ସମ୍ବଲପୁରୀ ଲୁକ୍‌ରେ ଓଡ଼ିଶା ଫୁଟବଲ କ୍ଲବ୍‌ ମହିଳା ଦଳ

ଭୁବନେଶ୍ୱର,୧୭।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ଫୁଟ୍‌ବଲ ଜର୍ସି ସହ ହସ୍ତତନ୍ତର ନିଆରା ସଂଯୋଗ। ଶୁଣିବାକୁ ଟ୍ରେଣ୍ଡି, ଆଉ ଟିକେ ନୂଆ ବି ଲାଗୁଥିବ। ଫୁଟବଲ ଓ ହସ୍ତତନ୍ତ କିଭଳି ସଂଯୋଗ ହୋଇପାରିଛନ୍ତି ତାହାକୁ ନେଇ ମନରେ ପ୍ରଶ୍ନ ବି ଆସୁଥିବ। ଏପରି ଏକ ପରିକଳ୍ପନା କରାଯାଇ ଓଡ଼ିଶା ଫୁଟବଲ୍‌ କ୍ଲବ ମହିଳା ଦଳ(ଓଏଫ୍‌ସି)କୁ ଏକ ଭିନ୍ନ ଳୁକ୍‌ ଦିଆଯାଇଛି। କ୍ଲବ୍‌ର ସଦସ୍ୟାମାନେ ହସ୍ତତନ୍ତର ପୋଷାକ ଓ ଜର୍ସି ପିନ୍ଧିଛନ୍ତି। ମନରେ ଏକ ଅନନ୍ୟ ଅନୁଭବ ଭେଟିଦେବାକୁ ସେମାନଙ୍କୁ ପ୍ରଥମଥର ପାଇଁ ନୂଆ ରୂପରେ ସଜାଇଛନ୍ତି ଡିଜାଇନର ସବ୍ୟସାଚୀ ଶତପଥୀ। ଜର୍ସି, ପୁଣି ତା’ସହ ହସ୍ତତନ୍ତର ପୋଷାକ। ୨ ପ୍ରକାରର ଡ୍ରେସ୍‌ ସେମାନଙ୍କୁ ନୂଆ ଲୁକ୍‌ ଆଣି ଦେଉଥିଲା। କିଏ ଉପରେ ଜର୍ସି ସହ ହସ୍ତତନ୍ତର ପ୍ୟାଣ୍ଟ, ତ ପୁଣି କିଏ ହସ୍ତତନ୍ତର ସ୍ରଗ ପିନ୍ଧିଥିଲେ। ସବୁଦିନ ଜର୍ସିରେ ଦେଖିବାକୁ ମିଳୁଥିବା ଝିଅମାନଙ୍କୁ ହସ୍ତତନ୍ତ ପୋଷାକ ସହ ଦେଖିବାକୁ ସତରେ ଖୁବ୍‌ ସୁନ୍ଦର ଲାଗୁଥିଲା। ସବ୍ୟସାଚୀଙ୍କ ଏହି ଶୁଟ୍‌ ଗତ ୯ ତାରିଖରେ ହୋଇଥିଲା। ସେ ଏହାକୁ ସୋସିଆଲ ମିଡିଆ ପେଜ୍‌ରେ ଅପ୍‌ଲୋଡ୍‌ କରିଥିଲେ। ତାଙ୍କ ପୋଷ୍ଟ ଦେଖିବା ପରେ କିଏ ସାନିଟାରି ନାପକିନ୍‌ ତ ଆଉ କିଏ ଫ୍ରିରେ ସ୍ବାସ୍ଥ୍ୟ ଚିକିତ୍ସା, ପୁଣି ସକ୍ସ ଦେବାକୁ କମେଣ୍ଟରେ ଲେଖିଥିଲେ।
କହିଛନ୍ତି, ପୁରୁଷ ଦଳକୁ ପ୍ରାୟ ସମୟରେ ପ୍ରାଧାନ୍ୟ ମିଳିଥାଏ। ମହିଳା ଫୁଟ୍‌ବଲ୍‌ ଖେଳାଳିଙ୍କ ପାଇଁ ଏଭଳି କିଛି ହେବା ଦ୍ୱାରା ସେମାନେ ସବୁବେଳେ ନଜରରେ ରହିପାରିବେ। ଟିମ୍‌ର ମ୍ୟାନେଜର ମୋତେ ଏ ନେଇ ଯୋଗାଯୋଗ କରିଥିଲେ। ଜଣେ ଡିଜାଇନର ହିସାବରେ ଆମ ଓଡ଼ିଶା ଯେଉଁସବୁ ପାଇଁ ପ୍ରସିଦ୍ଧ, ଯେମିତିକି ହସ୍ତତନ୍ତ, ମନ୍ଦିର, ପର୍ଯ୍ୟଟନ ସେବୁକୁ ନେଇ କିଭଳି ଏକ ନୂଆ ରୂପରେ ପ୍ରଦର୍ଶିତ କରାଯାଇପାରିବ ତାହା ମୁଁ ଯୋଜନା କଲି। ତା’ ପରେ ଭାବିଲି ଫୁଟବଲ ଟିମ୍‌କୁ କିଭଳି ହସ୍ତତନ୍ତରେ ସଜାଇପାରିବି। ହସ୍ତତନ୍ତରେ ମଡର୍ନ ଆଟାୟାର୍‌ ସହ ଫୁଟ୍‌ବଲ୍‌ ଜର୍ସିକୁ ନେଇ ମୁଁ ସଜାଇଲି। ସ୍ରଗ୍‌, ଜ୍ୟାକେଟ, ଟପ୍‌, ପ୍ୟାଣ୍ଟ ପ୍ରସ୍ତୁତ କଲି। ସମ୍ବଲପୁରୀ, ମାଣିଆବନ୍ଧରେ ପ୍ରସ୍ତୁତ ଏହି ଡ୍ରେସ୍‌ଗୁଡ଼ିକୁ ଯିଏ ଯେମିତି ଚାହିଁଲେ ବ୍ୟବହାର କରିପାରିବେ। ଜଣେ ଯଦି କିଏ ଉପରେ ଟପ୍‌ କରି ପିନ୍ଧିଲା, ଜର୍ସି ତଳେ ରହିଲା। ଏଭଳି ପୋଷାକରେ ଉଭୟ କ୍ରୀଡ଼ା ଓ ରାଜ୍ୟର ହସ୍ତତନ୍ତକୁ ଶୋ କରାଯାଇଛି। ଫିଲ୍ଡରେ ଥିବାବେଳେ ମହିଳା ଖେଳାଳିମାନେ ସାଧାରଣତଃ ଫିୟର୍ସ ଥାଆନ୍ତି। ତେଣୁ ସେମାନଙ୍କୁ ଆମେ ଫିୟର୍ସ ଫେରିଜ ବୋଲି କହିଲୁ। ଏଥିସହ ମୁଁ ଅନ୍ୟମାନଙ୍କୁ ମଧ୍ୟ ଅନୁରୋଧ କରିଛି, ଯେଉଁମାନେ ମହିଳା ସମ୍ପର୍କିତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, ସେମାନେ ମଧ୍ୟ ଏମାନଙ୍କୁ ସୁବିଧାରେ ଯୋଗାଇବା ସହ ନିଜର ପ୍ରମୋଟ କରାଇପାରିବେ। ଆଗକୁ ପୁରୁଷ ଦଳର ମଧ୍ୟ ଶୁଟ୍‌ କରିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?