ରାସନ କାର୍ଡ e-KYC ଅବଧି ବଢାଇଲେ ସରକାର, ଜାଣନ୍ତୁ ଆଉ କେତେ ଦିନ ବାକି ରହିଲା

ଭୁବନେଶ୍ୱର, ୫।୧: ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସୁବିଧା ପାଉଥିବା ହିତାଧିକାରୀଙ୍କ ପାଇଁ e-KYC ଅବଧି ବଢାଇଲେ ସରକାର। ପାଖ EPS କିମ୍ବା ରାସନ ଯୋଗାଣ କେନ୍ଦ୍ରରେ e-KYC କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ପୂର୍ବରୁ ଜାନୁଆରୀ ୧୫ ତାରିଖ ଯାଏ ଏହି ତାରିଖ ଥିଲା ବେଳେ ଆସନ୍ତା ୩୧ ଯାଏଁ e-KYC ଅବଧି ବୃଦ୍ଧି କରାଯାଇଛି।

ପୂର୍ବରୁ ସରକାର ସୂଚନା ଦେଇଥିଲେ ଯେ, ବାହାର ରାଜ୍ୟକୁ ଯାଇ ଓଡ଼ିଶା ଲୋକଙ୍କ ଇ-କେୱାଇସି କରିବେ ଅଧିକାରୀ। ଗୋଆରେ ଯାଇ ଇ-କେୱାଇସି କରାଯାଇଛି। ଭାରତ ବର୍ଷରେ ଥିବା ଅନ୍ୟ ରାଜ୍ୟକୁ ଯାଇ ବି ସରକାର କରିବେ ଇ-କେୱାଇସି। ବତ୍ତମାନ ସୁଦ୍ଧା ୮୫ ପ୍ରତିଶତ ଶେଷ ହୋଇଛି। ଆହୁରି ୫୦ ଲକ୍ଷ ଲୋକ କରିନାହାନ୍ତି, କିନ୍ତୁ ସମସ୍ତଙ୍କର ଠିକ୍ ସମୟରେ ଶେଷ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଇ-କେୱାଇସିରୁ ରାଜ୍ୟ ସରକାର ପାଇଛନ୍ତି ବଡ଼ ସଫଳତା। ଧରାପଡିଛନ୍ତି ଭୂତ ରାସନ କାର୍ଡଧାରୀ। ବର୍ଷ ବର୍ଷ ଧରି ସରକାରୀ ଯୋଜନାକୁ କରି ଚାଲୁଥିଲେ ହଡ଼ପ। ଜାଲ୍ ହିତାଧୀକାରୀଙ୍କୁ ଚିହ୍ନଟ କରିବାରେ ସହାୟକ ହୋଇଛି।

ଏହା ସହିତ ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଗୋଟେ ଗୋଟେ ଜିଲାରୁ ବାହାରିଛନ୍ତି ପାଖାପାଖି ଦେଢ ଲକ୍ଷ ଭୂତ ହିତାଧୀକାରୀ। ସେମାନଙ୍କୁ ବାନ୍ଧିବା ଏବଂ ତାଙ୍କ ପଛରେ ଥିବା ବାବୁଙ୍କୁ ଏନେଇ ମହଙ୍ଗା ପଡ଼ିପାରେ। ବିଜେଡି ପାଇଁ ସୃଷ୍ଟି ହୋଇପାରେ ଆଡୁଆ। କାହିଁକି ନା ନବୀନ ସରକାରର ୨୪ବର୍ଷ ଭିତରେ ଭୂତ ହିତାଧିକାରୀ ଯୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଚାର୍ଜଫ୍ରେମ୍‌

ଭୁବନେଶ୍ୱର,୧୭ା୧(ସତ୍ୟଜିତ୍‌ ରାଉତ): ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର କୋର୍ଟ (ପିଏମ୍‌ଏଲ୍‌ଏ) ତଥା ଜିଲା ଓ ଦୌରା ଜଜ୍‌ ଚାର୍ଜଫ୍ରେମ୍‌ କରିଛନ୍ତି। ରୋଜ୍‌ଭ୍ୟାଲି ଚେୟାରମ୍ୟାନ...

ମିଥ୍ୟା ବିଜ୍ଞାପନ ପାଇଁ ପାର୍ଲେ କମ୍ପାନୀକୁ ଅର୍ଥଦଣ୍ଡ

ଖୋର୍ଦ୍ଧା,୧୭ା୧(ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ବିଜ୍ଞାପନ ଦେଇ ଖାଦ୍ୟ ଉପତ୍ାଦ ବିକ୍ରି ଅଭିଯୋଗରେ ବିସ୍କୁଟ କମ୍ପାନୀ ‘ପାର୍ଲେ’ ଅଧିକୃତ ସଂସ୍ଥା ଫ୍ରାଞ୍ଚାଇଜ କର୍ତ୍ତୃପକ୍ଷ, ଡିଷ୍ଟ୍ରିବ୍ୟୁଟରଙ୍କୁ ଖାଦ୍ୟ ସୁରକ୍ଷା...

୧୯ ବର୍ଷରେ ୬୬% ଗୋମହିଷାଦି ସଂଖ୍ୟା କମିଛି, ଅର୍ଥନୀତି, ପରିବେଶ ଉପରେ ପକାଉଛି ପ୍ରଭାବ

କେନ୍ଦ୍ରାପଡ଼ା,୧୭ା୧(ଜଗନ୍ନାଥ ଧଳ): ୧୯୯୯ ମହାବାତ୍ୟା ପରେ କେନ୍ଦ୍ରାପଡ଼ା ଜିଲାର ଗୋମହିଷାଦି ପ୍ରାଣୀ ସଂଖ୍ୟା ଉପରେ ଚଡ଼କ ପଡିଛି। ଏକଦା ଗ୍ରାମାଞ୍ଚଳ ଅର୍ଥନୀତିକୁ ସମୃଦ୍ଧ କରୁଥିବା ଏହି...

ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର...

ଜମି ବିବାଦରୁ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

କୋରାପୁଟ/ନାରାୟପାଟଣା,୧୬/୧(ଅମିତାଭ ବେହେରା/ ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟପାଟଣା ବ୍ଲକ ତାଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗିଙ୍କ ହତ୍ୟା ଘଟଣାରେ ଗୁରବାର ନାରାୟଣପାଟଣା ପୋଲିସ...

ଆଦିବାସୀ ମେଳା: ୧୨ ଦିନରେ ୯ କୋଟି ବେପାର

ଭୁବନେଶ୍ୱର,୧୬।୧: ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଚାଳିଥିବା ଆଦିବାସୀ ମେଳା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ...

ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ, କଳାବାଘ ହତ୍ୟା ପରେ ତପ୍ତର ପ୍ରଶାସନ

ବାରିପଦା,୧୬।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳରେ ଶୁକ୍ରବାରଠାରୁ ନିୟୋଜିତ ହେବେ ପୋଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜଏଣ୍ଟ ଟାସ୍କଫୋର୍ସ ସହ...

ପାଣି ହଣ୍ଡାରେ ପଡ଼ିଗଲେ ୨ ବର୍ଷର ଶିଶୁକନ୍ୟା, ତା’ପରେ…

ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri