Posted inଖେଳ

ଫାଓ ସୁପରକପ୍‌ ସେମିଫାଇନାଲ ଚୂଡ଼ାନ୍ତ

ଭୁବନେଶ୍ୱର, ୨୬।୮(ତପନ ସ୍ବାଇଁ): କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଫଳରେ ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇ ଯାଇଛି। ରାଧାରମଣ କ୍ଲବ, ସ୍ପୋଟର୍‌ସ ଓଡ଼ିଶା, ସନ୍‌ରାଇଜ୍‌ କ୍ଲବ ଏବଂ ରାଇଜିଂ ଷ୍ଟାର କ୍ଲବ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ପ୍ରଥମ ସେମିଫାଇନାଲରେ ସନ୍‌ରାଇଜ୍‌ କ୍ଲବକୁ ରାଧାରମଣ ଏବଂ ଦ୍ୱିତୀୟ ସେମିରେ ସ୍ପୋଟର୍‌ସ ଓଡ଼ିଶାକୁ ରାଇଜିଂ ଷ୍ଟାର କ୍ଲବ ଭେଟିବ। ଶୁକ୍ରବାର ଅନୁଷ୍ଠିତ ଶେଷ ୨ଟି କ୍ୱାର୍ଟର ଫାଇନାଲରେ ରାଇଜିଂ ଷ୍ଟାର କ୍ଲବ ଓ ସନ୍‌ରାଇଜ୍‌ କ୍ଲବ ବିଜୟୀ ହୋଇଛନ୍ତି। ସନ୍‌ରାଇଜ୍‌ ୧-୦ ଗୋଲରେ ଇଣ୍ଡିପେଣ୍ଡଣ୍ଟ କ୍ଲବକୁ ପରାସ୍ତ କରିଛି। ସେହିପରି ଅନ୍ୟ ମ୍ୟାଚରେ ରାଇଜିଂ ଷ୍ଟାର କ୍ଲବ ପେନାଲ୍ଟି ଶୁଟ୍‌ଆଉଟ୍‌ ୪-୨ ଗୋଲରେ ୟଙ୍ଗ୍‌ଉତ୍କଳ କ୍ଲବକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୫-୫ ଗୋଲରେ ବରାବର ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲରେ ଇଥାନଲ ମିଶାଇଲେ ଗାଡ଼ିର ମାଇଲେଜ କମିଯାଏ କି? କେନ୍ଦ୍ରମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୩।୭: ପେଟ୍ରୋଲରେ ଇଥାନଲ ବ୍ୟବହାର ନେଇ ଦେଶରେ ବର୍ତ୍ତମାନ ଏକ ଉଷ୍ମ ବିତର୍କ ଚାଲିଛି। ଏହି ପ୍ରସଙ୍ଗକୁ ସମ୍ବୋଧିତ କରି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

‘ମୋ ବିବାହ ଜୁଲାଇରେ…’ ଗୌରୀ ସ୍ପ୍ରେଟଙ୍କ ସହିତ ଓ୍ବେଡିଂ ପ୍ଲାନ ପ୍ରକାଶ କଲେ ଆମିର

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ଜୁଲାଇ ୫ରେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ପୂର୍ବରୁ ଦୁଇଥର ବିବାହ କରିଛନ୍ତି,…

ଆମେରିକା-ଇରାନ ଶାନ୍ତି ଚୁକ୍ତି ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ସମସ୍ତ ସର୍ତ୍ତ ଗ୍ରହଣ…

ଓ୍ବାଶିଂଟନ,୩ା୭: ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ପରେ, ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି…

ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ଆସିଥିବା ଆରାଘଚିଙ୍କ ସହ ଗାଲିବାଫଙ୍କୁ ହତ୍ୟା କରିବାକୁ ଚାହୁଁଛି ଇସ୍ରାଏଲ! ହତ୍ୟା ଷଡ଼ଯନ୍ତ୍ରର…

ଜେରୁଜେଲମ,୩।୭: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ସାମ୍ନାକୁ ଆସିଛି। ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ…

ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ…

ଘରୁ ଉଭାନ୍‌ ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ: ବାପା କହିଲେ…

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ସ୍ଥିତ ଭୈରବନଗର ପଡ଼ାରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଛି।…

ଅଙ୍ଗନଦୀ ସେତୁରୁ ଉଠିଗଲା କଂକ୍ରିଟ: ଦୁର୍ଘଟଣା ଆଶଙ୍କା

ଲୋଇସିଂହା,୩।୭ (ସୁଶାନ୍ତ ବାରିକ):ବଲାଙ୍ଗୀର-ବରଗଡ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ସାଲେଭଟା ଅଙ୍ଗନଦୀ ସେତୁ ମଝି ଅଂଶ ଶୋଚନୀୟ ହୋଇ ପଡିଥିବା ସ୍ଥାନକୁ ଗତ ମଙ୍ଗଳବାର ମରାମତି କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri