ସାପ ଗବେଷଣା କ୍ଷେତ୍ରରେ ପୁଣି ଚମକିଲେ ଓଡ଼ିଆ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ସାପ ଗବେଷଣା କ୍ଷେତ୍ରରେ ଧ୍ରୁବତାରା ହୋଇ ପୁଣି ଚମକିଛନ୍ତି ଜଣେ ଓଡ଼ିଆ। ସେ ଏକାଥରକେ ୪ଟି ନୂଆ ପ୍ରଜାତିର ସାପ ଆବିଷ୍କାର କରିଛନ୍ତି। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଡେରାବିଶ ଡିଗ୍ରୀ କଲେଜର ଜୁଲୋଜି ଅଧ୍ୟାପକ ଡ. ଅଶୋକ ମଲ୍ଲିକ। ତାଙ୍କର ଏହି ଗବେଷଣା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଜର୍ନାଲ୍‌ ‘ଭର୍ଟିବ୍ରେଟ୍‌ ଜୁଲୋଜି’ରେ ପ୍ରକାଶିତ ହୋଇଛି। ଏହି ଗବେଷଣା ପେପରରେ ଭାରତରୁ ଏକାଥରେ ୪ଟି ନୂଆ ପ୍ରଜାତିର ପିଟ୍‌ ଭାଇପର ବା ବୋଡ଼ା ସାପ ପ୍ରଜାତି ଆବିଷ୍କୃତ ହୋଇଛି। ନୂଆ ପ୍ରଜାତିର ସାପଗୁଡ଼ିକ ହେଲେ କ୍ରାସେଡୋସେଫାଲସ୍‌ ମାକ୍ରୋଲେପିସ୍‌, କ୍ରାସେଡୋସେଫାଲସ୍‌ ପେଲଟୋପେଲୋର, କ୍ରାସେଡୋସେଫାଲସ୍‌ ଟ୍ରାଭାନ୍‌କୋରିକସ୍‌ ଓ କ୍ରାସେଡୋସେଫାଲସ୍‌ ଅକ୍ସିଡେଣ୍ଟାଲିସ୍‌। ଏହି ପିଟ୍‌ ଭାଇପର ସାପଗୁଡ଼ିକ ଦକ୍ଷିଣ ଭାରତରେ ଦେଖିବାକୁ ମିଳିଛନ୍ତି। ଅଶୋକ ୨୦୦୮ ମସିହାରୁ ଏହି ସାପଙ୍କ ଉପରେ ଗବେଷଣା ଆରମ୍ଭ କରିଥିଲେ। ସେତେବେଳେ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରେ ପିଏଚ୍‌ଡି କରୁଥିଲେ। ଦୀର୍ଘ ୮ବର୍ଷର ଗବେଷଣା ଫଳରେ ଖାଲି ଏହି ୪ ଟି ନୂଆ ସାପଙ୍କ ଆବିଷ୍କାର ଯେ ହେଲା ତାହା ନୁହେଁ, କ୍ରାସେଡୋସେଫାଲସ୍‌ ଜିନସ୍‌କୁ ମଧ୍ୟ ମାନ୍ୟତା ମିଳିଲା। ଏହି ୪ ପ୍ରଜାତିର ସାପଙ୍କୁ ଆଗରୁ ଟ୍ରାଇମେରେସେରସ୍‌ ଜିନସ୍‌ ଅଧୀନରେ ରଖାଯାଇଥିଲା।
ଏହି କ୍ରାସେଡୋସେଫାଲସ ସାପଗୁଡ଼ିକ ବିଷଧର। ଏମାନଙ୍କ ମୁହଁରେ ଉତ୍ତାପକୁ ବାରିବା ପାଇଁ ଦୁଇପଟେ ଦୁଇଟି ପିଟ୍‌ ବା ଗର୍ତ୍ତ ଥାଏ। ଏହି ପ୍ରଜାତିର ସାପ ସାଧାରଣତଃ ଜଙ୍ଗଲ ଓ ପାର୍ବତୀୟ ଅଞ୍ଚଳରେ ଦେଖାଯାଇଥାନ୍ତି। ମାକ୍ରୋଲେପିସ୍‌ ହେଉଛି ମଧ୍ୟମ ଧରଣର ପିଟ୍‌ ଭାଇପର। ମୁଣ୍ଡ ତିନିକୋଣିଆ, ଗାଢ଼ ସବୁଜ ରଙ୍ଗର ଶରୀର। ଲାଞ୍ଜରେ ଦୁର୍ବଳ ନୀଳ ରଙ୍ଗର ବ୍ୟାଣ୍ଡ୍‌ ପଡ଼ିଥାଏ। ପେଲଟୋପେଲୋର ହେଉଛି ଗାଢ଼ରୁ ହଳଦିଆ ସବୁଜ ରଙ୍ଗର ଶରୀର। ମାଢ଼ି ନିକଟରେ ମଲାଇ ଧଳା ରଙ୍ଗ, ମୁଣ୍ଡ ଓ ଦେହରେ ନୀଳ ରଙ୍ଗର ଦାଗ ଦେଖାଯାଏ। ଟ୍ରାଭାନକୋରିକସ୍‌ର ମୁଣ୍ଡ ଗାଢ଼ ମାଟିଆରୁ ପର୍ପଲ ମାଟିଆ ରଙ୍ଗ। ଶରୀର ଫିକା ସବୁଜରେ ମାଟିଆ ଛାପ ଓ ଲାଞ୍ଜ କଳା। ଅକ୍ସିଡେଣ୍ଟାଲିସର ମୁଣ୍ଡ ଓ ଶରୀର ଫିକା ସବୁଜ ରଙ୍ଗର। ଲାଞ୍ଜ ମଇଳା ଧଳା ରଙ୍ଗର ହୋଇଥାଏ। ଅଶୋକଙ୍କ ସହିତ ଏହି ଗବେଷଣାରେ ଦେଶ ତଥା ବିଦେଶର ଆଉ ୬ଜଣ ଗବେଷକ ସାମିଲ ଥିଲେ। ସେମାନେ ହେଲେ ଏ. ଏନ୍‌. ଶ୍ରୀକାନ୍ତମ୍‌, ଏସ୍‌. ଆର୍‌. ଗଣେଶ, ଏସ୍‌. ପି. ବିଜୟକୁମାର, ପି. ଡି. କ୍ୟାମ୍ପବେଲ, ଏ. ମାଲହୋତ୍ରା, ଏବଂ କେ. ଶଙ୍କର। ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସର ସେଣ୍ଟର ଫର୍‌ ଇକୋଲୋଜିକାଲ ସାଇନ୍ସ, ଚେନ୍ନାଇ ସ୍ନେକ ପାର୍କ, ଲଣ୍ଡନର ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ଏବଂ ବ୍ରିଟେନ୍‌ର ବାଙ୍ଗୋର ବିଶ୍ବବିଦ୍ୟାଳୟ ତରଫରୁ ମିଳିତ ଭାବେ ଏହି ଗବେଷଣା କରାଯାଇଥିଲା। ଏହି ଗବେଷଣା ପେପରରେ ଅଶୋକ ହିଁ କରେସ୍‌ପଣ୍ଡିଂ ଅଥର ଭାବେ ଦାୟିତ୍ୱ ନେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଏହି ଭଳି ଏକ ଗବେଷଣା ପେପରରେ ଏକାଥରକେ ୫ଟି ନୂଆ ଭାଇନ୍‌ ସ୍ନେକ୍‌ ପ୍ରଜାତି ସାପ ଆବିଷ୍କାର କରି ଆନ୍ତର୍ଜାତିକ ସ୍ତରରେ ଅଶୋକ ଚହଳ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଶ୍ରୀଧର ଦେବଙ୍କ ସ୍ଥାନରେ ସାକା...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri