କିଶୋରୀଙ୍କୁ ଚିହ୍ନଟ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ରାଜ୍ୟରେ ଥିବା କିଶୋରୀମାନଙ୍କ ବିକାଶ ପାଇଁ ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ସୂଚନା ପରିଚାଳନା ବ୍ୟବସ୍ଥାର ବିକାଶ କରାଯିବ। ଏହାସହ କିଶୋରୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ, ପୁଷ୍ଟିସାଧନ, ସୁରକ୍ଷା ବ୍ୟବସ୍ଥାକୁ ନିରୀକ୍ଷଣ କରିବା ପାଇଁ ‘କିଶୋରୀ କାର୍ଡ’ ପ୍ରଦାନ କରାଯିବ। ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ଅବସରରେ ଏ ନେଇ ସୂଚନା ଦେଇଛନ୍ତି। ବିଭାଗ ପକ୍ଷରୁ ରବିବାର ଆୟୋଜିତ ଏକ ରାଜ୍ୟସ୍ତରୀୟ ୱେବିନାରରେ କିଶୋରୀଙ୍କ ଲାଗି ଉଦ୍ଦିଷ୍ଟ ସ୍ବତନ୍ତ୍ର ପ୍ୟାକେଜ ‘ଅଦ୍ୱିକା’ର ଲୋକାର୍ପଣ କରି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଏବଂ ସଚିବ ଗର୍ଗ କିଶୋରୀଙ୍କ ପାଇଁ ଆଗକୁ ହେବାକୁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।
‘ଅଦ୍ୱିକା’ କାର୍ଯ୍ୟକ୍ରମ ରାଜ୍ୟର ୧୦ରୁ ୧୯ବର୍ଷ ବୟସର କିଶୋରୀଙ୍କ ସାମଗ୍ରିକ ବିକାଶ ଏବଂ ସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ। ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଜରିଆରେ ଏହା କାର୍ଯ୍ୟକାରୀ କରାଯିବ। ଝିଅମାନେ ନିଜ ସମସ୍ୟାକୁ ବୁଝିପାରିଲେ ନିଜ ଅଧିକାର ପାଇଁ ସେମାନେ ଲଢ଼ି ଶିଖିବେ ବୋଲି ମନ୍ତ୍ରୀ ସାହୁ କହିଥିଲେ। ବିଦ୍ୟାଳୟ ଛାଡ଼ିଥିବା କିଶୋରୀ, ଯେଉଁମାନେ ସେମାନଙ୍କ ନିୟମିତ ପୁଷ୍ଟିସାଧନ କାର୍ଯ୍ୟକ୍ରମ ପାଇଁ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆସିଥାନ୍ତି ଏହି କାର୍ଯ୍ୟକ୍ରମ ସେମାନଙ୍କ ଲାଗି ବିଶେଷ ସହାୟକ ବୋଲି ସଚିବ କହିଥିଲେ। ‘ଅଦ୍ୱିକା’ ଅଧୀନରେ କିଶୋରୀ ବୟସରେ ବାଳିକାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଯୌନ ଏବଂ ପ୍ରଜନନ ସମ୍ବନ୍ଧିତ ସମସ୍ୟା, ପୁଷ୍ଟିସାଧନ, ବାଳିକାଙ୍କ ସୁରକ୍ଷା ଏବଂ ଉତ୍ତମ ସ୍ବାସ୍ଥ୍ୟ, ସେମାନଙ୍କ ଅଧିକାର ଏବଂ ବିଭିନ୍ନ ସୁବିଧା ପାଇବା ନିମନ୍ତେ ଯୋଗ୍ୟତା, ଲିଙ୍ଗଭିତ୍ତିକ ହିଂସା, ଆର୍ଥିକ ସାକ୍ଷରତା, ବିବାହ ଆଦି ବିଭିନ୍ନ ପ୍ରସଙ୍ଗକୁ ପର୍ଯ୍ୟବସିତ କରି ବର୍ଷର ୧୨ମାସ ନିମନ୍ତେ ଏକ ସ୍ବତନ୍ତ୍ର କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ‘ଅଦ୍ୱିକା’ ପ୍ୟାକେଜ୍‌ରେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ପାଇଁ ଏକ ପକେଟ୍‌ ପୁସ୍ତିକା, ଏକ କିଶୋରୀ କ୍ୟାଲେଣ୍ଡର, କିଛି ଭିଡିଓ, ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ଏବଂ କିଶୋରୀ ଚର୍ଚ୍ଚା ରହିଛି। ପ୍ରତ୍ୟେକ ଶନିବାର ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆସୁଥିବା କିଶୋରୀମାନେ ‘ଅଦ୍ୱିକା’ ଅଧୀନରେ ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମ ଜରିଆରେ ଉପରୋକ୍ତ ପ୍ରସଙ୍ଗ ସମ୍ପର୍କରେ ଜାଣିବେ ବୋଲି ସେ କହିଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ କିଶୋରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍‌ କହିଥିଲେ। କିଶୋରୀଙ୍କୁ ପରାମର୍ଶ ଦେବା, ସ୍କୁଲ ଛାଡ଼ିଥିବା ଝିଅମାନଙ୍କ ଆର୍ଥିକ ସଶକ୍ତୀକରଣକୁ ସୁନିଶ୍ଚିତ କରିବା, ବାଲ୍ୟବିବାହ ରୋକିବା, ସ୍ବଚ୍ଛତା ଓ ସ୍ବାସ୍ଥ୍ୟ ରକ୍ଷା ଏବଂ ସୁରକ୍ଷା ପ୍ରଦାନ ଦିଗରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ଥପୂର୍ଣ୍ଣ ଭାବେ ନିୟୋଜିତ କରାଯାଇପାରିବ। ‘ଅଦ୍ୱିକା’ର ସଫଳତା ପାଇଁ ସେମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ୟୁଏନ୍‌ଏଫ୍‌ପିଏର ଭାରତ ପ୍ରତିନିଧି ଆର୍ଜେଣ୍ଟିନା ମାଟାଭେଲ୍‌ ପିସିନ୍‌ ଏବଂ ୟୁନିସେଫ୍‌ର ପ୍ରତିନିଧି ଡ. ୟାସ୍‌ମିନ୍‌ ଅଲ୍ଲି ହକ୍‌ ୟୁନିସେଫ୍‌ ଏବଂ ୟୁଏନ୍‌ଏଫ୍‌ପିଏ ତରଫରୁ ବିଭାଗକୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ। ଆଇସିଡିଏସ୍‌ ଏବଂ ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ୍‌ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏକ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଏବଂ ଅଧିକାରୀ ଏହି ଓ୍ବେବିନାରରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri