Posted inଖେଳ

ଭାରତର ଏକମାତ୍ର ହକି-କ୍ରିକେଟ୍‌ ଅନ୍ତର୍ଜାତୀୟ ଖେଳାଳି

ଜଣେ କ୍ରୀଡ଼ାବିତ୍‌ ଯେତେବେଳେ ଏକାଧିକ ଲୋକପ୍ରିୟ କ୍ରୀଡ଼ାରେ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରନ୍ତି ସେତେବେଳେ ତାଙ୍କର ଅସାଧାରଣ କ୍ରୀଡ଼ା ପ୍ରତିଭାର ପରିଚୟ ମିଳିଥାଏ। ଭାରତୀୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ ଜଣେମାତ୍ର ବିରଳ କୀର୍ତ୍ତିମାନର ଅଧିକାରୀ ଭାବେ ଦେଶକୁ କ୍ରିକେଟ୍‌ ଏବଂ ହକିରେ ପ୍ରତିନିଧିତ୍ୱ କରିଛନ୍ତି, ସେ ହେଉଛନ୍ତି ଏମ୍‌.ଜେ. ଗୋପାଲନ୍‌…

ଅନ୍ତର୍ଜାତୀୟସ୍ତରରେ କୌଣସି ଗୋଟିଏ କ୍ରୀଡ଼ା ଶୃଙ୍ଖଳାରେ ଦେଶକୁ ପ୍ରତିନିଧିତ୍ୱ କରିବା ଜଣେ କ୍ରୀଡ଼ାବିତ୍‌ ପାଇଁ ଶ୍ରେଷ୍ଠ ସଫଳତା ଭାବେ ବିଚାର କରାଯାଇଥାଏ। କଠିନ ପରିଶ୍ରମ, ଅଧ୍ୟବସାୟ ଦ୍ୱାରା ପ୍ରତିଭାବାନ୍‌ କ୍ରୀଡ଼ାବିତ୍‌ମାନେ ଅନ୍ତର୍ଜାତୀୟସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରିବାରେ ସକ୍ଷମ ହୋଇଥାନ୍ତି। କିନ୍ତୁ ଯେତେବେଳେ କୌଣସି ଜଣେ କ୍ରୀଡ଼ାବିତ୍‌ ଏକାଧିକ ଲୋକପ୍ରିୟ କ୍ରୀଡ଼ା ଶୃଙ୍ଖଳାରେ ଅନ୍ତର୍ଜାତୀୟସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରନ୍ତି ତାହା ତାଙ୍କର ଅସାଧାରଣ କ୍ରୀଡ଼ା ପ୍ରତିଭାର ପରିଚୟ ଦେଇଥାଏ।
ବିଶ୍ୱ କ୍ରୀଡ଼ାରେ ଏଭଳି କିଛି ହାତଗଣତି ଅତ୍ୟନ୍ତ ପ୍ରତିଭାବାନ କ୍ରୀଡ଼ାବିତ୍‌ ଅଛନ୍ତି, ଯେଉଁମାନେ ତାଙ୍କ ଦେଶକୁ ଉଭୟ ହକି ଏବଂ କ୍ରିକେଟ୍‌ ଭଳି ଲୋକପ୍ରିୟ କ୍ରୀଡ଼ାରେ ପ୍ରତିନିଧିତ୍ୱ କରି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି। ବିଂଶ ଶତାବ୍ଦୀର ଷାଠିଏ ଦଶକରେ ୧୯୬୧ ରୁ ୧୯୬୬ ମଧ୍ୟରେ ଅଷ୍ଟ୍ରେଲିଆ ପକ୍ଷରୁ ୨୯ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବ୍ରାଏନ ବୁଥ୍‌ ୧୯୫୬ ମେଲବୋର୍ନ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆ ଜାତୀୟ ହକି ଦଳର ସଦସ୍ୟ ଭାବେ ଖେଳି ଏକ ବିରଳ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଖେଳାଳି ଜଣ୍ଟି ରୋଡ୍‌ସ ତାଙ୍କ ଦେଶ ପକ୍ଷରୁ ୫୨ ଟେଷ୍ଟ ଓ ୨୪୧ ଏକ ଦିବସୀୟ ମ୍ୟାଚ୍‌ ଖେଳିଥିବା ବେଳେ ଦକ୍ଷିଣ ଆଫ୍ରିକା ଜାତୀୟ ହକି ଦଳର ସଦସ୍ୟ ଭାବେ ୧୯୯୭ ବାସିର୍ର୍ଲୋନା ଅଲିମ୍ପିକ୍ସରେ ଭାଗନେବା ପାଇଁ ମନୋନୀତ ହୋଇଥିଲେ ମଧ୍ୟ ତାଙ୍କ ଦେଶ ଯୋଗ୍ୟତା ପର୍ଯ୍ୟାୟରେ ସୀମିତ ରହିଥିଲା।
ଭାରତୀୟ କ୍ରୀଡ଼ାବିତ୍‌ ମାନଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ ଯେଉଁ ଜଣେ ମାତ୍ର କ୍ରୀଡ଼ାବିତ୍‌ ଏପରି ବିରଳ କୀର୍ତ୍ତିମାନର ଅଧିକାରୀ ଭାବେ ଦେଶକୁ କ୍ରିକେଟ୍‌ ଏବଂ ହକିରେ ପ୍ରତିନିଧିତ୍ୱ କରିଛନ୍ତି ସେ ହେଲେ ଏମ୍‌.ଜେ. ଗୋପାଲନ୍‌। ଏହି ପ୍ରସଙ୍ଗ ଆଲୋଚନା ସମୟରେ ଆଉ ଜଣେ ବିରଳ ପ୍ରତିଭାବାନ୍‌ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ନାମ ସ୍ବତଃପ୍ରବୃତ ମନକୁ ଆସେ। ସେ ହେଲେ ୩୦ ଦଶକରେ ଇଂଲଣ୍ଡ ଏବଂ ଭାରତ ପକ୍ଷରୁ ଖେଳିଥିବା ଏକମାତ୍ର କ୍ରୀଡ଼ାବିତ୍‌ ଇଫ୍‌ତକର ଅଲ୍ଲୀ ଖାଁ, ନଓ୍ବାବ୍‌ ଅଫ୍‌ ପଟୌଦୀ (ସିନିୟର)। ୧୯୨୭ରୁ ୧୯୩୧ ମଧ୍ୟରେ ଇଂଲଣ୍ଡର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କ ବିଶ୍ୱବିଦ୍ୟାଳୟକୁ କ୍ରିକେଟ ଏବଂ ହକିରେ ପ୍ରତିନିଧିତ୍ୱ କରି ଉଭୟ ଖେଳରେ ସମ୍ମାନଜନକ ‘ବ୍ଲୁ’ ପାଇବାର ଗୌରବ ହାସଲ କରିଥିଲେ। ଭାରତୀୟ ହକି ଦଳ ୧୯୨୮ ଆମଷ୍ଟରଡାମ ଅଲିମ୍ପିକ୍ସ ପାଇଁ ହଲାଣ୍ଡ ଗସ୍ତ ସମୟରେ ଇଂଲଣ୍ଡରେ ପ୍ରାୟ ୩ ସପ୍ତାହ ରହି କେତେଗୁଡିଏ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲେ।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ସହପାଠୀ ୟୁସୁଫ୍‌ ଖାଁ ଏବଂ ଜୟପାଲ ସିଂ ମୁଣ୍ଡା (ଯିଏକି ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳର ଅଧିନାୟକ ମନୋନୀତ ହୋଇଥିଲେ)ଙ୍କ ସହିତ ଇଫ୍‌ତାର ଅଲ୍ଲୀ ଖାଁ ଭାରତ ପକ୍ଷରୁ କେତେଗୁଡ଼ିଏ ଅଭ୍ୟାସ ମ୍ୟାଚ ଖେଳିଥିଲେ ଏବଂ ଅନ୍ତିମ ଏକାଦଶର ସଦସ୍ୟ ଭାବେ ଚୟନ ହୋଇଥିଲେ ମଧ୍ୟ ବ୍ୟକ୍ତିଗତ କାରଣ ପାଇଁ ଭାରତୀୟ ଦଳରୁ ଓହରି ଯାଇଥିଲେ।
ଏବେ ଆସିବା ସେଇ ପ୍ରଥମ ଓ ଏକମାତ୍ର ଭାରତୀୟ କ୍ରୀଡ଼ାବିତ୍‌ ଯିଏକି ଓପଚାରିକ ଭାବେ ଭାରତକୁ ଉଭୟ କ୍ରିକେଟ୍‌ ଏବଂ ହକିରେ ପ୍ରତିନିଧିତ୍ୱ କରିଥିଲେ- ଏମ୍‌.ଜେ. ଗୋପାଲନ୍‌, ଚେନ୍ନାଇ (ତତ୍‌କାଳୀନ ମାଡ୍ରାସ ରେସିଡେନ୍ସି)ଠାରୁ ୫୦ କିମି ଦୂରରେ ଅବସ୍ଥିତ ଚିଙ୍ଗଲେପୁଟ୍‌ ଜିଲାର ମୋରଷାକାମ ଗ୍ରାମରେ ୧୯୦୯ରେ ଜନ୍ମଗ୍ରହଣ କରିଥିଲେ। ୩୦ ଦଶକ ପ୍ରାରମ୍ଭରେ ମାଡ୍ରାସ କ୍ରିକେଟର ଅନ୍ୟତମ ପ୍ରତିଷ୍ଠାତା ସି.ପି. ଜନଷ୍ଟୋନ୍‌ ଯୁବକ ଗୋପାଲନ୍‌ଙ୍କ କ୍ରିକେଟ୍‌ ପ୍ରତିଭା ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ବର୍ମା ସେଲ୍‌ କମ୍ପାନୀରେ କର୍ମ ନିଯୁକ୍ତି ପାଇଁ ସହାୟତା କରିଥିଲେ। ଗୋପାଲନ ଜଣେ ମଧ୍ୟମ ଗତି ଦ୍ରୁତ ବୋଲର ଭାବେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଭାରତ ଗସ୍ତରେ ଆସିଥିବା ଅର୍ଥର ଗିଲଖ୍ରୀଷ୍ଟଙ୍କ ଏମ୍‌ସିସି ବିପକ୍ଷରେ ମାଡ୍ରାସ ତରଫରୁ ଖେଳି ଦୁଇଟି ଇନିଂସରେ ୧୦ ଉଇକେଟ୍‌ ଅକ୍ତିଆର କରିଥିଲେ। ୧୯୩୦ରେ ମାଡ୍ରାସ ତରଫରୁ ବିଜୟନଗରମ୍‌ ଏକାଦଶ ବିପକ୍ଷରେ ଖେଳି ତତ୍‌କାଳୀନ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଇଂଲଣ୍ଡର ଜ୍ୟାକ୍‌ ହବସ୍‌ (ବିଜୟନଗରମ୍‌ ଦଳରୁ ଖେଳୁଥିବା)ଙ୍କୁ ଦୁଇଟିଯାକ ଇଂନିସରେ ସେ ଆଉଟ୍‌ କରିଥିଲେ। ୧୯୩୩ରେ ମାଡ୍ରାସର ପ୍ରସିଦ୍ଧ ଚିପକ୍‌ ଷ୍ଟାଡିୟମ୍‌ ସିଲୋନ୍‌ ବିପକ୍ଷରେ ବିରଳ ହାଟ୍ରିକ୍‌ ଅର୍ଜନ କରିଥିଲେ।
୧୯୩୪ରେ ଆରମ୍ଭ ହୋଇଥିଲା ଆନ୍ତଃରାଜ୍ୟ ରଣ୍‌ଜୀ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତା। ପ୍ରଥମ ସଂସ୍କରଣରେ ମାଡ୍ରାସ ତରଫରୁ ଖେଳୁଥିବା ଗୋପାଲନ ମହୀଶୂର ବିପକ୍ଷରେ ଏହି ପ୍ରତିଯୋଗିତାର ପ୍ରଥମ ବଲ୍‌ (ଓଭର) ବୋଲିଂ କରିବାରେ ନିଆରା ସୌଭାଗ୍ୟ ହାସଲ କରିଥିଲେ। ୧୯୩୪ରେ କଲିକତା ସହରରେ ଇଂଲଣ୍ଡ ବିପକ୍ଷରେ ଭାରତ ପକ୍ଷରୁ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ୧୯୩୬ରେ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଦଳର ସଦସ୍ୟ ହୋଇଥିଲେ ମଧ୍ୟ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ।
ଗୋପାଲନ୍‌ଙ୍କ କ୍ରିକେଟ କ୍ୟାରିୟର
ଟେଷ୍ଟ ମ୍ୟାଚ୍‌ -୧, ରନ୍‌ – ୧୮, ଉଇକେଟ୍‌ – ୧
ପ୍ରଥମ ଶ୍ରେଣୀ ମ୍ୟାଚ୍‌ – ୭୮ , ରନ୍‌ – ୨୯୧୨, ୧୦୦-୧, ୫୦-୧୭, ଉଇକେଟ୍‌ – ୧୯୪
ଅନ୍ତର୍ଜାତୀୟ ହକି
ଅଧିକାଂଶ ସମୟରେ ଆମ ଜୀବନରେ ଏପରି ସମୟ ଆସେ ଯେତେବେଳେ ଗୋଟିଏ ସମୟରେ ମନଦେଇ ଭଲ ପାଉଥିବା ଦୁଇଟି ସମାନ ସୁଯୋଗ ଭିତରୁ କୌଣସି ଗୋଟିଏକୁ ବାଛିବା ଭଳି କଷ୍ଟକର ନିଷ୍ପତ୍ତି ନେବାକୁ ପଡ଼ିଥାଏ। ଏପରି ଏକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଥିଲେ ଗୋପାଲନ। ଉଭୟ କ୍ରିକେଟ୍‌ ଏବଂ ହକି ଖେଳରେ ପାରଦର୍ଶିତା ହାସଲ କରିଥିବା ଗୋପାଲନଙ୍କୁ ଭାରତ ପକ୍ଷରୁ ବର୍ଲିନ ଅଲିମ୍ପିକ୍ସ ପାଇଁ ହକି ଦଳରେ ସାମିଲ ହେବା ଅଥବା ଭାରତୀୟ କ୍ରିକେଟ୍‌ ଦଳର ସଦସ୍ୟ ଭାବେ ଇଂଲଣ୍ଡ ଗସ୍ତ କରିବା ମଧ୍ୟରୁ ଗୋଟିଏକୁ ବାଛିବାର ଥିଲା ଏବଂ ସେ କ୍ରିକେଟ୍‌କୁ ବାଛିଥିଲେ।
କୁହାଯାଏ, ପ୍ରସିଦ୍ଧ ଇଂରାଜି ଖବରକାଗଜ ”ଦି ହିନ୍ଦୁ“ର କ୍ରୀଡ଼ା ସାମ୍ବାଦିକ ମୁରୁଗେସା ମୁବାଲିୟର ପ୍ରଥମେ ଗୋପାଲନଙ୍କ ହକି ପ୍ରତିଭାକୁ ଚିହ୍ନଟ କରିଥିଲେ ଏବଂ ତାଙ୍କୁ ଆବଶ୍ୟକ ”ହକି କିଟ୍‌ସ“ ପ୍ରଦାନ କରିଥିଲେ। ଉଭୟ କ୍ରିକେଟ୍‌ ଓ ହକିକୁ ସମଭାବରେ ଭଲ ପାଉଥିବା ଗୋପାଲନ ସକାଳେ କ୍ରିକେଟ ଏବଂ ଅପରାହ୍ନରେ ହକି ଅଭ୍ୟାସ କରୁଥିଲେ। ଭାରତୀୟ ହକି ଦଳର ସଦସ୍ୟ ଭାବେ ସେ ସିଲୋନ ଏବଂ ୧୯୩୫ରେ ନ୍ୟୁଜିଲାଣ୍ଡ ଗସ୍ତ କରି ଭାରତ ଖେଳିଥିବା ୪୮ଟି ମ୍ୟାଚ୍‌ରୁ ୩୯ରେ ଚୁଡ଼ାନ୍ତ ଏକାଦଶରେ ଖେଳି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
୧୯୩୬ରେ ଗୋପାଲନ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଭାରତୀୟ କ୍ରିକେଟ୍‌ ଦଳର ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ସେଇ ସମୟରେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ହକି ଦଳ ପକ୍ଷରୁ ଖେଳି ଉନ୍ନତ ପ୍ରଦର୍ଶନ କରିଥିବାରୁ ୧୯୩୬ ବର୍ଲିନ ଅଲିମ୍ପିକ୍ସ ପାଇଁ ଅନୁଷ୍ଠିତ ଚୟନ ଶିବିରକୁ ତାଙ୍କୁ ଡକାଯାଇଥିଲା ଏବଂ ଚୁଡ଼ାନ୍ତ ଭାରତୀୟ ଦଳରେ ସ୍ଥାନ ପାଇବା ପ୍ରାୟତଃ ନିଶ୍ଚିତ ଥିଲା। ଏହି ଦ୍ୱନ୍ଦ୍ୱ ଭିତରେ ଏକ ଐତିହାସିକ ଭୁଲ୍‌ କରି ସେ ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍‌ ଦଳରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ।
ଗୋପାଲନ ଭଲଭାବେ ଜାଣିଥିଲେ ଯେ ସେ ସମୟରେ ଭାରତୀୟ ଦଳରେ ମହମ୍ମଦ ନିଶାର ଏବଂ ଅମର ସିଂଙ୍କ ଭଳି ଦୁଇଜଣ ଖ୍ୟାତନାମା ଦ୍ରୁତ ବୋଲର ଥିବା ବେଳେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ତାଙ୍କ ପକ୍ଷେ ସମ୍ଭବ ହେବନାହିଁ। ତଥାପି ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ ଏବଂ ବର୍ଲିନ ଅଲିମ୍ପିକ୍ସରେ ଭାରତୀୟ ହକି ଦଳରେ ଖେଳିବାର ସୁବର୍ଣ୍ଣ ସୁଯୋଗ ହରାଇଥିଲେ। ଏପରି ନିଷ୍ପତ୍ତି ତାଙ୍କୁ ଖୁବ୍‌ ମହଙ୍ଗା ପଡ଼ିଥିଲା। ଅସଫଳ ଭାରତୀୟ କ୍ରିକେଟ ଦଳ କୌଣସି ମ୍ୟାଚ ଜିତି ନ ପାରି ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବା ସମୟରେ ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ଅଭୂତପୂର୍ବ ସଫଳତା ହାସଲ କରି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଓ ସମ୍ମାନ ବୃଦ୍ଧି କରିଥିଲେ।
ଡିସେମ୍ବର ୨୧, ୨୦୦୩ ମସିହାରେ ପରଲୋକ ଗମନ କରିଥିବା ଏମ୍‌.ଜେ. ଗୋପାଲନଙ୍କ କ୍ରୀଡ଼ା ଜୀବନ ସୀମିତ ଥିଲେ ମଧ୍ୟ ଭାରତର ପ୍ରଥମ ଓ ଏକମାତ୍ର ଡବଲ ଇଣ୍ଟରନ୍ୟାଶନାଲ(କ୍ରିକେଟ୍‌ ଓ ହକି) ଭାବେ ଭାରତରେ କ୍ରୀଡ଼ା ଇତିହାସରେ ସେ ସ୍ମରଣୀୟ ହୋଇ ରହିବେ।

ଅଶୋକ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?