ଯୁବ ପୁରସ୍କାରରୁ ଓଡ଼ିଶା ବାଦ୍‌

ଭୁବନେଶ୍ୱର,୨୪।୬(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। କିନ୍ତୁ ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଥିବା ଯୁବ ପୁରସ୍କାରରେ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ବାଦ୍‌ ପଡ଼ିଛି। ୨୦ଜଣିଆ ଯୁବ ପୁରସ୍କାର ତାଲିକାରେ ଓଡ଼ିଶାରୁ କେହି ନାହାନ୍ତି। ଏହା ଓଡ଼ିଆ ଭାଷା ସାହିତ୍ୟ ପାଇଁ ବଡ଼ ଦୁର୍ଭାଗ୍ୟ ବୋଲି କୁହାଯାଉଛି। ପୁରସ୍କାର ଘୋଷଣା ପୂର୍ବରୁ ତଥ୍ୟ ପ୍ରଘଟ ହୋଇଥିଲା। ପୁଣି ପୁରସ୍କାରକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ଏବେ ଏହି ଜାତୀୟ ପୁରସ୍କାର ପାଇବାରେ କୌଣସି ଓଡ଼ିଆ ଯୋଗ୍ୟ ନ ହେବା ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ବଡ଼ ଝଟ୍‌କା ଦେଇଛି। ଓଡ଼ିଶାରେ ସଫଳ ଯୁବ ଲେଖକ ନାହାନ୍ତି ନା କଙ୍କଡ଼ା ସାଜି ଗୋଡ଼ ଟାଣିବା ନୀତି କାରଣରୁ ପୁରସ୍କାରରୁ ବାଦ୍‌ ଦିଆଯାଇଛି ତାହାକୁ ନେଇ ବିଶିଷ୍ଟ ସାହିତି୍ୟକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏ ନେଇ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ତଥା ବିଶିଷ୍ଟ କବି ଡ. ହୃଷୀକେଶ ମଲ୍ଲିକ କହିଛନ୍ତି, ପୁରସ୍କାର ବନ୍ଦ କରାଯିବା ଏକାଡେମୀର ଅପରିପକ୍ୱ ନିଷ୍ପତ୍ତି। ବାଲ୍‌ ପୁରସ୍କାର ନେଇ ତଥ୍ୟ ପ୍ରଘଟ ହେବା ପରେ ବି ସେ ପୁରସ୍କାର ଦିଆଯାଇପାରିଲା, କିନ୍ତୁ ଯୁବ ପୁରସ୍କାର ବନ୍ଦ ହେଲା। ଏକାଡେମୀ ଚାହିଁଥିଲେ ଅନ୍ୟ କୌଣସି ପ୍ରକାରରେ କିମ୍ବା ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟ ପୁରସ୍କାର ସହ ମିଶାଇ, ନ ହେଲେ ପରବର୍ତ୍ତୀ ବର୍ଷରେ ଏବର୍ଷର ପୁରସ୍କାର ମଧ୍ୟ ଦେବାରେ କୌଣସି ଅସୁବିଧା ନାହିଁ। ବନ୍ଦ ହେବା ଉଚିତ ନିଷ୍ପତ୍ତି ନୁହେଁ ବୋଲି ଡ. ମଲ୍ଲିକ କହିଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା କଥାକାର ଡ. ଗୋରହରି ଦାସ କହିଛନ୍ତି, ଯୁବ ପୁରସ୍କାର ସମ୍ପର୍କିତ ତଥ୍ୟ ବିଚାରକ ବୈଠକ ବସିବା ଆଗରୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏ କଥା ଜାଣିବା ପରେ ଏକାଡେମୀ ପକ୍ଷରୁ ପୁରସ୍କାରକୁ ରଦ୍ଦ କରାଗଲା। ପୁଣିଥରେ ପୁରସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ନେଇ ମୁଁ ସଭାପତିଙ୍କୁ ଚିଠି ଲେଖିଛି। କିନ୍ତୁ ପୁରସ୍କାର ସମ୍ପର୍କିତ ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ଉଚିତ ନୁହେଁ। ଭବିଷ୍ୟତରେ ଏହାକୁ କିପରି ରୋକାଯାଇପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି, ୧୩ବର୍ଷର ପୁରସ୍କାର ଇତିହାସରେ ଓଡ଼ିଆ ଭାଷା ପାଇଁ ପ୍ରଥମଥର ଏଭଳି ଘଟିଛି। ଓଡ଼ିଆ ଭାଷାରୁ କେହି ଯୁବ ପୁରସ୍କାର ନ ପାଇବା ଆମ ସାହିତ୍ୟର କ୍ଷତି ଓ ଆମ ରାଜ୍ୟ ପାଇଁ ଲଜ୍ଜାଜନକ। ପୁରସ୍କାର ପ୍ରଦାନରେ ଚଞ୍ଚକତା, ପ୍ରିୟାପ୍ରୀତି ତୋଷଣ ବା ବେଆଇନ କାର୍ଯ୍ୟର ଆଭାସ ମିଳିଲେ ସେ ବର୍ଷର ପୁରସ୍କାରକୁ ଏକାଡେମୀ ବାତିଲ କରିଦେଇଥାଏ। ସମ୍ଭବତଃ ଏଥରର ଯୁବ ପୁରସ୍କାର ପ୍ରଦାନ କ୍ଷେତ୍ରରେ ସେଭଳି କିଛି ଘଟିଛି। ମୋ ମତରେ କାହାର ଭୁଲ୍‌ ପାଇଁ ଗୋଟିଏ ଭାଷା ଓ ସେ ଭାଷାର ଯୋଗ୍ୟ ଯୁବ ସାହିତି୍ୟକଙ୍କୁ ଦଣ୍ଡ ଦିଆ ନ ଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri