କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଏହା ଭିତରେ ୮ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ହେଲେ ରାୟଗଡା ଜିଲାରେ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଓଡ଼ିଆ ଭାଷା ଓ ସଂସ୍କୃତି ଅବହେଳିତ ଓ ବିକୃତ ହେବାରେ ଲାଗିଛି। ଦକ୍ଷିଣ ଓଡ଼ିଶାର ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଉପାନ୍ତ ରାୟଗଡା ଜିଲାରେ ଓଡିଆ ଭାଷା ଓ ଲେଖାର ସ୍ଥିତି ଏବେ ଉଦ୍‌ବେଗଜନକ ରହିଛି।
ସ୍ଥାନୀୟ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆରେ ଲେଖିବା ପାଇଁ ସରକାର ୨୦୧୫ରୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ରାୟଗଡା ଜିଲାରେ କାଗଜ କଲମରେ ସୀମିତ ରହିଯାଇଛି ଓଡ଼ିଆ ଭାଷା ସୁରକ୍ଷା । ରାୟଗଡ଼ା ସହରରେ ଥିବା ଅଧାରୁ ଅଧିକ ସରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକର ନାମଫଳକ ଓଡ଼ିଆ ପରିବର୍ତ୍ତେ ଇଂଲିଶ ଏବଂ ତେଲୁଗୁରେ ନାମଫଳକ ଲେଖାଯାଇଥିବା ଦେଖିବାକୁ ମିଳୁଛି। ଜିଲା ଶ୍ରମ ବିଭାଗ ପାଖରେ ପୂର୍ବରୁ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ପଞ୍ଜୀକରଣ କରିସାରିଛନ୍ତି ସେମାନଙ୍କ ନାମଫଳକ ଓଡ଼ିଆରେ ଲେଖାଯାଉଥିବାବେଳେ ବର୍ତ୍ତମାନ ସହରରେ ଗଢିଉଠୁଥିବା ଅନେକ ଆପାର୍ଟମେଣ୍ଟ,ରେଷ୍ଟୁରାଣ୍ଟ, ଶୋ’ରୁମ, ହୋଟେଲ ଆଦିର ନାମଫଳକରେ ଓଡ଼ିଆ ଲେଖା ଦେଖିବାକୁ ମିଳୁନାହିଁ । ଯଦି ବି କେଉଁଠାରେ ଲେଖାହୋଇଥାଏ ତାହା ଅତି କଦର୍ଯ୍ୟ ଭାବେ ଲେଖାଯାଇଛି। ଅନେକ ସ୍ଥାନରେ ଓଡିଆ ବନାନଠାରୁ ଆରମ୍ଭ କରି ଅକ୍ଷରଗୁଡିକୁ ଭୁଲ ଭାବେ ଲେଖାଯାଉଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ସରକାରୀ କାର୍ଯ୍ୟାଳୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ନାମଫଳକରେ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ଲେଖାଯାଇଛି। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟରେ ରାୟଗଡ ଲେଖା ଯାଇଥିବାବେଳେ ରେଳ ଷ୍ଟେଶନରେ ରାୟଗଡା ଲେଖାଯାଉଛି। ଫଳରେ ସହରର ପ୍ରକୃତ ନାମ କ’ଣ ରହିଛି ବୋଲି ବାହାରୁ ଆସୁଥିବା ଯାତ୍ରୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି । ଓଡିଆ ଭାଷାକୁ କଦର୍ଯ୍ୟ କରି ଲେଖାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆଜି ସୁଦ୍ଧା କୌଣସି ଆଖି ଦୃଶିଆ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଅଭିଯୋଗ ହେଉଛି। ଫଳରେ ଉପାନ୍ତ ରାୟଗଡା ଜିଲାରେ ଓଡ଼ିଆ ଭାଷା ପ୍ରତି ଲୋକଙ୍କ ଆଦର କାମୁଥିବା ଜଣେ ଭାଷା ପ୍ରେମୀ ଲାବଣ୍ୟ ମୋହନ ପଟ୍ଟନାୟକ କହିଛନ୍ତି ।
ଅନ୍ୟପକ୍ଷେ ଆନ୍ତଃରାଜ୍ୟ ବସ୍‌ରେ ଓଡ଼ିଆ ଭାଷା ପରିବର୍ତ୍ତେ ତେଲୁଗୁ ଭାଷା ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଏପରିକି ସହରରେ ଥିବା ଅନେକ ସିନେମା ହଲ୍‌ରେ ବର୍ଷ ତମାମ ଅଣଓଡିଆ ସିନେମା ପ୍ରଦର୍ଶିତ ହେଉଥିବା ବେଳେ ଓଡିଆ ସିନେମା ଲଗାଯିବା ପାଇଁ ଓଡିଆଙ୍କ ପକ୍ଷରୁ ଦାବି କରିବାକୁ ପଡିଥାଏ। ଯାହାକି ଦୁର୍ଭାଗ୍ୟଜନକ ବୋଲି ଭାଷାବିତ୍‌ମାନେ ମତ ପ୍ରକାଶ କରୁଛନ୍ତି । ରାୟଗଡାରେ ଓଡିଆ ଭାଷାର ବହୁଳ ବ୍ୟବହାର ପାଇଁ ବିଭିନ୍ନ ସଂଗଠନଗୁଡିକ ସ୍ଥାନୀୟ ପ୍ରଶାସନକୁ ଦାବିପତ୍ର ତଥା ଆଲୋଚନା ମାଧ୍ୟମରେ ମନେ ପକାଇ ଆସୁଛନ୍ତି । ହେଲେ ଏହାର କିଛି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କୁ ପଚାରିବାରୁ, ଓଡ଼ିଆରେ ନାମଫଳକ ନ ଲେଖିଲେ କିମ୍ବା କଦର୍ଯ୍ୟ କରି ଓଡ଼ିଆ ଭାଷା ଲେଖିଲେ ୫୦୦୦ରୁ ଆରମ୍ଭ କରି ୨୫୦୦୦ ଫାଇନ ରହିଥିବା ସେ କହିଛନ୍ତି l ଗତ ବର୍ଷ ୨୫ ଜଣଙ୍କୁ ନୋଟିସ୍‌ କରିଥିଲୁ । କିନ୍ତୁ କେତେ ଫାଇନ ଆଦାୟ ହୋଇଛି ତାର ତଥ୍ୟ ନ ଥିବା ସେ କହିଛନ୍ତି l ଚଳିତ ବର୍ଷ କାହାରିକୁ ନୋଟିସ କରାଯାଇନାହିଁ ବୋଲି ମଧ୍ୟ ସେ କହିଛନ୍ତି । ସେହିପରି ରେଳ ଷ୍ଟେଶନରେ ରାୟଗଡା ପରିବର୍ତ୍ତେ ରାୟଗଡ଼ ଲେଖାଯିବା ପାଇଁ ଆମେ ଆଲୋଚନା କରି ଆନ୍ଧ୍ରପ୍ରଦେଶର ଜୋନାଲ ହେଡ୍‌ଙ୍କୁ ଜଣାଇବୁ ବୋଲି କହିଛନ୍ତି। ଏବେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ କରାଯାଇଥିବାରୁ ନିର୍ବାଚନ ପରେ ଯେଉଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଓଡ଼ିଆ ନାମଫଳକ ଲଗାଇନାହାନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri