯାହା ଜାତୀୟ ହାରଠାରୁ ୨୪ ପ୍ରତିଶତରୁ ଯଥେଷ୍ଟ ଅଧିକ। ୩ ହଜାରରୁ ଅଧିକ ପ୍ରଜାତିର ଉଦ୍ଭିଦ ସହ ୧୧୪ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୫୩୭ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ଉଭୟଚର ପ୍ରାଣୀ ଏବଂ ୧୨୯ ପ୍ରକାରର ସରୀସୃପ ଆମ ରାଜ୍ୟରେ ଦେଖାଯାଇଥାନ୍ତି। ବିଭିନ୍ନ ବନ୍ୟପ୍ରାଣୀ ଓ ଲୁପ୍ତପ୍ରାୟ ପ୍ରଜାତିଙ୍କୁ ସେମାନଙ୍କ ଆବାସସ୍ଥଳୀ ବାହାରେ ସଂରକ୍ଷଣ ନିମନ୍ତେ ୧୯ ଅଭୟାରଣ୍ୟ, ୩ ହସ୍ତୀ ପ୍ରକଳ୍ପ, ୨ ବ୍ୟାଘ୍ର ପ୍ରକଳ୍ପ, ଗୋଟିଏ ସଂରକ୍ଷିତ ଜୈବମଣ୍ଡଳ ଓ ଗୋଟିଏ ଜାତୀୟ ଉଦ୍ୟାନ ସ୍ଥାପନ କରାଯାଇଛି। ତେବେ ଅଧିକ ୩ ଅଭୟାରଣ୍ୟ ସ୍ଥାପନ ସହ ସୁନାବେଡ଼ା ଅଭୟାରଣ୍ୟର ପରିସୀମା ୧୧୧ ବର୍ଗ କିଲୋମିଟର ବୃଦ୍ଧି ପ୍ରସ୍ତାବ ବିଚାରାଧୀନ ରହିଛି। ଏସବୁ ବନ୍ୟପ୍ରାଣୀଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଞ୍ଚଳ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ ହୋଇଥିବାରୁ ରକ୍ଷଣାବେକ୍ଷଣ ଓ ଯତ୍ନ ନେବା ଆମର କର୍ତ୍ତବ୍ୟ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ସେଭ୍‌ ଏଲିଫ୍ୟାଣ୍ଟ୍‌ ଫାଉଣ୍ଡେଶନ ଟ୍ରଷ୍ଟକୁ ଚଳିତ ବର୍ଷର ରାଜ୍ୟସ୍ତରୀୟ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯାଇଛି। ଏଥିସହ ମନ୍ତ୍ରୀ ‘ଅନୁକମ୍ପା’ ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି। ଏହି ପୋର୍ଟାଲ ଜରିଆରେ ଅନୁକମ୍ପାମୂଳକ କ୍ଷତିପୂରଣ ପାଇଁ ପଞ୍ଜୀକରଣ କରାଯିବ। ସେହିଭଳି ୱାଇଲ୍ଡଲାଇଫ୍‌ ଓଡ଼ିଶା ୨୦୨୦ର ଆନୁଆଲ ରିପୋର୍ଟ, କଫି ଟେବୁଲ ବୁକ୍‌ ଅନ୍‌ ଇକୋଟୁରିଜମ୍‌, ଏନ୍‌ଡବ୍ଲ୍ୟୁସିଏସ୍‌ଓ ନ୍ୟୁଜ୍‌ଲେଟର ମଧ୍ୟ ଉନ୍ମୋଚିତ ହୋଇଥିଲା। କୁଇଜ୍‌ ଓ ଫଟୋଗ୍ରାଫି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଥିଲା। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ହରିଶଙ୍କର ଉପାଧ୍ୟାୟ ଓ ଅତିରିକ୍ତ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶଶି ପଲ ଉପସ୍ଥିତ ଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଗ୍ନ ସରକାରୀ କାର୍ଯ୍ୟାଳୟରେ ଖାଲି କଫ ସିରପ ଶିଶି, ଅଞ୍ଚଳବାସୀ କହିଲେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକର ଏକ ପରିତ୍ୟକ୍ତ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ବହୁ ସଂଖ୍ୟକ କଫ ସିରପର ଖାଲି ଶିଶି ପଡ଼ିଥିବା…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଭାଜପାରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ, ଶହଶହ ସମର୍ଥକଙ୍କ ସହ ଆସି…

ଭୁବନେଶ୍ୱର,୧୨ା୭: କଟକ ରାଜନୀତିରେ ବଡ଼ଧରଣର ହଲଚଲ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରବିବାର ଭାଜପାରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri