Posted inଖେଳ

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌, ଗ୍ରୀନ୍‌ ବିଜୟୀ

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ୨ଟି ମ୍ୟାଚରେ ଓଡ଼ିଶା ରେଡ୍‌ ଓ ଗ୍ରୀନ୍‌ ଦଳ ବିଜୟ ହାସଲ କରିଛନ୍ତି। ଗୋଟିଏ ମ୍ୟାଚରେ ରେଡ୍‌ ୧୦ ଉଇକେଟରେ ଭାଓଲେଟ୍‌କୁ ହରାଇଥିବାବେଳେ ଅନ୍ୟଟିରେ ଗ୍ରୀନ୍‌ ୧୩ ରନ୍‌ରେ ୟେଲୋକୁ ପରାସ୍ତ କରିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାଓଲେଟ୍‌ ୨୦ ଓଭରରେ ୫ ଉଇକେଟ ହରାଇ ୧୦୪ ରନ କରିଥିଲା। ଦଳ ପକ୍ଷରୁ କୁନି ବଦରା ସର୍ବାଧିକ ୨୮ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ୨୧ ରନ କରିଥିଲେ। ରେଡ୍‌ ପକ୍ଷରୁ ସ୍ବର୍ଣ୍ଣଲତା ନାୟକ, ଏସ୍‌.ବି. ଲରେନ୍ସ ଓ ରାଜଶ୍ରୀ ସ୍ବାଇଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ରେଡ୍‌ ୧୫.୧ ଓଭରରେ କୌଣସି ଉଇକେଟ ନ ହରାଇ ୧୦୮ ରନ ସଂଗ୍ରହ କରି ନେଇଥିଲା। କାଜଲ ଜେନା ୫୦ ବଲ୍‌ରୁ ୧୦ ଚୌକା ସହାୟତାରେ ୬୧ ଓ ଅଧିନାୟିକା ମାଧୁରୀ ମେହେଟା ୪୧ ବଲ୍‌ରୁ ୪୩ ରନରେ ଅପରାଜିତ ରହିଥିଲେ। ଓସିଏ ସଦସ୍ୟା ହିରଣ୍ମୟୀ ଜେନା ଅତିଥିଭାବେ ଯୋଗଦେଇ କାଜଲଙ୍କୁ ଓମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ମ୍ୟାଚଟିରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗ୍ରୀନ୍‌ ୨୦ ଓଭରରେ ୭ ଉଇକେଟ ହରାଇ ୯୫ ରନ କରିଥିଲା। ଅଧିନାୟିକା ପ୍ରଜ୍ଞା ମହାନ୍ତି ସର୍ବାଧିକ ୩୫ ରନ କରିଥିବାବେଳେ ବିପକ୍ଷ ଦଳର ସୁଜାତା ମଲିକ ୨ଟି ଏବଂ ଲକ୍ଷ୍ମୀପ୍ରିୟା ନାଏକ ଓ ଅନନ୍ୟା ମିଶ୍ର ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ବିଜୟ ଲକ୍ଷ୍ୟ ୯୬ ରନ ଥିଲେ ହେଁ ୟେଲୋ ପ୍ରତିପକ୍ଷ ବୋଲରଙ୍କୁ ଠିକ୍‌ଭାବେ ମୁକାବିଲା କରି ନ ପାରି ୨୦ ଓଭରରେ ୯ ଉଇକେଟ ହରାଇ ୮୨ ରନ କରି ପାରିଥିଲା। ଦଳ ପକ୍ଷରୁ ପ୍ରିୟଙ୍କା ସାହୁ ସର୍ବାଧିକ ୧୫ ରନ କରିଥିଲେ। ବିଜୟୀ ଦଳର ରାମେଶ୍ୱରୀ ନାଏକ ୧୩ ରନରେ ୩ଟି, ରୋସନାରା ପରବିନ ୧୪ ରନରେ ୩ଟି, ସୁଶ୍ରୀ ସିଂ ୧୨ ରନରେ ଗୋଟିଏ ଏବଂ ଅପର୍ଣ୍ଣା ସାହୁ ୨୫ ରନରେ ଗୋଟିଏ ଉଇକେଟ ପାଇଥିଲେ। ପ୍ରଭାବୀ ବୋଲିଂ କରିଥିବା ରାମେଶ୍ୱରୀଙ୍କୁ ଅତିଥି ତଥା ଓସିଏ ସଦସ୍ୟା ଅନୁସ୍ମିତା ସ୍ବାଇଁ ଓମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇ-ମୁମ୍ବାଇ ରୋମାଞ୍ଚକ ମୁକାବିଲା ଆଜି

ଚେନ୍ନାଇ, ୨୬।୪(ପି.ଟି.)- ଆଇପିଏଲ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ତିନିଥର ଲେଖାଏ ଟାଇଟଲ ଜିତିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ମୁମ୍ବାଇ...

ଏମ୍‌ଏମ୍‌ଏ କ୍ୟାରିୟର ଆରମ୍ଭ କରିବେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା

ଏମ୍‌ଏମ୍‌ଏ କ୍ୟାରିୟର ଆରମ୍ଭ କରିବେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା ଓ୍ବାଶିଂଟନ, ୧।୧୨ : ଦୁଇ ଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା...

ଲଣ୍ଡା ଟେଷ୍ଟ କ୍ରିକେଟ ଟିମ୍‌ରେ ନାହାନ୍ତି ବିରେନ୍ଦ୍ର ସେହ୍ବାଗ

ଲକ୍‌ଡାଉନ ଯୋଗୁ ଏବେ କୌଣସି କ୍ରିକେଟ ସିରିଜ୍‌ ଆୟୋଜନ କରାଯାଉନାହିଁ। ଏଥିପାଇଁ କ୍ରିକେଟରମାନେ ଘରେ ରହି ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। କିଛି ଖେଳାଳି ମଜାଦାର...

ଇଂଲଣ୍ଡ ପାଇଁ ନେଟ୍ସରେ ଅର୍ଜୁନଙ୍କ ବୋଲିଂ

ଲଣ୍ଡନ,୨୫।୬(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ଖେଳାଳି ଜୋରଦାର ଅଭ୍ୟାସ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଅଭ୍ୟାସ ସେସନ ଅବସରରେ ନେଟ୍ସରେ...

ମହିଳା ଟି୨୦ ଚ୍ୟାଲେଞ୍ଜ: ଟ୍ରେଲବ୍ଲେଜର୍ସର ସହଜ ବିଜୟ

ଶାରଜା: ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସୁପରନୋଭାସକୁ ୫ ଉଇକେଟରେ ହରାଇଥିବା ଭେଲୋସିଟି ଗୁରୁବାର ଦ୍ୱିତୀୟ ମ୍ୟାଚରେ ଟ୍ରେଲବ୍ଲେଜର୍ସଠାରୁ ଶୋଚନୀୟ ପରାଜୟ...

ତନିସ୍କାଙ୍କୁ ୧ ରୌପ୍ୟ, ୨ ବ୍ରୋଞ୍ଜ

ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ପଶ୍ଚିମବଙ୍ଗର ଆସନସୋଲଠାରେ ଚଳିତ ମାସ ୧୧ରୁ ୧୪ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ବନ୍ଧୁକ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଗ...

ଶାହରୁଖ ଖାନ୍‌ଙ୍କ ଦଳ ନାଇଟ୍‌ ରାଇଡର୍ସର ହ୍ୟାଟ୍ରିକ ବିଜୟ

ନୂଆଦିଲ୍ଲୀ, ୨୪।୮: କାରିବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ଏକ ମୁକାବିଲାରେ ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ୧୯ ରନରେ ବାର୍ବାଡସ୍‌ ଟ୍ରାଇଡେଣ୍ଟସ୍‌କୁ ପରାସ୍ତ କରିଛି। ବଲିଉଡ୍‌ ଅଭିନେତା...

ଭାରତୀୟ ଫୁଟବଲ କ୍ୟାମ୍ପରେ ଶୁଭମ୍‌

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)-ନିଜ ଲକ୍ଷ୍ୟ ପଥରେ କ୍ରମେ ଆଗକୁ ବଢ଼ୁଛନ୍ତି ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ଓଡ଼ିଆ ତାରକା ଶୁଭମ୍‌ ଷଡ଼ଙ୍ଗୀ। ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା...

Advertisement
Archives

Model This Week