ପ୍ରଜନନକ୍ଷମ ବୟସସୀମା କମୁଛି

ଆଜିର ସମୟରେ ମହିଳାମାନଙ୍କର ସନ୍ତାନ ପ୍ରସବ ହାର ବା ଇଂଲିଶରେ ଯାହାକୁ ଟୋଟାଲ ଫର୍ଟିଲିଟି ରେଟ୍‌ ବା ଟିଏଫ୍‌ଆର୍‌ର ଭବିଷ୍ୟତକୁ ନେଇ ବିଶ୍ୱସ୍ତରୀୟ ଚିକିତ୍ସା ବିଜ୍ଞାନ ପତ୍ରିକା ଦି ଲାନ୍‌ସେଟ୍‌ର ତଥ୍ୟ ଅନୁଯାୟୀ ୨୦୫୦ ସୁଦ୍ଧା ଭାରତର ଟୋଟାଲ ଫର୍ଟିଲିଟି ରେଟ୍‌ ୧.୨୯କୁ ଏବଂ ୨୧୦୦ ସୁଦ୍ଧା ତାହା ଆହୁରି ତଳକୁ ଖସି ୧.୦ ହେବାକୁ ଯାଉଛି ବୋଲି ଆନୁମାନିକ ତଥ୍ୟ ରହିଛି। ଦି ଲାନ୍‌ସେଟ୍‌ରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ହେଉଛି ୟୁନିଭର୍ସିଟି ଅଫ ୱାଶିଂଟନ ସ୍କୁଲ ଅଫ ମେଡିସିନର ଇନ୍‌ଷ୍ଟିଚ୍ୟୁଟ ଅଫ ହେଲଥ୍‌ ମେଟ୍ରିକସ ଆଣ୍ଡ ଇଭାଲୁଏଶନ ନାମକ ଜନସ୍ବାସ୍ଥ୍ୟ ଗବେଷଣା ସଂସ୍ଥା ଦ୍ୱାରା କରାଯାଇଥିବା ଅନୁଶୀଳନ ଉପରେ ଆଧାରିତ। ଏହି ଅନୁଶୀଳନରେ କରାଯାଇଥିବା ଆକଳନ ଅନୁସାରେ ୨୦୨୧ରେ ଭାରତରେ ଜନ୍ମଲାଭ କରିଥିବା ମୋଟ ଜୀବନ୍ତ ଶିଶୁ (ଲାଇଭ ବାର୍ଥ)ଙ୍କ ସଂଖ୍ୟା ୨୨.୩୯ ନିୟୁତ ଥିବାବେଳେ ୨୦୫୦ରେ ତାହା ହ୍ରାସ ପାଇ ୧୩.୦୩ ନିୟୁତ ହେବାକୁ ଯାଉଛି। ଏହି ଧାରା ଅବ୍ୟାହତ ରହି ୨୧୦୦ ବେଳକୁ ଏଥିରେ ତୀକ୍ଷ୍‌ଣ ହ୍ରାସ ଘଟି ଏହି ସଂଖ୍ୟା ହେବ ୩.୭୯ ନିୟୁତ ବୋଲି ଅନୁମାନ କରାଯାଇଛି। ଟୋଟାଲ ଫର୍ଟିଲିଟି ରେଟ୍‌ ହେଉଛି ପ୍ରଜନନକ୍ଷମ ବୟସ ସୀମା, ଯାହା ୧୫-୪୯ ବର୍ଷ ମଧ୍ୟରେ, ଜଣେ ମହିଳା ଜନ୍ମଦାନ କରୁଥିବା ସନ୍ତାନ ସନ୍ତତିଙ୍କ ହାରାହାରି ସଂଖ୍ୟା ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ଆବଶ୍ୟକ ଟୋଟାଲ ଫର୍ଟିଲିଟି ରେଟ୍‌ ହେଉଛି ୨.୧, ଯାହାକୁ ରିପ୍ଲେସମେଣ୍ଟ ରେଟ୍‌ ରୂପେ ବୁଝାଯାଇଥାଏ। ଦି ଲାନ୍‌ସେଟ୍‌ର ତଥ୍ୟ ମଧ୍ୟ ଏହା ଉଲ୍ଲେଖ କରିଛି ଭାରତର ଟୋଟାଲ ଫର୍ଟିଲିଟି ରେଟ୍‌ ୨୦୨୧ରେ ଏହି ପ୍ରତିସ୍ଥାପନ ହାରଠାରୁ କମ୍‌ ହୋଇସାରିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଯେତେବେଳେ ୧୯୯୨-୯୩ରେ ସର୍ବପ୍ରଥମ ରାଉଣ୍ଡ ଏନ୍‌ଏଫ୍‌ଏଚ୍‌ଏସ୍‌ ଅନୁଷ୍ଠିତ ହୋଇଥିଲା, ସେତେବେଳେ ଭାରତର ଟିଏଫ୍‌ଆର୍‌ ଥିଲା ୩.୪। ବାଳିକାମାନଙ୍କର ଶିକ୍ଷାସ୍ତରରେ ବୃଦ୍ଧି ଓ ନାରୀମାନଙ୍କର ବିଧିବଦ୍ଧ ନିଯୁକ୍ତି କ୍ଷେତ୍ରରେ ପ୍ରବେଶ ହେଉଛି ଟିଏଫ୍‌ଆର୍‌ରେ ସ୍ଖଳନ ଘଟିବାର ମୁଖ୍ୟ କାରଣ। ସ୍କୁଲରେ ଅଧିକ କାଳ ବିତାଇଲେ ଏବଂ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ପ୍ରବେଶ କଲେ ବାଳିକାମାନଙ୍କର ବିବାହ ବିଳମ୍ବିତ ହୋଇଥାଏ। ବିବାହରେ ବିଳମ୍ବ ଘଟିଲେ ନାରୀମାନଙ୍କର ମାତୃତ୍ୱ ଲାଭରେ ସ୍ବାଭାବିକ ଭାବରେ ବିଳମ୍ବ ଘଟିଥାଏ। ପ୍ରଥମ ସନ୍ତାନ ଭୂମିଷ୍ଠ ହେବାରେ ବିଳମ୍ବ ଘଟିଲେ, ଅଧିକ ପ୍ରଜନନ ପାଇଁ ଉପଲବ୍ଧି ସମୟ ସଙ୍କୁଚିତ ହୋଇଯାଏ ଓ ସଂପୃକ୍ତା ନାରୀ ଜନ୍ମଦାନ କରୁଥିବା ସନ୍ତାନ ସଂଖ୍ୟା ହ୍ରାସ ପାଇଥାଏ। ତା’ଛଡ଼ା ସନ୍ତାନର ଉପଯୁକ୍ତ ଲାଳନପାଳନ, ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଣ ଆଦି ବ୍ୟୟସାପେକ୍ଷ ହୋଇଥିବାରୁ ଶିକ୍ଷିତା, ସଚେତନ ଜନନୀମାନେ ନିଜର ସନ୍ତାନ ପାଇଁ ତାହା ନିଶ୍ଚିତ କରିବା ଲାଗି ଅଧିକ ସଂଖ୍ୟକ ସନ୍ତାନ ସୃଷ୍ଟି କରିବାରୁ ନିବୃତ୍ତ ରହନ୍ତି। ବୃତ୍ତିଧାରିଣୀ ମହିଳାମାନେ ମଧ୍ୟ ସନ୍ତାନ ସଂଖ୍ୟା ସୀମିତ କରିବାକୁ ବାଧ୍ୟ ହୋଇଥାନ୍ତି। ଶିଶୁ ମୃତ୍ୟୁହାରରେ ହ୍ରାସ ଓ ସହରୀକରଣ ମଧ୍ୟ ସନ୍ତାନ ସଂଖ୍ୟା ସୀମିତ କରିବାରେ ସହାୟକ ହୋଇଛି। ଉପରୋକ୍ତ ଗବେଷଣା ସଂସ୍ଥା ଯେଉଁ ଆବିଷ୍କାର କରିଛନ୍ତି ଯେ ୧୯୫୦ରୁ ୨୦୨୧ ମଧ୍ୟରେ ସାରା ପୃଥିବୀର ଟିଏଫ୍‌ଆର୍‌ ୪.୮୪ରୁ ହ୍ରାସ ପାଇ ତାହାର ଅଧାରୁ ମଧ୍ୟ କମ୍‌ ହୋଇଯାଇ ହୋଇଛି ୨.୨୩, ତା’ ପଛରେ ଏଇ ସମସ୍ତ କାରଣ ମାନ ନିହିତ ଅଛି। ଭାରତରେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଦେଖାଯାଇଥିଲା ଯେ କେବଳ ବିହାର, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ଭଳି କତିପୟ ରାଜ୍ୟମାନଙ୍କ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ଟିଏଫ୍‌ଆର୍‌ରେ ସ୍ଖଳନ ଘଟିଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଦେଖାଯାଇଥିଲା ଯେ ଆଦୌ ସ୍କୁଲ ମାଡ଼ି ନ ଥିବା ନାରୀମାନଙ୍କର ହାରାହାରି ସନ୍ତାନ ସଂଖ୍ୟା ୨.୮ ହୋଇଥିବାବେଳେ ୧୨ ବା ତତୋଧିକ ବର୍ଷର ଶିକ୍ଷା ଲାଭ କରିଥିବା ନାରୀମାନଙ୍କର ହାରାହାରି ସନ୍ତାନ ସଂଖ୍ୟା ଥିଲା ୧.୮।
ବିଶ୍ୱର ବିଶେଷକରି ଅନଗ୍ରସର ଛୋଟ ଦେଶମାନଙ୍କ ପାଇଁ ଟୋଟାଲ ଫର୍ଟିଲିଟି ରେଟ୍‌ ହ୍ରାସ ପାଇବା ନାନା ଗୁରୁତର ସମସ୍ୟା ସୃଷ୍ଟି କରିଥାଏ। ସବୁଠାରୁ ବଡ଼ ପ୍ରଭାବ ପଡ଼ିଥାଏ ଦେଶର ଶ୍ରମ ଶକ୍ତି ଉପରେ। କାରଣ ଏହି କାରଣ ପାଇଁ ଦେଶର ନିୟମିତ ଓ ନିର୍ଭରଶୀଳ ଶ୍ରମଶକ୍ତି ସଂକୁଚିତ ହୋଇଯିବାରୁ ଏହାକୁ ପରିପୂରଣ ନିମନ୍ତେ ବାହାର ଶ୍ରମିକଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏହି କାରଣରୁ ବର୍ତ୍ତମାନ ବିଶେଷକରି ୟୁରୋପର ଅନେକ ଦେଶରେ ସାମାଜିକ ଓ ଅସ୍ଥିରତା ସୃଷ୍ଟି କରିଥାଏ। ପୂର୍ବ ଏସିଆର ଦକ୍ଷିଣ କୋରିଆ ଓ ଜାପାନ ପରି ଅଭିବୃଦ୍ଧି ସମ୍ପନ୍ନ ଉନ୍ନତ ଦେଶରେ ଜନସଂଖ୍ୟା ସଂକୋଚନଜନିତ ଏକ ବିରାଟ ସଙ୍କଟକୁ ସାମ୍ନା କଲାଣି। କାରଣ ଟୋଟାଲ ଫର୍ଟିଲିଟି ରେଟ୍‌ର ଅଲମବିଲୋମ ହେଲେ ଏହା ଜନସଂଖ୍ୟାର ପେଣ୍ଡୁଲମକୁ ଓଲଟାଇ ଦେବ। ଅର୍ଥାତ୍‌ ସେ ଦେଶର ଜନସଂଖ୍ୟାରେ ଯୁବପିଢ଼ିଙ୍କଠାରୁ ବୃଦ୍ଧା ବୃଦ୍ଧଙ୍କ ସଂଖ୍ୟା ଢେର ଆଗରେ ରହିବ। ସାମାଜିକ ଚିତ୍ରରେ ମଧ୍ୟ ଏହା ଉଲ୍ଲେଖନୀୟ ଏହି ଯୁବକ ଯୁବତୀମାନେ ଯେଉଁମାନେ କି ଦେଶ, ସମାଜ ଓ ପରିବାରର ଉପତ୍ାଦନଶୀଳତାକୁ ବଢ଼ାଇଥାନ୍ତି କିନ୍ତୁ ବୃଦ୍ଧାବୃଦ୍ଧମାନେ ନିର୍ଭର କରିଥାନ୍ତି। ସମୟ ବଢ଼ିବା ସହ ଏହି ନିର୍ଭରଶୀଳତାର ଅନୁପାତ ବଢ଼ିଲେ ଏକ ସାମାଜିକ ବିଷମ ପରିସ୍ଥିତି ସୃଷ୍ଟି କରିବ। କେବଳ ଯେ ଛୋଟିଆ ଦେଶମାନେ ଏହି ସଙ୍କଟକୁ ସାମ୍ନା କରୁଛନ୍ତି ତାହା ନୁହେଁ। ଚାଇନାରେ ମଧ୍ୟ ଏହି ସଙ୍କଟ ଆରମ୍ଭ ହେଲାଣି। ପୂର୍ବର ଏକ ସନ୍ତାନ ନୀତିକୁ ବର୍ତ୍ତମାନ ସରକାର ବଦଳାଇ ଥିଲେ ମଧ୍ୟ ଅନେକ ଦମ୍ପତି ଏକାଧିକ ସନ୍ତାନ ଜନ୍ମ ନିମନ୍ତେ ଆଉ ସହଜରେ ରାଜି ହେଉନାହାନ୍ତି। ଭାରତ ମଧ୍ୟ ସ୍ବାଧୀନତା ପରଠାରୁ ପରିବାର ନିୟୋଜନ କାର୍ଯ୍ୟକ୍ରମ ଦ୍ୱାରା ଦେଶରେ ଜନସଂଖ୍ୟା ବୃଦ୍ଧି ଉପରେ ଲଗାମ ଦେବା ପାଇଁ ଉଦ୍ୟମ କରି ଆସିଥିଲା। ଭାରତର ସେହି ଉଦ୍ୟମ ଓ ଦେଶ ହାସଲ କରି ଚାଲିଥିବା ଅର୍ଥନୈତିକ ପ୍ରଗତିର ମିଳିତ ଫଳସ୍ବରୂପ ବର୍ତ୍ତମାନ ଦେଶର ଟୋଟାଲ ଫର୍ଟିଲିଟି ରେଟ୍‌ ଏଭଳି ବିଚ୍ୟୁତି ଘଟିବା ଦେଖାଯାଇଛି।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, କଟକ


Enter your email to get our daily news in your inbox.

All Right Reserved By Dharitri.Com

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri