Posted inଖେଳ

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌, ଗ୍ରୀନ୍‌ ବିଜୟୀ

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ୨ଟି ମ୍ୟାଚରେ ଓଡ଼ିଶା ରେଡ୍‌ ଓ ଗ୍ରୀନ୍‌ ଦଳ ବିଜୟ ହାସଲ କରିଛନ୍ତି। ଗୋଟିଏ ମ୍ୟାଚରେ ରେଡ୍‌ ୧୦ ଉଇକେଟରେ ଭାଓଲେଟ୍‌କୁ ହରାଇଥିବାବେଳେ ଅନ୍ୟଟିରେ ଗ୍ରୀନ୍‌ ୧୩ ରନ୍‌ରେ ୟେଲୋକୁ ପରାସ୍ତ କରିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାଓଲେଟ୍‌ ୨୦ ଓଭରରେ ୫ ଉଇକେଟ ହରାଇ ୧୦୪ ରନ କରିଥିଲା। ଦଳ ପକ୍ଷରୁ କୁନି ବଦରା ସର୍ବାଧିକ ୨୮ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ୨୧ ରନ କରିଥିଲେ। ରେଡ୍‌ ପକ୍ଷରୁ ସ୍ବର୍ଣ୍ଣଲତା ନାୟକ, ଏସ୍‌.ବି. ଲରେନ୍ସ ଓ ରାଜଶ୍ରୀ ସ୍ବାଇଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ରେଡ୍‌ ୧୫.୧ ଓଭରରେ କୌଣସି ଉଇକେଟ ନ ହରାଇ ୧୦୮ ରନ ସଂଗ୍ରହ କରି ନେଇଥିଲା। କାଜଲ ଜେନା ୫୦ ବଲ୍‌ରୁ ୧୦ ଚୌକା ସହାୟତାରେ ୬୧ ଓ ଅଧିନାୟିକା ମାଧୁରୀ ମେହେଟା ୪୧ ବଲ୍‌ରୁ ୪୩ ରନରେ ଅପରାଜିତ ରହିଥିଲେ। ଓସିଏ ସଦସ୍ୟା ହିରଣ୍ମୟୀ ଜେନା ଅତିଥିଭାବେ ଯୋଗଦେଇ କାଜଲଙ୍କୁ ଓମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ମ୍ୟାଚଟିରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗ୍ରୀନ୍‌ ୨୦ ଓଭରରେ ୭ ଉଇକେଟ ହରାଇ ୯୫ ରନ କରିଥିଲା। ଅଧିନାୟିକା ପ୍ରଜ୍ଞା ମହାନ୍ତି ସର୍ବାଧିକ ୩୫ ରନ କରିଥିବାବେଳେ ବିପକ୍ଷ ଦଳର ସୁଜାତା ମଲିକ ୨ଟି ଏବଂ ଲକ୍ଷ୍ମୀପ୍ରିୟା ନାଏକ ଓ ଅନନ୍ୟା ମିଶ୍ର ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ବିଜୟ ଲକ୍ଷ୍ୟ ୯୬ ରନ ଥିଲେ ହେଁ ୟେଲୋ ପ୍ରତିପକ୍ଷ ବୋଲରଙ୍କୁ ଠିକ୍‌ଭାବେ ମୁକାବିଲା କରି ନ ପାରି ୨୦ ଓଭରରେ ୯ ଉଇକେଟ ହରାଇ ୮୨ ରନ କରି ପାରିଥିଲା। ଦଳ ପକ୍ଷରୁ ପ୍ରିୟଙ୍କା ସାହୁ ସର୍ବାଧିକ ୧୫ ରନ କରିଥିଲେ। ବିଜୟୀ ଦଳର ରାମେଶ୍ୱରୀ ନାଏକ ୧୩ ରନରେ ୩ଟି, ରୋସନାରା ପରବିନ ୧୪ ରନରେ ୩ଟି, ସୁଶ୍ରୀ ସିଂ ୧୨ ରନରେ ଗୋଟିଏ ଏବଂ ଅପର୍ଣ୍ଣା ସାହୁ ୨୫ ରନରେ ଗୋଟିଏ ଉଇକେଟ ପାଇଥିଲେ। ପ୍ରଭାବୀ ବୋଲିଂ କରିଥିବା ରାମେଶ୍ୱରୀଙ୍କୁ ଅତିଥି ତଥା ଓସିଏ ସଦସ୍ୟା ଅନୁସ୍ମିତା ସ୍ବାଇଁ ଓମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ସଞ୍ଜୁ ସାମସନଙ୍କ ଟାର୍ଗେଟରେ ସୁରେଶ ରାଇନା,ଏମ.ଏସ. ଧୋନି, କିନ୍ତୁ କାହିଁକି? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନିକଟରେ। ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ…

‘ବିରାଟଙ୍କ ନମ୍ବର ତାଙ୍କୁ ମିଳିବା ଉଚିତ’, କୋହଲିଙ୍କ ପାଇଁ କିଏ ହେବେ ପରଫେକ୍ଟ ରିପ୍ଲେସମେଣ୍ଟ ପ୍ରକାଶ କଲେ ୱାସିମ ଜାଫର୍‌, ଚମକି ପଡ଼ିବେ…

ନୂଆଦିଲ୍ଲୀ,୫।୧୦: ପ୍ରାୟ ୧୫ ବର୍ଷ ଧରି, ଭାରତୀୟ ଦଳକୁ ODI କ୍ରିକେଟରେ ୩ ନମ୍ବର ସ୍ଥାନ ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ; ଏହାର ମୁଖ୍ୟ…

୫୦୦ ୱିକେଟ ନେଇଥିବା ୩୨ ବର୍ଷୀୟ କ୍ରିକେଟର ଅବସର ଘୋଷଣା କରି ଚମକାଇ ଦେଲେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୫।୧୦: ଜଣେ ଇଂଲଣ୍ଡ କ୍ରିକେଟର ଏକ ଅସାଧାରଣ କାରଣ ପାଇଁ ଅବସର ଗ୍ରହଣ କରିଛନ୍ତି। ନିଜ କ୍ୟାରିୟରରେ ୫୦୦ରୁ ଅଧିକ ୱିକେଟ ନେଇଥିବା କ୍ରେଗ ମାଇଲ୍ସ ମାତ୍ର…

ଅବସର ପୂର୍ବରୁ ରୋହିତ ଶର୍ମାଙ୍କୁ ଟାର୍ଗେଟ ଦେଲେ ସୁନୀଲ ଗାଭାସ୍କର! ‘ହିଟମ୍ୟାନ’ଙ୍କୁ କହିଲେ…

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମାଙ୍କ ନିକଟରେ ଏକ ସ୍ବତନ୍ତ୍ର ଅନୁରୋଧ ରଖିଛନ୍ତି। ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?