ପୂର୍ବରୁ ଥିଲା ଶତ୍ରୁତା, ବଚସା ପରେ ଯୁବକଙ୍କୁ ମଦ କାଚ ଭୁସି ହତ୍ୟା

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହରର ରାମକୃଷ୍ଣ ନଗରରେ ଜଣେ ଯୁବକଙ୍କୁ ମଦ କାଚରେ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ କ୍ରିଷ୍ଣା କଣ୍ଡାଗରି (୩୦)। ତାଙ୍କ ଘର ରାୟଗଡ଼ା ସହରର ରେଳବାଇ କୋଲୋନୀରେ। ଘାସିରାମ ଝୋଡିଆ ନାମକ ଯୁବକ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି।

ଘଟଣାରୁ ପ୍ରକାଶ ଯେ, କ୍ରିଷ୍ଣା ଓ ଘାସିରାମ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ବୁଧବାର ମଧ୍ୟାହ୍ନ ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଘାସିରାମ ନିଜେ ଧରିଥିବା ମଦ କାଚରେ କ୍ରିଷ୍ଣାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଖବରପାଇ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି କ୍ରିଷ୍ଣାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆକ୍ରମଣ କରିଥିବା ଘାସିରାମକୁ ପୋଲିସ ଅଟକ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖି ପରେ ସିଝିବ ଓଡ଼ିଶା, ୪୫ ଛୁଇଁବ ତାପମାତ୍ରା

ଭୁବନେଶ୍ୱର,୧୨।୪: ରାଜ୍ୟକୁ ପୁଣି ଫେରିବ ହିଟ ୱେଭ। ବଢିବ ଖରାତାତି ଓ ଗୁଳୁଗୁଳି। ଅସହ୍ୟ ହେବ ଦିନ ସାଙ୍ଗକୁ ରାତିର ତାପମାତ୍ରା। ପାଣିପାଗ ବିଭାଗ ପକ୍ଷରୁ...

ବିରୂପାରେ ଭାସିଗଲେ ୨ ଯୁବକ

କଟକ,୧୨।୪: ବିରୂପା ନଦୀରେ ଭାସିଯାଇ ୨ ଯୁବକ ମୃତ୍ୟୁ ହୋଇଛି। କଟକ ଏସିବିରେ ୨ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ୨ ଯୁବକ ଚୌଦ୍ୱାର...

ଲଜ୍‌ରେ ଚାଲିଥିଲା ଗଞ୍ଜେଇ ବେପାର: ମାଡ଼ି ବସିଲା ପୋଲିସ

ବ୍ରହ୍ମପୁର.୧୨ା୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଏକ ଲଜ୍‌ରେ ଗଞ୍ଜେଇ ବ୍ୟବସାୟ ଚାଲିଥିବା ଖବରପାଇ ଗୋଷାଣିନୂଆଗାଁ ପୋଲିସ ୩ ଜଣଙ୍କୁ ଧରିଥିଲା। ସେଠାରୁ ୨୧ କେଜି ୪୫୦...

ଜେଲ ଗଲେ ପୂର୍ବତନ ସରପଞ୍ଚ

ବ୍ରହ୍ମପୁର,୧୨ା୪(ସୁବାସ ଚନ୍ଦ୍ର ପାଢ଼ୀ) ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ ଶୁକ୍ରବାର ଏକ ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାର କରି ଜଣେ...

ଅଣହିନ୍ଦୁ ପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନଙ୍କ ପଦକ୍ଷେପ, ଦ୍ୱାର ଜଗିବେ ସେବାୟତ

ପୁରୀ,୧୨।୪: ବିଭିନ୍ନ ସମୟରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ଦେଖାଯାଉଛି। ନିକଟ ଅତୀତରେ ଏଭଳି ଅନେକ ଖବର ସମ୍ନୋକୁ ଆସିଛି। ଅଣହିନ୍ଦୁ ପ୍ରବେଶକୁ ରୋକିବା...

ସୁରେଶ ପୂଜାରୀଙ୍କ ପ୍ରାର୍ଥୀତ୍ୱକୁ କର୍ମୀଙ୍କ ବିରୋଧ

ବ୍ରଜରାଜନଗର,୧୨ା୪(ବିଜୟ ବରାଡ଼): ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଲଖନପୁର ବ୍ଲକ ଓ ୧୯ଖଣ୍ଡ ମୌଜାର ଭାଜପା ସମର୍ଥକମାନେ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି।...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

ନବୀନଙ୍କ ମାଷ୍ଟର ଷ୍ଟ୍ରୋକ, ମଇଦାନରେ ହେବ ଷ୍ଟାର ଟକ୍କର!

ଭୁବନେଶ୍ୱର,୧୨।୪: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନରେ ହ୍ରାଟିକ ବିଜୟକୁ ଲକ୍ଷ୍ୟ କରି ମାଷ୍ଟର୍‌ ପ୍ଲାନ କରୁଛି ବିଜେଡି । ଗତ ନିର୍ବାଚନରେ ଦଳର ଷ୍ଟାର୍‌ ପ୍ରଚାରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri