ଭୁବନେଶ୍ୱର, ୨୬।୮(ତପନ ସ୍ବାଇଁ): ପ୍ରଥମଥରପାଇଁ ଏଏଫ୍ସି କପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶା ଏଫ୍ସି ସେପ୍ଟେମ୍ବର ୧୯ରେ କଳିଙ୍ଗ ଷ୍ଟାଡିୟମରୁ ଅଭିଯାନ ଆରମ୍ଭ କରିବ। ଏହାର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ମୋହନ ବାଗାନ ସୁପର ଜାଏଣ୍ଟ। ୨୦୨୨-୨୩ ସୁପର କପ୍ ବିଜୟୀ ହୋଇଥିବାରୁ ଓଡ଼ିଶା ଏଫ୍ସି ସିଧାସଳଖ ଗ୍ରୁପ ପର୍ଯ୍ୟାୟ ଖେଳିବାକୁ ଯୋଗ୍ୟତା ପାଇଛି। ଏଏଫ୍ସି କପ୍ ଗ୍ରୁପ୍ ପର୍ଯ୍ୟାୟର ଅଫିସିଆଲ ଡ୍ର’ ଉଠାଣ କାର୍ଯ୍ୟକ୍ରମ ଶୁକ୍ରବାର କୁଆଲାଲମ୍ପୁରରେ ଅନୁଷ୍ଠିତ ହୋଇଯାଇଛି। ସାଉଥ୍ ଜୋନ୍ର ଗ୍ରୁପ୍ ‘ଡି’ରେ ଓଡ଼ିଶା ଏଫ୍ସି ଭାରତର ଅନ୍ୟତମ କ୍ଲବ ମୋହନ ବାଗାନ ଜାଲଣ୍ଟ, ବାଂଲାଦେଶର ବସୁନ୍ଧରା କିଙ୍ଗ୍ସ ଏବଂ ମାଲଡିଭ୍ସର ମାଜିୟା ସ୍ପୋଟର୍ସ ଆଣ୍ଡ ରିକ୍ରିଏଶନ କ୍ଲବ ସହିତ ସ୍ଥାନ ପାଇଛି। ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଗୁଡ଼ିକ ହୋମ୍ ଆଣ୍ଡ ଆଓ୍ବେ ଭିତ୍ତିରେ ଅନୁଷ୍ଠିତ ହେବ। ଗ୍ରୁପ୍ର ବିଜେତା ଇଣ୍ଟର-ଜୋନ ପ୍ଲେ-ଅଫ୍ ସେମିଫାଇନାଲ୍ସକୁ ଯୋଗ୍ୟତା ଅର୍ଜନ କରିବ।
ଓଡ଼ିଶା ଏଫ୍ସି କାର୍ଯସୂଚୀ
ସେପ୍ଟେମ୍ବର ୧୯: ବନାମ ମୋହନ ବାଗାନ ସୁପର ଜାଏଣ୍ଟ, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର, ସମୟ: ସନ୍ଧ୍ୟା ୭ଟା ୩୦
ଅକ୍ଟୋବର ୨: ବନାମ ବସୁନ୍ଧରା କିଙ୍ଗ୍ସ, ସ୍ଥାନ: ବସୁନ୍ଧରା କିଙ୍ଗ୍ସ ଆରେନା, ଢାକା, ସମୟ: ଅପରାହ୍ନ ୫ଟା ୩୦
ଅକ୍ଟୋବର ୨୪: ବନାମ ମାଜିୟା ସ୍ପୋଟର୍ସ ଆଣ୍ଡ ରିକ୍ରିଏଶନ, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର, ସମୟ: ସନ୍ଧ୍ୟା ୭ଟା ୩୦
ନଭେମ୍ବର ୭: ବନାମ ମାଜିୟା ସ୍ପୋଟର୍ସ ଆଣ୍ଡ ରିକ୍ରିଏଶନ, ସ୍ଥାନ: ନ୍ୟାଶନାଲ ଫୁଟବଲ ଷ୍ଟାଡିୟମ, ମାଲେ, ସମୟ: ରାତି ୯ଟା ୩୦
ନଭେମ୍ବର ୨୭: ବନାମ ମୋହନ ବାଗାନ ସୁପର ଜାଏଣ୍ଟ, ସ୍ଥାନ: ସଲ୍ଟ ଲେକ୍ ଷ୍ଟାଡିୟମ, କୋଲକାତା, ସମୟ: ସନ୍ଧ୍ୟା ୭ଟା ୩୦
ଡିମ୍ବେର ୧୧: ବନାମ ବସୁନ୍ଧରା କିଙ୍ଗ୍ସ, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର, ସମୟ: ସନ୍ଧ୍ୟା ୭ଟା ୩୦।
ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍ଙ୍କ ଇସ୍ତଫା
ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…
ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ
ପ୍ୟାରିସ୍, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…
ଗୁଜରାଟ ୟୁସିସି ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…
୬ରୁ ହବିଷିଆଳି ବ୍ରତ ପାଇଁ ଅନ୍ଲାଇନ ପଞ୍ଜୀକରଣ
ପୁରୀ,୩ା୧୦(ଅଜିତ୍ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍ଲାଇନ ମାଧ୍ୟମରେ…
ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ
ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…
ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା
ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…
IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!
ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍ଜା…
ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!
୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

