ନାସାରେ ଗବେଷଣା କରିବେ ଓଡ଼ିଆ ଝିଅ କେ.ଗଙ୍ଗୋତ୍ରୀ

ନାରାୟଣପାଟଣା, ୨।୪(ଡି.ଏନ୍‌.ଏ.): ଆମେରିକାର ନାସାରେ ଗବେଷଣା କରିବେ କୋରାପୁଟ ଜିଲା ନାରାୟଣପାଟଣା ବ୍ଲକର ବ୍ୟବସାୟୀ କେ. ଶାୟାରାଜୁଙ୍କ ଝିଅ କେ.ଗଙ୍ଗୋତ୍ରୀ। ନାସାର ଏକ ପ୍ରୋଜେକ୍ଟରେ କାମ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଛି।
କେ.ଗଙ୍ଗୋତ୍ରୀ ସ୍ଥାନୀୟ ଇଂଲିଶ ମିଡିୟମ ଆଶା ପବ୍ଲିକ୍‌ ସ୍କୁଲରେ ପଞ୍ଚମ ଶ୍ରେଣୀ ଯାଏ ପଢ଼ିଥିଲେ। ଏହାପରେ ସେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଆନନ୍ଦପୁରମସ୍ଥିତ ରବୀନ୍ଦ୍ର ଭାରତୀ ସ୍କୁଲରେ ନାମ ଲେଖିଥିଲେ। ଏବେ ସେଠାରେ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି। ଆମେରିକାର ନାସାରେ ଗବେଷଣା କରିବା ପାଇଁ ସ୍କୁଲ ପକ୍ଷରୁ ୫ଟି ପ୍ରୋଜେକ୍ଟ ପଠାଯାଇଥିଲା। ସେଥିମଧ୍ୟରୁ କେ. ଗଙ୍ଗୋତ୍ରୀଙ୍କର ଆଷ୍ଟ୍ରୋ ଫାଇଲ୍‌ ମନୋନୀତ ହୋଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏ ନେଇ ନାସା ପକ୍ଷରୁ ସୂଚନା ମିଳିବା ପରେ ସେମାନେ କେ. ଗଙ୍ଗୋତ୍ରୀଙ୍କ ପରିବାର ଲୋକଙ୍କୁ ଜଣାଇଛନ୍ତି। ଏହାପରେ ନାରାୟଣପାଟଣାରେ ଖୁସିର ମାହୋଲ ଦେଖାଦେଇଛି। ସେ ଜୁଲାଇରେ ଆମେରିକା ଯିବେ ବୋଲି ସୂଚନା ମିଳିଛି। ଓଡ଼ିଶା ଦିବସ ଅବସରରେ ଏପରି ଏକ ଖବର ମିଳିବା ଆମ ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବର କଥା ବୋଲି କେ. ଗଙ୍ଗୋତ୍ରୀ ପାଠ ପଢୁଥିବା ନାରାୟଣପାଟଣା ଆଶା ପବ୍ଲିକ ସ୍କୁଲର ପ୍ରିନ୍ସିପାଲ କାମେଶ୍ବର ପଟ୍ଟନାୟକ, ଶିକ୍ଷକ ଅବନୀ ରଞ୍ଜନ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ-ଟ୍ରକ ମୁହାଁମୁହିଁ ଧକ୍କା: ଦୁଇ ମୃତ, ୨୮ ଗୁରୁତର

ଭଦ୍ରକ ଅଫିସ, ୩।୧: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟଛି। ବସ-ଟ୍ରକ ମୁହାଁମୁହିଁ ଧକ୍କା...

ସୁଧୁରୁଛି ବନ୍ୟା ସ୍ଥିତି

ଅନୁଗୋଳ ଅଫିସ,୧୯ା୮: ଅନୁଗୋଳ ଜିଲାରେ ବନ୍ୟାସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ମହାନଦୀରେ ଜଳସ୍ତର ହ୍ରାସ ପାଉଥିବାରୁ ଅନୁଗୋଳ ଓ ଆଠମଲ୍ଲିକ ବ୍ଲକରେ ବନ୍ୟାପାଣି ଗୁରୁବାର କମୁଥିବା...

ବୁଲା ଗୋରୁ, କୁକୁରଙ୍କ ଖାଦ୍ୟ ପାଇଁ ୬୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର,୯।୫(ବ୍ୟୁରୋ): କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗୋରୁଗାଈ ଏବଂ ଅନ୍ୟ ପ୍ରାଣୀମାନେ ଖାଦ୍ୟ...

ଆଜି ଶହୀଦ ସ୍ମୃତି ଦିବସ: ବଦଳୁଛି ଶହୀଦ ସ୍ମୃତିପୀଠର ଭିତ୍ତିଭୂମି

ବାସୁଦେବପୁର,୨୮।୯(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ହେଉଛି ସଂଗ୍ରାମର ମାଟି। ୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ବାସୁଦେବପୁର, ଇରମ ଓ ନଦୀଘେରଦ ଅଞ୍ଚଳର ସଂଗ୍ରାମୀମାନେ ନେତୃତ୍ୱ ନେଇଥିଲେ। ଇଂରେଜ...

ବାଲେଶ୍ୱର ଉପନିର୍ବାଚନ: ଭୋଟ ଦେଲେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ

ବାଲେଶ୍ୱର ଅଫିସ, ୩।୧୧: ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ କଡ଼ା କଟକଣା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ଜାରି...

ଅମର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର,୧୮ା୬(ଡି.ଏନ୍‌.ଏ.) : ଭାରତ-ଚାଇନା ସୀମାରେ ଶହୀଦ ହୋଇଥିବା ଓଡ଼ିଶା ମାଟିର ଦୁଇ ବୀରପୁତ୍ର ଯଥା କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ...

୧ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ

ଗଣିଆ,୧୯ା୧୧(ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତର ବୁରିଆପାଜୁ, ସେନେପେରି ଓ ଇଡେଇ ଗ୍ରାମରେ ୧ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ...

ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର: କାର୍ଯ୍ୟକ୍ଷମ ହେଉନି ବର୍ଯ୍ୟବସ୍ତୁ ଭଷ୍ମକ ଯନ୍ତ୍ର

ଲାଠୋର,୧୩ା୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଉପରେ ଅଞ୍ଚଳର...

Advertisement
Archives

Model This Week