ଗାନ୍ଧିଜୀଙ୍କ ବେଶ ବଦଳାଇଥିଲା ଓଡ଼ିଶା

ପୁରୀ ଅଫିସ,୨୬।୩: ଶ୍ରୀକ୍ଷେତ୍ର ସହିତ ମହାତ୍ମା ଗାନ୍ଧୀ (ବାପୁଜୀ)ଙ୍କର ସ୍ମୃତି ଜଡ଼ିତ ରହିଛି। ଏହି ସ୍ମୃତିକୁ ଚିର ସ୍ମରଣୀୟ ରଖିବା ପାଇଁ ଶନିବାର ଶ୍ରୀକ୍ଷେତ୍ରରେ ଗାନ୍ଧିଜୀଙ୍କ ପୁରୀ ଆଗମନର ଶତବାର୍ଷିକୀ ଉଦ୍‌ଯାପନ ସମାରୋହ ପାଳନ ହେବ। ଏଥିରେ ବିଶିଷ୍ଟ ଗାନ୍ଧୀବାଦୀ, ଗାନ୍ଧୀପ୍ରେମୀ ଓ ବୁଦ୍ଧିଜୀବୀମାନେ ଯୋଗଦେବେ। ୧୯୨୧ ମାର୍ଚ୍ଚ ୨୬ରେ ଗାନ୍ଧିଜୀ ପୁରୀ ଆସିଥିଲେ। ସେହି ସ୍ମୃତି ଦିବସକୁ ଶନିବାର ୧୦୧ତମ ବର୍ଷ ପୂରଣ ହେଉଛି।
ଏ ନେଇ ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା କହିଛନ୍ତି, ଗାନ୍ଧିଜୀ ଓଡ଼ିଶାକୁ ଆସି ବୁଲିକରି ଯିବା ପରେ ନିଜ ବେଶ ପୋଷାକ ବଦଳାଇଥିଲେ। ଧୋତି ବଦଳରେ ଆଣ୍ଠୁ ଉପରକୁ ଲୁଗା ଓ ଶାର୍ଟ ବଦଳରେ ଖୋଲା ଦେହରେ ଚାଦର ପିନ୍ଧିଥିଲେ। ତାଙ୍କ ବେଶପୋଷାକ ବଦଳିଯିବା ନେଇ ତାଙ୍କୁ ପଚରାଯିବାରେ ସେ କହିଥିଲେ, ଓଡ଼ିଶାର ଦାରିଦ୍ର୍ୟ ମୋ’ ବେଶପୋଷାକ ବଦଳାଇଦେଲା। ବିହାରର ଚମ୍ପାରଣ ନୁହେଁ ବରଂ ଓଡ଼ିଶା ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗୁଥିବା ରାଜ୍ୟ। ୧୯୨୧ ମସିହା ମାର୍ଚ୍ଚ ୨୩ରେ ଗାନ୍ଧୀ କଟକ କାଠଯୋଡ଼ିରେ ସଭା କରିବା ପରେ ୨୫ ତାରିଖରେ ଭଦ୍ରକ, ୨୬ ତାରିଖ ସକାଳେ ସତ୍ୟବାଦୀ ଓ ସନ୍ଧ୍ୟାରେ ଆସି ପୁରୀରେ ପହଞ୍ଚିଥିଲେ। ପୁରୀରେ ତାଙ୍କୁ ସ୍ବାଗତ କରିବା ପାଇଁ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ। ୨୭ତାରିଖ ସକାଳେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେହିଦିନ ସନ୍ଧ୍ୟାରେ ଶରଧାବାଲିରେ ଏକ ବିରାଟ ସଭା ଆୟୋଜିତ ହୋଇଥିଲା। ଏହାପରେ ସେ ପୁରୀ ଜିଲାର ଦାରିଦ୍ର୍ୟ ରୂପ ଦେଖିଥିଲେ। ଅଭାବ କେତେ କଷ୍ଟଦାୟକ ତାହା ଦେଖି ଗାନ୍ଧିଜୀ ଭାବପ୍ରବଣ ଓ ବ୍ୟଥିତ ହୋଇପଡ଼ିଥିଲେ। ଏହାପରେ ଗାନ୍ଧିଜୀ ଶ୍ରୀମନ୍ଦିର ମ୍ୟାନେଜର ସଖୀଚାନ୍ଦଙ୍କ ଅନାଥ ଆଶ୍ରମ ଭ୍ରମଣରେ ଯାଇ ଭୂୟସୀ ପ୍ରଶଂସା କରିଥିଲେ। ୨୮ ତାରିଖରେ ଗାନ୍ଧିଜୀଙ୍କ ମୌନବ୍ରତ ଥିଲା। ୨୯ ତାରିଖ ସକାଳୁ ସେ ପୁରୀ ଛାଡ଼ିଥିଲେ। ନିଜ ତିନିଦିନ ଭ୍ରମଣରେ ଗାନ୍ଧିଜୀ ଆର୍ଥିକ, ଭୌଗୋଳିକ ଓ ସାମାଜିକ ଦୃଷ୍ଟିକୋଣରୁ ପୁରୀକୁ ହୃଦୟଙ୍ଗମ କରିବାକୁ ପ୍ରଚେଷ୍ଟା କରିଥିଲେ। ଏହାବ୍ୟତୀତ ସେ ୧୯୨୭ରେ ଦୁଇଦିନ ପାଇଁ ଏବଂ ୧୯୩୪ ମସିହାରେ ହରିଜନ ପଦଯାତ୍ରାରେ ପୁରୀ ଆସିଥିଲେ। ପଦଯାତ୍ରା ଅବସରରେ ଚନ୍ଦନପୁର ବଜାରରେ ଶୋଇଥିବାବେଳେ ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଏକ ଚିଠି ଲେଖିଥିଲେ। ଚିଠିରେ ଉଲ୍ଲେଖ ଥିଲା, ଏହି ପଦଯାତ୍ରା କେବଳ ପଦଯାତ୍ରା ନୁହେଁ, ଲୋକଙ୍କୁ ଜାଣିବା ଓ ମିଶିବା ଉଦ୍ଦେଶ୍ୟରେ ଏହି ଯାତ୍ରା କରୁଛି। ସେଠାରୁ ସେ ନିଜ ସ୍ତ୍ରୀ କସ୍ତୁରବାଙ୍କ ନିକଟକୁ ‘ରାମଗୀତା’ ନାମକ ଏକ ବହି ପଠାଇଥିଲେ। ଗାନ୍ଧିଜୀଙ୍କ ଜୀବନଶୈଳୀ ସମ୍ପର୍କିତ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ଶହେ ଭାଗ ବିଶିଷ୍ଟ ‘କଲେକ୍‌ଟେଡ୍‌ ୱାର୍କ୍ସ ଅଫ୍‌ ମହାତ୍ମା ଗାନ୍ଧୀ’ରେ ଏହି ସମସ୍ତ ପ୍ରସଙ୍ଗ ସମ୍ପର୍କରେ ଉଲ୍ଲେଖ ରହିଛି। ସେହିପରି ଆଇନଜୀବୀ ତଥା ଗାନ୍ଧୀପ୍ରେମୀ ଶିବ ମିଶ୍ର କହିଛନ୍ତି, ପୁରୀରେ ଗାନ୍ଧିଜୀଙ୍କ ନାମରେ ସ୍ମାରକୀ ନିର୍ମାଣ ପାଇଁ ଗାନ୍ଧିଜୀଙ୍କ ପୁରୀ ଆଗମନର ଶତବାର୍ଷିକୀ ପାଳନ ଅବସରରେ ଆଲୋଚନା ହୋଇଥିଲା। ପୁରୀ ସର୍କିଟ ହାଉସ୍‌ରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉପସ୍ଥିତ ଥିଲେ। ପୁରୀ ଭିଆଇପି ରୋଡ୍‌କୁ ମହାତ୍ମା ଗାନ୍ଧୀ ମାର୍ଗ ଭାବେ ନାମିତ କରିବା ପାଇଁ ଆଲୋଚନା ହୋଇଥିଲା। ମାତ୍ର ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପୋଲ: ୨ ଥର ଶିଳାନ୍ୟାସ

ଲଙ୍ଗଳେଶ୍ୱର,୫।୧୨(କମଳାକାନ୍ତ ଦାସ): ଗୋଟିଏ ପୋଲକୁ ଦୁଇଥର ଶିଳାନ୍ୟାସ। ସକାଳେ ବିଧାୟକ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ଗୋଟିଏ ଜାଗାରେ ଫଳକ ଶିଳାନ୍ୟାସ କରିଥିବା ବେଳେ...

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri