ଅଣ ଓଡ଼ିଆ ଅଫିସର ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ କରିବା ପଛରେ କ’ଣ ରହିଛି ବଡ଼ କାରଣ? ଜାଣନ୍ତୁ…

ଭୁବନେଶ୍ୱର,୨୯।୬: ଓଡ଼ିଶାରେ ନୂଆ ଭାଜପା ସରକାରଙ୍କ ପକ୍ଷରୁ ଶୁକ୍ରବାର ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ଏହାଛଡ଼ା ତାଙ୍କୁ ସାଧାରଣ ପ୍ରଶାସନିକ ବିଭାଗର ସଚିବ ଦାୟିତ୍ୱ ମଧ୍ୟ ମିଳିଛି।

ଆହୁଜା ହରିୟାଣାର ମୂଳ ବାସିନ୍ଦା। ୨୦୧୭ରୁ ସେ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିଲେ। ଏବେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ତାଙ୍କୁ ମୂଳ କ୍ୟାଡର୍‌ ଓଡ଼ିଶାକୁ ପଠାଇ ଦିଆଯାଇଛି। ଦୀର୍ଘ ୩୯ ବର୍ଷ ପରେ ଜଣେ ଅଣ ଓଡ଼ିଆ ଆଇଏଏସ୍‌ ଅଫିସର ରାଜ୍ୟର ମୁଖ୍ୟ ସଚିବ ହେବାକୁ ଯାଉଛନ୍ତି।

ଆହୁଜା ପୂର୍ବରୁ କେନ୍ଦ୍ରର କୃଷି ସଚିବ ଦାୟିତ୍ୱରେ ଥିଲେ। ଏହାପୂର୍ବରୁ ସେ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମୀ(ଏଲବିଏସ୍‌ଏନ୍‌ଏଏ)ର ସ୍ବତନ୍ତ୍ର ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ସେ ତୁଲାଇଛନ୍ତି।

ଓଡ଼ିଶା ସରକାରରେ ଆହୁଜା ଇସ୍ପାତ ଓ ଖଣି ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଏବେ ତାଙ୍କୁ କେନ୍ଦ୍ର ଡେପୁଟେଶନରୁ ଫେରାଇ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରାଯିବା ପଛରେ ଅନେକ କାରଣ ରହିଛି। କାରଣ ନୂଆ ଭାଜପା ସରକାରରେ ଅଧିକାଂଶ ମନ୍ତ୍ରୀଙ୍କ ପାଖରେ ବିଭାଗକୁ ସମ୍ଭାଳିବାର ଅନୁଭବ ନାହିଁ।

କେବଳ ଏତିକି ନୁହେଁ ଆହୁଜାଙ୍କ ଭୂମିକା ଭାଜପାର ନିର୍ବାଚନୀ ପ୍ରତିଶ୍ରୁତିର ସଫଳ ରୂପାୟନ ମାମଲାରେ ମହତ୍ୱପୂର୍ଣ୍ଣ ରହିବ। ମୋହନ ମାଝି ସରକାରରେ ବିଭିନ୍ନ ବିଭାଗରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏବଂ ଜିଲାପାଳଙ୍କ ନିଯୁକ୍ତିରେ ମଧ୍ୟ ସେ ପ୍ରମୁଖ ଭୂମିକା ତୁଲାଇବେ। ମୁଖ୍ୟମନ୍ତ୍ରୀ ଏବେ ଯାଏ ନିଜ ଟିମ୍‌ ଚୟନ କରିନାହାନ୍ତି, ଏଣୁ ଆହୁଜା ମୁଖ୍ୟ ଶାସନ ସଚିବ ଭାବେ ସାମିଲ ହେବା ପରେ ନିଯୁକ୍ତି ବଢ଼ିବାର ଆଶା ରହିଛି।

ନୂଆ ସରକାର ଏଯାବତ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରିବା ଆରମ୍ଭ କରିନାହାନ୍ତି। ଏବେ ଯାଏ ବିଜେଡି ସରକାରରେ ଚାଲୁଥିବା ସମସ୍ତ ଯୋଜନା ଜାରି ରହିବ ନା ବନ୍ଦ କରାଯିବ ସେନେଇ ସ୍ପଷ୍ଟ ନିଷ୍ପତ୍ତି ନିଆଯାଇନାହିଁ। ଏଣୁ ଏ ସମସ୍ତ ମାମଲାରେ ଆହୁଜାଙ୍କ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ ରହିବ। ତେବେ ଭାଜପାର କେନ୍ଦ୍ରୀୟ ନେତୃତ୍ୱର ପରାମର୍ଶକ୍ରମେ ଓଡ଼ିଶା ସରକାର ଆହୁଜାଙ୍କ ନିଯୁକ୍ତି ଲାଗି କେନ୍ଦ୍ରକୁ ଚିଠି ଲେଖିଥିବା ରିପୋର୍ଟରେ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଲଗାଣ ବର୍ଷାର କୋପ: ପୁରୀଗୁଡ଼ା ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର, ଭୟଭୀତ ଗ୍ରାମବାସୀ

ମାଲକାନଗିରି,୪।୧୧(ଦୁର୍ଯ୍ୟୋଧନ ପାତ୍ର): ଲଗାଣ ବର୍ଷାର ପ୍ରଭାବରେ ମାଲକାନଗିରି ଜିଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ପ୍ରାକୃତିକ ବିପତ୍ତିର ଆଶଙ୍କା ସୃଷ୍ଟି ହୋଇଛି। ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ…

ବଢୁଛି ରାମଚରଣଙ୍କ କ୍ରେଜ୍‌: ଗୋଟିଏ ଫିଲ୍ମ ପାଇଁ ଡିମାଣ୍ଡ୍‌ କଲେ ଏମିତି କୋଟି

୨୦୨୭ ମସିହା ଦକ୍ଷିଣ ଭାରତୀୟ ସିନେମା ଜଗତ ପାଇଁ ଖାସ ହେବାକୁ ଯାଉଛି। ମହେଶ ବାବୁଙ୍କ ‘ବାରାଣସୀ’ଠାରୁ ଆରମ୍ଭ କରି ଅଲ୍ଲୁ ଅର୍ଜୁନ, ପ୍ରଭାସ ଓ ଜୁନିୟର…

ଉଦଳାରେ ଇଡିର ବଡ଼ଧରଣର ଚଢ଼ାଉ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଟ୍ରେଡିଂ କମ୍ପାନୀ ମୁଖ୍ୟଙ୍କ ଘରେ ଯାଞ୍ଚ

ଉଦଳା, ୪।୧୧(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମରେ ବୁଧବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ସ୍ୱତନ୍ତ୍ର ଟିମ୍‌ ବଡ଼ଧରଣର ଚଢ଼ାଉ…

ଡୁଙ୍ଗୁରୀରେ ବେଆଇନ ମଦ ବିକ୍ରିକୁ ନେଇ ତାତି: ଥାନା ଘେରିଲେ ମହିଳା

ଅମରପାଲି, ୩।୧୧ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ପଞ୍ଚାୟତର ଡୁଙ୍ଗୁରୀ ଗ୍ରାମରେ ବେଆଇନ ମଦ ବିକ୍ରିକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି।…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ପାଇଁ ଏମିତି କାମ କଲେ ଅର୍ଶଦୀପ: ଖୋଲି କହିଲେ ମନର କଥା

ଅକଲାଣ୍ଡ,୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ବୋଲର ଅର୍ଶଦୀପ ସିଂହଙ୍କ ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଥିଲା। ସେ ୧୦ ଓଭର ବୋଲିଂ କରି ୭୦ ରନ…

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର: ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି, ୪।୧୧ (ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ବୁଧବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି କୁଲଡିହା ଅଭୟାରଣ୍ୟ। ପ୍ରଥମ…

ଅଦ୍ଭୁତ କ୍ୟାଚ୍‌ ଧରି ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି: ନ୍ୟୁଜିଲାଣ୍ଡ ମାଟିରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର…

ମାଥିଲିରେ ଭୂସ୍ଖଳନ, ଖସିଲା ବିରାଟ ପଥର

ମାଲକାନଗିରି, ୪।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଅଞ୍ଚଳର ନାଏକଗୁଡ଼ାଠାରେ ଭୂସ୍ଖଳନ ଘଟିଛି। ଏହି ସମୟରେ ପାହାଡ଼ରୁ ଏକ ବିରାଟ ପଥର ଖସି ଆସିଥିବା ବେଳେ ଅଳ୍ପକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?