ପଣ୍ଡିତଙ୍କ କାରନାମା

ବାଡ଼ ଯଦି ଫସଲ ଖାଏ ତେବେ ତାହାର ସୁରକ୍ଷା କେହି କରିପାରିବେ ନାହିଁ। ସମାନ ପ୍ରକାରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ମୁଣ୍ଡାଇଥିବା ପୋଲିସ ଯଦି ଦୁର୍ବ୍ୟବହାର, ଅପରାଧ ଓ ଦୁର୍ନୀତିରେ ଜଡ଼ିତ ରହେ ତେବେ ସାମାଜିକ ସ୍ତରରେ ବିଶୃଙ୍ଖଳା ସୃଷ୍ଟିହେବା ସ୍ବାଭାବିକ। ଏଭଳି ଆଚରଣ ପୋଲିସକୁ ନାଗରିକମାନଙ୍କ ବିଶ୍ୱାସଭାଜନ କରାଇପାରିବ ନାହିଁ। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ବହୁ ସମୟରେ ରାଜ୍ୟ ପୋଲିସରେ କାର୍ଯ୍ୟରତ ଅନେକ କର୍ମଚାରୀ ଓ ଅଧିକାରୀଙ୍କ ଏଭଳି ଆଚରଣ ଖବର ସାମ୍ନାକୁ ଆସେ , ଯାହାକୁ ଖାକିରେ ଦାଗ ବୋଲି ସାଧାରଣରେ ଚର୍ଚ୍ଚା ହୋଇଥାଏ। ଏମିତି ଏକ ସଦ୍ୟ ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି। ଜୁଲାଇ ୨୭ରେ ଭୁବନେଶ୍ୱରରେ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ ନାମକ ଜଣେ ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଫିସର ଯେଉଁଭଳି ଭାବେ ଜଣେ ମହିଳା ପୋଲିିସ ଇନ୍ସପେକ୍ଟରଙ୍କ ସ୍ବାମୀଙ୍କୁ ଆକ୍ରମଣକଲେ ତାହା ଜନସାଧାରଣଙ୍କୁ ଉଭୟ କୌତୂହଳ ଯୋଗାଇବା ସହ ଆଶ୍ଚର୍ଯ୍ୟ କରିଛି। ପଣ୍ଡିତ ରାଜେଶ ସେହି ମହିଳାଙ୍କ ଘରକୁ କାହିଁକି ପ୍ରବେଶକଲେ ଏବଂ ତାଙ୍କ ସ୍ବାମୀଙ୍କୁ କେଉଁ କାରଣରୁ ଆକ୍ରମଣକଲେ ସେ ସମ୍ପର୍କରେ ଅନେକ ଗୁଜବ ଶୁଣିବାକୁ ମିଳୁଛି। ଯାହାର ସତ୍ୟାସତ୍ୟ ହୁଏତ ଅନୁସନ୍ଧାନ ପରେ ଜଣାପଡ଼ିବ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପଣ୍ଡିତଙ୍କୁ ନିିଲମ୍ବିତ କରାଯିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ ମହଲରେ ପଣ୍ଡିତ ରାଜେଶଙ୍କ ସମ୍ପର୍କରେ ଅନେକ କଥା ଶୁଣିବାକୁ ମିଳେ ଯାହାକି ଏଠାରେ ଲେଖିବା ସମ୍ଭବପର ନୁହେଁ। ତେବେ ଏହି ବରିଷ୍ଠ ଅଫିସରଙ୍କ ବ୍ୟବହାରକୁ ଏକଘରିଆ କରି ଦେଖିଲେ ଚଳିବ ନାହିଁ। ଦୀର୍ଘ ୨୪ ବର୍ଷ ଧରି ଚାଲିଆସିଥିବା ଏକ ରାଜନୈତିକ ବ୍ୟବସ୍ଥାରେ ରାଜ୍ୟବାସୀ ହନ୍ତସନ୍ତ ହେବା ଯୋଗୁ ଗତ ନିର୍ବାଚନରେ ପରିବର୍ତ୍ତନ ଆଣିଥିଲେ। ସେହି ପୂର୍ବତନ ରାଜନୈତିକ ବ୍ୟବସ୍ଥାରେ ଶାସକ ଦଳର ରାଜନେତାମାନଙ୍କୁ ଗୌଣ କରିଦିଆଯିବା ସହ ଅମଲାତନ୍ତ୍ରକୁ ଅତ୍ୟଧିକ କ୍ଷମତାସୀନ କରିଦିଆଯାଇଥିଲା। ରାଜ୍ୟର ଅନେକ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ କେତେକ ସେବାର ଅଫିସରମାନେ ନିଜକୁ ସର୍ବେସର୍ବା ଭାବିବାକୁ ଆରମ୍ଭ କରିଦେଲେ। ଯେହେତୁ ରାଜନୈତିକ ବ୍ୟକ୍ତିମାନଙ୍କର ଗୁରୁତ୍ୱ ହ୍ରାସ ପାଇଲା, ସେହି ତୁଳନାରେ ଅମଲାତନ୍ତ୍ରୀଙ୍କ ପ୍ରଭାବ ଏବଂ ପ୍ରାଦୁର୍ଭାବ ବୃଦ୍ଧି ଘଟିଲା। ସେଭଳି ପ୍ରଶାସନକୁ ଓଡ଼ିଶାର ଜନସାଧାରଣ ପସନ୍ଦ କରନ୍ତି ନାହିଁ ବୋଲି ନିର୍ବାଚନ ମାଧ୍ୟମରେ ଜଣାଇଦେଲେ।
ଏଠାରେ ସ୍ବୀକାର କରିବାକୁ ହେବ ଯେ, ରାଜନୈତିକ ମୁହଁରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାରେ ଏ ପର୍ଯ୍ୟନ୍ତ ତାହାର ପ୍ରଭାବ ପଡ଼ିନାହିଁ। ଅରାଜକତାର ସୀମାରେ ପହଞ୍ଚିଥିବା କ୍ଷମତାସୀନ ବ୍ୟକ୍ତି ଏବେ ଓଡ଼ିଶାରେ ମାଳ ମାଳ ହୋଇ ବୁଲୁଥିବା ଭଳି ମନେହୁଏ। ପୋଲିସ ଅଫିସର ପଣ୍ଡିତ ରାଜେଶଙ୍କ ଚାରିତ୍ରିକ ଦୋଷ ଲୋକଲୋଚନକୁ ଆସିବା ପୂର୍ବରୁ ଅନ୍ୟ ଏକ ଘଟଣା ସେହିଭଳି ଅରାଜକତାର ପରିଚୟ ଦେଇଥିଲା। ରଥଯାତ୍ରା ସମୟରେ ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ର ଯେଉଁଭଳି ଭାବେ ଜଣେ କନିଷ୍ଠ ରାଜ୍ୟପାଳ କର୍ମଚାରୀଙ୍କୁ ପୁରୀରେ ଆକ୍ରମଣ କରିଥିଲେ ତାହା ସମସ୍ତଙ୍କର ମନେଅଛି। ସେହି ଘଟଣାରେ ବିରୋଧୀ ରାଜନୈତିକ ଦଳ ବିଜୁ ଜନତା ଦଳ ଓ କଂଗ୍ରେସ ପ୍ରବଳ ପାଟିତୁଣ୍ଡ କରି ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ପ୍ରତିକ୍ରିୟା ସ୍ବରୂପ, ସେହି କନିଷ୍ଠ ଅଫିସରଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ବଦଳି କରିଦିଆଗଲା। କିନ୍ତୁ ରାଜ୍ୟପାଳଙ୍କ ପୁତ୍ରଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ। ଏଭଳି ପ୍ରଚ୍ଛଦପଟରେ ନୂତନ ଭାବେ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ଓଡ଼ିଶାରେ ଯଦି ପରିବର୍ତ୍ତନ ଆଣିବାକୁ ଇଚ୍ଛୁକ, ତେବେ ଏଭଳି ଘଟଣାଗୁଡ଼ିକରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଅତିଶୀଘ୍ର ଗ୍ରହଣ କରିବା ଉଚିତ ହେବ। ସବୁ କଥା ପରେ ବି ଉଲ୍ଲେଖ କରିବା ଦରକାର ଯେ ସମ୍ପୃକ୍ତ ମହିଳା ପୋଲିସ କର୍ମଚାରୀ ଏବଂ ତାଙ୍କ ସ୍ବାମୀ ଉଭୟେ କେହି ପଣ୍ଡିତ ରାଜେଶଙ୍କ ବିରୋଧରେ କୌଣସି ବିଧିବଦ୍ଧ ଅଭିଯୋଗ ଏ ପର୍ଯ୍ୟନ୍ତ ଦାଏର କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?