ଓଡ଼ିଶା ବଜେଟ: ଏକ ସମୀକ୍ଷା

ଗତ ଜୁଲାଇ୨୫ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ସାମାଜିକ ସୁରକ୍ଷା, ଅନ୍ନଦାତା, ମହିଳା, ଯୁବ ଓ ଗରିବଙ୍କୁ ଗୁରୁତ୍ୱ ଦିଆଯାଇଛି ବୋଲି କୁହାଯାଇଛି। ବଜେଟରେ ପ୍ରଗତିଶୀଳ ଓଡ଼ିଶା ଗଠନ ଓ ନାରୀଶକ୍ତିର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି ସରକାରୀ ଦଳ ତରଫରୁ କୁହାଯାଇଥିଲା ବେଳେ ବିରୋଧୀ ଦଳ ତରଫରୁ ଏହା ନୈରାଶ୍ୟଜନକ ବଜେଟ ବୋଲି କୁହାଯାଇଛି। ଡବଲ ଇଞ୍ଜିନ ସରକାର ୨ଗୁଣ ନିରାଶ କରିଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ବଜେଟର ସବିଶେଷ ସମୀକ୍ଷାକଲେ ବାସ୍ତବ ରୂପ ଜଣାପଡ଼ିବ। ସାଧାରଣତଃ ଏକ ବଜେଟକୁ ଯେତେବେଳେ ସମୀକ୍ଷା କରାଯାଏ, ନୋମିନାଲ ବା ନାମାଙ୍କନ ମୂଲ୍ୟରେ ବା ସଂଖ୍ୟା ଦୃଷ୍ଟିରୁ କେତେ ବୃଦ୍ଧି ପାଇବ ତାହା ବିଚାର କରାଯାଏ ନାହିଁ। କାରଣ ଏହା ପ୍ରତ୍ୟେକ ବର୍ଷ ବୃଦ୍ଧି ପାଇଥାଏ। ଏପରିକି ମୁଦ୍ରାସ୍ଫୀତି ଯୋଗୁ ମଧ୍ୟ ବୃଦ୍ଧି ପାଏ। ଏଣୁ ଆର୍ଥିକ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ କେତେ ବ୍ୟୟ ଅଟକଳ ବୃଦ୍ଧି ପାଇଛି, ତାହା ସମୀକ୍ଷା ହେବା କଥା। ପୁନଶ୍ଚ ନାମାଙ୍କନ ଜିଡିପି (କରେଣ୍ଟ ମୂଲ୍ୟରେ ରାଜ୍ୟ ଜିଡିପି) ବୃଦ୍ଧି ଅନୁସାରେ ମୋଟ ବ୍ୟୟ ତଥା ବିଭିନ୍ନ କ୍ଷେତ୍ରରେ ବ୍ୟୟ, ରାଜସ୍ବ, ଅଣ ରାଜସ୍ବ କେତେ ବୃଦ୍ଧି ପାଇଛି ତାହାକୁ ବିଚାରକରିବା ଆବଶ୍ୟକ।
୨୦୨୩-୨୪ରେ ନାମାଙ୍କନ ଘରୋଇ ରାଜ୍ୟ ଉତ୍ପାଦ (ଜିଏସ୍‌ଡିପି)୧୨.୫% ବୃଦ୍ଧି ପାଇ ୮.୬୧ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏହା ୧୦.୫୭% ବୃଦ୍ଧି ପାଇ ୮.୩୨୭ ଲକ୍ଷ କୋଟି ଟଙ୍କା ହୋଇଛି। ବାସ୍ତବ ଜିଏସ୍‌ଡିପିି (ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ) ୮ରୁ ୮. ୫% ବୃଦ୍ଧି ପାଇବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ତାହା ୮.୪୬% ହୋଇଛି। ୨୦୨୪-୨୫ ବଜେଟରେ ବାସ୍ତବ ଅଭିବୃଦ୍ଧି ୮% ଓ ନାମାଙ୍କନ ଅଭିବୃଦ୍ଧି ୧୧.୨% ଆକଳନ କରାଯାଇଛି ଏବଂ ନାମାଙ୍କନ ଜିଏସ୍‌ଡିପି ୯.୨୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନାମାଙ୍କନ ଜିଏସ୍‌ଡିପି ମୁଦ୍ରାସ୍ଫୀତି ବୃଦ୍ଧି ପାଇଲେ ମଧ୍ୟ ବୃଦ୍ଧି ପାଏ। ମୁଦ୍ରାସ୍ଫୀତି ବୃଦ୍ଧି ପାଇଲେ ଟଙ୍କାର ମୂଲ୍ୟ ହ୍ରାସ ପାଏ। ଅର୍ଥାତ୍‌ ୨୦୨୪-୨୫ରେ ବାସ୍ତବ ଅଭିବୃଦ୍ଧି କମ୍‌ ହେବ ଏବଂ ମୁଦ୍ରାସ୍ଫୀତି ବେଶି ହେବ। ନାମାଙ୍କନ ଅଭିବୃଦ୍ଧି ୧୧.୨% ହେବ ବୋଲି ଆକଳନ କରାଯିବା ଅର୍ଥ ବିଭିନ୍ନ କ୍ଷେତ୍ରରେ ବ୍ୟୟବରାଦ ପୂର୍ବବର୍ଷ ତୁଳନାରେ ୧୧.୨% ବୃଦ୍ଧି ପାଇବା ଉଚିତ। ଯଦି ନ ହେଲା ତେବେ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ସହ ତାଳଦେଇ ବୃଦ୍ଧି ପାଇନାହିଁ ବୋଲି ଧରିବାକୁ ହେବ। ୨୦୨୪-୨୫ ବଜେଟରେ ମୋଟ ବ୍ୟୟବରାଦ ୨.୬୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଲୋକ ସଭା ଏବଂ ଓଡ଼ିଶା ବିଧାନସଭାରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଫେବୃଆରୀରେ ତତ୍କାଳୀନ ଓଡ଼ିଶା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଜ୍ୟ ସରକାର ୨୦୨୪-୨୫ପାଇଁ ସମ୍ପୂର୍ଣ୍ଣ ବଜେଟ ପରିବର୍ତ୍ତେ ଏକ ୨.୫୫ ଲକ୍ଷ କୋଟି ଟଙ୍କାର ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ , ଯେଉଁଥିରେ ଭୋଟ-ଅନ୍‌-ଆକାଉଣ୍ଟ ବା ଲେଖାନୁଦାନ ପରିମାଣ ପ୍ରଥମ ୪ ମାସ ପାଇଁ ୧.୧୮ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୨ -୨୩ ଆର୍ଥତ୍କ ବର୍ଷ ପାଇଁ ତତ୍କାଳୀନ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨ ଲକ୍ଷ କୋଟି ଟଙ୍କାର ଓ ୨୦୨୩-୨୪ରେ ୨ ଲକ୍ଷ ୩୦ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ। ଏହାର ଅର୍ଥ ୨୦୨୩-୨୪ ବଜେଟରେ ପୂର୍ବବର୍ଷ ତୁଳନାରେ ୧୫% ବୃଦ୍ଧି ପାଇଲା ବେଳେ ୨୦୨୪-୨୫ରେ ମଧ୍ୟ ସେହି ୧୫% ବୃଦ୍ଧି ପାଇଛି।
୨୦୨୩-୨୪ ପ୍ରଶାସନିକ ବ୍ୟୟ (ପୂର୍ବରୁ ଅଣ ଯୋଜନା ବ୍ୟୟ) ୯୪,୦୦୦ କୋଟି ଟଙ୍କା ହୋଇଥିଲାବେଳେ ଅନ୍ତରୀଣ ବଜେଟରେ ୧,୦୩, ୫୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହି ଏହି ବଜେଟରେ ୯୭,୭୨୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରଶାସନିକ ବ୍ୟୟ ସାଧାରଣତଃ ସମ୍ପଦ ସୃଷ୍ଟି କରେନା, କିନ୍ତୁ ନିଯୁକ୍ତି ସୃଷ୍ଟି ପାଇଁ ଆବଶ୍ୟକ ଏବଂ ପରୋକ୍ଷରେ ଆର୍ଥିକ କାର୍ଯ୍ୟକଳାପକୁ ତୀବ୍ର କରେ, ଅଭିବୃଦ୍ଧିରେ ସହାୟକ ହୁଏ। ଏହାର ଅର୍ଥ ସରକାର ବେତନ, ପେନ୍‌ସନ ,ସୁଧ ବାବଦରେ ବେଶି ବ୍ୟୟ କରିବେ ନାହିଁ। ତେଣୁ ଯେଉଁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଛନ୍ତି, ତାହା କିପରି ସମ୍ଭବ ହେବ ? ସେହିପରି କାର୍ଯ୍ୟକ୍ରମ ବ୍ୟୟ (ପୂର୍ବରୁ ଯୋଜନା ବ୍ୟୟ) ଯାହା ୨୦୨୩ -୨୪ ବଜେଟରେ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ଏବଂ ଅନ୍ତରୀଣ ବଜେଟରେ ୧ଲକ୍ଷ ୪୦ହଜାର କୋଟି ଟଙ୍କା ଥିଲା ତାହା ଅନ୍ତରୀଣ ବଜେଟ ତୁଳନାରେ ମାତ୍ର ୧୫,୦୦୦ କୋଟି ଟଙ୍କା ବୃଦ୍ଧି ପାଇ ଏହି ବଜେଟରେ୧ ଲକ୍ଷ ୫୫ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ତାହା କିଛି ନୁହେଁ। ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୨୦୨୩ -୨୪ ରେ ୩୭୦୦ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଥିଲା ବେଳେ୨୦୨୪-୨୫ର ଅନ୍ତରୀଣ ବଜେଟରେ ୩୯୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଉକ୍ତ ବଜେଟରେ ତାହା ୩୯୦୦ କୋଟି ଟଙ୍କା ରହିଛି। ସେହିପରି ୨୦୨୩-୨୪ ଲୋକାଲ ବଡିଜ୍‌ ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ (ପଞ୍ଚାୟତ ଓ ପୌରପାଳିକା) ହସ୍ତାନ୍ତର ପାଇଁ ୭୩୦୦ କୋଟି ଧାର୍ଯ୍ୟ କରାଯାଇଥିଲାବେଳେ ୨୦୨୪-୨୫ ଅନ୍ତରୀଣ ବଜେଟରେ ୭,୬୦୦ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଥିଲା। ଏହା ସାମାନ୍ୟ ବୃଦ୍ଧି କରାଯାଇ ଏହି ବଜେଟରେ ୮୩୭୫ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି।
ଯଦି ବଜେଟ ବ୍ୟୟ ଅଟକଳ ନାମାଙ୍କନ ଜିଏସ୍‌ଡିପି ଅନୁସାରେ ୨୦୨୩-୨୪ରେ ଏହା ୨୭.୬୪% ହୋଇଥିଲାବେଳେ ୨୦୨୪-୨୫ରେ ପ୍ରାୟ ସମାନ ୨୮.୬୧% ଧାର୍ଯ୍ୟ କରାଯାଇଛି ା ସରକାର ବିକଶିତ ଓଡ଼ିଶା କିପରି ଗଠନ କରିବେ ବୋଲି କହୁଛନ୍ତି। ଯଦି ପିଠାର ଆକାର ନ ବଢ଼ିଲା, ତେବେ ଭାଗ କେମିତି ବଢ଼ିଲା ବୋଲି କାହିଁକି କୁହାଯାଉଛି? ଏହି ସାମାନ୍ୟ ଟିକସ ବୃଦ୍ଧି ଯୋଗୁ ନୁହେଁ, ଋଣ ଯୋଗୁ ଘଟିବ। ଋଣ – ଜିଏସ୍‌ଡିପି ଅନୁପାତ ୨୦୨୩-୨୪ରେ ୧୨.୪% ଥିଲାବେଳେ ୨୦୨୪-୨୫ରେ ୧୩.୧%କୁ ବୃଦ୍ଧି ପାଇବ। ପୁନଶ୍ଚ ଯଦି କେଉଁ କ୍ଷେତ୍ରରେ ବ୍ୟୟବରାଦ ବୃଦ୍ଧି ପାଇଥିବ ବା ନୂଆ ଯୋଜନା କରାଯାଇଥିବ, ତେବେ ଆଉ କେଉଁଠି ହ୍ରାସ ପାଇଥିବ। ପୂର୍ବ ବଜେଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟୟବରାଦ ଯାହା ୨୪,୮୨୯ କୋଟି ଟଙ୍କା ଥିଲା ତାହା ୩୬% ବୃଦ୍ଧି ପାଇ ଏହି ବଜେଟରେ ୩୩,୯୧୯ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହା ନିଶ୍ଚୟ ସ୍ବାଗତଯୋଗ୍ୟ। ୧୬ଟି ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇଛି ଏବଂ କିନ୍ତୁ ନୂତନ ଯୋଜନାରେ ଯେଉଁ ବ୍ୟୟ ବରାଦ କରାଯାଇଛି ତାହା ସମୁଦ୍ରକୁ ଶଙ୍ଖେ ପାଣି। ଉଦାହରଣ ସ୍ବରୂପ ବିଭିନ୍ନ ସୂତ୍ରରୁ ତଥ୍ୟ ଅନୁସାରେ ସୁଭଦ୍ରା ଯୋଜନା ପାଇଁ ୧୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। କିନ୍ତୁ ପ୍ରକୃତରେ ୬୦,୦୦୦ କୋଟି ଟଙ୍କା ଲାଗିବ। ୩୫୦୦ କୋଟି ଟଙ୍କାରେ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରିବେ। କିନ୍ତୁ ପ୍ରକୃତରେ ମାତ୍ର ୩୫୦୦ କୋଟି ଟଙ୍କା ବ୍ୟୟବରାଦ କରି ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଯେଉଁ ୩୧୦୦ ଟଙ୍କାକୁ ବୃଦ୍ଧି କରିବାର ପ୍ରସ୍ତାବ ରହିଛି, ସେଥି ପାଇଁ ପ୍ରକୃତରେ ୧୦,୦୦୦ କୋଟି ଟଙ୍କା ଲାଗିବ।
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରୁ ଛଟେଇ, ଧାରଣାରେ ବସିଲେ

ଛତ୍ରପୁର,୭ା୫(ଦିଲୀପ ସାମଲ): ଛତ୍ରପୁର ବ୍ଲକ ବଡ଼ ମାଧପୁର ପଞ୍ଚାୟତରେ ଏମ୍‌ବିକେ ଭାବେ କାର୍ଯ୍ୟରତ ମଞ୍ଜୁ ବେହେରାଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି। ବିନା କାରଣରେ ତାଙ୍କୁ ବହିଷ୍କାର କରାଯାଇଥିବା…

ପୁଣି କୋଟିଆ ବିବାଦ: ଜନଗଣନା କରୁଛନ୍ତି ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୭।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ବିବାଦ ଥମିବାର ନା ଧରୁନାହିଁ। ଅନ୍ୟପକ୍ଷେ ଓଡ଼ିଶାକୁ ଚେକ୍‌ ଦେବାରେ ପଛଘୁଞ୍ଚା…

ବିଜୟଙ୍କ ସମର୍ଥନରେ ବାହାରିଲେ କମଲ ହାସନ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ, ଅଭିନେତା ବିଜୟଙ୍କ ଦଳ, ‘ତାମିଜାଗା ଭେଟ୍ରି କାଝାଗମ’ (ଟିଭିକେ), ଏକକ ବୃହତ ଦଳ ଭାବରେ ଉଭା ହୋଇଛି। ଫଳସ୍ବରୂପ, ରାଜ୍ୟରେ ସରକାର…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଗଞ୍ଜାମ,୭ା୫(ବିଦ୍ୟାଧର ସାହୁ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ରାମଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଏପରିକି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ…

ସରକାର ଗଠନ ପାଇଁ ବିଜୟଙ୍କ ନୂଆ ପ୍ଲାନ: ଏହି ଦଳଠାରୁ ସମର୍ଥନ ଲୋଡିଲେ, ବିଧାୟକମାନଙ୍କୁ ରିସର୍ଟକୁ ସ୍ଥାନାନ୍ତରିତ

ଚେନ୍ନାଇ,୭।୫: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଅଭିନେତା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ଏବେ ଜଣେ ଅତିରିକ୍ତ ବିଧାୟକଙ୍କ…

ଶ୍ୱଶୁର ଘରୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଥୁଆମୂଳ ରାମପୁର, ୭ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଡୁମେରପଦର ମୁଖ୍ୟ ରାସ୍ତାର ଲାଠିଆଗୁଡ଼ା ଛକ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ୱାମୀଙ୍କ ମୃତ୍ୟୁ…

ବିଜୟ ଥାଲାପତି ସରକାର ଗଠନ ପାଇଁ BJPର ସମର୍ଥନ ଲୋଡିବେ? ଟିଭିକେଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଖୁସି ହେବ ନା ନିରାଶ ହେବ?ଜାଣନ୍ତୁ…

ଚେନ୍ନାଇ,୭।୫: ବିଜୟ ଥାଲାପତିଙ୍କ ଦଳ, TVK (ତାମିଜାଗା ଭେଟ୍ଟ୍ରି କାଝାଗମ), ସରକାର ଗଠନ ପାଇଁ ତା’ର ପ୍ରୟାସକୁ ତୀବ୍ର କରିଛି। ଟିଭିକେ ବିଧାନସଭାରେ ୧୦୮ଟି ଆସନ ପାଇଛି,…

ଫଟୋ ଶେୟାର କରି ଖୁସି ଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୭।୫: ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri