Posted inଜାତୀୟ

ଦଖଲ ଆସନ ହାତଛଡ଼ା

ନୂଆଦିଲ୍ଲୀ,୨୭।୬: ୩ ଲୋକ ସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ଏହି ଆସନଗୁଡ଼ିକୁ ପୂର୍ବରୁ ଦଖଲ କରିଥିବା ଦଳଗୁଡ଼ିକ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ସେହିପରି ୭ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ୪ଟି ଆସନକୁ ଦଳଗୁଡ଼ିକ ପୂର୍ବଭଳି ନିଜ ଦଖଲରେ ରଖିବାକୁ ସକ୍ଷମ ହୋଇଛନ୍ତି। କହିବାକୁ ଗଲେ ମୋଟ ୧୦ ଆସନ ମଧ୍ୟରୁ ୬ଟିକୁ ହାତଛଡ଼ା କରିଛନ୍ତି ଏସ୍‌ପି, ଏଏପି, ଜେଭିଏମ୍‌, ସିପିଏମ୍‌ ଏବଂ ଭାଜପା। ଭାଜପା ୨ ଏବଂ ଶିରୋମଣି ଅକାଳୀ ଦଳ(ଏ) ଗୋଟିଏ ଲୋକ ସଭା ଆସନ ଦଖଲ କରିଛନ୍ତି। ୭ ବିଧାନସଭା ଆସନ ମଧ୍ୟରୁ ଭାଜପା ୩, କଂଗ୍ରେସ ୨ ଏବଂ ଏଏପି, ଓ୍ବାଇଏସ୍‌ଆର୍‌ସି ଗୋଟିଏ ଲେଖାଏ ଆସନ ଅକ୍ତିଆର କରିଛନ୍ତି।

ଜୁନ୍‌ ୨୩ରେ ୩ ଲୋକ ସଭା ଓ ୭ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ଗଡ଼ କୁହାଯାଉଥିବା ସଙ୍ଗ୍ରୁର ଲୋକ ସଭା ଆସନରେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ଥୀଙ୍କ ପରାଜୟ ଫଳରେ ଦଳକୁ ଶକ୍ତ ଧକ୍କା ଲାଗିଛି। ଉକ୍ତ ଆସନରେ ଏସ୍‌ଏଡି(ଅମୃତସର)ର ନେତା ସିମ୍ରନ୍‌ଜିତ ସିଂ ମାନ୍‌ ଏଏପିର ଗୁରମୈଲ ସିଂଙ୍କଠାରୁ ୫,୮୨୨ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। ସିମ୍ରନ୍‌ଜିତଙ୍କୁ ୨,୫୩,୧୫୪ ଭୋଟ ମିଳିଥିବାବେଳେ ଏଏପି ପ୍ରାର୍ଥୀ ସିଂ ୨,୪୭,୩୩୨ ଭୋଟ ପାଇଛନ୍ତି। ଭଗଓ୍ବନ୍ତ ମାନ୍‌ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପରେ ସଙ୍ଗ୍ରୁର ଲୋକ ସଭା ଆସନରୁ ଇସ୍ତଫା ଦେଇଥିଲେ। ଫଳରେ ସେଠାରେ ଉପନିର୍ବାଚନ କରିବାକୁ ପଡ଼ିଥିଲା।

ସେହିପରି ୟୁପିରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି)କୁ ଶକ୍ତ ଧକ୍କା ଲାଗିଛି। ୟୁପିର ରାମପୁର ଏବଂ ଆଜମଗଡ଼ ଲୋକ ସଭା ଆସନକୁ ଏସ୍‌ପି ହାତରୁ ଭାଜପା ଛଡ଼ାଇ ନେଇଛି। ଦଳ ଅଧ୍ୟକ୍ଷ ଅଖିଳେଶ ଗତ ବିଧାନସଭା ନିର୍ବାଚନରେ ଜିତିବା ପରେ ଆଜମଗଡ଼ ଲୋକ ସଭା ଆସନ ଛାଡ଼ିଥିଲେ। ସେଠାରେ ଭାଜପା ପ୍ରାର୍ଥୀ ଦିନେଶ ଲାଲ୍‌ ଯାଦବ ବିଜୟୀ ହୋଇଛନ୍ତି। ଉକ୍ତ ଆସନରେ ଏସ୍‌ପି ଧର୍ମେନ୍ଦ୍ର ଯାଦବଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ଏସ୍‌ପିର ଅନ୍ୟତମ ଗଡ଼ କୁହାଯାଉଥିବା ରାମପୁର ଆସନରେ ଭାଜପା ପ୍ରାର୍ଥୀ ଘନଶ୍ୟାମ ସିଂ ଲୋଧି ବିଜୟୀ ହୋଇଛନ୍ତି। ସେ ଏସ୍‌ପି ପ୍ରାର୍ଥୀ ମହମ୍ମଦ ଅସିମ ରାଜାଙ୍କୁ ୪୨,୦୦୦ରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରିଛନ୍ତି। ଏସ୍‌ପି ନେତା ଆଜମ ଖାନ୍‌ ୟୁପି ବିଧାନସଭାକୁ ନିର୍ବାଚିତ ହେବା ପରେ ରାମପୁର ଆସନରୁ ଇସ୍ତଫା ଦେଇଥିଲେ।
ଏହା ବ୍ୟତୀତ ୪ ରାଜ୍ୟର ୭ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଭାଜପାକୁ ୩ ଆସନ ମିଳିଥିବାବେଳେ କଂଗ୍ରେସକୁ ୨, ଓ୍ବାଇଏସ୍‌ଆର୍‌ କଂଗ୍ରେସକୁ ଗୋଟିଏ ଏବଂ ଏଏପିକୁ ଗୋଟିଏ ଆସନ ମିଳିଛି। ତ୍ରିପୁରାର ୪ ଆସନରୁ ଭାଜପା ୩ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏ ଆସନ କଂଗ୍ରେସକୁ ଯାଇଛି। ମୁଖ୍ୟମନ୍ତ୍ରୀ ମାନିକ ଶାହା ଟାଉନ୍‌ ବର୍ଦୋଓ୍ବାଲି ଆସନରୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଆଶିଷ କୁମାର ଶାହାଙ୍କଠାରୁ ୬,୧୦୪ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।

ସିପିଏମ୍‌ର ସମର୍ଥନ ଯୋଗୁ କଂଗ୍ରେସ ପ୍ରାର୍ଥୀ ସୁଦୀପ ରାୟ ବର୍ମନ ଅଗରତାଲା ଆସନରେ ବିଜୟୀ ହୋଇଥିବା କୁହାଯାଉଛି। ଏହା ବ୍ୟତୀତ ଯୁବରାଜନଗର ଆସନରେ ଭାଜପା ପ୍ରାର୍ଥୀ ମାନିଲା ଦେବନାଥ ଏବଂ ସୁରନା ଆସନରେ ଭାଜପାର ସ୍ବପ୍ନ ଦାସ ପାଲ୍‌ ବିଜୟୀ ହୋଇଛନ୍ତି।
ଆନ୍ଧ୍ରପ୍ରଦେଶର ଆତ୍ମାକୁର ଆସନରେ ହୋଇଥିବା ଉପନିର୍ବାଚନରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପ୍ରାର୍ଥୀ ମେକାପତି ବିକ୍ରମ ରେଡ୍ଡୀ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ଦିଲ୍ଲୀର ରାଜିନ୍ଦର ନଗର ଆସନରୁ ଏଏପି ପ୍ରାର୍ଥୀ ଦୁର୍ଗେଶ ପାଠକ, ଝାଡ଼ଖଣ୍ଡର ମନ୍ଦର ଆସନରୁ କଂଗ୍ରେସର ଶିଳ୍ପୀ ନେହା ତୀର୍କି ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

ଦିଲ୍ଲୀ ଆନ୍ଦୋଳନ ସମୟରେ ଅଭିଜିତ ଦୀପ୍‌କେଙ୍କ ଘରୁ ଆସିଲା ଏହି ଦୁଃଖଦ ଖବର, ଭାଙ୍ଗିପଡ଼ିଛନ୍ତି ପୂରା ପରିବାର

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀର ଜନ୍ତରମନ୍ତରଠାରେ କକ୍ରୋଚ୍ ଜନତା ପାର୍ଟି (ସିଜେପି ) ପକ୍ଷରୁ ଚାଲିଥିବା ଆନ୍ଦୋଳନ ଏବଂ ଗିରଫଦାରୀ ମଧ୍ୟରେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେଙ୍କ ପରିବାରରୁ ଏକ…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?