Posted inଖେଳ

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌-୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ପ୍ଲେ-ଅଫ୍‌ରେ ଘରୋଇ ଦଳ ୨-୧ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୧-୧ ଗୋଲରେ ବରାବର ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ଅତିରିକ୍ତ ସମୟର ସହାୟତା ନିଆ ଯାଇଥିଲା। ଏଥିସହ ଚଳିତ ସିଜନରେ କେରଳ ଦଳର ଅଭିଯାନ ଶେଷ ହୋଇଛି। ଓଡ଼ିଶା ଏଫ୍‌ସି ୨୩ ତାରିଖରେ ସେମିଫାଇନାଲରେ ଲିଗ୍‌ ପର୍ଯ୍ୟାୟର ଟେବୁଲ ଟପ୍ପର ମୋହନ ବାଗାନ ସୁପର ଜାଏଣ୍ଟକୁ ଭେଟିବ। ସେମିଫାଇନାଲ ଦୁଇ ପର୍ଯ୍ୟାୟ ବିଶିଷ୍ଟ ହେବ।
ଲିଗ୍‌ ଟେବୁଲର ୪ର୍ଥ ଓ ୫ମ ସ୍ଥାନରେ ଥିବା ଦୁଇ ସମକକ୍ଷ ଦଳ ମଧ୍ୟରେ ଲଢ଼େଇ ଆରମ୍ଭରୁ ରୋଚକ ହୋଇଥିଲା। ପାସ୍‌ ଆକ୍ୟୁରେସି, ବଲ୍‌ ପୋଜେଶନ ଓ ପାସେସ୍‌ରେ ଯଦିଓ ଓଡ଼ିଶା ଏଫ୍‌ସି ଆଗରେ ରହିଥିଲା ତେବେ ପ୍ରଥମାର୍ଦ୍ଧ ଶେଷ ପର୍ଯ୍ୟନ୍ତ ଗୋଲ ହୋଇପାରି ନ ଥିଲା। ବିପଜ୍ଜନକ ପ୍ରଦର୍ଶନ ପାଇଁ ୨୨ତମ ମିନିଟରେ କେରଳ ବ୍ଲାଷ୍ଟର୍ସର ମିଲୋସ ଡ୍ରିନ୍‌କିକ୍‌, ୨୯ ମିନିଟରେ ଏଲ. ଶର୍ମା, ୪୨ମିନିଟରେ ମାର୍କ ଲେସ୍କୋଭିକ୍‌ ୟେଲୋ କାର୍ଡ ପାଇବା ଚର୍ଚ୍ଚାରେ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଆକ୍ରମଣ ପ୍ରତିଆକ୍ରମଣ ଜୋରଦାର ହୋଇଥିଲେ ହେଁ ଗୋଲପୋଷ୍ଟର ନେଟ୍‌ ଟଚ୍‌ କରିବା ଉଭୟ ଦଳର ଖେଳାଳିଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ୬୭ତମ ମିନିଟରେ କେରଳ ପାଇଁ ଶୁଭ ମୁହୂର୍ତ୍ତ ଆସିଥିଲା। ମହମ୍ମଦ ଏମେନଙ୍କଠାରୁ ପାଇଥିବା ପାସ୍‌କୁ ଫିଡର ସେର୍ନିଚ୍‌ ନିୟନ୍ତ୍ରଣରେ ରଖି ବଲ୍‌କୁ ବକ୍ସର ଡାହାଣ ପଟରୁ ଡାହାଣ ପାଦରେ ଲେଫ୍ଟ କର୍ନରରେ ଭର୍ତ୍ତି କରାଇବାରେ ସଫଳ ହୋଇଥିଲେ। ମାତ୍ର ଘରୋଇ ପରିବେଶରେ ଓଡ଼ିଶା ଏଫ୍‌ସି ସହଜରେ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲା। ୮୭ତମ ମିନିଟରେ ଡିଏଗୋ ମରିସିଓ ଗୋଲଟିକୁ ପରିଶୋଧ କରି ଦେଇଥିଲେ। ରୟ କ୍ରିଷ୍ଣାଙ୍କଠାରୁ ପାଇଥିବା ପାସ୍‌କୁ ମରିସିଓ ଗୋଲପୋଷ୍ଟର ମଧ୍ୟଭାଗରୁ ରାଇଟ୍‌ ଫୁଟ୍‌ ଶଟ୍‌ ମାଧ୍ୟମରେ ଏହି ଗୋଲ କରିଥିଲେ। ଫଳରେ ଘରୋଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିଲା। ୭୬ ମିନିଟରେ ଓଡ଼ିଶା ଏଫ୍‌ସିର କାର୍ଲୋସ ଡେଗାଡୋଙ୍କୁ ୟେଲୋ କାର୍ଡ ମିଳିଥିଲା।
୯୦+୭ ମିନିଟ ମଧ୍ୟରେ ଫଳାଫଳ ନ ମିଳିବାରୁ ମ୍ୟାଚ ଅତିରିକ୍ତ ସମୟକୁ ଯାଇଥିଲା। ମାତ୍ର ଏହାର ପ୍ରଥମ ଭାଗରେ କମାଲ ଦେଖାଇଥିଲେ ଓଡ଼ିଶା ଏଫ୍‌ସିର ଇସାକ ଭନଲାଲରୁଆତଫେଲା। ଅତିରିକ୍ତ ସମୟର ୮ମ ମିନିଟରେ ସେ ରୟ କ୍ରିଷ୍ଣାଙ୍କଠାରୁ ପାଇଥିବା ପାସ୍‌କୁ ଲେଫ୍ଟ ଫୁଟ୍‌ ଶଟ୍‌ ଜରିଆରେ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ। ଶନିବାର ଏଫ୍‌ସି ଗୋଆ ଓ ଚେନ୍ନାଇନ ଏଫ୍‌ସି ମଧ୍ୟରେ ହେବାକୁଥିବା ପ୍ଲେଅଫ୍‌ର ବିଜେତା ସେମିଫାଇନାଲରେ ପ୍ରବେଶ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri