Posted inଖେଳ

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ : ହେମନ୍ତଙ୍କ ଦ୍ୱିଶତକ, ମୁଣ୍ଡେଙ୍କୁ ୬ ଉଇକେଟ

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚରେ କିଟ୍‌, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ରାଉରକେଲା ଓ ଗଞ୍ଜାମ ଦଳ ବିଜୟ ହାସଲ କରିଛି। ରାଉରକେଲା ଅଧିନାୟକ ହେମନ୍ତ ନାୟକ ବିସ୍ଫୋରକ ଦ୍ୱିଶତକ ହାସଲ କରି ଚର୍ଚ୍ଚାରେ ରହିଥିବାବେଳେ ଗଞ୍ଜାମର ଓମ୍‌ ଟି. ମୁଣ୍ଡେ ୬ ଉଇକେଟ ସଫଳତା ପାଇଛନ୍ତି।
ରେଭେନ୍‌ଶା-୧ ଗ୍ରାଉଣ୍ଡରେ ଗଞ୍ଜାମ ୩ ଉଇକେଟରେ ଖୋର୍ଦ୍ଧାକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଖୋର୍ଦ୍ଧା ୨୩.୨ ଓଭରରେ ୧୧୫ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଦେବବ୍ରତ ପ୍ରଧାନ ସର୍ବାଧିକ ୪୨ ରନ କରିଥିବାବେଳେ ବିପକ୍ଷ ଦଳର ମୁଣ୍ଡେ ୬.୨-୨-୨୩-୬ ବୋଲିଂ ସଫଳତା ପାଇଥିଲେ। ଆଶିଷ ଦଳେଇଙ୍କୁ ୨ଟି ଉଇକେଟ ମିଳିଥିଲା। ୧୧୬ ରନ ବିଜୟ ଲକ୍ଷ୍ୟ ନେଇ ଗଞ୍ଜାମ ୪୫ ଓଭରରେ ୭ ଉଇକେଟ ହରାଇ ୧୧୯ ରନ ସଂଗ୍ରହ କରି ନେଇଥିଲା। ତାଜ୍‌ ବେଗ୍‌ ସର୍ବାଧିକ ୨୬ ରନ କରିଥିଲେ। ଖୋର୍ଦ୍ଧାର ସତ୍ୟ ଲେଙ୍କା, ଜାନ୍‌ ହୁସେନ ଓ ତାରିଣୀ ନାୟକ ୨ଟି ଲେଖାଏ ଉଇକେଟ ନେଇଥିଲେ। ବିଡାନାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ରାଉରକେଲା ୩୦୮ ରନରେ ରାୟଗଡ଼ାକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଉରକେଲା ୫୦ ଓଭରରେ ୩ ଉଇକେଟ ହରାଇ ୩୭୩ ରନ କରିଥିଲା। ହେମନ୍ତ ୧୪୯ଟି ବଲ୍‌ ଖେଳି ୨୩ ଚୌକା ଓ ୬ ଛକା ସହାୟତାରେ ୨୦୯ ରନ କରି ବଡ଼ ସ୍କୋର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସ୍ନେହାଲ ସାମନ୍ତରାୟ ୮୭ ରନ କରିଥିଲେ। ବିପକ୍ଷ ଦଳର ହର୍ଷଦ ବୁଙ୍ଗା ୨ଟି ଉଇକେଟ ନେଇଥିଲେ। ବୃହତ୍‌ ସ୍କୋରର ପିଛା କରି ରାୟଗଡ଼ା ୨୫ ଓଭରରେ ୯ ଉଇକେଟ ହରାଇ ମାତ୍ର ୬୫ ରନ କରିପାରିଥିଲା। ବିଜୟୀ ଦଳର ବସନ୍ତ ଏସ୍‌. ରାଠୋର ୫ ଉଇକେଟ ସଫଳତା ପାଇଥିବାବେଳେ ଗୌତମ ସୁନା ୨ଟି ଉଇକେଟ ନେଇଥିଲେ। ନିମପୁର ପଡ଼ିଆରେ ଝାରସୁଗୁଡ଼ା ୧୦୨ ରନରେ ନୟାଗଡ଼କୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଝାରସୁଗୁଡ଼ା ୫୦ ଓଭରରେ ୯ ଉଇକେଟ ହରାଇ ୨୪୬ ରନ କରିଥିଲା। ଧନଞ୍ଜୟ ଯାଦବ ୯୫ ରନରେ ଆଉଟ ହୋଇ ଅଳ୍ପକେ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ପ୍ରତିପକ୍ଷ ଦଳର ସଚିନ ଶତପଥୀ ୩ଟି ଓ ଅଙ୍କିତ ଅରୁନବ ୨ଟି ଉଇକେଟ ନେଇଥିଲେ। ଜବାବରେ ନୟାଗଡ଼ ୪୫.୧ ଓଭରରେ ୧୪୪ ରନ କରି ଅଲଆଉଟ ହୋଇଥିଲା। ବିଜୟୀ ଦଳର ଧନଞ୍ଜୟ ୩୦ ରନରେ ୪ଟି, ସୁଜିତ ଠାକୁର ୩ଟି ଓ ଓମ୍‌ କୁମାର ୨ଟି ଉଇକେଟ ନେଇଥିଲେ।
ରେଭେନ୍‌ଶା ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ମ୍ୟାଚରେ କେନ୍ଦୁଝର ୧୮୯ ରନରେ ବୌଦ୍ଧକୁ ହରାଇଛି। ବୌଦ୍ଧ ଫିଲ୍ଡିଂ ନିଷ୍ପତ୍ତି ନେବାରୁ କେନ୍ଦୁଝର ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ଉଇକେଟ ହରାଇ ୨୭୦ ରନ କରିଥିଲା। ଦଳ ପକ୍ଷରୁ ଋତୁରାଜ ମହାନ୍ତି ୮୦ (୧୦ ଚୌକା, ୧ ଛକା) ରନରେ ଅପରାଜିତ ରହିଥିବାବେଳେ ଅଭିଷେକ ହୋତା ୬୬ ଓ ବିପୁଲ ରାଉତ ୫୧ ରନ କରିଥିଲେ। ବିପକ୍ଷ ବୋଲର ଶୋଭନଦେବ ବେହେରା ଓ ଲୋକେଶ ସାହୁ ୨ଟି ଲେଖାଏ ଉଇକେଟ ନେଇଥିଲେ। ବୌଦ୍ଧ ୩୫.୧ ଓଭରରେ ୯ ଉଇକେଟ ହରାଇ ୮୧ ରନ କରିପାରିଥିଲା। ବିଜୟୀ ଦଳର ଆଶୁତୋଷ ରାୟ ୩ଟି ଉଇକେଟ ନେଇଥିଲେ। ବିଓଏସ୍‌ଇ ଗ୍ରାଉଣ୍ଡରେ ସୁନ୍ଦରଗଡ଼ ୧୮ ରନରେ ମାଲକାନଗିରିକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି ସୁନ୍ଦରଗଡ଼ ୨୫.୩ ଓଭରରେ ୧୦୬ ରନରେ ଅଲଆଉଟ ହୋଇଥିଲା। ଦେବ ମିଶ୍ର ୪୧ ରନ କରିଥିବାବେଳେ ବିପକ୍ଷ ବୋଲର ପ୍ରତ୍ୟୁଷ ପୁରୋହିତ ୪ଟି ଏବଂ ଦଶୁ ସାନ୍ଧି ଓ ଷ୍ଟେଲନ ଖୋସଲା ୨ଟି ଲେଖାଏ ଉଇକେଟ ପାଇଥିଲେ। ବିଜୟ ଲକ୍ଷ୍ୟ ସହଜ ଥିଲେ ହେଁ ମାଲକାନଗିରି ୨୧.୫ ଓଭରରେ ୮୮ ରନରେ ସୀମିତ ରହିଥିଲା। ପ୍ରତ୍ୟୁଷ ୪୫ ରନ କରିଥିଲେ। ବିଜୟୀ ଦଳର ରାହୁଲ ରୟ ୪ଟି, ଆକାଶ ଶେଖ୍‌ ୩ଟି ଏବଂ ଅଭିଷେକ ସିଂ ୨ଟି ଉଇକେଟ ନେଇଥିଲେ। ଡ୍ରିମ୍ସ ପଡ଼ିଆରେ କିଟ୍‌ ୬୯ ରନରେ ପାରାଦୀପକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା କିଟ୍‌ ୫୦ ଓଭରରେ ୯ ଉଇକେଟ ହରାଇ ୨୩୯ ରନ କରିଥିଲା। ରମଣୀ ଜେନା ସର୍ବାଧିକ ୪୯ ଓ ନବିଦତ୍ୟ ମଲିକ ୪୦ ରନ କରିଥିଲେ। ପରାଜିତ ଦଳର ସୁମିତ ପ୍ରସାଦ ସର୍ବାଧିକ ୨ଟି ଉଇକେଟ ନେଇଥିଲେ। ୨୪୦ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ପାରାଦୀପ ୪୫.୩ ଓଭରରେ ୧୭୦ ରନରେ ଅଲଆଉଟ ହୋଇଥିଲା। ଉଦୟ ସବ୍ୟସାଚୀ ଜଟ ସର୍ବାଧିକ ୬୫ ରନ କରିଥିଲେ। ବିଜୟୀ ଦଳର ରିଶି ତ୍ରିପାଠୀ, ସରୋଜ ଦଳାଇ, ଗୌରିଶ ପାତ୍ର ୨ଟି ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ଚାଲିଥିବା ଜୁଆ ଖେଳ: ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?