କିଶୋରୀଙ୍କୁ ଚିହ୍ନଟ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ରାଜ୍ୟରେ ଥିବା କିଶୋରୀମାନଙ୍କ ବିକାଶ ପାଇଁ ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ସୂଚନା ପରିଚାଳନା ବ୍ୟବସ୍ଥାର ବିକାଶ କରାଯିବ। ଏହାସହ କିଶୋରୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ, ପୁଷ୍ଟିସାଧନ, ସୁରକ୍ଷା ବ୍ୟବସ୍ଥାକୁ ନିରୀକ୍ଷଣ କରିବା ପାଇଁ ‘କିଶୋରୀ କାର୍ଡ’ ପ୍ରଦାନ କରାଯିବ। ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ଅବସରରେ ଏ ନେଇ ସୂଚନା ଦେଇଛନ୍ତି। ବିଭାଗ ପକ୍ଷରୁ ରବିବାର ଆୟୋଜିତ ଏକ ରାଜ୍ୟସ୍ତରୀୟ ୱେବିନାରରେ କିଶୋରୀଙ୍କ ଲାଗି ଉଦ୍ଦିଷ୍ଟ ସ୍ବତନ୍ତ୍ର ପ୍ୟାକେଜ ‘ଅଦ୍ୱିକା’ର ଲୋକାର୍ପଣ କରି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଏବଂ ସଚିବ ଗର୍ଗ କିଶୋରୀଙ୍କ ପାଇଁ ଆଗକୁ ହେବାକୁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।
‘ଅଦ୍ୱିକା’ କାର୍ଯ୍ୟକ୍ରମ ରାଜ୍ୟର ୧୦ରୁ ୧୯ବର୍ଷ ବୟସର କିଶୋରୀଙ୍କ ସାମଗ୍ରିକ ବିକାଶ ଏବଂ ସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ। ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଜରିଆରେ ଏହା କାର୍ଯ୍ୟକାରୀ କରାଯିବ। ଝିଅମାନେ ନିଜ ସମସ୍ୟାକୁ ବୁଝିପାରିଲେ ନିଜ ଅଧିକାର ପାଇଁ ସେମାନେ ଲଢ଼ି ଶିଖିବେ ବୋଲି ମନ୍ତ୍ରୀ ସାହୁ କହିଥିଲେ। ବିଦ୍ୟାଳୟ ଛାଡ଼ିଥିବା କିଶୋରୀ, ଯେଉଁମାନେ ସେମାନଙ୍କ ନିୟମିତ ପୁଷ୍ଟିସାଧନ କାର୍ଯ୍ୟକ୍ରମ ପାଇଁ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆସିଥାନ୍ତି ଏହି କାର୍ଯ୍ୟକ୍ରମ ସେମାନଙ୍କ ଲାଗି ବିଶେଷ ସହାୟକ ବୋଲି ସଚିବ କହିଥିଲେ। ‘ଅଦ୍ୱିକା’ ଅଧୀନରେ କିଶୋରୀ ବୟସରେ ବାଳିକାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଯୌନ ଏବଂ ପ୍ରଜନନ ସମ୍ବନ୍ଧିତ ସମସ୍ୟା, ପୁଷ୍ଟିସାଧନ, ବାଳିକାଙ୍କ ସୁରକ୍ଷା ଏବଂ ଉତ୍ତମ ସ୍ବାସ୍ଥ୍ୟ, ସେମାନଙ୍କ ଅଧିକାର ଏବଂ ବିଭିନ୍ନ ସୁବିଧା ପାଇବା ନିମନ୍ତେ ଯୋଗ୍ୟତା, ଲିଙ୍ଗଭିତ୍ତିକ ହିଂସା, ଆର୍ଥିକ ସାକ୍ଷରତା, ବିବାହ ଆଦି ବିଭିନ୍ନ ପ୍ରସଙ୍ଗକୁ ପର୍ଯ୍ୟବସିତ କରି ବର୍ଷର ୧୨ମାସ ନିମନ୍ତେ ଏକ ସ୍ବତନ୍ତ୍ର କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ‘ଅଦ୍ୱିକା’ ପ୍ୟାକେଜ୍‌ରେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ପାଇଁ ଏକ ପକେଟ୍‌ ପୁସ୍ତିକା, ଏକ କିଶୋରୀ କ୍ୟାଲେଣ୍ଡର, କିଛି ଭିଡିଓ, ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ଏବଂ କିଶୋରୀ ଚର୍ଚ୍ଚା ରହିଛି। ପ୍ରତ୍ୟେକ ଶନିବାର ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆସୁଥିବା କିଶୋରୀମାନେ ‘ଅଦ୍ୱିକା’ ଅଧୀନରେ ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମ ଜରିଆରେ ଉପରୋକ୍ତ ପ୍ରସଙ୍ଗ ସମ୍ପର୍କରେ ଜାଣିବେ ବୋଲି ସେ କହିଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ କିଶୋରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍‌ କହିଥିଲେ। କିଶୋରୀଙ୍କୁ ପରାମର୍ଶ ଦେବା, ସ୍କୁଲ ଛାଡ଼ିଥିବା ଝିଅମାନଙ୍କ ଆର୍ଥିକ ସଶକ୍ତୀକରଣକୁ ସୁନିଶ୍ଚିତ କରିବା, ବାଲ୍ୟବିବାହ ରୋକିବା, ସ୍ବଚ୍ଛତା ଓ ସ୍ବାସ୍ଥ୍ୟ ରକ୍ଷା ଏବଂ ସୁରକ୍ଷା ପ୍ରଦାନ ଦିଗରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ଥପୂର୍ଣ୍ଣ ଭାବେ ନିୟୋଜିତ କରାଯାଇପାରିବ। ‘ଅଦ୍ୱିକା’ର ସଫଳତା ପାଇଁ ସେମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ୟୁଏନ୍‌ଏଫ୍‌ପିଏର ଭାରତ ପ୍ରତିନିଧି ଆର୍ଜେଣ୍ଟିନା ମାଟାଭେଲ୍‌ ପିସିନ୍‌ ଏବଂ ୟୁନିସେଫ୍‌ର ପ୍ରତିନିଧି ଡ. ୟାସ୍‌ମିନ୍‌ ଅଲ୍ଲି ହକ୍‌ ୟୁନିସେଫ୍‌ ଏବଂ ୟୁଏନ୍‌ଏଫ୍‌ପିଏ ତରଫରୁ ବିଭାଗକୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ। ଆଇସିଡିଏସ୍‌ ଏବଂ ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ୍‌ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏକ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଏବଂ ଅଧିକାରୀ ଏହି ଓ୍ବେବିନାରରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri