Posted inଖେଳ

ଓସିଏ ଆନ୍ତଃଜିଲା ସିନିୟର ଟି୨୦ ଲିଗ୍‌ କ୍ରିକେଟ: କଟକ-ଏ, ଭଦ୍ରକ, ସୁନ୍ଦରଗଡ଼ ୧୦ ଉଇକେଟରେ ବିଜୟୀ

*ଇକୋର୍ସା, ଖୋର୍ଦ୍ଧାର ବୃହତ୍‌ ବିଜୟ
* ଜୟନ୍ତ ବେହେରାଙ୍କୁ ୬ ଉଇକେଟ ସଫଳତା

ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ରେ ବୁଧବାର ମଧ୍ୟ ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏହା ମଧ୍ୟରେ କଟକ-ଏ, ଭଦ୍ରକ, ସୁନ୍ଦରଗଡ଼ ୧୦ ଉଇକେଟରେ ବିଜୟୀ ହୋଇଛନ୍ତି। ସେହିପରି ଇକୋର୍ସା ୧୪୫ ରନରେ ରାୟଗଡ଼ାକୁ ଏବଂ ଖୋର୍ଦ୍ଧା ୧୬୦ ରନରେ କଳାହାଣ୍ଡିକୁ ହରାଇ ବୃହତ୍‌ ବିଜୟ ହାସଲ କରିଛନ୍ତି।
ନିମପୁର ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ କଟକ-ଏ ୧୦ ଉଇକେଟରେ ଜଗତସିଂହପୁରକୁ ପରାସ୍ତ କରିଛି। ଜଗତସିଂହପୁରର ଶାମସୁଲ ଖାଁ ୫୯ ଓ କଟକ-ଏର ରାଜେଶ ଧୂପର ୬୩* ରନ ସ୍କୋର କରିଥିଲେ। ଏଠାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ବାଲେଶ୍ୱର ୨୪ ରନରେ ରାଉରକେଲାକୁ ହରାଇଛି। ବିଜୟୀ ଦଳର ନିର୍ବିଶଙ୍କର ବାରିକ ସର୍ବାଧିକ ୫୪ ରନ କରିଥିଲେ। ଡ୍ରିମ୍ସ ଗ୍ରାଉଣ୍ଡ ମ୍ୟାଚରେ କେନ୍ଦୁଝର ୫୯ ରନରେ ମାଲକାନଗିରିକୁ ଏବଂ ଭଦ୍ରକ ୧୦ ଉଇକେଟରେ ଗଜପତିକୁ ହରାଇ ଦେଇଛି। ମାଲକାନଗିରିର କେ. ସନ୍ଦୀପ ୫୧ ରନ କରିଥିଲେ। ବାରବାଟୀ ଷ୍ଟାଡିୟମରେ ଆୟୋଜିତ ମ୍ୟାଚରେ ନୟାଗଡ଼ ୭ ରନରେ ସୋନପୁରକୁ ଏବଂ ଯାଜପୁର ୪୪ ରନରେ ମୟୂରଭଞ୍ଜକୁ ହରାଇ ଦେଇଛି। ଯାଜପୁରର ନିଶିକାନ୍ତ ରାଉତ ୭୯ ରନ ସ୍କୋର କରିଥିଲେ। ବିକାଶ ଗ୍ରାଉଣ୍ଡ ମ୍ୟାଚରେ ଭୁବନେଶ୍ୱର-ଏ ୩ ଉଇକେଟରେ ସମ୍ବଲପୁରକୁ ଏବଂ ଭୁବନେଶ୍ୱର-ବି ୨୬ ରନରେ ବଲାଙ୍ଗୀରକୁ ପରାସ୍ତ କରିଛି। ସେଞ୍ଚୁରିଅନ ପଡ଼ିଆରେ ଅନୁଷ୍ଠିତ ୨ ମ୍ୟାଚରେ ବୌଦ୍ଧ ୩୮ ରନରେ ପୁରୀକୁ ଏବଂ ଝାରସୁଗୁଡ଼ା ୯ ଉଇକେଟରେ କନ୍ଧମାଳକୁ ପରାସ୍ତ କରିଛି।
ରେଭେନ୍ସା ଗ୍ରାଉଣ୍ଡ ମ୍ୟାଚରେ ସୁନ୍ଦରଗଡ଼ ୧୦ ଉଇକେଟରେ କିଟ୍‌କୁ ଏବଂ ବରଗଡ଼ ୯ ଉଇକେଟରେ ନୂଆପଡ଼ାକୁ ହରାଇ ଦେଇଛି। ସୁନ୍ଦରଗଡ଼ ପକ୍ଷରୁ ଅଙ୍କିତ ସିଂ ୭୦*, ଆଶିଷ ପରିଜା ୫୪* ଏବଂ ବରଗଡ଼ର ରୂପକ ପ୍ରଧାନ ୫୭ ରନ ସ୍କୋର କରିଥିଲେ। କିଟ୍‌ ପଡ଼ିଆରେ ଅନୁଷ୍ଠିତ ମ୍ୟାଚଦ୍ୱୟରେ ଯଥାକ୍ରମେ ଇକୋର୍ସା ୧୪୫ ରନରେ ରାୟଗଡ଼ାକୁ ଏବଂ ଢେଙ୍କାନାଳ ୬୫ ରନରେ ଦେବଗଡ଼କୁ ପରାସ୍ତ କରିଛି। ଅଭିଷେକ ଯାଦବଙ୍କ ୮୮ ଓ ଅଙ୍କିତ ଯାଦବଙ୍କ ୭୦ ରନ ସହାୟତାରେ ଇକୋର୍ସା ୬ ଉଇକେଟ ହରାଇ ୨୧୨ ରନ କରିଥିବାବେଳେ ରାୟଗଡ଼ା ୬୭ ରନରେ ଅଲଆଉଟ ହୋଇ ଯାଇଥିଲା। ଇକୋର୍ସାର ଜୟନ୍ତ ବେହେରା ୧୩ ରନ ବିନିମୟରେ ୬ ଉଇକେଟ ସଫଳତା ପାଇଥିଲେ। ଦ୍ୱିତୀୟ ମ୍ୟାଚରେ ଢେଙ୍କାନାଳର ବିକାଶ ରାଉତ ୫୦ ରନରେ ଅପରାଜିତ ରହିଥିଲେ। ଟାଉନ୍‌ କ୍ଲବ ପଡ଼ିଆରେ ଖୋର୍ଦ୍ଧା ୧୬୦ ରନରେ କଳାହାଣ୍ଡିକୁ ହରାଇଛି। ରାକେଶ ପଟ୍ଟନାୟକଙ୍କ ୯୬, ସିଦ୍ଧାନ୍ତ ଜେନାଙ୍କ ୮୪ ଓ ଇନ୍ଦୁରୁ ଗିରିଙ୍କ ୫୦ ରନ ସହାୟତାରେ ଖୋର୍ଦ୍ଧା ୫ ଉଇକେଟ ହରାଇ ୨୯୧ ରନ କରିଥିଲା। ଜବାବରେ କଳାହାଣ୍ଡି ୮ ଉଇକେଟ ହରାଇ ୧୩୧ ରନ କରିବାକୁ ସମର୍ଥ ହୋଇଥିଲା। ଏଠାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ କଟକ-ବି ୧୮ ରନରେ ନବରଙ୍ଗପୁରକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଅବିନାଶ ନାୟକ ୬୫* ଏବଂ ନବରଙ୍ଗପୁରର ସୁକେଶ ହୀରା ୬୭ ରନ ସ୍କୋର କରିଥିଲେ। ବିଡାନାସୀ ପଡ଼ିଆ ମ୍ୟାଚରେ ଯଥାକ୍ରମେ ଗଞ୍ଜାମ ୭୩ ରନରେ କୋରାପୁଟକୁ ଏବଂ କେନ୍ଦ୍ରାପଡ଼ା ୮ ଉଇକେଟରେ ପାରାଦୀପକୁ ହରାଇ ଦେଇଛି। ଅଜୟ ଗୌରଙ୍କ ୮୯ ଓ ଈଶ୍ୱର ପ୍ରସାଦଙ୍କ ୬୯* ରନ ବଳରେ ଗଞ୍ଜାମ ୩ ଉଇକେଟ ହରାଇ ୨୦୧ ରନ କରିଥିଲା। ଜବାବରେ କୋରାପୁଟ ୭ ଉଇକେଟ ହରାଇ ୧୨୮ ରନରେ ସୀମିତ ରହିଥିଲା। ଦଳ ପକ୍ଷରୁ ଜି.ସି. ଶେଖର ସର୍ବାଧିକ ୫୫ ରନ କରିଥିଲେ। ଦ୍ୱିତୀୟ ମ୍ୟାଚରେ ପାରାଦୀପ ପକ୍ଷରୁ ଇଲୁ ଗୋଚ୍ଛାୟତ ୭୬ ଏବଂ କେନ୍ଦ୍ରାପଡ଼ାର ବିଶ୍ୱଭୂଷଣ ବିହାରୀ ୫୫* ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୁକ୍ରବାର ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ୍‌: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ..

ସିଡନୀ,୨୬।୧୧: କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦୂରରେ ରହିବା ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଖେଳିବେ ଭାରତୀୟ...

ମହିଳା ଚ୍ୟାଲେଞ୍ଜର ଟ୍ରଫି ଖରାପ ପାଗ ଯୋଗୁ ଆଶଙ୍କାରେ ପ୍ରଥମ ମ୍ୟାଚ

କଟକ ଅଫିସ,୪ା୧-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଶନିବାରଠାରୁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଦିବସରେ...

ସନରାଇଜର୍ସ ଭୁବନେଶ୍ୱରଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ସନରାଇଜର୍ସ ହାଇଦ୍ରାବାଦ୍‌ ତରଫରୁ ଖେଳିବା ସୁଯୋଗ ଭାରତୀୟ ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ କ୍ୟାରିୟରର ଟର୍ନିଂ...

ୟୁରୋକପ୍‌ ଫାଇନାଲରେ ଇଟାଲୀ: ପେନାଲ୍ଟିରେ ହାରିଲା ସ୍ପେନ୍‌

ଲଣ୍ଡନ,୮।୭: ଇଟାଲୀ ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମୁକାବିଲାରେ ଇଟାଲୀ ପେନାଲ୍ଟି...

ଏମ୍‌ଜିଏମ୍‌ ଟି୨୦ ଲିଗ୍‌: ଓଡ଼ିଶା ପାନ୍ଥର୍ସ ଚାମ୍ପିୟନ

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ରେ ଓଡ଼ିଶା ପାନ୍ଥର୍ସ ଚାମ୍ପିୟନ...

ଗ୍ରୀସ୍‌ରେ ଅଲିମ୍ପିକ ମଶାଲ ରିଲେ ବାତିଲ

ଏଥେନ୍ସ,୧୪ା୩ (ଏଏଫ୍‌ପି)- ଟୋକିଓ ଗେମ୍ସ ୨୦୨୦ ପାଇଁ ଗ୍ରୀସ୍‌ରେ ଅବଶିଷ୍ଟ ଅଲିମ୍ପିକ ମଶାଲ ରିଲେକୁ ବାତିଲ କରାଯାଇଥିବା ଗ୍ରୀକ୍‌ ଅଲିମ୍ପିକ କମିଟି ଶୁକ୍ରବାର ପ୍ରକାଶ କରିଛି।...

୧୯ ବର୍ଷରୁ କମ୍‌ ୨୦୨୨ ବିଶ୍ୱକପ୍‌: କ୍ୱାଲିଫିକେଶନ କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ

ଦୁବାଇ,୧୪।୧୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ୨୦୨୨ ବିଶ୍ୱକପ୍‌ର କ୍ୱାଲିଫିକେଶନ ପାଥ୍‌ଓ୍ବ ବା କାର୍ଯସୂଚୀକୁ...

ଏହି କାରଣରୁ ଇଂଲଣ୍ଡ ବୋଲରଙ୍କୁ ଖେଳିପାରୁନାହାନ୍ତି କୋହଲି; ଇରଫାନ୍‌ ରଖିଲେ ଭିନ୍ନ ମତ

ନୂଆଦିଲ୍ଲୀ,୩୧।୮: ଭାରତୀୟ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ଏପରିସ୍ଥଳେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍‌...

Advertisement
Ten Cric Info


Archives

Model This Week