ଓଡ଼ିଶା ‘ଶ୍ରେଷ୍ଠ ରାଜ୍ୟ’

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଡୋମେଷ୍ଟିକ ଡେଷ୍ଟିନେଶନ୍‌ କାଟାଗୋରୀରେ ଭାରତରେ ଓଡ଼ିଶାକୁ ‘ଶ୍ରେଷ୍ଠ ରାଜ୍ୟ’ ଭାବେ ବିଚାର କରାଯାଇଛି। ଜାତୀୟ ପତ୍ରିକା ‘ଟ୍ରାଭେଲ-ଲିଜର ଇଣ୍ଡିଆ’ ପକ୍ଷରୁ କରାଯାଇଥିବା ସଭେର୍ର୍ ଅନୁଯାୟୀ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିସହ ମୟୂରଭଞ୍ଜକୁ ସର୍ବୋତ୍ତମ ଅଫବିଟ୍‌ ଡେଷ୍ଟିନେଶନ୍‌ ଭାବେ ମନୋନୀତ କରାଯାଇଛି। ପତ୍ରିକା ଅନୁସାରେ ଓଡିଶା ରହସ୍ୟଜନକ ସ୍ଥାନର ଗନ୍ତାଘର। ଧଉଳିଗିରି, ଲଲିତଗିରି ଏବଂ ଉଦୟଗିରିର ବୌଦ୍ଧ ସ୍ମାରକୀ ଦର୍ଶକଙ୍କୁ ଆକୃଷ୍ଟ କରିଛି। ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତିରେ ଓଡିଶା ଅଦ୍ୱିତୀୟ ବୋଲି ପତ୍ରିକା ଉଲ୍ଲେଖ କରିଛି । ଏଥିରେ ଓଡ଼ିଶାର ପ୍ରସିଦ୍ଧ ପଖାଳ ଓ ଛେନାପୋଡ଼ର ଚର୍ଚ୍ଚା କରାଯାଇଛି । ଚିଲିକା ହ୍ରଦର ବିସ୍ମୟକର ଡଲଫିନ୍‌ ଏବଂ ପ୍ରତିବର୍ଷ ଗହିରମଥା ସମୁଦ୍ରକୂଳରେ ଅଲିଭ୍‌ ରିଡଲେ କଇଁଛ ପ୍ରକୃତିପ୍ରେମୀଙ୍କୁ ଆନନ୍ଦିତ କରିଥାନ୍ତି। ପିପିଲିର ଚାନ୍ଦୁଆ ଓ ପଟ୍ଟଚିତ୍ର ପରି ରାଜ୍ୟର ଆଦିବାସୀ କଳା ଏବଂ ହସ୍ତଶିଳ୍ପ ପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏଥିସହିତ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ସମେତ ଓଡିଶାର ୪୮୦ କିଲୋମିଟର ଦୀର୍ଘ ବେଳାଭୂମି ସମ୍ପର୍କରେ ପତ୍ରିକା ଉଲ୍ଲେଖ କରିଛି। ସେହିପରି ମୟୁରଭଞ୍ଜର ଆଧ୍ୟାତ୍ମିକତା, ବନ୍ୟଜନ୍ତୁ ଏବଂ ପ୍ରାକୃତିକ ଚମକତ୍ାରିତା ପର୍ଯ୍ୟଟକଙ୍କୁ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବ। ବାରିପଦାସ୍ଥିତ ମା’ ଅମ୍ବିକା ମନ୍ଦିର, ୨,୭୫୦ ବର୍ଗ କି.ମି. ପରିମିତ ଶିମିଳିପାଳ ଅଭୟାରଣ୍ୟ, ବ୍ୟାଘ୍ର ପ୍ରକଳ୍ପ ଏବଂ ଭାରତୀୟ ଜାତୀୟ ଉଦ୍ୟାନ ସମେତ ଦେବକୁଣ୍ଡ ଏବଂ ଭୀମକୁଣ୍ଡ ସମ୍ପର୍କରେ ମଧ୍ୟ ଏହି ପତ୍ରିକା ଆଲୋକପାତ କରିଛି। ତେବେ ଶ୍ରେଷ୍ଠ ରାଜ୍ୟ ବର୍ଗରେ ରାଜସ୍ଥାନକୁ ରାଜକୀୟ ଭୂମି ଭାବେ ଅଭିହିତ କରାଯାଇଛି। ସେହିପରି ‘ଶ୍ରେଷ୍ଠ ସବୁଜ ରାଜ୍ୟ’ ବର୍ଗରେ ମେଘାଳୟ ଏବଂ ସିକିମକୁ ମନୋନୀତ କରାଯାଇଛି। ଅନ୍ୟପଟେ ଶ୍ରେଷ୍ଠ ବିବାହସ୍ଥଳ ଭାବେ ଗୋଆ ଏବଂ ରାଜସ୍ଥାନକୁ ମନୋନୀତ କରାଯାଇଛି। ଶ୍ରେଷ୍ଠ ଆଧ୍ୟାମତ୍ିକ ରାଜ୍ୟ ଭାବେ ତାମିଲନାଡ଼ୁ ଓ ଉତ୍ତରପ୍ରଦେଶ, ହନିମୁନ୍‌ ଡେଷ୍ଟିନେଶନ୍‌ ଭାବେ କେରଳ ଓ ହିମାଳଚପ୍ରଦେଶକୁ ଭୋଟ୍‌ ମିଳିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଟୁଇଟ୍‌ କରି ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri