ଆସନ୍ତା ୬ରେ ଗୁଆହାଟୀରେ ବସିବ ଓଡ଼ିଶା ଭାଜପାର ବୈଠକ

ଭୁବନେଶ୍ବର,୩ା୭(ସୁନିତ୍‌ ମିଶ୍ର): ଦେଶର ସବୁ ରାଜ୍ୟକୁ ନେଇ ଭାଜପା ଗୁଆହାଟୀଠାରେ ଆସନ୍ତା ୬ ତାରିଖରୁ ୩ ଦିନିଆ ବୈଠକ ଡାକିଛି। ଆସନ୍ତା ୬, ୭ ଏବଂ ୮ ତାରିଖରେ ହେବାକୁ ଥିବା ଏହି ବୈଠକରେ ଦେଶକୁ ୩ଟି ଜୋନ୍‌ରେ ଭାଗ କରି ପ୍ରତ୍ୟେକ ଦିନ କିଛି କିଛି ରାଜ୍ୟ ସହ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଲୋଚନା କରିବେ। ଏଥିରେ ମୁଖ୍ୟତଃ ସେମାନେ ଗୋଟିଏ ରାଜ୍ୟ ସହ ପ୍ରାୟ ୨ ଘଣ୍ଟା ଲେଖା ଆଲୋଚନା କରି ଦଳର ଭବିଷ୍ୟତ ରଣନୀତି ସମ୍ପର୍କରେ ଏକ ପ୍ରକାର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ତେବେ ଆସନ୍ତା ୬ ତାରିଖରେ ପୂର୍ବାଞ୍ଚଳ ରାଜ୍ୟଗୁଡିକର ବୈଠକ ରହିଛି। ସେହିକ୍ରମରେ ଓଡ଼ିଶା ଏହି ବୈଠକରେ ଯୋଗଦେବ। ଏଥିରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଡକାଯାଇଥିବା ସୂଚନା ମିଳିଛି। ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ଲାଗି ଦଳ କେତେ ପ୍ରସ୍ତୁତ ଏବଂ କିପରି ସଙ୍ଗଠନକୁ ସଜଡ଼ାଯିବ ସେନେଇ ଆଲୋଚନା ହେବ। ଓଡ଼ିଶାର ଯେଉଁଦିନ ବୈଠକ ବସିବ ସେଦିନ ଅନ୍ୟ ୧୧ଟି ରାଜ୍ୟ ସହ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ମୁଖ୍ୟତଃ ଓଡ଼ିଶା କିପରି ସରକାର କରିବ ସେନେଇ ଆଲୋଚନା ହେବ ବୋଲି ଭାଜପା ରାଜ୍ୟ ସଭାପତି ମତ ରଖିଥିବା ବେଳେ ଗୁଆହାଟୀ ବୈଠକର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ବିଜେଡି ଏବଂ କଂଗ୍ରେସ ମତ ରଖିଛନ୍ତି।
ମନମୋହନ କହିଛନ୍ତି, ଓଡ଼ିଶାର ଏକ ବହୁମତ ସରକାର ହେବ। କେନ୍ଦ୍ରରେ ମଧ୍ୟ ଏଥର ୩ୟ ଥର ପାଇଁ ଭାଜପା ସରକାର କରିବ। ଅନ୍ୟପକ୍ଷରେ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ, ୨୦୧୯ରେ ଭାଜପା ଯେଉଁ ମିଶନ ୧୨୦ ପ୍ଲସ୍‌ କଥା କହୁଥିଲା ତା’ର ଫଳାଫଳ କ’ଣ ହେଲା ସେକଥା ସମସ୍ତେ ଦେଖିଲେ। ସେମାନେ ସବୁବେଳେ ବାହୁସ୍ଫୋଟ ମାରନ୍ତି ଏବଂ ଓଡ଼ିଶା ଲୋକ ସେମାନଙ୍କୁ ଠିକଣା ସମୟରେ ଜବାବ ଦିଅନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିଜେଡି-ଭାଜପା ଭିତରେ ୨୪ ବର୍ଷ ହେଲା ସାଲିସ୍‌ ରାଜନୀତି ଚାଲିଛି। ଏବେ ତୃଣମୂଳସ୍ତରରେ ଲଢ଼େଇ କରିବାକୁ ବସିଛନ୍ତି। ଏହାର କାରଣ ହେଉଛି ବିଜେଡିକୁ ଯେଉଁ ପୋଷ୍ଟ ନ ଯିବ, ସେଇଟା ଭାଜପାକୁ କିପରି ଯିବ ସେନେଇ ଯୋଜନା କରୁଛନ୍ତି। ସେମାନଙ୍କ ଲଢ଼େଇର ଏହା ହେଉଛି ସବୁଠାରୁ ବଡ଼ କଥା ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri