Posted inଖେଳ

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦: ସୁପର ଲିଗ୍‌ରେ କଟକ- ବି, ସୁକେଶଙ୍କ ଶତକ

ଭୁବନେଶ୍ୱର,୨୦।୧୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ ଲିଗ୍‌ରେ ଶନିବାର ୬ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ନବରଙ୍ଗପୁର, ପାରାଦୀପ, ଢେଙ୍କାନାଳ, କଟକ-ବି, କେନ୍ଦ୍ରାପଡା ବିଜୟୀ ହୋଇଛନ୍ତି। କଟକ- ବି ଦୁଇଟି ମ୍ୟାଚ ଖେଳି ବିଜୟୀ ହୋଇଛି ଓ ପ୍ରଦର୍ଶନ ଭିତ୍ତିରେ ସୁପରଲିଗ୍‌ ପାଇଁ ଯୋଗ୍ୟତା ହାସଲ କରିଛି। ଏଥିସହିତ ସୁପର ଲିଗ୍‌ର ରୂପରେଖ ସ୍ପଷ୍ଟ ହୋଇଛି ଓ ଏହାର ପୁନଃ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି।
ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚର ନବରଙ୍ଗପୁର ୪୨ ରନରେ ଅନୁଗୋଳକୁ ପରାସ୍ତ କରିଛି। ଟସ୍‌ ଜିତି ନବରଙ୍ଗପୁର ପ୍ରଥମେ ବ୍ୟାଟିଂ କରି ୩ ଉଇକେଟ ହରାଇ ୨୨୧ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସୁକେଶ କେ. ହୀରା ୧୩୦ ରନର ଶତକୀୟ ପାଳି ଖେଳିଥିଲେ। ସେହିପରି ପୂର୍ଣ୍ଣଚନ୍ଦ୍ର ମାଝି ୬୪ ରନ କରିଥିଲେ। ଜବାବରେ ଅନୁଗୋଳ ୬ ଉଇକେଟ ହରାଇ ୧୭୯ ରନରେ ସୀମିତ ରହି ପରାସ୍ତ ହୋଇଥିଲା।
ବାରବାଟୀରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ପାରାଦୀପ ୭ ଉଇକେଟରେ ଦେବଗଡ଼କୁ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଦେବଗଡ଼ ୧୮.୫ ଓଭରରେ ୯୪ ରନକରି ଅଲଆଉଟ ହୋଇଥିଲା। ଜବାବରେ ପାରଦୀପ ୩ ଉଇକେଟ ହରାଇ ୯୫ ରନକରି ବିଜୟୀ ହୋଇଥିଲା। ଏହି ମ୍ୟାଚରେ ଅତିଥି ଭାବେ ଓସିଏ ସଦସ୍ୟ ଉପେନ୍ଦ୍ର କୁମାର ବାରିକ ଉପସ୍ଥିତ ଥିଲେ।
ସେହିପରି ରେଭନ୍ସା ଗ୍ରାଉଣ୍ଡରେ ଢେଙ୍କାନାଳ ୭ ଉଇକେଟରେ ପାରାଦୀପକୁ ପରାସ୍ତ କରିଥିଲା। ଟସ୍‌ଜିତି ପ୍ରଥମେ ବ୍ୟାଟିଂ କରି ପାରାଦୀପ ୯ ଉଇକେଟ ହରାଇ ୧୦୧ ରନ ସଂଗ୍ରହ କରିଥିଲା। ଜବାବରେ ୧୨.୫ ଓଭରରେ ଢେଙ୍କାନାଳ ୩ ଉଇକେଟ ହରାଇ ୧୦୨ ରନକରି ବିଜୟୀ ହୋଇଥିଲା। ଢେଙ୍କାନାଳ ତରଫରୁ ଆରିଫ ବେଗ୍‌ ୫୭ ରନ କରିଥିଲେ।
ରେଭେନ୍ସା ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ କଟକ- ବି ୨୫ ରନରେ ଢେଙ୍କାନାଳକୁ ପରାସ୍ତ କରି ସୁପରଲିଗ୍‌ ପର୍ଯ୍ୟାୟକୁ ଉଠିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି କଟକ ୩ ଉଇକେଟ ହରାଇ ୧୬୦ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଅବିନାଶ ନାୟକ ୪୬, ଗିରିଜା ଶଙ୍କର ବାରିକ ଅପରାଜିତ ୩୪ ରନ ସଂଗ୍ରହ କରିଥିଲେ। ଜବାବରେ ଢେଙ୍କାନାଳ ୭ ଉଇକେଟ ହରାଇ ୧୩୫ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ଓସିଏ ସଦସ୍ୟ ଉପେନ୍ଦ୍ର କୁମାର ଦାଶ ଅତିଥି ଭାବେ ଉପସ୍ଥିତ ଥିଲେ।
ସେହିପରି ବିଡ଼ାନାସୀ ଗ୍ରାଉଣ୍ଡରେ କଟକ- ବି ତା’ର ଦ୍ୱିତୀୟ ମ୍ୟାଚରେ ୯ ଉଇକେଟରେ କେନ୍ଦ୍ରାପଡ଼ାକୁ ପରାସ୍ତ କରିଛି। ଟସ୍‌ ହାରି କେନ୍ଦ୍ରାପଡ଼ା ପ୍ରଥମେ ବ୍ୟାଟିଂ କରି ୧୭ ଓଭରରେ ୮୮ ରନକରି ଅଲଆଉଟ ହୋଇଥିଲା। ଜବାବରେ କଟକ ୧୧.୩ ଓଭରରେ ୯୨ ରନକରି ବିଜୟୀ ହୋଇଥିଲା। କଟକ ତରଫରୁ ଅବିନାଶ ନାୟକ ଅପରାଜିତ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।
ବିଡାନାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ କେନ୍ଦ୍ରାପଡା ୭ ଉଇକେଟରେ ଅନୁଗୋଳକୁ ହରାଇଛି। ଟସ୍‌ଜିତି ଅନୁଗୋଳ ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ ହରାଇ ୧୪୩ ରନ କରିଥିଲା। ଜବାବରେ କେନ୍ଦ୍ରାପଡ଼ା ୧୯.୧ ଓଭରରେ ୩ ଉଇକେଟ ହରାଇ ୧୪୫ ରନକରି ବିଜୟୀ ହୋଇଥିଲା। ଏହି ମ୍ୟାଚରେ ଦେବାଶିଷ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri