Posted inଖେଳ

‘ଭାରତ ବିପକ୍ଷରେ ଓପନିଂ କରନ୍ତୁ ପୁକୋଭସ୍କି’

ମେଲବୋର୍ନ, ୧୦ା୧୧ (ପି.ଟି.)-ଭାରତ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳ ତରଫରୁ ଓପନିଂ କରିବା ଲାଗି ଯୁବ ଖେଳାଳି ଓ୍ବିଲ୍‌ ପୁକୋଭସ୍କିଙ୍କୁ ସୁଯୋଗ ଦେବା ଉଚିତ୍‌ ବୋଲି ଇନାନ ଚାପେଲ ଓ ମାଇକେଲ କ୍ଲାର୍କଙ୍କ ସମେତ ବହୁ ପୂର୍ବତନ ଅଧିନାୟକ ମତବ୍ୟକ୍ତ କରିଛନ୍ତି। ଭିକ୍ଟୋରିଆର ପୁକୋଭସ୍କି ଶେଫିଲ୍ଡ ଶିଲ୍‌ଡ ଘରୋଇ କ୍ରିକେଟ ପ୍ରତିଯୋଗିତାରେ କ୍ରମାଗତ ଦୁଇଟି ଦ୍ୱିଶତକ ହାସଲ କରିଛନ୍ତି। ଗତ ସପ୍ତାହରେ ସାଉଥ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୨୫୫ରନ କରି ଅପରାଜିତ ରହିଥିବାବେଳେ ନିକଟରେ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୨୦୨ ରନ କରିଛନ୍ତି। ଏହି ୨୨ ବର୍ଷୀୟ କ୍ରିକେଟର ଏହି ସିଜନରେ ୪୫୭ ରନ ସ୍କୋର କରିସାରିଲେଣି। ଡିସେମ୍ବର ୧୭ରୁ ଅଷ୍ଟ୍ରେଲିଆର ଭାରତ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବ। ଏଥିରେ ପୁକୋଭସ୍କିଙ୍କୁ ନିହାତି ସୁଯୋଗ ଦେବା ଉଚିତ୍‌ ବୋଲି କ୍ଳାର୍କ କହିଛନ୍ତି। ଭାରତ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ତାଙ୍କୁ ଡେଭିଡ୍‌ ଓ୍ବାର୍ନରଙ୍କ ଓପନିଂ ପାର୍ଟନର କରାଯାଉ। ମାର୍ନସ ଲାବୁସାନେ ୩ୟ ଏବଂ ଷ୍ଟିଭ୍‌ ସ୍ମିଥ୍‌ ୪ର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଲେ ଭଲ। ଅନ୍ୟପକ୍ଷରେ ୧୯୭୧ରୁ ୧୯୭୫ ପର୍ଯ୍ୟନ୍ତ ଭାରତର ଅଧିନାୟକ ଦାୟିତ୍ୱ ତୁଲାଇଥିବା ଚାପେଲ କହିଛନ୍ତି, ଟେଷ୍ଟ ଓପନର ଜୋ ବନର୍‌ସ ତୁଳନାରେ ପୁକୋଭସ୍କି ଲମ୍ବା ସମୟ ପାଇଁ ଜଣେ ଉନ୍ନତ ଓପନର। ଗତ ଗ୍ରୀଷ୍ମଋତୁରେ ଅଷ୍ଟ୍ରେଲିଆ ତରଫରୁ ଖେଳିବା ବେଳେ ବନର୍‌ସଙ୍କ ଆଭରେଜ ମାତ୍ର ୩୨ ରହିଥିଲା। ଚଳିତ ସିଜନରେ କୁଇନ୍ସଲାଣ୍ଡ ପାଇଁ ସେ ୭, ୨୯, ୦’ ଓ ୧୦ ରନ ସ୍କୋର କରିଥିଲେ। ତେଣୁ ବର୍ତ୍ତମାନ ପୁକୋଭସ୍କିଙ୍କୁ ଚେଷ୍ଟ କରି ଦେଖିବା ଉଚିତ୍‌ ବୋଲି ସେ କହିଛନ୍ତି। ୨୨ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ରେ ପୁକୋଭସ୍କି ୫୭.୯୩ ଆଭରେଜରେ ୬ଟି ଶତକ ହାସଲ କରିଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଏହି ୟଙ୍ଗଷ୍ଟର ବ୍ୟାଟ୍ସମ୍ୟାନଙ୍କୁ ଖେଳାଯାଇବା ସପକ୍ଷରେ ଅଷ୍ଟ୍ରେଲିଆର ପୂର୍ବତନ ଓପନର ମାର୍କ ଓ୍ବ’ ମଧ୍ୟ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?