Posted inଖେଳ

‘ଭାରତ ବିପକ୍ଷରେ ଓପନିଂ କରନ୍ତୁ ପୁକୋଭସ୍କି’

ମେଲବୋର୍ନ, ୧୦ା୧୧ (ପି.ଟି.)-ଭାରତ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳ ତରଫରୁ ଓପନିଂ କରିବା ଲାଗି ଯୁବ ଖେଳାଳି ଓ୍ବିଲ୍‌ ପୁକୋଭସ୍କିଙ୍କୁ ସୁଯୋଗ ଦେବା ଉଚିତ୍‌ ବୋଲି ଇନାନ ଚାପେଲ ଓ ମାଇକେଲ କ୍ଲାର୍କଙ୍କ ସମେତ ବହୁ ପୂର୍ବତନ ଅଧିନାୟକ ମତବ୍ୟକ୍ତ କରିଛନ୍ତି। ଭିକ୍ଟୋରିଆର ପୁକୋଭସ୍କି ଶେଫିଲ୍ଡ ଶିଲ୍‌ଡ ଘରୋଇ କ୍ରିକେଟ ପ୍ରତିଯୋଗିତାରେ କ୍ରମାଗତ ଦୁଇଟି ଦ୍ୱିଶତକ ହାସଲ କରିଛନ୍ତି। ଗତ ସପ୍ତାହରେ ସାଉଥ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୨୫୫ରନ କରି ଅପରାଜିତ ରହିଥିବାବେଳେ ନିକଟରେ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୨୦୨ ରନ କରିଛନ୍ତି। ଏହି ୨୨ ବର୍ଷୀୟ କ୍ରିକେଟର ଏହି ସିଜନରେ ୪୫୭ ରନ ସ୍କୋର କରିସାରିଲେଣି। ଡିସେମ୍ବର ୧୭ରୁ ଅଷ୍ଟ୍ରେଲିଆର ଭାରତ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବ। ଏଥିରେ ପୁକୋଭସ୍କିଙ୍କୁ ନିହାତି ସୁଯୋଗ ଦେବା ଉଚିତ୍‌ ବୋଲି କ୍ଳାର୍କ କହିଛନ୍ତି। ଭାରତ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ତାଙ୍କୁ ଡେଭିଡ୍‌ ଓ୍ବାର୍ନରଙ୍କ ଓପନିଂ ପାର୍ଟନର କରାଯାଉ। ମାର୍ନସ ଲାବୁସାନେ ୩ୟ ଏବଂ ଷ୍ଟିଭ୍‌ ସ୍ମିଥ୍‌ ୪ର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଲେ ଭଲ। ଅନ୍ୟପକ୍ଷରେ ୧୯୭୧ରୁ ୧୯୭୫ ପର୍ଯ୍ୟନ୍ତ ଭାରତର ଅଧିନାୟକ ଦାୟିତ୍ୱ ତୁଲାଇଥିବା ଚାପେଲ କହିଛନ୍ତି, ଟେଷ୍ଟ ଓପନର ଜୋ ବନର୍‌ସ ତୁଳନାରେ ପୁକୋଭସ୍କି ଲମ୍ବା ସମୟ ପାଇଁ ଜଣେ ଉନ୍ନତ ଓପନର। ଗତ ଗ୍ରୀଷ୍ମଋତୁରେ ଅଷ୍ଟ୍ରେଲିଆ ତରଫରୁ ଖେଳିବା ବେଳେ ବନର୍‌ସଙ୍କ ଆଭରେଜ ମାତ୍ର ୩୨ ରହିଥିଲା। ଚଳିତ ସିଜନରେ କୁଇନ୍ସଲାଣ୍ଡ ପାଇଁ ସେ ୭, ୨୯, ୦’ ଓ ୧୦ ରନ ସ୍କୋର କରିଥିଲେ। ତେଣୁ ବର୍ତ୍ତମାନ ପୁକୋଭସ୍କିଙ୍କୁ ଚେଷ୍ଟ କରି ଦେଖିବା ଉଚିତ୍‌ ବୋଲି ସେ କହିଛନ୍ତି। ୨୨ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ରେ ପୁକୋଭସ୍କି ୫୭.୯୩ ଆଭରେଜରେ ୬ଟି ଶତକ ହାସଲ କରିଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଏହି ୟଙ୍ଗଷ୍ଟର ବ୍ୟାଟ୍ସମ୍ୟାନଙ୍କୁ ଖେଳାଯାଇବା ସପକ୍ଷରେ ଅଷ୍ଟ୍ରେଲିଆର ପୂର୍ବତନ ଓପନର ମାର୍କ ଓ୍ବ’ ମଧ୍ୟ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଜବରଦସ୍ତ ଶତକ: ଭାରତ ୫୭୧ ରନ୍‌ରେ ଅଲଆଉଟ୍‌

ଅହମ୍ମଦାବାଦ୍‌,୧୨।୩: ଭାରତର ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ଜବରଦସ୍ତ ଶତକ ହାସଲ କରିଛନ୍ତି। ତାଙ୍କ ଶତକ ଆଧରରେ ଭାରତ ପ୍ରଥମ...

ୟୁରୋକପ୍‌ ଫାଇନାଲ: କଳାବଜାର : ୮୩ ହଜାର ଟଙ୍କାର ଟିକେଟ ଏବେ ୫୬ ଲକ୍ଷ

ଲଣ୍ଡନ,୧୦।୭: ଇଂଲଣ୍ଡ ଓ ଇଟାଲୀ ମଧ୍ୟରେ ରବିବାର ଆୟୋଜନ ହେବାକୁ ଥିବା ୟୁରୋକପ୍‌ ଫାଇନାଲକୁ ନେଇ ସାରା ଦେଶରେ ଜବରଦସ୍ତ ଉତ୍ସାହ ଦେଖାଦେଇଛି। ସ୍ଥାନୀୟ ଓ୍ବେମ୍ବଲି...

ଇଣ୍ଡିଆ ଲିଜେଣ୍ଡ୍ସ ପୁଣି ଚାମ୍ପିୟନ୍‌

ରାୟପୁର,୧ା୧୦: ରୋଡ ସେଫ୍ଟି ଓ୍ବାଲର୍‌ଡ ସିରିଜର ଚଳିତ ସଂସ୍କରଣକୁ ଜିତି ନେଇଛି ଇଣ୍ଡିଆ ଲିଜେଣ୍ଡ୍ସ। ନମନ ଓଝାଙ୍କ ଶତକ ବଳରେ ଇଣ୍ଡିଆ ଲିଜେଣ୍ଡ୍ସ ୬ ଉଇକେଟରେ...

ଟସ୍‌ ଜିତିଲା ଭାରତ, ବୋଲିଂ ନିଷ୍ପତ୍ତି…

ଲଣ୍ଡନ, ୧୨।୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଲଣ୍ଡନର କେନିଂଟନ୍‌ ଓଭାଲରେ ଖେଳାଯାଉଥିବା ଏହି ଏକ...

ବିରାଟ କୋହଲିଙ୍କଠାରୁ ଦୁଇଗୁଣା ଅଧିକ ମୂଲ୍ୟରେ ଘର କିଣିଲେ ଏହି ଭାରତୀୟ କ୍ରିକେଟର୍‌

ଭାରତକୁ ଦୁଇଟି ବିଶ୍ୱକପ୍‌ ଜିତାଇଥିବା ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଏବେ ଅଧିନାୟକ ବିରାଟ କୋହଲିଙ୍କ ପଡୋଶୀ ହୋଇଯାଇଛନ୍ତି। ଯୁବରାଜ ମୁମ୍ବାଇର ଓ୍ବର୍ଲିରେ ଥିବା ଓମକାର...

ଇଂଲଣ୍ଡ ଅଧିନାୟକ ମୋର୍ଗାନଙ୍କ ରେକର୍ଡ: ଗୋଟିଏ ଇନିଂସରେ ମାରିଲେ ୧୭ ଛକା

ମାଞ୍ଚେଷ୍ଟର, ୧୮।୬(ପି.ଟି.)- ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଦିନିକିଆ ଫର୍ମାଟରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ...

ଦେଶର ଅନ୍ତର୍ଜାତୀୟ ଶୁଟିଂ ସେଣ୍ଟରରେ ନାହିଁ ଶୁଟରଙ୍କ ରହଣି ବ୍ୟବସ୍ଥା

ନୂଆଦିଲ୍ଲୀ,୭।୯- ଦେଶର ଜଣାଶୁଣା ଅନ୍ତର୍ଜାତୀୟ ଶୁଟିଂ ସେଣ୍ଟର ଡ. କାର୍ନି ସିଂ ଶୁଟିଂ ରେଞ୍ଜଠାରେ ଭାରତୀୟ ଶୁଟରଙ୍କ ଲାଗି ରହଣି ବ୍ୟବସ୍ଥା ନାହିଁ। ଏଥିଯୋଗୁ ଅଲିମ୍ପିକ୍ସ...

ଦଳ ପାଇଁ ଓପନିଂ କରିବାକୁ ଚାହୁଁଛନ୍ତି ଚହଲ, ମନା କରିବାରୁ କୋଚଙ୍କ ଅବସ୍ଥା ହେଲା ଏମିତି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ର ସ୍ପିନ୍‌ ବୋଲର୍‌ ୟୁଜବେନ୍ଦ୍ର ଚହଲ କେବଳ ପଡିଆରେ ନୁହେଁ ବାହାରେ ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ନିଜ ମଜାକିଆ ଅନ୍ଦାଜ...

Advertisement
Archives

Model This Week