ଓଡ଼ିଶା ‘ଶ୍ରେଷ୍ଠ ରାଜ୍ୟ’

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଡୋମେଷ୍ଟିକ ଡେଷ୍ଟିନେଶନ୍‌ କାଟାଗୋରୀରେ ଭାରତରେ ଓଡ଼ିଶାକୁ ‘ଶ୍ରେଷ୍ଠ ରାଜ୍ୟ’ ଭାବେ ବିଚାର କରାଯାଇଛି। ଜାତୀୟ ପତ୍ରିକା ‘ଟ୍ରାଭେଲ-ଲିଜର ଇଣ୍ଡିଆ’ ପକ୍ଷରୁ କରାଯାଇଥିବା ସଭେର୍ର୍ ଅନୁଯାୟୀ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିସହ ମୟୂରଭଞ୍ଜକୁ ସର୍ବୋତ୍ତମ ଅଫବିଟ୍‌ ଡେଷ୍ଟିନେଶନ୍‌ ଭାବେ ମନୋନୀତ କରାଯାଇଛି। ପତ୍ରିକା ଅନୁସାରେ ଓଡିଶା ରହସ୍ୟଜନକ ସ୍ଥାନର ଗନ୍ତାଘର। ଧଉଳିଗିରି, ଲଲିତଗିରି ଏବଂ ଉଦୟଗିରିର ବୌଦ୍ଧ ସ୍ମାରକୀ ଦର୍ଶକଙ୍କୁ ଆକୃଷ୍ଟ କରିଛି। ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତିରେ ଓଡିଶା ଅଦ୍ୱିତୀୟ ବୋଲି ପତ୍ରିକା ଉଲ୍ଲେଖ କରିଛି । ଏଥିରେ ଓଡ଼ିଶାର ପ୍ରସିଦ୍ଧ ପଖାଳ ଓ ଛେନାପୋଡ଼ର ଚର୍ଚ୍ଚା କରାଯାଇଛି । ଚିଲିକା ହ୍ରଦର ବିସ୍ମୟକର ଡଲଫିନ୍‌ ଏବଂ ପ୍ରତିବର୍ଷ ଗହିରମଥା ସମୁଦ୍ରକୂଳରେ ଅଲିଭ୍‌ ରିଡଲେ କଇଁଛ ପ୍ରକୃତିପ୍ରେମୀଙ୍କୁ ଆନନ୍ଦିତ କରିଥାନ୍ତି। ପିପିଲିର ଚାନ୍ଦୁଆ ଓ ପଟ୍ଟଚିତ୍ର ପରି ରାଜ୍ୟର ଆଦିବାସୀ କଳା ଏବଂ ହସ୍ତଶିଳ୍ପ ପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏଥିସହିତ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ସମେତ ଓଡିଶାର ୪୮୦ କିଲୋମିଟର ଦୀର୍ଘ ବେଳାଭୂମି ସମ୍ପର୍କରେ ପତ୍ରିକା ଉଲ୍ଲେଖ କରିଛି। ସେହିପରି ମୟୁରଭଞ୍ଜର ଆଧ୍ୟାତ୍ମିକତା, ବନ୍ୟଜନ୍ତୁ ଏବଂ ପ୍ରାକୃତିକ ଚମକତ୍ାରିତା ପର୍ଯ୍ୟଟକଙ୍କୁ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବ। ବାରିପଦାସ୍ଥିତ ମା’ ଅମ୍ବିକା ମନ୍ଦିର, ୨,୭୫୦ ବର୍ଗ କି.ମି. ପରିମିତ ଶିମିଳିପାଳ ଅଭୟାରଣ୍ୟ, ବ୍ୟାଘ୍ର ପ୍ରକଳ୍ପ ଏବଂ ଭାରତୀୟ ଜାତୀୟ ଉଦ୍ୟାନ ସମେତ ଦେବକୁଣ୍ଡ ଏବଂ ଭୀମକୁଣ୍ଡ ସମ୍ପର୍କରେ ମଧ୍ୟ ଏହି ପତ୍ରିକା ଆଲୋକପାତ କରିଛି। ତେବେ ଶ୍ରେଷ୍ଠ ରାଜ୍ୟ ବର୍ଗରେ ରାଜସ୍ଥାନକୁ ରାଜକୀୟ ଭୂମି ଭାବେ ଅଭିହିତ କରାଯାଇଛି। ସେହିପରି ‘ଶ୍ରେଷ୍ଠ ସବୁଜ ରାଜ୍ୟ’ ବର୍ଗରେ ମେଘାଳୟ ଏବଂ ସିକିମକୁ ମନୋନୀତ କରାଯାଇଛି। ଅନ୍ୟପଟେ ଶ୍ରେଷ୍ଠ ବିବାହସ୍ଥଳ ଭାବେ ଗୋଆ ଏବଂ ରାଜସ୍ଥାନକୁ ମନୋନୀତ କରାଯାଇଛି। ଶ୍ରେଷ୍ଠ ଆଧ୍ୟାମତ୍ିକ ରାଜ୍ୟ ଭାବେ ତାମିଲନାଡ଼ୁ ଓ ଉତ୍ତରପ୍ରଦେଶ, ହନିମୁନ୍‌ ଡେଷ୍ଟିନେଶନ୍‌ ଭାବେ କେରଳ ଓ ହିମାଳଚପ୍ରଦେଶକୁ ଭୋଟ୍‌ ମିଳିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଟୁଇଟ୍‌ କରି ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ ପାଠପଢ଼ାରୁ କେହି ବଞ୍ଚିତ ନ ହୁଅନ୍ତୁ

କଟକ ଅଫିସ୍‌,୧୩ା୫: ସ୍କୁଲ ଫି’ ବୃଦ୍ଧି ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ବିଚାରକରି ହାଇକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଛାତ୍ରୀଛାତ୍ର ସ୍କୁଲ ଫି’...

ଦଶଦିନରେ ଦୁଇଗୁଣ ସଂକ୍ରମଣ: ଭୁବନେଶ୍ୱରରେ ୬୦୦ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର, ୧୧।୭ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ ମାଡ଼ି ଚାଲିଛି। ଜୁଲାଇ ଆରମ୍ଭରୁ କୋଭିଡ୍‌-୧୯ ଉଗ୍ର ହେବାରେ ଲାଗିଛି। ଶେଷ ୨୪ ଘଣ୍ଟାରେ...

ପରୀ ହତ୍ୟା ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ ଅଫିସ, ୧୬।୧୨: ନୟାଗଡ଼ ଜିଲାର କୁନି ଝିଅ ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି।...

ମୋ ବସ୍‌ରେ ମାଗଣା ଯାତ୍ରା କରିବେ ହକି ଦର୍ଶକ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କ୍ରୁଟ୍‌ ପକ୍ଷରୁ ସ୍ମାର୍ଟସିଟି ରାଉରକେଲାରେ ମୋ ବସ୍‌ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ରାଉରକେଲା ମଧ୍ୟରେ ଯାତ୍ରୀଙ୍କ ଯାତାୟାତକୁ...

ଜେଇଇ ମେନ୍‌ ଆରମ୍ଭ

ଭୁବନେଶ୍ୱର, ୨।୯(ବ୍ୟୁରୋ)- କରୋନା କଟକଣା ମଧ୍ୟରେ ମଙ୍ଗଳବାରଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌ ଆରମ୍ଭ ହୋଇଛି। ଦେଶରେ ୯ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବାବେଳେ ଓଡ଼ିଶାର...

ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ ଅଧ୍ୟକ୍ଷ ଭାବେ ଶପଥ ନେଲେ ସୁରେଶ ମହାପାତ୍ର

ଭୁବନେଶ୍ୱର,୧ା୩(ବ୍ୟୁରୋ): ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କ ଅଧ୍ୟକ୍ଷ ଭାବେ ସୁରେଶ ଚନ୍ଦ୍ର ମହାପାତ୍ର ଶପଥ ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ  ବୁଧବାର ରାଜଭବନରେ ଶପଥପାଠ ଉତ୍ସବ...

ବାପାଙ୍କ ମୃତଦେହ କାନ୍ଧେଇ ଶ୍ମଶାନ ନେଲେ ତିନି ଝିଅ:ସାନ ଝିଅ ଦେଲେ ମୁଖାଗ୍ନି

ମାଲକାନଗିରି, ୧୯ା୭(ଡି.ଏନ୍‌.ଏ.):ଘରେ କାହାର ମୃତ୍ୟୁ ହେଲେ ପୁରୁଷମାନେ ମୃତଦେହକୁ କୋକେଇରେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନିଅନ୍ତି। ଘରର ପୁଅ ହିଁ ମୁଖାଗ୍ନି ଦିଅନ୍ତି। ଏହା ଆମ...

ଇତିହାସର ସ୍ବାକ୍ଷର ବହନ କରୁଛି ସୂର୍ଯ୍ୟଘଡ଼ି

୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ ଶାସନ ପ୍ରାସ୍ତବ ଆଗତ କରିଥିଲେ। ତେବେ ଏହା ପୂର୍ବରୁ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ାଠାରେ ୧୮୬୯ ମାର୍ଚ୍ଚ...

Advertisement
Archives

Model This Week