କାଲି ଫୋପାଡ଼ି ଥିଲେ ଟଙ୍କା: ଆଜି ବନ୍ଧାହେଲେ କୁବେର ଯନ୍ତ୍ରୀ

ଭୁବନେଶ୍ୱର,୩୧।୫: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କୁବେର RW ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଶନିବାର ଗିରଫ କରିଛି ଭିଜିଲାନ୍ସ। ଶୁକ୍ରବାର ତାଙ୍କ ଘରୁ ମିଳିଥିଲା ନଗଦ ୨.୫୬ କୋଟି ଟଙ୍କା ମିଳିଥିଲା।
ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ (ପ୍ଲାନ୍‌ ରୋଡ୍‌ସ) ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଶୁକ୍ରବାର ବୈକୁଣ୍ଠନାଥଙ୍କ ଅନୁଗୋଳ, ଭୁବନେଶ୍ୱର ଓ ପିପିଲି(ପୁରୀ)ର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା ଏସବୁ ସ୍ଥାନ ମଧ୍ୟରେ ଭୁବନେଶ୍ୱରସ୍ଥିତ ଅଫିସ ଚାମ୍ବର ଓ ଅନୁଗୋଳ ଜିଲା ଲୋକେଇପଶି ଗ୍ରାମସ୍ଥିତ ପୈତୃକଘର, ଶିକ୍ଷକପଡାସ୍ଥିତ ସମ୍ପର୍କୀୟଙ୍କ ଘର ଆଦି ରହିଛି। ଯାଞ୍ଚରୁ ବୈକୁଣ୍ଠ ୧୫ କୋଟିରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୁଳ କରିଥିବା ସୂଚନା ମିଳିଥିଲା। ତେବେ ଭିଜିଲାନ୍ସ ଟିମ୍‌କୁ ଦେଖି ବୈକୁଣ୍ଠ ଭୁବନେଶ୍ୱର ଡୁମୁଡୁମାସ୍ଥିତ ଫ୍ଲାଟ୍‌ର ଝରକା ବାଟେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍‌ (କୋଟିଏରୁ ଊଦ୍ଧର୍‌ବ) ଫିଙ୍ଗିଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିସହ ଯନ୍ତ୍ରୀ ଦାମୀ ହାତଘଡି ସଉକ ରଖିଥିଲେ ବୋଲି ଜଣାପଡିଛି।

ଭିଜିଲାନ୍ସ ସୂଚନା ଅନୁଯାୟୀ, ବୈକୁଣ୍ଠଙ୍କର ଅନୁଗୋଳ କରଡ଼ାଗଡ଼ିଆରେ ୩୨୦୦ ବର୍ଗଫୁଟରେ ଦୁଇ ମହଲା କୋଠା, ମାଟିଆ ସାହିରେ ୧୦୦୦ ବର୍ଗଫୁଟର ଆଉ ଏକ ଦୁଇ ମହଲା କୋଠା, ଭୁବନେଶ୍ୱର ଡୁମୁଡୁମାରେ ଥିବା ଏକ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ଏବଂ ପିପିଲିରେ ଆଉ ଏକ ଫ୍ଲାଟ ରହିଛି। ଭୁବନେଶ୍ୱର ଓ ଅନୁଗୋଳ ଉପକଣ୍ଠରେ ୭ଟି ଉଚ୍ଚମୂଲ୍ୟ ପ୍ଲଟ୍‌ ଠାବ ହୋଇଛି। ଏଥିସହ ଘରୁ ମୋଟ ନଗଦ ୨ କୋଟି ୫୬ ଲକ୍ଷ ୨୯ ହଜାର ୨୯୯ ଟଙ୍କା ମିଳିଛି। ଏଥିରୁ କରଡ଼ାଗଡ଼ିଆ ବାସଭବନରେ ଏକ ଛୋଟ କାର୍ଟୁନରେ ଥିବା ୩୦ଲକ୍ଷ ଟଙ୍କା ସମେତ ୧ କୋଟି ୩୪ ଲକ୍ଷ ୩୪ ହଜାର ୨୯୯ ଟଙ୍କା ଏବଂ ଭୁବନେଶ୍ୱର ଡୁମୁଡୁମାସ୍ଥିତ ଫ୍ଲାଟ୍‌ରୁ ୧ କୋଟି ୨୧ ଲକ୍ଷ ୯୫ ହଜାର ରହିଛି। ସେହିପରି ୧୧୪୧.୫ ଗ୍ରାମର ସୁନା ଅଳଙ୍କାର ଓ ୧୫ଟି ଦାମୀ ହାତଘଡି ମିଳିଥିଲା। ଯନ୍ତ୍ରୀଙ୍କ ବ୍ୟାଙ୍କ ଓ ଜୀବନବୀମା ଜମା ୧.୫ କୋଟି ରହିଥିବାବେଳେ ୧୫.୪୪ ଲକ୍ଷ ଟଙ୍କାର ଗୋଟିଏ କାର (ମାରୁତି ସ୍ବିଫ୍ଟ), ଗୋଟିଏ ଦୁଇଚକିଆ ଯାନ ଏବଂ ଘରୋଇ ସାମଗ୍ରୀ ଠାବ ହୋଇଛି। ଅନୁଗୋଳ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ହେଉଥିବା ଏହି ଯାଞ୍ଚରେ ଭିଜିଲାନ୍ସର ୮ ଡିଏସ୍‌ପି, ୧୨ ଇନ୍ସପେକ୍ଟର, ୬ ଏଏସ୍‌ଆଇ ଏବଂ ଅନ୍ୟ ସହକର୍ମଚାରୀ ସାମିଲ ଥିଲେ।

ବୈକୁଣ୍ଠ ୧୯୯୧ ସେପ୍ଟେମ୍ବର ୩୦ରେ ପଞ୍ଚାୟତିରାଜ ବିଭାଗରେ ଷ୍ଟାଇପେଣ୍ଡାରି ଇଞ୍ଜିନିୟର ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ମାସିକ ଦରମା ଥିଲା ୨ହଜାର ଟଙ୍କା। ପରେ ସେ ବିଭିନ୍ନ ପଦବୀକୁ ପଦୋନ୍ନତି ପାଇଥିଲେ। ୨୦୨୩ ଜାନୁଆରୀରେ ବୈକୁଣ୍ଠ ଅତିରିକ୍ତ ମୁଖ୍ୟଯନ୍ତ୍ରୀକୁ ପଦୋନ୍ନତି ପାଇଥିବା ବେଳେ ୨୦୨୫ ଜାନୁଆରୀରୁ ସେ ମୁଖ୍ୟଯନ୍ତ୍ରୀ ଭାବେ କାମ କରୁଥିଲେ। ମେ ୩୧ ଶନିବାର ସେ ଅବସର ଗ୍ରହଣ କରିଥାନ୍ତେ। ହେଲେ ଏହା ପୂର୍ବରୁ ବୈକୁଣ୍ଠ ଭିଜିଲାନ୍ସ ଜାଲରେ ଫସିଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?