Posted inଖେଳ

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ: ସୂର୍ଯ୍ୟ, ରାଜୀବ, ଆଶୁତୋଷ, ଦୀନେଶଙ୍କ ଶତକ; ସୁଦୀପ, ସୁବାଶିଷଙ୍କୁ ୫ ଉଇକେଟ

ଭୁବନେଶ୍ୱର,୨୪।୧(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ଗୁଡିକରେ ଗଜପତି, ଭଦ୍ରକ, ଜଗତ୍‌ସିଂହପୁର, ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର – ବି ବିଜୟ ହାସଲ କରିଛନ୍ତି। ଶନିବାର ୬ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଭଦ୍ରକର ସୂର୍ଯ୍ୟ ମହାପାତ୍ର ୧୦୦ ରନ, ବାଲେଶ୍ୱରର ରାଜୀବ ଏଏଲ୍‌ ସାହୁ ୧୧୦ ରନ ଓ ଆଶୁତୋଷ ମାରାଣ୍ଡି ୧୦୮ ରନ, କଳାହାଣ୍ଡିର ଦୀନେଶ କୁମାର ୧୬୮ ରନର ଶତକୀୟ ପାଳି ଖେଳିଥିବା ବେଳେ ଗଜପତିର ବ୍ରେନ୍‌ ସିଂ ୫୩ ରନ ଓ କୋରାପୁଟର ଅର୍ଶଦା କିରନ ୮୫ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି କନ୍ଧମାଳର ସୁବାଶିଷ ପାଲୋ ଓ ଜଗତସିଂହପୁର ସୁଦୀପ ସ୍ବାଇଁ ୫ ଉଇକେଟ ସଫଳତା ପାଇଛନ୍ତି।
ଭୁବନେଶ୍ୱର ୮ ଉଇକେଟରେ ବିଜୟୀ
କଟକର ନିମ୍‌ପୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ଭୁବନେଶ୍ୱର-ବି ୮ ଉଇକେଟରେ ବରଗଡ଼କୁ ପରାସ୍ତ କରିଛି। ଟସ୍‌ ଜିତି ବରଗଡ଼ ପ୍ରଥମେ ବ୍ୟାଟିଂ କରି ୪୪.୫ ଓଭରରେ ୯୭ ରନକରି ଅଲଆଉଟ ହୋଇଥିଲା। ଦଳ ତରଫରୁ ସ୍ବରାଜ ନାଗ ୧୯, ସୌରଭ କୁମାର ସାହୁ ୧୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ଭୁବନେଶ୍ୱର ତରଫରୁ ବିକାଶ ନାଏକ ଓ ସୁଶିଲ ବାରିକ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଭୁବନେଶ୍ୱର ୨୧.୪ ଓଭରରେ ୨ ଉଇକେଟ ହରାଇ ୧୦୧ ରନ କରି ବିଜୟୀ ହୋଇଛି। ଦଳ ତରଫରୁ ସାରାଂଶ କୁମାର ଅପରାଜିତ ୪୮, ଅନ୍ବେଶ ତ୍ରିପାଠୀ ୨୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ବରଗଡ଼ ତରଫରୁ ବେଦାନ୍ତ ସାହୁ ଓ ପ୍ରଶାନ୍ତ ପାଇଁକରା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
କୋରାପୁଟ୍‌ ୨ ଉଇକେଟ ଜିତିଲା
ରେଭେନଶା ଗ୍ରାଉଣ୍ଡ-୨ରେ କୋରାପୁଟ ୨ ଉଇକେଟରେ କଳାହାଣ୍ଡିକୁ ପରାସ୍ତ କରିଛି। ଟସ୍‌ ଜିତି କଳାହାଣ୍ଡି ପ୍ରଥମେ ବ୍ୟାଟିଂ କରି ୩୪.୪ ଓଭରରେ ୨୦୫ ରନ କରି ଅଲଆଉଟ୍‌ ହୋଇଥିଲା। ଦଳ ତରଫରୁ ଦୀନେଶ କୁମାର ମାଝି ୧୪୪ଟି ବଲ ଖେଳି ୧୬୮ ରନର ବୃହତ୍‌ ଶତକୀୟ ପାଳି ଖେଳିଥିଲେ। ବୋଲିଂରେ କୋରାପୁଟ୍‌ର ଆଦିତ୍ୟ ଶତପଥୀ ଓ ନିରଞ୍ଜନ ଗୌଡ଼ ୩ଟି ଲେଖାଏ, ଗୌରୀ ଏସ୍‌ ଦାଶ ୨ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ କୋରାପୁଟ୍‌ ୪୫.୫ ଓଭରରେ ୮ ଉଇକେଟ ହରାଇ ୨୦୯ ରନକରି ବିଜୟୀ ହୋଇଛି। ଦଳ ପକ୍ଷରୁ ଅର୍ଶଦା କିରନ ୮୩ ବଲରୁ ୮୫ ରନ, ଶୁଭମ୍‌ ସିଂ ୪୨ ରନ ସଂଗ୍ରହ କରିଥିଲେ। ବୋଲିଂରେ କଳାହାଣ୍ଡି ପକ୍ଷରୁ ଅଭିଷେକ ଗହୀର ଓ ଉମେଶ ସରାଫ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ବାଲେଶ୍ୱରର ବୃହତ୍‌ ବିଜୟ
କଟକର ବୋଷ ଗ୍ରାଉଣ୍ଡରେ ବାଲେଶ୍ୱର ୧୧୧ ରନ୍‌ରେ ପୁରୀକୁ ହରାଇଛି। ଟସ୍‌ ଜିତି ବାଲେଶ୍ୱର ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ଉଇକେଟ ହରାଇ ୩୩୩ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ରାଜୀବ ଏଏଲ୍‌ ସାହୁ ୮୦ ବଲରୁ ୧୧୦, ଆଶୁତୋଷ ମାରାଣ୍ଡି ୧୦୮ ରନର ଶତକୀୟ ପାଳି ଖେଳିଥିଲେ। ପୁରୀର ପବିତ୍ର ବିଶୋୟୀ ୪ ଓ ସ୍ମୃତି ପି. ସ୍ବାଇଁ ୨ ଉଇକେଟ ନେଇଥିଲେ। ଜବାବରେ ପୁରୀ ୪୩.୧ ଓଭରରେ ୨୨୨ ରନକରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ଦଳ ତରଫରୁ ନିଶାନ୍ତ ନାୟକ ୪୨ ଓ ନିଶାନ ଦାସ ୪୧ ରନ ସଂଗ୍ରହ କରିଥିଲେ। ବୋଲିଂରେ ବାଲେଶ୍ୱର ତରଫରୁ ଶୁଭ ବାରିକ ଓ ରାଜୀବ ଏଲ୍‌. ସାହୁ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଜଗତ୍‌ସିଂହପୁର ୧୦୩ ରନରେ ବିଜୟୀ
ଡ୍ରିମ୍ସ ଗ୍ରାଉଣ୍ଡରେ ଜଗତ୍‌ସିଂହପୁର ୧୦୩ ରନରେ କନ୍ଧମାଳକୁ ହରାଇଛି। ଟସ ହାରି ଜଗତ୍‌ସିଂହପୁର ପ୍ରଥମେ ବ୍ୟାଟିଂ କରି ୩୬.୩ ଓଭରରେ ୧୪୭ ରନ କରି ଅଲଆଉଟ ହୋଇଥିଲା। ବୋଲିଂରେ କନ୍ଧମାଳର ଶୁଭାଶିଷ ପାଲୋ ସର୍ବାଧିକ ୫, ଦିବ୍ୟ ସାହୁ ୩ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ କନ୍ଧମାଳ ୧୪.୩ ଓଭରରେ ୪୪ ରନ କରି ଅଲଆଉଟ ହୋଇ ପରାସ୍ତ ହୋଇଛି। ଜଗତ୍‌ସିଂପୁରର ସୁଦୀପ ସ୍ବାଇଁ ୫ ଓ ସନ୍ନ୍ୟାସୀ ପଟ୍ଟନାୟକ ୩ ଉଇକେଟ ନେଇଥିଲେ।
ଯାଜପୁରକୁ ହରାଇଲା ଭଦ୍ରକ
ରେଭେନ୍ସା ଗ୍ରାଉଣ୍ଡ-୧ରେ ଯାଜପୁରକୁ ଭଦ୍ରକ ୫ ଉଇକେଟରେ ପରାସ୍ତ କରିଛି। ଟସ୍‌ ହାରି ଯାଜପୁର ପ୍ରଥମେ ବ୍ୟାଟିଂ କରି ୪୪.୨ ଓଭରରେ ୧୭୧ ରନକରି ଅଲଆଉଟ ହୋଇଥିଲା। ଦଳ ତରଫରୁ ମହମ୍ମଦ ସୋହେଲ ୭୯ ରନ କରିଥିଲେ। ବୋଲିଂରେ ଭଦ୍ରକର ମୀର କାଫିରୁଦ୍ଧିନ ୩ ଓ ଆଶୁତୋଷ ସାମ ୨ ଉଇକେଟ ନେଇଥିଲେ। ଜବାବରେ ଭଦ୍ରକ ୪୪.୫ ଓଭରରେ ୫ ଉଇକେଟ ହରାଇ ୧୭୬ ରନ କରି ବିଜୟୀ ହୋଇଥିଲା। ଦଳର ସୂର୍ଯ୍ୟ ମହାପାତ୍ର ୧୦୦ ରନର ଶତକୀୟ ପାଳି ଖେଳିଥିଲେ। ବୋଲିଂରେ ଯାଜପୁରର ଶୁଭମ ୨ ଉଇକେଟ ନେଇଥିଲେ।
ଗଜପତି ୫୪ ରନରେ ବିଜୟୀ
ବିଡାନାସୀ ଗ୍ରାଉଣ୍ଡରେ ଗଜପତି ୫୪ ରନରେ ନବରଙ୍ଗପୁରକୁ ହରାଇଛି। ଟସ୍‌ ଜିତି ଗଜପତି ପ୍ରଥମେ ବ୍ୟାଟିଂ କରି ୪୦ ଓଭରରେ ୧୯୮ ରନକରି ଅଲଆଉଟ ହୋଇଥିଲା। ଦଳ ତରଫରୁ ବ୍ରେନ୍‌ ସିଂ ୫୩, କଡ଼ଗଲା ଚାଣ୍ଡୁ ୪୮ ରନ ସଂଗ୍ରହ କରିଥିଲେ। ନବରଙ୍ଗପୁରର ଦୀନେଶ ଶ୍ରୀବାସ୍ତବ ଓ ଦିଲୀପ ବିଶୋଇ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ନବରଙ୍ଗପୁର ୩୧.୩ ଓଭରରେ ୧୪୪ ରନକରି ଆଲଆଉଟ ହୋଇଥିଲା। ଦଳର ଜି. ଆର୍ଯ୍ୟନ ୪୩ ଓ ଗୋପବନ୍ଧୁ ସମ୍ରାଟ ୨୪ ରନ ସଂଗ୍ରହ କରିଥିଲେ। ବୋଲିଂରେ ଗଜପତିର ବ୍ରେନ ୪ ଓ ପ୍ରୀତମ ପ୍ରଧାନ ୩ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ୱରରେ ଏହି ୪ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ; ମିଳିବ ପ୍ରଚୁର ଧନ, ନୂଆ ଚାକିରିର ଅଫର୍‌

ନଭେମ୍ୱର ମାସର ଆରମ୍ଭରେ ବୃହସ୍ପତି ସିଂହ ରାଶିରେ ବିରାଜମାନ ରହିବେ। ଏହା ସହିତ ଶୁକ୍ର ବକ୍ରୀ ହୋଇ କନ୍ୟା ରାଶିକୁ ଗୋଚର କରିବା ଏବଂ ବୁଧ ତୁଳା…

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ଉଦ୍ଧାର ହୋଇ ଆସିଲେ

ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡ଼ା ଧରାଳି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ହୁକିଟୋଲା ଅନତୀ ଦୂରରେ ଥିବା…

Featured Video Play Icon

ଅର୍ଣ୍ଣବ ପ୍ରକୋପ: ଭୟଙ୍କର ଦେଖାଗଲା ସମୁଦ୍ର! ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ଅର୍ଣ୍ଣବ…

ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’: କାଲି ବଲାଙ୍ଗୀର, କନ୍ଧମାଳ-କେନ୍ଦ୍ରାପଡ଼ାରେ ସବୁ ସ୍କୁଲ୍ ଛୁଟି; ଶିକ୍ଷକଙ୍କ ପାଇଁ…

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୁଧବାର (କାଲି) ବଲାଙ୍ଗୀର,…

ଲିଷ୍ଟିଂ ପୂର୍ବରୁ ଶେୟାର ବଜାରରେ କମ୍ପନ: ଦେଶର ୨ୟ ମୂଲ୍ୟବାନ କମ୍ପାନୀ ହେବା ଦିଗରେ ଜିଓ ପ୍ଲାଟଫର୍ମସ! ଟାଟା-ଅଦାନୀଙ୍କୁ…

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ପୁଞ୍ଜି ବଜାର (Stock Market) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ‘ଜିଓ ପ୍ଲାଟଫର୍ମସ ଲିମିଟେଡ’ (JPL)…

କେଭାଡ଼ିଆ ଗଲେ କୋରାପୁଟର ୫୦ ପ୍ରତିନିଧି

କୋରାପୁଟ,୨୭।୧୦(ଅମିତାଭ ବେହେରା): ଗୁଜରାଟର କେଭାଡିଆଠାରେ ଆସନ୍ତା ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋରାପୁଟ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?